Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଦେଶରେ ୨୪ ଘଣ୍ଟାରେ ୭୦୭ କରୋନା ଆକ୍ରାନ୍ତ, ଜେଏନ-୧ ଭାରିଆଣ୍ଟର ୯ ରୋଗୀ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରବିବାର ୫୦ଟି ନୂଆ ମାମଲା ସାମ୍ନାକୁ ଆସିଛି, ଯେଉଁଥିରୁ ୯ ଟି ମାମଲା ଜେଏନ-୧ ଭାରିଆଣ୍ଟର ରହିଛି। କରୋନା ସଂକ୍ରମଣ ଆରମ୍ଭ ହେବା ପରଠାରୁ ରାଜ୍ୟରେ ୮୧ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରବିବାର କେରଳରେ କରୋନାରେ ଆଉ ଏକ ମୃତ୍ୟୁ ଘଟିଛି।

ଗତ ୪ ଦିନରେ ରାଜ୍ୟରେ ୭ ଜଣଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ରାେରଳୟର ସୂଚନା ଅନୁଯାୟୀ କେରଳରେ କୋରୋନାର ସବୁଠାରୁ ଅଧିକ ସକ୍ରିୟ ମାମଲା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୪୨୫ ନୂଆ ମାମଲା ସାମ୍ନାକୁ ଆସିଛି।

ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୭୦୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୭୯୨କୁ ବୃଦ୍ଧି ପାଇଛି। ଗତ ୨୪ ଘଂଟାରେ ୩୩୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । କେରଳରେ ୨୯୬ ଜଣ ସୁସ୍ଥ ହୋଇଛନ୍ତି।

କେରଳ ପରେ କର୍ଣ୍ଣାଟକରେ କରୋନାର ପ୍ରଭାବ ସବୁଠାରୁ ଅଧିକ ଦେଖିବାକୁ ମିଳୁଛି। ଗତ ୨୪ ଘଣ୍ଟାମଧ୍ୟରେ ୧୦୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮ ଜଣ ସୁସ୍ଥ ହୋଇଛନ୍ତି। କର୍ଣ୍ଣାଟକରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୧କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଅମୃତସରରେ ଲଣ୍ଡନର ଜଣେ ୬୦ ବର୍ଷୀୟା ମହିଳା କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

କାହିଁକି ବଢୁଛି କେରଳରେ ବଢ଼ୁଛି ସଂକ୍ରମଣ ?

କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଶୁକ୍ରବାର, ଡିସେମ୍ବର ୨୨ରେ କହିଥିଲେ ଯେ ନଭେମ୍ବର ମାସରୁ ରାଜ୍ୟରେ କୋଭିଡ୍ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟ ରାଜ୍ୟ ତୁଳନାରେ ଏଠାରେ ଅଧିକ ଟେଷ୍ଟିଂ କରାଯାଉଥିବାରୁ ଏଭଳି ହେଉଛି। କରୋନାର ନୂଆ ଭାରିଆଣ୍ଟ ଜେଏନ-୧ ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି।

ଡବ୍ଲ୍ୟୁଏଚଓ ଦାବି କରିଛି – ୧ ମାସରେ ବିଶ୍ୱରେ ୫୨% ମାମଲା ବୃଦ୍ଧି ପାଇଛି
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଅନୁଯାୟୀ, ଗତ ଏକ ମାସ ମଧ୍ୟରେ ସମଗ୍ର ବିଶ୍ୱରେ କୋରୋନା ମାମଲାରେ ୫୨% ବୃଦ୍ଧି ଘଟିଛି। ନଭେମ୍ବର ୧୯ରୁ ଡିସେମ୍ବର ୧୭ ମଧ୍ୟରେ ୮,୫୦,୦୦୦ ମାମଲା ସାମ୍ନାକୁ ଆସିଛି ଏବଂ ୩,୦୦୦ ମୃତ୍ୟୁ ଘଟିଛି। ତେବେ ଏହି ଏକ ମାସ ମଧ୍ୟରେ ମୃତ୍ୟୁ ହାର ୮% ହ୍ରାସ ପାଇଛି। ଅର୍ଥାତ୍ ଗତ ମାସରେ ୮% ଅଧିକ ଲୋକ କରୋନାରେ ପ୍ରାଣ ହରାଇଥିଲେ।

୪୧ଟି ଦେଶରେ ବ୍ୟାପିଛି ଜେଏନ-୧ ଭାରିଆଣ୍ଟ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଅନୁଯାୟୀ, କରୋନାର ନୂଆ ଜେଏନ-୧ ଭାରିଏଣ୍ଟ ବର୍ତ୍ତମାନ ସୁଦ୍ଧା ୪୧ଟି ଦେଶକୁ ବ୍ୟାପିସାରିଛି। ଫ୍ରାନ୍ସ, ଆମେରିକା, ବ୍ରିଟେନ, ସିଙ୍ଗାପୁର, କାନାଡା ଏବଂ ସ୍ୱିଡେନରେ ସର୍ବାଧିକ ଜେଏନ-୧ ମାମଲା ରହିଛି। ଭାରତରେ ଡିସେମ୍ବର ୨୨ ତାରିଖ ସୁଦ୍ଧା ୨୩ଟି ନୂଆ ଭାରିଏଣ୍ଟ ମାମଲା ସାମ୍ନାକୁ ଆସିଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସମସ୍ତ ମାମଲାରେ ସାମାନ୍ୟ ଲକ୍ଷଣ ରହିଛି।

ଡବ୍ଲ୍ୟୁଏଚଓ ଜେଏନ-୧କୁ ‘ଭାରିଏଣ୍ଟ୍ ଅଫ୍ ଇଣ୍ଟରେଷ୍ଟ’ରେ ଅନ୍ତର୍ଭୁକ୍ତ କରିଛି। ଡବ୍ଲୁଏଚଓ କହିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ଳେଷଣରେ କୁହାଯାଇଛି ଯେ ବର୍ତ୍ତମାନର ଟିକା ଜେଏନ-୧ ଭାରିଆଣ୍ଟ ଉପରେ ସମ୍ପୂର୍ଣ୍ଣ ପ୍ରଭାବଶାଳୀ। ଏହା ଲୋକଙ୍କ ପାଇଁ ବିଶେଷ ବିପଦ ସୃଷ୍ଟି କରେ ନାହିଁ।

ତେବେ ସତର୍କତା ମୂଳକ ପଦକ୍ଷେପସ୍ୱରୂପ ଡବ୍ଲୁଏଚଓ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି। ଜନଗହଳିପୂର୍ଣ୍ଣ, ବନ୍ଦ କିମ୍ବା ପ୍ରଦୂଷିତ ବାୟୁ ଅଞ୍ଚଳରେ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ଆବଶ୍ୟକ ଦୂରତା ଅବଲମ୍ବନ କରିବାକୁ କୁହାଯାଇଛି।

କେନ୍ଦ୍ରର ନିର୍ଦ୍ଦେଶ- ସବୁ ଜିଲ୍ଲାରେ ପରୀକ୍ଷା ହେବା ଦରକାର

ନୂଆ ଭାରିଆଣ୍ଟକୁ ନେଇ ଡିସେମ୍ବର ୧୮ରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଆଡଭାଇଜରି ଜାରି କରିଛନ୍ତି । ଏଥିରେ ସମସ୍ତ ରାଜ୍ୟକୁ ଅଧିକରୁ ଅଧିକ କୋଭିଡ ପରୀକ୍ଷା କରିବାକୁ କୁହାଯାଇଛି । ଜିନୋମ ସିକ୍ୱେନ୍ସିଂ ପାଇଁ ପଜିଟିଭ ନମୁନା ପରୀକ୍ଷାଗାରକୁ ପଠାଇବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି ।

କେନ୍ଦ୍ରର ନିର୍ଦ୍ଦେଶ ଅନୁଯାୟୀ ତୁରନ୍ତ କଟକଣା ଲାଗୁ କରି ସୀମାରେ (କେରଳ, ତାମିଲନାଡୁ ରାଜ୍ୟ) ଆତଙ୍କିତ ହେବା କିମ୍ବା ତଦାରଖ ବଢ଼ାଇବାର ଆବଶ୍ୟକତା ନାହିଁ । ତେବେ କେରଳ ଓ ତାମିଲନାଡୁ ସୀମାରେ ଥିବା ସମସ୍ତ ସୀମାନ୍ତ ଜିଲ୍ଲାରେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଳନ ସମୟରେ ଲୋକଙ୍କୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଭାରତକୁ ଜେଏନ-୧ ଭାରିଏଣ୍ଟ କେଉଁଠୁ ଆସିଲା ?

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)ର ମହାନିର୍ଦ୍ଦେଶକ ଡାକ୍ତର ରାଜୀବ ବହଲଙ୍କ କହିବାନୁଯାୟୀ, ଡିସେମ୍ବର ୮ ତାରିଖରେ କେରଳର ତିରୁବନନ୍ତପୁରମରେ ପ୍ରଥମ ଜେଏନ-୧ ଭାରିଆଣ୍ଟ ଚିହ୍ନଟ ହୋଇଥିଲା। ଜଣେ ୭୯ ବର୍ଷୀୟା ମହିଳାଙ୍କ ରିପୋର୍ଟ ପଜିଟିଭ ଆସିଥିଲେ। ମହିଳାଙ୍କଠାରେ ଇନଫ୍ଲୁଏଞ୍ଜା ଭଳି ରୋଗର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଥିଲା। ତେବେ ପରେ ସେ ସୁସ୍ଥ ହୋଇଯାଇଥିଲେ।

ୟୁରୋପୀୟ ଦେଶ ଲକ୍ସେମବର୍ଗରେ ପ୍ରଥମେ କୋଭିଡ ସବ୍ ଭାରିଆଣ୍ଟ ଜେଏନ-୧ ଚିହ୍ନଟ ହୋଇଥିଲା। ଏଠାରୁ ଏହା ସବୁ ଦେଶରେ ବ୍ୟାପିବାକୁ ଲାଗିଲା। ଏହି ସବ୍ ଭାରିଆଣ୍ଟ ପିରୋଲୋ ଭାରିଆଣ୍ଟ (ବିଏ.୨.୮୬) ସହ ଜଡ଼ିତ। ଏହା ମଣିଷ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବିରୋଧରେ ବିପଜ୍ଜନକ ବୋଲି କୁହାଯାଉଛି। ଏହି କାରଣରୁ ନୂଆ ସବ୍ ଭାରିଆଣ୍ଟକୁ ନେଇ ସତର୍କ ସୂଚନା ଜାରି କରାଯାଇଛି।

