Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମଧ୍ୟରେ ପିଆରଏସ ଡାଟା ଆଧାର ଭୁବନେଶ୍ୱରରୁ କାର୍ଯ୍ୟାରମ୍ଭ

ଭୁବନେଶ୍ଵର: ପୂର୍ବ ତଟ ରେଳପଥ (ECoR) ର ପାସେଞ୍ଜର ରିଜର୍ଭେସନ୍ ସିଷ୍ଟମ୍ ବା ଯାତ୍ରୀ ସଂରକ୍ଷଣ ପ୍ରଣାଳୀ (PRS) ଡାଟା ବେସ୍ ଆଜି (8 ଫେବୃଆରୀ 2023) ଠାରୁ ଭୁବନେଶ୍ୱରରୁ କାର୍ଯ୍ୟ ଆରମ୍ଭ କରିଛି। ପୂର୍ବ ତଟ ରେଳପଥ ବର୍ତ୍ତମାନ ଏହାର ପରିସୀମା ମଧ୍ୟରୁ ଉତ୍ପନ୍ନ ହେଉଥିବା ଟ୍ରେନ୍ ଗୁଡିକ ପାଇଁ ସମସ୍ତ ପ୍ରକାର ଯାତ୍ରୀ ସଂରକ୍ଷଣ କାର୍ଯ୍ୟକଳାପ ପରିଚାଳନା ପାଇଁ ଆତ୍ମ ନିର୍ଭରଶୀଳ ଏବଂ ଅନ୍ୟ ରେଳ/କେନ୍ଦ୍ର ଗୁଡିକ ଉପରେ ନିର୍ଭର କରିବ ନାହିଁ।

ଏହା ମଧ୍ୟ ପୂର୍ବ ତଟ ରେଳପଥକୁ ଆତ୍ମନିର୍ଭରଶୀଳ କରିବ ଏବଂ ଟ୍ରେନର କାର୍ଯ୍ୟସୂଚୀରେ ପରିବର୍ତ୍ତନ ହେଉ କିମ୍ବା ନୂତନ ଟ୍ରେନର ପ୍ରାରମ୍ଭିକ ଚଳାଚଳ ପାଇଁ ସଂରକ୍ଷଣ କ୍ଷେତ୍ରରେ ପରିଚାଳନାଗତ କାର୍ଯ୍ୟକଳାପକୁ ନିଜେ ସୁରୁଖୁରୁରେ କାର୍ଯ୍ୟକାରୀ କରିପାରିବ ଏବଂ ପୂର୍ବର ଯୋଗାଯୋଗ ଜନିତ ସମସ୍ୟା ଗୁଡିକ ଠାରୁ ଭ୍ରାନ୍ତି ପାଇବ।

ଭୁବନେଶ୍ୱରରେ 1 ଏପ୍ରିଲ 2003 ଠାରୁ ମୁଖ୍ୟାଳୟ ସହିତ ପୂର୍ବ ତଟ ରେଳପଥ ଗଠନ ହେବା ପରଠାରୁ ଏହାର ପରିସୀମା ମଧ୍ୟରୁ ଉତ୍ପନ୍ନ ସମସ୍ତ ଟ୍ରେନର ତଥ୍ୟ ସଂରଚନା କାର୍ଯ୍ୟକଳାପ କୋଲକାତାରେ ପୂର୍ବ ରେଳପଥ ଡାଟାବେସ୍ ସହିତ କାର୍ଯ୍ୟକାରୀ କରୁଥିଲା।

ପୂର୍ବ ରେଳପଥରୁ ପୂର୍ବ ତଟ ରେଳପଥକୁ ଡାଟାବେସର ବିକେନ୍ଦ୍ରୀକରଣର ଶକ୍ତି ପ୍ରଥମେ ରେଳ ବୋର୍ଡ ଦ୍ୱାରା 2014 ମସିହାରେ ପ୍ରଦାନ କରାଯାଇଥିଲା କିନ୍ତୁ ବୈଷୟିକ ସମସ୍ୟା ହେତୁ ଏହା ରୂପ ନେଇ ପାରିନଥିଲା। ପରେ ପୂର୍ବ ରେଳପଥରୁ ପିଆରଏସ ଡାଟାବେସର ବିକେନ୍ଦ୍ରୀକରଣ ପାଇଁ ରେଳ ବୋର୍ଡ ନୂତନ ଅନୁମୋଦନ ପ୍ରଦାନ କରିଛି।

