ଜନତା କର୍ଫ୍ୟୁରେ ଟ୍ରେନ୍‌ ଚଳାଚଳ ବାତିଲ ନେଇ ପୂର୍ବତଟ ରେଳବାଇର ଘୋଷଣା

Published: Mar 21, 2020, 9:53 pm IST

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : କୋରୋନା ଭାଇରସ୍‌ ଆତଙ୍କରୁ ଦେଶକୁ ମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତା କର୍ଫ୍ୟୁର ଆହ୍ବାନ ଦେଇଛନ୍ତି । ଏହାର ପ୍ରଭାବରେ ଦେଶବ୍ୟାପୀ ଟ୍ରେନ୍‌ ଚଳାଚଳ ବନ୍ଦ ରହିଥିବା ବେଳେ ପୂର୍ବତଟ ରେଳବାଇ ପକ୍ଷରୁ ମଧ୍ୟ ବିଭିନ୍ନ ଟ୍ରେନ୍‌ର ଚଳାଚଳ ବନ୍ଦ ରଖିବା ପାଇଁ ଘୋଷଣା କରାଯାଇଛି । ଆସନ୍ତାକାଲି ଭୋର 4ଟାରୁ ରାତି 10ଟା ପର୍ଯ୍ୟନ୍ତ ଟ୍ରେନ୍‌ ଚଳାଚଳ ବନ୍ଦ କରାଯାଇଛି । ପୂର୍ବରୁ ଯାତାୟତ କରିଥିବା ଟ୍ରେନ୍‌ ଗୁଡିକର ଯାତ୍ରାକୁ ବନ୍ଦ କରାଯିବ ନାହିଁ ମାତ୍ର ଆସନ୍ତା କାଲିର କୌଣସି ଟ୍ରେନ୍‌ ଚଳାଚଳ କରିବ ନାହିଁ । ଆସନ୍ତାକାଲି ପୂର୍ବତଟ ରେଳବାଇ ପକ୍ଷରୁ ସମୁଦାୟ 141ଟି ଟ୍ରେନ୍‌ ଚଳାଚଳ ବାତିଲ କରାଯାଇଥିବା ବେଳେ ତନ୍ମଧ୍ୟରେ 48ଟି ଏକ୍ସପ୍ରେସ୍‌ ଟ୍ରେନ୍‌ ଏବଂ 93ଟି ସାଧାରଣ ପାସେଞ୍ଜର ଟ୍ରେନ୍‌ ରହିଛି ।

Related posts