ଡିସେମ୍ବର ୮ରେ ଆମେରିକାରେ ଜେଏନ-୧ର ପ୍ରଥମ ରୋଗୀ ଚିହ୍ନଟ ହୋଇଥିଲେ
ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର (ସିଡିସି) କହିଛି ଯେ ଡିସେମ୍ବର ୮ ସୁଦ୍ଧା ଆମେରିକାରେ ଆନୁମାନିକ ୧୫% ରୁ ୨୯% କୋଭିଡ୍ ମାମଲା ରେ ସବଭାରିଏଣ୍ଟ ଜେଏନ-୧ ରହିଛି। ସେପ୍ଟେମ୍ବରମାସରେ ପ୍ରଥମ ଜେଏନ-୧ ରୋଗୀ ଆସିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସ୍ବାସ୍ଥ୍ୟ ବିଭାଗର ସୂଚନା, କରୋନା ନେଇ କିଛି ଭୟଭୀତ ହେବାର ନାହିଁ

ଭୁବନେଶ୍ୱର: ପୁଣି ଥରେ କରୋନା ଫେରୁଛି। ଏହି ଖବର ଚାରିଆଡେ ପ୍ରସାର ହେବା ପରେ ସମସ୍ତେ ଭୟଭୀତ ହୋଇପଡିଛନ୍ତି। ସେଦିନର କରୋନାର ସ୍ଥିତି ଅନେକ ମନେ ପକାଇ ଆତଙ୍କିତ ହୋଇପଡୁଛନ୍ତି। ହେଲେ ବର୍ତ୍ତମାନର ଯାହା ସ୍ଥିତି ଏଥିରେ କିଛି ଆତଙ୍କିତ ହେବାର ନାହିଁ। ଏହିପରି ସୂଚନା ଦେଇଛି ଓଡିଶା ସ୍ବାସ୍ଥ୍ୟ ବିଭାଗ।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ଏହି ଭାରିଏଣ୍ଟଟି ଦୁଇ ବର୍ଷ ହେଲାଣି ଅଛି। ଯେହେତୁ ଏହା ଚାଇନାରେ ବଢୁଛି ତେଣୁ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି। ଯଦିଓ ଏହାର ସଂକ୍ରମଣ କ୍ଷମତା ଅଧିକ ଅଛି । କିନ୍ତୁ ଏହାର ଲୋକଙ୍କୁ ବେଶୀ କ୍ଷତି କରିପାରିବ ନାହିଁ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଗତ ୪ଟି ଲହର ପାଇଁ ଆମର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଅଛି। ତେଣୁ ଏହା ଅଧିକ ସଂକ୍ରମିତ କରିପାରିବ ନାହିଁ। ୩ ମାସରୁ ଅଧିକ ହେଲାଣି ରାଜ୍ୟରେ ପଜିଟିଭ ସଂଖ୍ୟା ବଢ଼ିନାହିଁ। ହସ୍ପିଟାଲ୍‌ରେ ରୋଗୀ ଅଧିକ ମଧ୍ୟ ନାହିଁନ୍ତି । ଆଗକୁ ଯଦି ସଂକ୍ରମଣ ଆସେ ତେବେ ତାହାକୁ ମୁକାବିଲା କରିବାକୁ ଓଡିଶା ପ୍ରସ୍ତୁତ ଅଛି।

ବର୍ତ୍ତମାନ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ମଜଭୁତ ଅଛି। ବର୍ତ୍ତମାନ ରାଜ୍ୟରେ କରୋନା ରୋଗୀ କେଉଁଠାରେ ହେଲେ ନାହାଁନ୍ତି। ତଥାପି ବିଭିନ୍ନ ହସପିଟାଲରେ ବେଡ଼ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦରକାର ପଡ଼ିଲେ ବେଡ଼ ସଂଖ୍ୟା ବୃଦ୍ଧି କରାଯିବ।  ତେବେ ଓଡିଶାରେ କରୋନା ପରୀକ୍ଷାକୁ ଜୋରଦାର କରାଯିବ। ଯାହା ଦେହରେ ଲକ୍ଷଣ ଅଛି ତୁରନ୍ତ ଟେଷ୍ଟ କରାନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆସୁଛି କୋଭିଡ୍‌-୧୯ : ଜିଲ୍ଲା ହସପିଟାଲରେ ବେଡ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: କୋଭିଡ୍‌-୧୯ ପୁଣିଥରେ କାୟା ବିସ୍ତାର କରୁଥିବାବେଳେ ଭାରତରେ ସେମିତି ପରିସ୍ଥିତି ଉପୁଜି ନାହିଁ । ରାଜ୍ୟରେ ଏବେ ସୁଦ୍ଧା ଏହାର ବିଶେଷ କିଛି ପ୍ରଭାବ ନାହିଁ । ତେବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୋଭିଡ୍‌-୧୯ ମହାମାରୀ ସଂପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ସମୀକ୍ଷା ବୈଠକରେ ସର୍ଭେଲାନ୍ସ ଓ ଟେଷ୍ଟିଂ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ବର୍ତ୍ତମାନ ରାଜ୍ୟରେ ପ୍ରଚଳିତ ବ୍ୟବସ୍ଥାର ପରିସର ବ୍ୟାପକ ଥିବା ବେଳେ ଏବେ ଆଇସିଏମ୍‌ଆର୍‌ର ମାର୍ଗଦର୍ଶନ ଉପରେ ପର୍ଯ୍ୟବେଶିତ ହେବ । ସେହିପରି ବିମାନ ବନ୍ଦର ଓ ସମୁଦ୍ର ବନ୍ଦରଗୁଡ଼ିକରେ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ନିଆଯାଇଛି।

କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ ସମୟରେ ଜାରି କରାଯାଇଥିବା ମାର୍ଗଦର୍ଶିକା ଲାଗୁ କରାଯିବ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପକ୍ଷରୁ ଏ ସଂପର୍କରେ ବିମାନ ବନ୍ଦର ପ୍ରାଧିକରଣ କର୍ତ୍ତୃପକ୍ଷ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହିତ ସମନ୍ୱୟ ରକ୍ଷା କରି ଏହାକୁ ପରିଚାଳନା କରିବେ ।

ରାଜ୍ୟରେ ଜିନୋମ୍‌ ସିକୁ୍ୟଏନ୍‌ସିଂକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ଭୁବନେଶ୍ୱରର ଆଇଏଲ୍‌ଏସ୍‌ ଓ ଆର୍‌ଏମ୍‌ଆର୍‌ସିଠାରେ ଏହି ସୁବିଧା ଥିବାବେଳେ ଖୁବ୍‌ ଶୀଘ୍ର ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଏହି ସୁବିଧା ମିଳିପାରିବ । ଅନ୍ୟସବୁ ଜିଲ୍ଲା ମଧ୍ୟ ଭୁବନେଶ୍ୱରର ଆଇଏଲ୍‌ଏସ୍‌ ଓ ଆର୍‌ଏମ୍‌ଆର୍‌ସିକୁ ଜିନୋମ୍‌ ସିକୁ୍ୟଏନ୍‌ସିଂ ପାଇଁ ସାମ୍ପଲ ପଠାଇବେ ।

କୋଭିଡ୍‌-୧୯ ପାଇଁ ପ୍ରସ୍ତୁତି ସ୍ୱରୂପ ପ୍ରଥମ ପର୍ଯ୍ୟାୟରେ ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲ୍‌, ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲ୍‌, ଭିମ୍‌ସାର ବୁର୍ଲାଠାରେ ୨୦ଟି ଲେଖାଏଁ ବେଡ୍‌ ପ୍ରସ୍ତୁତ ରଖିବା ପାଇଁ ନିଷ୍ପତ୍ତି ହୋଇଛି। ଅନ୍ୟସବୁ ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟରେ ୧୦ଟି ଲେଖାଏଁ ଅକ୍ସିଜେନ୍‌ ସୁବିଧା ଥିବା ବେଡ୍‌ ପ୍ରସ୍ତୁତ ରଖାଯିବ।

କୋଭିଡ୍‌-୧୯ ପରିଚାଳନା ପାଇଁ ଭୁବନେଶ୍ୱରର କ୍ୟାପିଟାଲ୍‌ ହସ୍‌ପିଟାଲ୍‌, ରାଉରକେଲାର ଆର୍‌ଜିଏଚ୍‌ ଓ ଅନ୍ୟ ମେଡିକାଲ କଲେଜ ଏବଂ ହସ୍‌ପିଟାଲ୍‌ଗୁଡ଼ିକ ମକ୍‌ଡି୍ରଲ କରିବେ।
ଆଗାମୀ ହକି ବିଶ୍ୱକପ୍‌କୁ ଆଖି ଆଗରେ ରଖି କଟକ, ସୁନ୍ଦରଗଡ଼ (ରାଉରକେଲା) ଓ ଭୁବନେଶ୍ୱର କ୍ୟାପିଟାଲ ହସ୍‌ପିଟାଲ୍‌ କର୍ତ୍ତୃପକ୍ଷ ଆବଶ୍ୟକ ପରିମାଣର ଗାଡ଼ି ଓ ମାନବସମ୍ବଳ ଯୋଗାଇ ଦିଆଯିବ। ରାଉରକେଲା, ଭୁବନେଶ୍ୱର ଓ କଟକଠାରେ ବ୍ୟାପକ ଭାବେ କୋଭିଡ୍‌-୧୯ ପରୀକ୍ଷଣର ବ୍ୟବସ୍ଥା କରାଯିବ।

କୋଭିଡ୍‌-୧୯ ସଂକ୍ରମଣକୁ ଆଖି ଆଗରେ ରଖି ସମସ୍ତେ ସ୍ୱତଃପ୍ରବୃତ ଭାବେ ମାସ୍କ ବ୍ୟବହାର କରିବା, ହାତ ଧୋଇବା, ଲକ୍ଷଣ ଥିଲେ ସଙ୍ଗରୋଧରେ ରହିବା, ପବ୍ଲିକ୍‌ ପ୍ଲେସ୍‌ରେ ଛେପ ନପକେଇବା ଭଳି କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯିବା ଉଚିତ।

ଏହା ସହିତ ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନମାନଙ୍କରେ ‘ଫିଭର କ୍ଲିନିକ୍‌’ ଖୋଲାଯିବା ସହିତ ବାକି ରହି ଯାଇଥିବା ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍‌ ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବ। କୋଭିଡ-୧୯କୁ ଆଖି ଆଗରେ ରହି ରାଜ୍ୟ ଔଷଧ ନିଗମ ପକ୍ଷରୁ ଆବଶ୍ୟକ ପରିମାଣର ଔଷଧ ମହଜୁଦ ଥିବାବେଳେ କୋଭିଡ୍‌ ଟେଷ୍ଟିଂ ପାଇଁ ପର୍ଯ୍ୟାପ୍ତ ପରିମାଣରେ ‘କିଟ୍‌’ ଓ ଅକ୍ସିଜେନ୍‌ ଆଗାମୀ ୩ ମାସ ପାଇଁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜନସଚେତନତା ସୃଷ୍ଟି ପାଇଁ ନିୟମିତ ଭାବେ ସୂଚନା ପ୍ରଦାନ କରାଯିବା ପାଇଁ ଗୁରୁତ୍ୱାରୋପ କରାଯାଇଛି ।