ସେହି ଅନୁଯାୟୀ, ସମସ୍ତ ଟ୍ରେନ୍ ଗୁଡିକର ତଥ୍ୟ ସଂରଚନା କାର୍ଯ୍ୟକଳାପ ପରିଚାଳନା ପାଇଁ ତାଲିମପ୍ରାପ୍ତ କର୍ମଚାରୀଙ୍କ ସହ ଭୁବନେଶ୍ୱରର ରେଳ ସଦନ ଠାରେ ଥିବା ମୁଖ୍ୟାଳୟରେ ପୂର୍ବତଟ ରେଳପଥ ନିଜର ଡାଟାବେସ୍ ସେଣ୍ଟର ଆରମ୍ଭ କରିଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଭୁବନେଶ୍ୱର ଠାରେ ପିଆରଏସ ଡାଟାବେସ କାର୍ଯ୍ୟକାରୀ କରାଇବାରେ ନିୟୋଜିତ କର୍ମଚାରୀ ଓ ଅଧିକାରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ପାର୍ସଲ୍‌ ଟ୍ରେନ୍‌ ପାଇଁ ହେଲ୍ପଲାଇନ୍‌ ନମ୍ବର ଜାରି କଲା ପୂର୍ବତଟ ରେଳବାଇ

ଭୁବନେଶ୍ବର: କୋଭିଡ଼୍‌-୧୯ ଭୂତାଣୁ ସଂକ୍ରମଣ ପରିପ୍ରେକ୍ଷୀରେ ଦେଶସାରା ଲକ୍‌ଡାଉନ୍‌ ସତ୍ତ୍ୱେ ଆବଶ୍ୟକୀୟ ପଦାର୍ଥର ପରିବହନ ପାଇଁ ରେଳବାଇ କାର୍ଯ୍ୟ କରୁଛି। ଏହି ପ୍ରୟାସକୁ ନିଶ୍ଚିତ କରିବା ପାଇଁ ପୂର୍ବ ତଟ ରେଳପଥ ଅବିରାମ ଗତିରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦେଶର ବିଭିନ୍ନ କୋଣ ଅନୁକୋଣରେ ପହଞ୍ଚାଉଛି। ଏଥି ନିମନ୍ତେ ଏହାର ପରିସୀମା ମଧ୍ୟରେ ଟାଇମ୍ ଟେବୁଲ୍ ପାର୍ସେଲ୍ ଏକ୍ସପ୍ରେସ୍ ଚଳାଚଳ ନିଶ୍ଚିତ କରିଛି। ଏହି ପାର୍ସଲ୍ ସାମଗ୍ରୀ ଏକ୍ସପ୍ରେସ୍ ଟ୍ରେନ୍‌ରେ ପାର୍ସେଲ୍ ବୁକ୍ କରିବା ନିମନ୍ତେ ହେଲପ୍ ଲାଇନ୍ ନମ୍ବର ଜାରି କରାଯାଇଛି। ୮୪୫୫୮୮୫୯୯୯କୁ ଯୋଗାଯୋଗ କରି ନିଜ ନିଜର ସାମଗ୍ରୀର ରେଜିଷ୍ଟ୍ରି କରି ନେବାକୁ ପୂର୍ବ ତଟ ରେଳପଥ ପକ୍ଷରୁ ଏକ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଜନତା କର୍ଫ୍ୟୁରେ ଟ୍ରେନ୍‌ ଚଳାଚଳ ବାତିଲ ନେଇ ପୂର୍ବତଟ ରେଳବାଇର ଘୋଷଣା