ଏହି ସମୀକ୍ଷା ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଶାଳନୀ ପଣ୍ଡିତ, ଆଇଏଲ୍‌ଏସ୍‌ ଓ ଆର୍‌ଏମ୍‌ଆର୍‌ସିର ପ୍ରତିନିଧି ଏବଂ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ପୁଣି ଫେରିବ ମାସ୍କ ପିନ୍ଧା ନିୟମ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହେବ ଲାଗୁ

ନୂଆଦିଲ୍ଲୀ: ପୁଣି ଥରେ ଦେଶରେ ଲାଗୁ ହେବ ମାସ୍କ ପିନ୍ଧା ନିୟମ। କାରଣ ବର୍ତ୍ତମାନ କରୋନା ଯେପରି ଡରାଇଲାଣ ସେଥିରେ ଏହି ଲାଗୁ କରିବାକୁ ସରକାର ବାଧ୍ୟ ହେବେ। ତେବେ ଗତକାଲି ସ୍ବାସ୍ଥ୍ୟ ବିଭାଗ ବୈଠକରେ ଏହି ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ନିୟମ  ଲାଗୁ କରାଯାଇ ନାହିଁ। ହେଲେ ଖୁବ ଶିଘ୍ର ଏହାକୁ ବାଧ୍ୟତାମୂଳକ କରିବା ପାଇଁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି।

ଗତକାଲି ବୈଠକରେ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ କୋଭିଡ ଉପଯୁକ୍ତ ଆଚରଣ ପାଳନ ବିଶେଷ କରି ଆଗାମୀ ଉତ୍ସବ ଋତୁକୁ ଦୃଷ୍ଟିରେ ରଖି ଜନଗହଳି ପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବାକୁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଅନୁରୋଧ କରିଛନ୍ତି ଯେ ବିଶେଷ ଭାବରେ ସମ୍ବେଦନଶୀଳ ଏବଂ ବୟସ୍କ ବର୍ଗଙ୍କ ପାଇଁ ସତର୍କତାର ଡୋଜ୍‍ ଫଳପ୍ରଦ ହୋଇପାରେ।

ଔଷଧ, ଟିକା ଏବଂ ଡାକ୍ତରଖାନା ଶଯ୍ୟା ସମ୍ବନ୍ଧରେ ପର୍ଯ୍ୟାପ୍ତ ଉପଲବ୍ଧତା ରହିଛି ବୋଲି ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା। ଅତ୍ୟାବଶ୍ୟକ ଔଷଧର ଉପଲବ୍ଧତା ଏବଂ ମୂଲ୍ୟ ଉପରେ ନିୟମିତ ନଜର ରଖିବାକୁ ସେ ପରାମର୍ଶ ଦେଇଛନ୍ତି।

ସମୁଖ ଭାଗରେ ରହି କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସର୍ବଭାରତୀୟ ସ୍ତରରେ ପ୍ରଶଂସିତ କାର୍ଯ୍ୟକୁ ଆଲୋକପାତ କରି ପ୍ରଧାନମନ୍ତ୍ରୀ ସେମାନଙ୍କୁ ସମାନ ନିଃସ୍ୱାର୍ଥପର ତଥା ଉତ୍ସର୍ଗୀକୃତ ଢଙ୍ଗରେ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ।

ବୁ ସ୍ତରରେ କୋଭିଡ ଯନ୍ତ୍ରପାତି, ପ୍ରସ୍ତୁତି ପ୍ରକ୍ରିୟା ଏବଂ ମାନବ ସମ୍ବଳ ଦୃଷ୍ଟିରୁ ଭିତ୍ତିଭୂମିକୁ ଏକ ଉଚ୍ଚ ସ୍ତରରେ ପ୍ରସ୍ତୁତି ନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଅମ୍ଳଜାନ ସିଲିଣ୍ଡର, ପିଏସ୍‍ଏ ପ୍ଲାଣ୍ଟ, ଭେଣ୍ଟିଲେଟର ଏବଂ ମାନବ ସମ୍ବଳ ସମେତ ହସ୍ପିଟାଲ ଭିତ୍ତିଭୂମିର କାର୍ଯ୍ୟ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ କୋଭିଡ ପାଇଁ ଥିବା ବ୍ୟବସ୍ଥାଗୁଡିକର ଅଡିଟ୍ କରିବାକୁ ସେ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି।

ପରୀକ୍ଷା ଏବଂ ଜେନୋମିକ୍ ସିକ୍ୱେନ୍ସିଂ ବଢାଇବାକୁ ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟମାନଙ୍କୁ ଜେନୋମ ସିକ୍ୱେନ୍ସିଂ ପାଇଁ ର୍ନିଦ୍ଦିଷ୍ଟ ଆଇଏନଏସଏସିଓଜି ଜେନୋମ ସିକ୍ୱେନ୍ସିଂ ପରୀକ୍ଷାଗାର (ଆଜିଏସଏଲଏସ) ସହିତ ଅଧିକ ସଂଖ୍ୟକ ନମୂନା ପଠାଇବାକୁ କୁହାଯାଇଛି। ଏହା ସଠିକ୍ ସମୟରେ ଏହି ନୂତନ ପ୍ରଜାତିକୁ ଚିହ୍ନଟ କରିପାରିବ, ଯଦି ଏହା ଥାଏ, ତେବେ ଆବଶ୍ୟକ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବା ସହଜ ହେବ।

Categories
ଆଜିର ଖବର ରାଜ୍ୟ ଖବର

ଡି.ଏ.ଭି କଳିଙ୍ଗ ନଗରଠାରେ ତ୍ରିସ୍ତରୀୟ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଦୀର୍ଘ ଦୁଇବର୍ଷରୁ ଊର୍ଦ୍ଧ୍ୱ ସମୟଧରି କରୋନାକୋପରେ ଅସ୍ତବ୍ୟସ୍ତ ଜନଜୀବନ ଧୀରେ ଧୀରେ ସ୍ୱଭାବିକ ହୋଇଆସୁଥିବା ସମୟରେ ସବୁଠାରୁ ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ବ୍ୟବସ୍ଥାରେ ଆଉ କିଛି ବାଧା ନ ଉପୁଜିବା ଲକ୍ଷ୍ୟ ନେଇ ଡି.ଏ.ଭି କଳିଙ୍ଗ ନଗରଠାରେ ଏକ ତ୍ରିସ୍ତରୀୟ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।

ଆଜାଦି କା ଅମୃତମହୋତ୍ସବ ଅବସରରେ ସମସ୍ତଙ୍କୁ ଟୀକାକରଣ ଅଭିଯାନରେ ସାମିଲ ହୋଇ ବିଦ୍ୟାଳୟ ତରଫରୁ ପ୍ରଥମ ପର୍ଯ୍ୟାୟରେ ୧୨ ରୁ ୧୪ ବର୍ଷ ଛାତ୍ରଛାତ୍ରୀଙ୍କୁ ପ୍ରଥମ ଡୋଜ୍‌, ଦ୍ୱିତୀୟ ପର୍ଯ୍ୟାୟରେ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ତଥା ସେମାନଙ୍କ ପରିବାରବର୍ଗଙ୍କ ପାଇଁ ବୁଷ୍ଟର ଡୋଜ୍ ଓ ୧୫ ରୁ ୧୮ ବର୍ଷ ଛାତ୍ରଛାତ୍ରୀମାନଙ୍କ ପାଇଁ ଦ୍ୱିତୀୟ ଡୋଜ ତଥା ତୃତୀୟ ଏବଂ ଶେଷ ପର୍ଯ୍ୟାୟରେ ୧୨ ରୁ ୧୪ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଦ୍ୱିତୀୟ ଡୋଜ ଆୟୋଜନ କରାଯାଇ ୩୫୦ରୁ ଊର୍ଦ୍ଧ୍ୱ ଟୀକାକରଣ କରାଯାଇଥିଲା।

ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶ କ୍ରମେ ଜାତୀୟ ହେଲ୍‌ଥ ମିଶନ ଆନୁକୁଲ୍ୟରେ ଟି.ସି.ଆଇ ଫାଉଣ୍ଡଡେସନ୍ ଓ ଘାଟିକିଆ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମିଳିତ ସହଯୋଗରେ ଏହି ତିନି ପର୍ଯାୟ ଟୀକାକରଣ ସୂଚାରୁରୂପେ ସମ୍ପାଦିତ ହୋଇଥିଲା। ଡ. ଶୁଭଲକ୍ଷ୍ମୀ ବଳ ଓ ଡ. ଅରମାନ ନସିମ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଟୀକାକରଣ କାର୍ଯ୍ୟକ୍ରମରେ ପ୍ରଦୀପ କୁମାର ନାୟକ, ସ୍ମୃତିଲିପି ପଣ୍ଡା ଓ ତେଜସ୍ମିତା ନାୟକ ସହଯୋଗ କରିଥିଲେ।

ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଏହି ମହତ କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କୁ କୃତଜ୍ଞତା ପ୍ରଦାନ କରିଥିବା ବେଳେ ବିଦ୍ୟାଳୟ ପରିଚାଳନା ସମିତି ଦ୍ୱାରା ଗଠିତ କୋଭିଡ୍ ମନିଟରିଙ୍ଗ୍ ଟିମ୍‌ଦ୍ୱାରା କାର୍ଯ୍ୟକ୍ରମର ସଫଳ ପରିଚାଳନା କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାର ଜଣେ ମନ୍ତ୍ରୀଙ୍କୁ ହେଲା କରୋନା, ତାଙ୍କ ସଂପର୍କିତଙ୍କୁ ପରୀକ୍ଷା ପାଇଁ କଲେ ଅପିଲ

ଭୁବନେଶ୍ବର: ପୁଣି ଥରେ କରୋନା ଉପର ମୁହାଁ ହୋଇଛି। ଧିରେଧିରେ ଏହାର କାୟା ବିସ୍ତାର କରିବାରେ ଲାଗିଛି। ଏହା ଭିତରେ ବର୍ତ୍ତମାନ ରାଜ୍ୟର ଜଣେ ମନ୍ତ୍ରୀ କରୋନା ଆକ୍ରାନ୍ତ ହୋଇପଡିଛନ୍ତି। ସେ ହେଉଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ। ମନ୍ତ୍ରୀ ଏ ନେଇ ଟୁଇଟ କରି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ମୁଁ କରୋନା ଆକ୍ରାନ୍ତ ହୋଇଛି। ବର୍ତ୍ତମାନ ହୋମ ଆଇସୋଲେସନରେ ରହିଛି। ଗତ ଦୁଇଦିନ ଭିତରେ ମୋ ସହିତ ଯେଉଁମାନ ସଂପର୍କରେ ଆସିଛନ୍ତି ସେମାନେ କରୋନା ପରୀକ୍ଷା କରାଇ ନିଅନ୍ତୁ। ଏହି ଖବର ପ୍ରକାଶ ପାଇବା ପରେ ତାଙ୍କର ଶୁଭେଚ୍ଛୁମାନେ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆଜି ରାଜ୍ୟରେ ୧୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ବର: ଧିରେ ଧିରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁମାତ୍ରାରେ ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୯ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେଥିମଧ୍ୟରୁ ୬ ଜଣ ଶିଶୁ ମଧ୍ୟ ସଂକ୍ରମିତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବର ୧, କଟକରୁ ୨, ଗଜପତିରୁ ୫, ଖୋର୍ଦ୍ଧାରୁ ୪, ନୂଆପଡାରୁ ୬, ସମ୍ବଲପୁରରୁ ୧ ଓ ଷ୍ଟେଟପୁଲରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୮ ହଜାର ୨୭୨ରେ ପହଞ୍ଚିଛି ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ବର୍ତ୍ତମାନ ରାଜ୍ୟରେ ମୋଟ ୧୨୧ ସକ୍ରିୟ ମାମଲା ରହିଛି । ନୂଆ ୩୩ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ ୧୨ ଲକ୍ଷ ୭୮ ହଜାର ୯୭୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Categories
ଜାତୀୟ ଖବର ବିଶେଷ ଖବର

ସଂକ୍ରାମଣ ହ୍ରାସ ପାଉଥିବାରୁ କୋଭିଡ କଟକଣା କୋହଳ କରିବାକୁ ରାଜ୍ୟକୁ କେନ୍ଦ୍ରର ଚିଠି

ନୂଆଦିଲ୍ଲୀ: ନୂଆ କରୋନା ସଂକ୍ରାମଣ ହ୍ରାସକୁ ଦୃଷ୍ଟିରେ ରଖି କୋଭିଡ କଟକଣାରେ କୋହଳ କରିବାକୁ ରାଜ୍ୟଗୁଡିକ କେନ୍ଦ୍ର ସରକାର ଚିଠି ଲେଖି ଜଣାଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହି ପ୍ରସଙ୍ଗରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟ ପ୍ରଶାସକଙ୍କୁ ଏକ ଚିଠି ଲେଖିଛନ୍ତି।

ସେ କହିଛନ୍ତି, ଗତ ମାସର 21 ତାରିଖରୁ ଦେଶରେ କୋଭିଡ -19 ମହାମାରୀ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି | ଗତ ସପ୍ତାହରେ ହାରାହାରି ଦୈନିକ ମାମଲା 50 ହଜାର 476 ଥିଲା ଏବଂ ଗତ 24 ଘଣ୍ଟା ମଧ୍ୟରେ 27 ହଜାର 409 ଟି ନୂତନ ମାମଲା ରିପୋର୍ଟ ହୋଇଛି।

ଶ୍ରୀ ଭୂଷଣ କହିଛନ୍ତି ଯେ ଉଚ୍ଚ କୋଭିଡ କେସ୍ ବୃଦ୍ଧିକୁ ଦୃଷ୍ଟିରେ ରଖି କିଛି ରାଜ୍ୟ ସେମାନଙ୍କ ସୀମା ତଥା ବିମାନବନ୍ଦରରେ ଅତିରିକ୍ତ ପ୍ରତିବନ୍ଧକ ଲଗାଇଛନ୍ତି। ସେ କହିଛନ୍ତି ଯେ, Covid- 19 ର ଜନସ୍ୱାସ୍ଥ୍ୟ ଚ୍ୟାଲେଞ୍ଜକୁ ଫଳପ୍ରଦ ଭାବରେ ପରିଚାଳନା କରିବା ଉଚିତ। ହେଲେ ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ଅତିରିକ୍ତ ପ୍ରତିବନ୍ଧକ ଦ୍ବାରା ଲୋକଙ୍କ ଗତିବିଧି ତଥା ଅର୍ଥନୈତିକ କାର୍ଯ୍ୟକଳାପ ବାଧାପ୍ରାପ୍ତ ହେବ ଉଚିତ ନୁହେଁ।

ଶ୍ରୀ ଭୂଷଣ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଦୈନ୍ଦିନ ମାମଲାର ଗତିବିଧି ତଥା ସଂକ୍ରମଣର ପ୍ରସାର ଉପରେ ନଜର ରଖିବାକୁ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର

କଲବଲ କଲାଣି କରୋନା ଭାଇରସ୍, ବିଭିନ୍ନ ରାଜ୍ୟରେ ପୁଣି ଫେରିଲା ନାଇଟ ଓ ସପ୍ତାହନ୍ତ କର୍ଫ୍ୟୁ

ନୂଆଦିଲ୍ଲୀ:  ବର୍ତ୍ତମାନ ଦେଶରେ କରୋନା ସଂକ୍ରାମଣ ବଢିବାକୁ ଲାଗିଲାଣି। ଫଳରେ କେନ୍ଦ୍ର ତଥା ବିଭିନ୍ନ ରାଜ୍ୟ ସରକାରଙ୍କ ମୁଣ୍ଡ ବିନ୍ଧା ଆରମ୍ଭ ହେଲାଣି। ବର୍ତ୍ତମାନ ସଂକ୍ରାଣକୁ ରୋକିବା ପାଇଁ ବିଭିନ୍ନ ରାଜ୍ୟରେ ସେହି ପୂର୍ବ ପରି ନାଇଟ କର୍ଫ୍ୟୁ ଏବଂ ସପ୍ତାହନ୍ତ କର୍ଫ୍ୟୁ ଲାଗୁ କଲେଣି। କାରଣ ଏବେଠାରୁ ସଜାଗ ନ ହେଲେ ପରବର୍ତ୍ତି ସମୟରେ ପରିସ୍ଥିତି ଅସମ୍ଭାଳ ହୋଇପଡିବ।

ଦିଲ୍ଲୀରେ ବଢୁଥିବା କୋଭିଡ ରୋଗୀଙ୍କୁ ଦୃଷ୍ଟିରେ ରଖି ସପ୍ତାହନ୍ତ ଶନିବାର ଏବଂ ରବିବାର ପାଇଁ କର୍ଫ୍ୟୁ ଲାଗୁ କରିବା ପାଇଁ ବ୍ୟବସ୍ଥା ହୋଇଛି। ସେହିପରି ବେସରକାରୀ କାର୍ଯ୍ୟାଳୟରେ 50 ପ୍ରତିଶତ କ୍ଷମତା ସହିତ କାର୍ଯ୍ୟ କରୁଥିବା ବେଳେ ଅତ୍ୟାବଶ୍ୟକ ସେବା ବ୍ୟତୀତ ଦିଲ୍ଲୀର ସରକାରୀ କର୍ମଚାରୀମାନେ ଘରୁ କାମ କରିବେ ବୋଲି କୁହାଯାଇଛି। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ କହିଛନ୍ତି ଯେ ଭିଡ଼କୁ ଏଡାଇବା ପାଇଁ ମେଟ୍ରୋ ଏବଂ ବସ୍ ପୁନର୍ବାର ପୂର୍ଣ୍ଣ କ୍ଷମତାରେ ଚାଲିବ।

ସେହିପରି ନାଇଟ କର୍ଫ୍ୟୁ ଲାଗୁ କରିବାକୁ ପଞ୍ଜାବ ସରକାର ନିଷ୍ପତ୍ତି ନେଇଛନ୍ତି। ରାତି 10 ଟାରୁ ସକାଳ 5 ଟା ପର୍ଯ୍ୟନ୍ତ କର୍ଫ୍ୟୁ କାର୍ଯ୍ୟକାରୀ ହେବ। ଏହି କଟକଣା ଜାନୁଆରୀ 15 ପର୍ଯ୍ୟନ୍ତ ବଳବତ୍ତର ରହିବ। ହେଲେ ଏହି ଅବଧି ମଧ୍ୟରେ ଜରୁରୀ ସେବା ଜାରି ରହିବ। ବାର୍, ସିନେମା ହଲ୍, ମଲ୍, ରେଷ୍ଟୁରାଣ୍ଟ ଏବଂ ସ୍ପା 50% କ୍ଷମତା ସହିତ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସ୍ଥାନଗୁଡିକରେ ସମସ୍ତ କର୍ମଚାରୀଙ୍କ ସମ୍ପୂର୍ଣ୍ଣ ଟୀକାକରଣ ନିଶ୍ଚିତ କରିବେ। ସେହିପରି ଜିମ୍, ବିଦ୍ୟାଳୟ ଏବଂ କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଘୋଷଣା ହୋଇଛି।

ରାଜ୍ୟରେ କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଉତ୍ତରପ୍ରଦେଶ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବିଦ୍ୟାଳୟ ଜାନୁଆରୀ 14 ପର୍ଯ୍ୟନ୍ତ ବନ୍ଦ ରହିବ। ରାତିର କର୍ଫ୍ୟୁ ଆଉ ଦୁଇ ଘଣ୍ଟା ପାଇଁ ବୃଦ୍ଧି କରାଯାଇଛି | ଆସନ୍ତାକାଲି ଠାରୁ ଏହି ନୂତନ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ ହେବ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଥିବା କୋଭିଡ ସଂକ୍ରମଣକୁ ନେଇ ବିଭିନ୍ନ ପଦକ୍ଷେପ ଘୋଷଣା କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 942 ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଯାହାକି ନିକଟ ଅତୀତରେ ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ କୋଭିଡ ପୀଡିତଙ୍କ ସଂଖ୍ୟା। ରାଜ୍ୟରେ କୋଭିଡ୍ ଓମିକ୍ରନ୍ ଭାରିଆଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି 23।

ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ରାଜ୍ୟରେ ରାତି 10 ଟାରୁ ସକାଳ 6 ଟା ପର୍ଯ୍ୟନ୍ତ କୋଭିଡ କର୍ଫ୍ୟୁ କାର୍ଯ୍ୟକାରୀ ହେବ। ଯେଉଁ ଜିଲ୍ଲାରେ କୋଭିଡ ରୋଗୀଙ୍କ ସଂଖ୍ୟା 1000 ରୁ ଅଧିକ ହେବ ସେ ନେଇ କଡା ନିର୍ଦ୍ଦେଶନାମା ଜାରି କରାଯାଇଛି। ତେବେ ଏ ପର୍ଯ୍ୟନ୍ତ କୌଣସି ଜିଲ୍ଲାରେ 1000 ରୁ ଅଧିକ କୋଭିଡ ରୋଗୀ ଚିହ୍ନଟ ହୋଇ ନାହାଁନ୍ତି।