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : କୋରୋନା ଭାଇରସ୍‌ ଆତଙ୍କରୁ ଦେଶକୁ ମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତା କର୍ଫ୍ୟୁର ଆହ୍ବାନ ଦେଇଛନ୍ତି । ଏହାର ପ୍ରଭାବରେ ଦେଶବ୍ୟାପୀ ଟ୍ରେନ୍‌ ଚଳାଚଳ ବନ୍ଦ ରହିଥିବା ବେଳେ ପୂର୍ବତଟ ରେଳବାଇ ପକ୍ଷରୁ ମଧ୍ୟ ବିଭିନ୍ନ ଟ୍ରେନ୍‌ର ଚଳାଚଳ ବନ୍ଦ ରଖିବା ପାଇଁ ଘୋଷଣା କରାଯାଇଛି । ଆସନ୍ତାକାଲି ଭୋର 4ଟାରୁ ରାତି 10ଟା ପର୍ଯ୍ୟନ୍ତ ଟ୍ରେନ୍‌ ଚଳାଚଳ ବନ୍ଦ କରାଯାଇଛି । ପୂର୍ବରୁ ଯାତାୟତ କରିଥିବା ଟ୍ରେନ୍‌ ଗୁଡିକର ଯାତ୍ରାକୁ ବନ୍ଦ କରାଯିବ ନାହିଁ ମାତ୍ର ଆସନ୍ତା କାଲିର କୌଣସି ଟ୍ରେନ୍‌ ଚଳାଚଳ କରିବ ନାହିଁ । ଆସନ୍ତାକାଲି ପୂର୍ବତଟ ରେଳବାଇ ପକ୍ଷରୁ ସମୁଦାୟ 141ଟି ଟ୍ରେନ୍‌ ଚଳାଚଳ ବାତିଲ କରାଯାଇଥିବା ବେଳେ ତନ୍ମଧ୍ୟରେ 48ଟି ଏକ୍ସପ୍ରେସ୍‌ ଟ୍ରେନ୍‌ ଏବଂ 93ଟି ସାଧାରଣ ପାସେଞ୍ଜର ଟ୍ରେନ୍‌ ରହିଛି ।

Categories
ଆଜିର ଖବର ରାଜ୍ୟ ଖବର

ଖ୍ବାଜା ଉର୍ସ ମେଳା ପାଇଁ ପୁରୀ-ଆଜମେର ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍‌

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ରାଜସ୍ଥାନର ଆଜମେରରେ ଅନୁଷ୍ଠିତ ହେବାକୁ ଥିବା ଖ୍ବାଜା ଉର୍ସ ମେଳା ପାଇଁ ଏକ ସ୍ବତନ୍ତ୍ର ଟ୍ରେନ୍‌ର ଘୋଷଣା କରାଯାଇଛି । ମଙ୍ଗଳବାର ପୂର୍ବତଟ ରେଳବାଇ ପକ୍ଷରୁ ଏହି ଘୋଷଣା କରାଯାଇଛି । ଖ୍ବାଜା ଉର୍ସ ମେଳା-2020 ପାଇଁ ଏହି ସ୍ବତନ୍ତ୍ର ଟ୍ରେନର ଘୋଷଣା କରାଯାଇଛି । ଯାତ୍ରୀ ମାନଙ୍କ ସୁବିଧା ପାଇଁ ଏହି ଟ୍ରେନ୍‌ର ଘୋଷଣା କରାଯାଇଛି । ଫେବୃୟାରୀ 26 ତାରିଖ ସକାଳ 9ଟାରୁ ଏହି ଟ୍ରେନ୍‌ଟି ଛାଡିବା ସହିତ ଫେବୃୟାରୀ 28 ଅପରାହ୍ନ 4ଟାରେ ଆଜମେରରେ ପହଞ୍ଚିବ । ମାର୍ଚ୍ଚ 2 ତାରିଖ ସନ୍ଧ୍ୟା 8.05ରେ ଟ୍ରେନ୍‌ଟି ଛାଡି ମାର୍ଚ୍ଚ 4 ଅପରାହ୍ନ 4.14ରେ ପୁରୀରେ ପହଞ୍ଚିବ । ଉଲ୍ଲେଖଯୋଗ୍ୟ ଯେ, ଖ୍ବାଜା ମଇଉଦ୍ଦିନ୍‌ ଚିସ୍ତିଙ୍କ ମୃତ୍ୟୁ ବାର୍ଷିକୀ ଅବସରରେ ଉର୍ସ ମେଳା ଆୟୋଜିତ ହୋଇଥାଏ ।