ଏହି ଜିଲ୍ଲାମାନଙ୍କରେ ବର୍ତ୍ତମାନ କେବଳ 100 ଲୋକ ବିବାହ କିମ୍ବା ଅନ୍ୟାନ୍ୟ ସମାରୋହରେ ଯୋଗ ଦେଇ ପାରିବେ ବୋଲି କୁହାଯାଇଛି।| ଏହିପରି ଜିଲ୍ଲାମାନଙ୍କରେ ସମସ୍ତ ଜିମ୍, ସ୍ପା, ଧାର୍ମିକ ସ୍ଥାନ ଏବଂ ରେଷ୍ଟୁରାଣ୍ଟରେ ଲୋକଙ୍କର 50 ପ୍ରତିଶତ କ୍ଷମତାରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବିହାରରେ ରାତି 10 ଟାରୁ 5 ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ କରାଯିବ। ଆସନ୍ତାକାଲି ଠାରୁ ଏହି କର୍ଫ୍ୟୁ ଆରମ୍ଭ ହେବ ଏବଂ ଜାନୁୟାରୀ 21 ପର୍ଯ୍ୟନ୍ତ ବଳବତ୍ତର ରହିବ। ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ଜିମ୍, ପାର୍କ, ମଲ୍, ଧାର୍ମିକ ସ୍ଥାନ, ସିନେମା ହଲ୍, ସୁଇମିଂ ପୁଲ୍ ଏବଂ ଷ୍ଟାଡିୟମ୍ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ। ସମସ୍ତ ଦୋକାନ ଏବଂ ବ୍ୟବସାୟ ପ୍ରତିଷ୍ଠାନ ରାତି 8 ଟା ପର୍ଯ୍ୟନ୍ତ ଖୋଲା ରହିବ। ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ଜାନୁୟାରୀ 21 ପର୍ଯ୍ୟନ୍ତ ବନ୍ଦ ରହିବ। ନବମ ରୁ ଦ୍ବାଦଶ ଶ୍ରେଣୀଗୁଡିକ ପଚାଶ ପ୍ରତିଶତ କ୍ଷମତା ସହିତ ଚାଲିବ ବୋଲି କୁହାଯାଇଛି।

କରୋନା ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ଛତିଶଗଡ ସରକାର ନୂତନ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ, ଚାରି ପ୍ରତିଶତ ଏବଂ ତଦୁର୍ଦ୍ଧ୍ୱ ସଂକ୍ରମଣ ଥିବା ଜିଲ୍ଲାମାନଙ୍କରେ ରାତି 10 ଟାରୁ 6 ଟା ପର୍ଯ୍ୟନ୍ତ ବ୍ୟବସାୟିକ କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଯିବ।

ଛତିଶଗଡର ଯେଉଁଠାରେ କୋଭିଡ ପଜିଟିଭିଟି ହାର 4 ପ୍ରତିଶତରୁ ଅଧିକ ଅଛି ସେଠାରେ 144 ଧାରା ଲାଗୁ କରାଯାଇଛି। ଏହିପରି ଜିଲ୍ଲାଗୁଡିକର ସମସ୍ତ ବିଦ୍ୟାଳୟ, ଅଙ୍ଗନୱାଡି କେନ୍ଦ୍ର, ଲାଇବ୍ରେରୀ, ସୁଇମିଂ ପୁଲ୍ ଏବଂ ଧର୍ମ ସ୍ଥାନ ବନ୍ଦ ରହିଛି। ଏହା ବ୍ୟତୀତ ରାଜ୍ୟର ସମସ୍ତ ଜିଲ୍ଲାରେ ଶୋଭାଯାତ୍ରା, ସମାବେଶ ଏବଂ ସଭା ତଥା ସମସ୍ତ ପ୍ରକାରର ଜନସାଧାରଣ କାର୍ଯ୍ୟକ୍ରମ ତଥା ସାଂସ୍କୃତିକ, ଧାର୍ମିକ ତଥା କ୍ରୀଡା ସମ୍ବନ୍ଧୀୟ ଜନସମାଗମ ଉପରେ ମଧ୍ୟ ନିଷେଧାଦେଶ ଦିଆଯାଇଛି।

ଏହି ସମୟରେ ରାଜଧାନୀ ରାୟପୁରର ଆଇଆଇଟି ଭିଲାଇର ରାଇଜ ବାହର କ୍ୟାମ୍ପସରେ 80 ଜଣ ଛାତ୍ର ଓ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏହା ପରେ ସେହି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି

ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ରାତି 9 ଟାରୁ 5 ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ କରାଯାଇଛି। ସପ୍ତମରୁ ନବମ ପର୍ଯ୍ୟନ୍ତ କ୍ଲାସ୍ ଦିନେ ଛଡା ଦିନେ ହେବ।  ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟରେ କ୍ଲାସ୍ ଦୁଇ ସପ୍ତାହ ପର୍ଯ୍ୟନ୍ତ ଛୁଟି ରହିବ। ପୋର୍ଟ ବ୍ଲେୟାରରେ ଫେରି ସେବା ସ୍ଥଗିତ ରହିବ। ଆଣ୍ଡାମାନ ଏବଂ ନିକୋବରରେ ଏପର୍ଯ୍ୟନ୍ତ 74 ଜଣ ଲୋକ ସଂକ୍ରମିତ ହୋଇଛନ୍ତି।

ସେହିପରି ଓଡିଶାରେ ମଧ୍ୟ ରାତ୍ରୀକାଳିନ କର୍ଫ୍ୟୁ ଲାଗୁ କରାଯାଇଛି। ରାତି 10ରୁ ସକାଳ 5ଟା ପର୍ଯ୍ୟନ୍ତ ଏହା ଲାଗୁ କରାଯାଇଛି। ତେବେ ରାଜ୍ୟରେ ଯେପରି କରୋନା ଆକ୍ରାନ୍ତଙ୍କ ସଂଖ୍ୟ ବଢିବାକୁ ଲାଗିଣି ସେଥିରେ ଆଉ କିଛି ବଡ ପଦକ୍ଷେପ ନେବାକୁ ସରକାର ଚିନ୍ତା କରୁଛନ୍ତି। ତେବେ କହିବାକୁ ଗଲେ ସାରା ଭାରତରେ ବର୍ତ୍ତମାନ ପୁଣି ଥରୋ କରୋନା କଲବଲ କରିବା ଆରମ୍ଭ କଲାଣି।

Categories
ଜାତୀୟ ଖବର ବିଶେଷ ଖବର

ଦେଶରେ ହୁହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜିର ରିପୋର୍ଟ କରିଛି ଚକିତ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଗତ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୮,୦୯୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ସଂକ୍ରମଣ ହାର୧୫.୫୪ ପ୍ରତିଶତ ବୃଦ୍ଧି ପାଇଛି। ତଥ୍ୟ ଅନୁସାରେ ବର୍ତ୍ତମାନ ଭାରତର ଆକ୍ଟିଭ୍ କେସ୍ ୨,୧୪,୦୦୪ କୁ ହ୍ରାସ ପାଇଛି।

ସେହିପରି ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୬୧ ପ୍ରତିଶତ ଅଟେ। ସମଗ୍ର ଦେଶରେ ସମୁଦାୟ ୩,୪୩,୨୧,୮୦୩ ଆରୋଗ୍ୟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୧୫,୩୮୯ ରୋଗୀ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହାର ୯୮.୦୧ ପ୍ରତିଶତ କୁ ହ୍ରାସ ପାଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୫୦,୧୮,୩୫୮ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୪୨୧୭୪ ଜଣ।  ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୫୩୪ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୮୨,୫୫୧ କୁ ବୃଦ୍ଧି ପାଇଛି। ସକ୍ରୀୟ ଆକ୍ରାନ୍ତ ୦.୬୧ ପ୍ରତିଶତ, ଆରୋଗ୍ୟ ହୋଇଛନ୍ତି ୯୮.୦୧ ପ୍ରତିଶତ ଏବଂ ମୃତ୍ୟୁ ସଂଖ୍ୟା ୧.୩୮ ପ୍ରତିଶତ ଅଛି।

ସେହିପରି ଟିକାକରଣରେ ଦେଶରେ ମୋଟ ଟିକାକରଣ ୧, ୪୭ କୋଟି  ୭୨ ଲକ୍ଷ ୦୮ ହଜାର ୮୪୬ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୯୬ ଲକ୍ଷ ୪୩ ହାଜର ୨୩୮।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ବରରେ ଆରମ୍ଭ ହେଲା କିଶୋରମାନଙ୍କ ଟୀକାକରଣ, ଜାଣନ୍ତୁ କେଉଁଠି ହୋଇଛି କେନ୍ଦ୍ର

ଭୁବନେଶ୍ବର: ଆଜି ସକାଳୁ ଭୁବନେଶ୍ବରରେ ମଧ୍ୟ କିଶୋରମାନଙ୍କ ଟୀକାକରଣ ଆରମ୍ଭ ହୋଇଛି। ସେଥିପାଇଁ ବିଏମସି ତରଫରୁ ପୂର୍ବରୁ ପ୍ରସ୍ତୁତି କରାଯାଇଛି। ରାଜଧାନୀରେ ବିଏମସି ତରଫରୁ 35ଟି କେନ୍ଦ୍ର କରାଯାଇଛି। ଏହି କେନ୍ଦ୍ରରେ ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ଟିକା କରଣ କରାଯିବ ବୋଲି ନିଷ୍ପତି କରାଯାଇଛି।

ପ୍ରାରମ୍ଭିକ ପର୍ଯ୍ୟାୟରେ ବିଏମସି ଦିନକୁ 70 ହଜାର ଟୀକାକରଣ ସଂପୂର୍ଣ୍ଣ କରିବ ବୋଲି ଟାର୍ଗେଟ ରଖିଛି। ସେଥିପାଇଁ ରାଜଧାନୀରେ ଥିବା ସମସ୍ତ ସରକାରୀ ହସପିଟାଲ ଏବଂ ଡିସପେସନାରୀରେ ଏହି ବ୍ୟବସ୍ଥା କରାଯାଇଛି।

ତେବେ ଏହି ଟୀକାକରଣ ପାଇଁ କୋୱନି ପୋର୍ଟାଲରେ ପଂଜୀକରଣ କରାଯିବା ଆବଶ୍ୟକ। ସେଥିରେ ଭୁବନେଶ୍ବରକୁ କ୍ଲିଲକ କଲେ ଆପଣଙ୍କର କେଉଁ ପାଖ ଅଞ୍ଚଳରେ ଟୀକାକରଣ କରାଯାଉଛି ତାହା ପରିଲକ୍ଷିତ ହେବ।

Categories
ଆଜିର ଖବର ଜାତୀୟ ଖବର

ବୃଦ୍ଧି ପାଇବାରେ ଲାଗିଛି ଦେଶରେ କରୋନା ସଂକ୍ରାମଣ, ଆଜି ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩,୭୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ ମଧ୍ୟ ଦିନକୁ ଦିନ ନୂଆନୂଆ ଆକ୍ରାନ୍ତ ବୃଦ୍ଧି ପାଇବାରେ ଲାଗିଛି।

ବର୍ତ୍ତମାନ ଭାରତର ଆକ୍ଟିଭ୍ କେସ୍ ୧,୪୫,୫୮୨ କୁ ବୃଦ୍ଧି ହୋଇଛି। ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୪୨% ଅଟେ। ସମଗ୍ର ଦେଶରେ ସମୁଦାୟ ୩,୪୨,୯୫,୪୦୭ ଆରୋଗ୍ୟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୧୦,୮୪୬ ରୋଗୀ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହାର ୯୮.୨୦% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୯,୨୨,୮୮୨ କୁ ବୃଦ୍ଧି ପାଇଛି। ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୨୨୭୮୧ ଜଣ। ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୨୩ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୮୧,୮୯୩ କୁ ବୃଦ୍ଧି ପାଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟରେ ବଢିଲା କରୋନା ଆକ୍ରାନ୍ତ ସଂଖ୍ୟା, ଚିହ୍ନଟ ହେଲେ 12 ହଜାର 390 ଜଣ

ଭୁବନେଶ୍ବର, ପୁଣି ଥରେ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସୂଚନା ଓ ଲୋକ ସଂପର୍କ ବିଭାଗର ତଥ୍ୟ ଅନୁସାରେ ଗତକାଲି 12 ହଜାର 390 ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ବାରଣ୍ଟାଇନରୁ 6 ହଜାର 938 ଆକ୍ରାନ୍ତ ଅଛନ୍ତି। ସେହିପରି ସ୍ଥାନୀୟ ସଂକ୍ରାମଣ ସଂଖ୍ୟା ହେଲା  5 ହଜାର 452 ଜଣ। ଗତକାଲିର ରିପୋର୍ଟ ଅନୁସାରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥିଲା 10 ହଜାର 649। ଅର୍ଥାତ ଆଜି ପ୍ରାୟ 17 ଶହ 41 ଜଣ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସାମାନ୍ୟ ହ୍ରାସ ପାଇଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି 8 ହଜାର ପଜେଟିଭ ଚିହ୍ନଟ

ଭୁବନେଶ୍ବର, ଆଜିର ରିପୋର୍ଟ ଅନୁସାରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ହେଲେ ପରିସ୍ଥିତି ପୂର୍ବପରି ଉଦବେଗ ଜନକ ରହିଛି। କାରଣ ଆଜିର ରିପୋର୍ଟ ଅନୁସାରେ ରାଜ୍ୟରୁ 8 ହଜାର 15 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ବାରଣ୍ଟାଇନରୁ 4 ହଜାର 5 ଶହ 68 ରହିଛି। ସେହିପରି ସ୍ଥାନୀୟ ସଂକ୍ରାମଣ ସଂଖ୍ୟା 3 ହଜାର 4 ଶହ 47 ରହିଛି।

ଗତକାଲି ଏହି ସଂଖ୍ୟା 10 ହଜାର ଟପିଯାଇଥିଲା। ଅର୍ଥାତ ସରକାରୀ ରିପୋର୍ଟ ଅନୁସାରେ ଶନିବାର ଦିନ ମୋଟ 10 ହଜାର 413 ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଯାହା ସମସ୍ତଙ୍କୁ ଚମକାଇ ଦେଇଥିଲା। ଏହି ସଂଖ୍ୟା ଗତକାଲିଠାରୁ ଦଦେଢ ହଜାର କମ ରହିଥିଲେ ମଧ୍ୟ ପରିସ୍ଥିତି ଉଦବେଗଜନକ ରହିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କେତେ ଜଣ ପଜେଟିଭ ହେଲେଣି, କେତେ ଆକ୍ରାନ୍ତ ଅଛନ୍ତି

ଭୁବନେଶ୍ବର, ବର୍ତ୍ତମାନ ଓଡିଶାକୁ କରୋନା ଆକ୍ରାନ୍ତ କରିବାର ବର୍ଷେ ଉପରେ ହେଲାଣି। ଏହି ଭିତରେ ପ୍ରକୃତରେ ଓଡିଶାରେ ମୋଟ କେତେ ଆକ୍ରାନ୍ତ ହୋଇଛନ୍ତି। ଏହିପରି ବିଭିନ୍ନ ପ୍ରଶ୍ନ ଲୋକଙ୍କ ମନରେ ଆସିଥାଏ। ତେବେ ସରକାରୀ ସୂଚନା ଅନୁସାରେ ବର୍ତ୍ତମାନ ଓଡିଶାରେ ମୋଟ ପଜେଟିଭ ସଂଖ୍ୟା ହେଲା 4 ଲକ୍ଷ 1 ହଜାର 3 ଶହ 41। ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି 3 ଲକ୍ଷ 56 ହଜାର 3 ଜଣ।

ତେବେ ଏହି ସରକାରୀ ସୂଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 98 ଲକ୍ଷ 34 ହଜାର 4 ଶହ 87 ଜଣଙ୍କର କରୋନା ପରୀକ୍ଷା କରାଯାଇଛି। ବର୍ତ୍ତମାନ ରାଜ୍ୟରେ ମୋଟ 43 ହଜାର 3 ଶହ 4 ଜଣ ଆକ୍ରାନ୍ତ ଅଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କୋଭିଡ ଟିକା ଖୋଲା ବଜାରରେ ଉପଲବ୍ଧ କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: କୋଭିଡ ଟିକା ପ୍ରସଂଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଖୋଲା ବଜାରରେ ଟିକା ଉପଲବ୍ଧ କରାଯାଉ । କାରଣ ଆର୍ଥିକ ସ୍ବଚ୍ଛଳ ବ୍ୟକ୍ତିମାନେ ଟିକା କିଣିବାକୁ ଚାହିଁବେ ସେମାନେ ଖୋଲା ବଜାରରୁ ଟିକା କିଣି ପାରିବେ । ଏହାଦ୍ବାରା ସରକାରୀ ଟିକା ପ୍ରଦାନ କେନ୍ଦ୍ରରେ ଗରିବ ଲୋକମାନେ ଉପକୃତ ହୋଇପାରିବେ।

ଏହି ଚିଠିରେ ନବୀନ ପ୍ରଧାନମନ୍ତ୍ରୀଙ୍କୁ ୪ଟି ପ୍ରସ୍ତାବ ଦେଇଛନ୍ତି । ସେଗୁଡିକ ହେଲା

1- ସରକାରୀ ବ୍ୟବସ୍ଥା ବ୍ୟତୀତ ଖୋଲା ବଜାରରେ କରୋନା ଟିକା ଉପଲବ୍ଧ କରାଯାଉ । ଫଳରେ ଆର୍ଥିକ ସ୍ବଚ୍ଛଳ ବ୍ୟକ୍ତଙ୍କ ଭିଡ ସରକାରୀ ସଂସ୍ଥାରୁ ହଟିଯିବ, ଗରିବ ଲୋକେ ଉପକୃତ ହେବେ।

2-ଏହାସହ ଦେଶରେ ବିଶ୍ୱସ୍ତରୀୟ ଅନୁମତି ପ୍ରାପ୍ତ କରୋନା ଟିକା ପର୍ଯ୍ୟାପ୍ତ ପରିମାଣର ରାଜ୍ୟମାନଙ୍କୁ ଯୋଗାଇ ଦିଆଯାଉ।

3- ଭାରତ ବର୍ତ୍ତମାନ ଟିକା ଉତ୍ପାଦନରେ ପ୍ରମୁଖ ଦେଶ ହୋଇଛି। ସେଥିପାଇଁ ବିଭିନ୍ନ ରାଜ୍ୟରେ ମଧ୍ୟ ଟିକା ଉତ୍ପାଦନ କରିବାକୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉ।

4- ବର୍ତ୍ତମାନ ବହୁ ସହରରେ କରୋନା ଭାଇରସ ବ୍ୟାପିବାରେ ଲାଗିଛି। ସେଥିପାଇଁ ସେହି ସହରରେ ଟିକା ପ୍ରଦାନ ପାଇଁ ଥିବା ବୟସ ସୀମାକୁ କୋହଳ କରାଯାଉଛି। ଏହାଦ୍ବାରା ରାଜ୍ୟର ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇବ ନାହିଁ।

Categories
ଜାତୀୟ ଖବର ବିଶେଷ ଖବର

ବଢିଲା କରୋନା ଚିନ୍ତା , 11ଟି ରାଜ୍ୟର ମୁଖ୍ୟ ସଚିବଙ୍କ ସହିତ ସମୀକ୍ଷା କଲେ କ୍ୟାବିନେଟ ସଚିବ

ନୂଆଦିଲ୍ଲୀ, କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବା ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ, ଡିଜି ପୋଲିସ ଏବଂ ସ୍ୱାସ୍ଥ୍ୟ ସଚିବଙ୍କ ସହ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିବାବେଳେ ଗତ ଦୁଇ ସପ୍ତାହରେ ୧୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଦୈନିକ ବୃଦ୍ଧି ପାଉଥିବା କୋଭିଡ-୧୯ ସଂକ୍ରମଣ ଓ ମୃତ୍ୟୁ ନେଇ ହୋଇଥିବା ରିପୋର୍ଟ ଉପରେ ଫୋକସ୍ କରିଛନ୍ତି ।

ପନ୍ଦର ଦିନ ମଧ୍ୟରେ କୋଭିଡ ସ୍ଥିତିର କ୍ରମାଗତ ଅବନତି ହେତୁ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି କ୍ୟାବିନେଟ ସଚିବ ଦର୍ଶାଇଛନ୍ତି ଯେ ମାର୍ଚ୍ଚ ୨୦୨୧ ରେ ବର୍ତ୍ତମାନର କୋଭିଡ ମାମଲା ଅଭିବୃଦ୍ଧି ହାର ୬.୮% ରହିଛି ଯାହାକି ପୂର୍ବବର୍ଷର ରେକର୍ଡ ୫.୫% (ଜୁନ୍ ୨୦୨୦) ରେକର୍ଡକୁ ଅତିକ୍ରମ କରିଛି । ଏହି ସମୟରେ ଦେଶରେ କୋଭିଡ ମୃତ୍ୟ କ୍ଷେତ୍ରରେ ୫.୫% ଅଭିବୃଦ୍ଧି ହାର ମଧ୍ୟ ରିପୋର୍ଟ ହୋଇଛି । ସେପ୍ଟେମ୍ବର ୨୦୨୦ ରେ କୋଭିଡ ସଂକ୍ରମଣର ପିକ୍ ସମୟରେ ଦେଶରେ ଦୈନିକ ପ୍ରାୟ ୯୭,୦୦୦ ନୂତନ କୋଭିଡ ମାମଲା ରିପୋର୍ଟ ହେଉଥିବାବେଳେ ଦେଶ ବର୍ତ୍ତମାନ କୋଭିଡର ୮୧,୦୦୦ ଦୈନିକ ନୂତନ ମାମଲାରେ ପହଞ୍ଚିଛି ।

ଏକ ବିସ୍ତୃତ ଉପସ୍ଥାପନା ମାଧ୍ୟମରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡର ବର୍ତ୍ତମାନର ସ୍ଥିତିକୁ ଦର୍ଶାଇଥିବାବେଳେ କେନ୍ଦ୍ରୀୟ ସଚିବ (ସୂଚନା ଓ ପ୍ରସାରଣ) କୋଭିଡକୁ ପ୍ରତିହତ ଲାଗି ଜନସାଧାରଣଙ୍କ ମଧ୍ୟରେ ପ୍ରଭାବଶାଳୀ ଆଚରଣ ପରିବର୍ତ୍ତନ ଯୋଗାଯୋଗର ଉପାୟ ଦର୍ଶାଇଥିଲେ । ଜେନୋମ କ୍ରମରେ ଜୀବାଣୁଙ୍କର ମ୍ୟୁଟାଣ୍ଟଣ୍ଟ ଷ୍ଟ୍ରେନ୍ ବିଷୟରେ ଅଧିକ ବିସ୍ତୃତ ଅଧ୍ୟୟନ ପାଇଁ କ୍ଲିନିକାଲ୍ ଏବଂ ଏପିଡେମୋଲୋଜିକାଲ୍ ତଥ୍ୟ ପ୍ରଦାନ ପାଇଁ ରାଜ୍ୟଗୁଡିକ ଏକ ମାର୍ଗଦର୍ଶିକା ଅନୁସରଣ କରିବାର ଆବଶ୍ୟକତା ଉପରେ ଡକ୍ଟର ଭି.କେ.ପାଉଲ ଗୁରୁତ୍ୱ ଦେଇଛନ୍ତି ।

କେନ୍ଦ୍ର ଗୃହ ସଚିବ ଦର୍ଶାଇଛନ୍ତି ଯେ ୧୧ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ, ଯେଉଁମାନେ ଦୈନିକ କୋଭିଡ ମାମଲାରେ ବୃଦ୍ଧି ଘଟାଉଛନ୍ତି, ସେମାନେ କଣ୍ଟେନମେଣ୍ଟ ଏନ୍ଫୋର୍ସମେଣ୍ଟ କାର‌୍ୟ୍ୟକଳାପ ପ୍ରଦର୍ଶନ କରିନାହାନ୍ତି । ଏ ବାବଦରେ ଉପଯୁକ୍ତ କଡା କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ ଏବଂ ଡିଜି (ପୋଲିସ) ଙ୍କୁ ଅନୁରୋଧ କରିଛନ୍ତି ।

୧୧ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଦୈନିକ ବୃଦ୍ଧି ପାଉଥିବା ମାମଲା ଏବଂ ଦୈନିକ ବୃଦ୍ଧି ପାଉଥିବା ମୃତ୍ୟୁ ହେତୁ ‘ଗୁରୁତର ଚିନ୍ତାଜନକ ରାଜ୍ୟ’ ଭାବରେ ବର୍ଗୀକୃତ କରାଯାଇଛି । ଏମାନେ ଗତ ୧୪ ଦିନ ମଧ୍ୟରେ ୯୦% କୋଭିଡ ମାମଲା (୩୧ ମାର୍ଚ୍ଚ ସୁଦ୍ଧା) ଏବଂ ୯୦.୫% ମୃତ୍ୟୁ (୩୧ ମାର୍ଚ୍ଚ ସୁଦ୍ଧା) ଯୋଗଦାନ କରିଛନ୍ତି ଏବଂ ଗତ ବର୍ଷ ସେମାନଙ୍କର ପ୍ରାରମ୍ଭିକ ରିପୋର୍ଟର ଶିଖର ଅତିକ୍ରମ କରିବାକୁ କିମ୍ବା ନିକଟତର ହୋଇଛନ୍ତି । ମହାରାଷ୍ଟ୍ରରେ ପରିସ୍ଥିତି ବିଶେଷ ଚିନ୍ତାଜନକ ବୋଲି ଦର୍ଶାଯାଇଥିଲା ।

ପୂର୍ବରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରଦାନ କରାଯାଇଥିବା ଷ୍ଟାଣ୍ଡାର୍ଡ କ୍ଲିନିକାଲ ମ୍ୟାନେଜମେଣ୍ଟ ପ୍ରୋଟୋକଲ ପାଳନ କରି ସକ୍ରିୟ ମାମଲା ଏବଂ ଦୈନିକ ମୃତ୍ୟୁକୁ ନିଶ୍ଚିତ କରିବା ପାଇଁ ତୁରନ୍ତ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଥିଲା ।

ଅନ୍ୟ ଏକ ଚିନ୍ତାଜନକ ଦିଗ ଦର୍ଶାଇ ଦ୍ୱିତୀୟ ଏବଂ ତୃତୀୟ ବର୍ଗର ସହର ସହିତ ସହରତଳି ଅଞ୍ଚଳରେ କୋଭିଡ ମାମଲାରେ ସମ୍ପ୍ରତି ତୀବ୍ର ଗତି ରେକର୍ଡ ହୋଇଛି; ଦୁର୍ବଳ ସ୍ୱାସ୍ଥ୍ୟ ଭିତ୍ତିଭୂମି ଥିବା ଏହି ଅଞ୍ଚଳରୁ ଗ୍ରାମାଞ୍ଚଳରେ ସଂକ୍ରମଣର ବିସ୍ତାର ସ୍ଥାନୀୟ ପ୍ରଶାସନକୁ ମଧ୍ୟ ଅସୁବିଧାରେ ପକାଇବବୋଲି ଦର୍ଶାଇଥିଲେ ।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ପୁଣି ଥରେ ଦେଶରେ ଲାଗୁ ହୋଇପାରେ ଲକ ଡାଉନ, ଡିସେମ୍ବରରେ ବଢିପାରେ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ବର୍ତ୍ତମାନ ଦେଶରେ କରୋନା ସ୍ଥିତି ଦିନକୁ ଦିନ ଅଣଆୟତ ହେବାରେ ଲାଗିଛି। ଫଳରେ ଏହାକୁ ନେଇ ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି.। ମୁଖ୍ୟତଃ ଦିଲ୍ଲୀ, ମୁମ୍ବାଇ ଏବଂ ଅହମଦାବାଦ ପରି ସହରରେ ଏହା ସ୍ଥିତ ଆହୁର ଗମ୍ଭୀର ହେବାରେ ଲାଗିଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ଆସନ୍ତା ଡିସେମ୍ବରରେ ଏହାର ସ୍ଥିତି ଆହୁରି ଖରାପ ହେବ। ସେତେବେଳେ କରୋନା ଦ୍ବିତୀୟ ପର୍ଯ୍ୟାୟ ଆସିବ ବୋଲି କୁହାଯାଉଛି। ଫଳରେ ପୁଣିଥରେ ବିଭିନ୍ନ ସ୍ଥାନରେ ଲକଡାଉନ ପରି ଆଇନ ଲାଗୁ କରାଯିବ।

ବର୍ତ୍ତମାନ ଦିଲ୍ଲୀର ସ୍ଥିତି ଯାହା ତାହା ସବୁଠାରୁ ବ୍ୟତିବ୍ୟସ୍ତ କରିଦେଇଛି। ଦିଲ୍ଲୀରେ ପ୍ରତି ଘଣ୍ଟାରେ ଜଣେ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଥିବାର ଜଣାପଡିଛି। ଦିଲ୍ଲୀ ସରକାର ବିଭିନ୍ନ କଟକଣା ହଟାଇ ଦେବା ପରେ ଏହି ସ୍ଥିତ ବିଗିଡି ଯାଇଛି ବୋଲି କୁହାଯାଉଛି। ମୁଖ୍ୟ କଥା ହେଲା ଦିଲ୍ଲୀ ପାଇଁ ଦେଶର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଏହି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବିଢିବାରେ ଲାଗିଛି। ସେଥିପାଇଁ ମହାରାଷ୍ଟ୍ର ସରକାର ବାହାର ରାଜ୍ୟରୁ ଆସିଲେ କରୋନା ନେଗେଟିଭି ରିପୋର୍ଟ ଆଣିଲେ ଭିତରକୁ ଛଡା ଯିବ ବୋଲି ନିଷ୍ପତି କରାଯାଇଛି। ତଥାପି ମୁମ୍ବାଇରେ କରୋନା ନିୟନ୍ତ୍ରଣ ହେବାରେ ନାଆଁ ଧରୁ ନାହିଁ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଆଉ କେତେ ପ୍ରାଣ ନେବ କରୋନା, ଆଠ ମାସରେ ଦେଢ ହଜାର ପ୍ରାଣ ନେଇ ସାରିଲାଣି

ଭୁବନେଶ୍ବର, ସୋମବାର 16 ନଭେମ୍ବର କରୋନା ଅପଡେଟକୁ ଯଦି ହିସାବ କରାଯାଏ ତେବେ ଓଡିଶାରେ କରୋନା 1543 ଜଣଙ୍କର ପ୍ରାଣ ନେଇ ସାରିଲାଣି। କହିବାକୁ ଗଲେ ମାତ୍ର ଆଠ ମାସ ମଧ୍ୟରେ କରୋନା ଏପରି ତାଣ୍ଡବ ଲୀଲା ରଚିଲା ଯାହା ଫଲରେ ଦେଢ ହଜାର ପ୍ରାଣ ନାଶ ହେଲାଣି। ବର୍ତ୍ତମାନ ପ୍ରକୋପ କମି ଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟାରେ ସେପରି କୈଣସି ପରିବର୍ତ୍ତନ ଆସି ନାହିଁ। ଏବେବି ପ୍ରତ୍ୟେକ ଦିନ 15 ରୁ ଉର୍ଦ୍ଦ ଲୋକ କରୋନାରେ ମୃତ୍ୟୁବରଣ କରିବାରେ ଲାଗିଛନ୍ତି।

ତେବେ ଏହି ମୃତ୍ୟୁକୁ ଯଦି ଜିଲ୍ଲା ସ୍ତରୀୟ ହିସାବ କରାଯାଏ ତେବେ ସର୍ବାଧିକ ମୃତ୍ୟୁ ଖୋର୍ଦ୍ଧା, ଗଂଜାମ ଏବଂ କଟକ ଜିଲ୍ଲାରେ ଘଟିଛି। ରାଜ୍ୟର ମୋଟ 50ରୁ ଉର୍ଦ୍ଧ ମୃତ୍ୟୁ ଆଠଟି ଜିଲ୍ଲାରେ ହୋଇଥିବାର ଜଣାପଡିଛି। ସେଗୁଡିକ ହେଲା

ଖୁରୁଧା-268

ଗଂଜାମ-232

କଟକ-124

ସୁନ୍ଦରଗଡ-99

ପୁରୀ-90

ବାଲେଶ୍ବର-79

ମୟୁରଭଂଜ-76

ସମ୍ବଲପୁର-55

ବର୍ତ୍ତମାନ ରାଜ୍ୟରେ ମୋଟ 3 ଲକ୍ଷ 9 ହଜାର 408 ଜଣ କରୋନାରେ ଆକ୍ରାନ୍ତ ହୋଇ ସାରିଲେଣି। ସେମାନଙ୍କ ମଧ୍ୟରୁ 2 ଲକ୍ଷ 97 ହଜାର 862 ଜଣ ସୁସ୍ଥ ହୋଇସାରଛନ୍ତି। ବର୍ତ୍ତମାନ ସୁଦ୍ଧା 9 ହଜାର 950 ଜଣ କରୋନା ପଜେଟିଭ ଚିକିତ୍ସିତ ହେଉଛନ୍ତି। କରୋନା ପଜେଟିଭ ମଧ୍ୟରେ ସର୍ବାଧିକ ରୋଗୀ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି।

ଖୁରୁଧା-50624

କଟକ-27375

ଗଂଜାମ-21485

ପୁରୀ-13249

ମୟୁରଭଂଜ-12534 ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି।

ତେବେ ଖୁସିର କଥା ବର୍ତ୍ତମାନ ଓଡିଶାରେ ଧିରେଧିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଅନ୍ୟପଟେ ସୁସ୍ଥହ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ତେବେ ସବୁଠାରୁ ଖତରନାକ ଦ୍ବିତୀୟ ପର୍ଯ୍ୟାୟ ଯେଉଁ ଆସିବାର ଅଛି ତାହା ଏ ପର୍ଯ୍ୟନ୍ତ ପ୍ରକୋପରେ ପରିଣତ ହୋଇ ନାହିଁ। ଏହି ମାସ ଶେଷ ସପ୍ତାହ ଆଡକୁ କରୋନା ଦ୍ବିତୀୟ ପର୍ଯ୍ୟାୟ ଆସିବାର ସମ୍ଭାବନା ରହିଛି। ସେତେବେଳେ ପରିସ୍ଥିତି କଣ ରହିବ ତାହା କହିବା ମୁସ୍କିଲ ହୋଇପଡିଛି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କରୋନା ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ, ଆରୋଗ୍ୟମାନେ ଚାରିମାସ ପାଇଁ ରହନ୍ତୁ ସତର୍କ

ନ୍ୟୁୟର୍କ, ଯେଉଁମାନେ ଗୁରୁତର କୋଭିଡ -୧୯ରୁ ଆରୋଗ୍ୟ ଲାଭ କରିଛନ୍ତି ସେମାନଙ୍କ ଦେହରେ ଦୀର୍ଘମାସ ପର୍ଯ୍ୟନ୍ତ ପ୍ରତିକ୍ରିୟା ପରିଲକ୍ଷିତ ହେଉଛି। ସେଥିପାଇଁ ଗୁରୁତର କୋଭିଡ19ରୁ ଆରୋଗ୍ୟ ଲାଭ କରିଥିବା ରୋଗୀମାନେ ଚାରିମାସ ପାଇଁ ସତର୍କ ରହିବା ଆବଶ୍ୟକ। ଏହି ତଥ୍ୟ ପ୍ରକାଶ କରିଛି ନ୍ୟୁୟର୍କର ସାଇନ୍ସ ଇମ୍ୟୁନୋଲୋଜି ପତ୍ରିକା। ଏହି ପତ୍ରିକା ତରଫରୁ ଗବେଷଣା କରି କୁହାଯାଇଛି କରୋନା ଭାଇରସ ଥରେ ଶରୀର ଭିତରେ ପ୍ରବେଶ କଲେ ତାହା ଅନ୍ତତଃ ପକ୍ଷେ ଚାରିମାସ ପର୍ଯ୍ୟନ୍ତ ପାର୍ଶ ପ୍ରତିକ୍ରିୟା ରଖିଥାଏ।

ଏହି ଗବେଷଣା ଦଳ କୋଭିଡ19 ରେ ଗୁରୁତର ଆକ୍ରାନ୍ତ ହୋଇଥିବା ୩୪୩ ରୋଗୀଙ୍କଠାରୁ ରକ୍ତ ନମୁନା ନେଇ ଏହି ପରୀକ୍ଷା କରିଥିଲେ। ରୋଗର ଲକ୍ଷଣ ଦେଖାଯିବା ପରଠାରୁ ଚାରିମାସ ପର୍ଯ୍ୟନ୍ତ ଏହି ରୋଗୀଙ୍କଠାରୁ ରକ୍ତ ନମୂନା ନିଆଯାଇଥିଲା। ସେଥିରୁ ସେମାନେ ଅବଗତ ହୋଇଥିଲେ ଯେ, 14 ଦିନ ପରେ ରୋଗୀକୁ ଛାଡି ଦିଆଯାଉଥିଲେ ମଧ୍ୟ ରୋଗୀର ଦେହରେ 4 ମାସ ପର୍ଯ୍ୟନ୍ତ ବିଭିନ୍ନ ପାର୍ଶ ପ୍ରତିକ୍ରିୟା କରୁଅଛି।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ସାରା ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୧ ଲକ୍ଷ ଟପିଲା, ଜାଣନ୍ତୁ କେଉଁ ଦେଶରେ କେତେ

ୱାଶିଂଟନ୍, ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ ବିଶ୍ବରେ କରୋନାଭାଇରସ୍ ରୋଗୀଙ୍କ ସଂଖ୍ୟା ୩୨.୧ ନିୟୁତ ମାର୍କ ଅତିକ୍ରମ କରିଥିବାବେଳେ ମୃତ୍ୟୁ ୯୮୧,୦୦୦ ରୁ ଅଧିକ ହୋଇଯାଇଛି। ଶୁକ୍ରବାର ସକାଳ ସୁଦ୍ଧା ମୋଟ ମାମଲା ୩ କୋଟି ୨୧ ଲକ୍ଷ ୩୫ ହଜାର ୨୨୦ ରେ ପହଞ୍ଚିଛି ଏବଂ ମୃତ୍ୟୁ ସଂଖ୍ୟା ୯ ଲକ୍ଷ ୮୧ ହଜାର ୭୫୪ କୁ ବୃଦ୍ଧି ପାଇଛି ବୋଲି ବିଶ୍ୱବିଦ୍ୟାଳୟର ସିଷ୍ଟମ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଏହାର ସଦ୍ୟତମ ରିପୋର୍ଟରେ ପ୍ରକାଶ କରିଛି।

ବର୍ତ୍ତମାନ ମଧ୍ୟ ବିଶ୍ବର ସର୍ବାଧିକ ସଂଖ୍ୟକ ମାମଲା ଏବଂ ମୃତ୍ୟୁ ସଂଖ୍ୟାରେ ଆମେରିକା ଆଗରେ ଅଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୬,୯୭୬,୨୧୫ ଏବଂ ମୃତ୍ୟୁ ସଂଖ୍ୟା ୨୦୨,୭୬୨ ରହିଛି।

ସେହିପରି କରୋନା ଆକ୍ରାନ୍ତରେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି। ଭାରତରେ ଆକ୍ରାନ୍ତ ସଂଖ୍ୟା ୫,୭୩୨,୫୧୮ ଥିବାବେଳେ ଦେଶର ମୃତ୍ୟୁ ସଂଖ୍ୟା ୯୧,୧୪୯ କୁ ବୃଦ୍ଧି ପାଇଛି।

ସର୍ବାଧିକ ମାମଲା ଥିବା ଅନ୍ୟ ୧୫ ଟି ଦେଶ ହେଉଛି ବ୍ରାଜିଲ (୪,୬୫୭,୭୦୨), ଋଷ (୧,୧୨୩,୯୭୬), କଲମ୍ବିଆ (୭୯୦,୮୨୩), ପେରୁ (୭୮୨,୬୯୫), ମେକ୍ସିକୋ (୭୧୫,୪୫୭), ସ୍ପେନ୍ (୭୦୪,୨୦୯), ଆର୍ଜେଣ୍ଟିନା (୬୭୮,୨୬୬), ଦକ୍ଷିଣ ଆଫ୍ରିକା (୬୬୭,୦୪୯), ଫ୍ରାନ୍ସ (୫୩୬,୨୮୯), ଚିଲି (୪୫୧,୬୩୪), ଇରାନ (୪୩୬,୩୧୯), ବ୍ରିଟେନ (୪୧୮,୮୮୯), ବାଂଲାଦେଶ (୩୫୫,୩୮୪), ଇରାକ (୩୩୭,୧୦୬) ଏବଂ ସାଉଦି ଆରବ (୩୩୧,୮୫୭), ଆକଳନରୁ ଜଣାପଡିଛି।

ମୃତ୍ୟୁରେ ବର୍ତ୍ତମାନ ବ୍ରାଜିଲ  ୧୩୯,୮୦୮ ରେ ଦ୍ୱିତୀୟ ସ୍ଥାନରେ ରହିଛି

ମୃତ୍ୟୁ ସଂଖ୍ୟା ୧୦,୦୦୦ ରୁ ଅଧିକ ଥିବା ଦେଶଗୁଡ଼ିକ ହେଉଛି ମେକ୍ସିକୋ (୭୫,୪୩୯), ବ୍ରିଟେନ (୪୧,୯୯୧), ଇଟାଲୀ (୩୫,୭୮୧), ପେରୁ (୩୧,୮୭୦), ଫ୍ରାନ୍ସ (୩୧,୫୨୪), ସ୍ପେନ୍ (୩୧,୧୧୮), ଇରାନ (୨୫,୦୧୫), କଲମ୍ବିଆ (୨୪,୭୪୬), ରୁଷ (୧୯,୮୭୬), ଦକ୍ଷିଣ ଆଫ୍ରିକା (୧୬,୨୮୩), ଆର୍ଜେଣ୍ଟିନା (୧୪,୭୬୬), ଚିଲି (୧୨,୪୬୯), ଇକ୍ୟୁଏଡର୍ (୧୧,୨୧୩) ଏବଂ ଇଣ୍ଡୋନେସିଆ (୧୦,୧୦୫)।