Categories
ଆଜିର ଖବର ରାଜ୍ୟ ଖବର

ଡିଏଭି କଳିଙ୍ଗନଗରରେ ଛାତ୍ରଛାତ୍ରୀମାନଙ୍କ ବାର୍ଷିକ ପ୍ରକଳ୍ପ ‘ଇଭେଣ୍ଟିଲା’ ପ୍ରଦର୍ଶିତ

ଭୁବନେଶ୍ୱର: ଛାତ୍ରଛାତ୍ରୀମାନଙ୍କ ଲୁକ୍‌କାୟିତ ପ୍ରତିଭାର ପରିସ୍ଫୁଟନ ନିମନ୍ତେ ଡିଏଭି କଳିଙ୍ଗନଗରରେ ତୃତୀୟ ଠାରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ବାର୍ଷିକ ପ୍ରକଳ୍ପ ‘ଇଭେଣ୍ଟିଲା’ ପ୍ରଦର୍ଶିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱରସ୍ଥିତ ଆଇ.ଏମ୍‌.ଏମ୍‌.ଟି, ସିଏସଆଇଆରର ବିଶିଷ୍ଟ ବୈଜ୍ଞାନିକ ଡ. ବିଭୁରଞ୍ଜନ ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହିତ ୬୧୦ ଜଣ ପିଲାଙ୍କ ଦ୍ୱାରା ପ୍ତସ୍ତୁତ ହୋଇଥିବା ୨୩୦ରୁ ଊର୍ଦ୍ଧ୍ୱ ପ୍ରକଳ୍ପକୁ ପ୍ରଦର୍ଶନ କରି ଆନନ୍ଦିତ ହୋଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ।

ବିଦ୍ୟାଳୟର ଚେୟାରମ୍ୟାନ ମଦନ ମୋହନ ପଣ୍ଡା ପ୍ରାଥମିକ ସ୍ତରରୁ ପିଲାମାନଙ୍କର ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରି ବିଜ୍ଞାନମନସ୍କ ହେବା ପାଇଁ ଆର୍ଶୀବଚନ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମାଜର ସହ ସଂଯୋଜକ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମନ୍ତ୍ରୀ ପିଲାମାନଙ୍କର ବୈଜ୍ଞାନିକ କଳାକୁଶଳତାର ପ୍ରଶଂସା କରିବା ସହିତ ସେମାନକଙ୍କର ଉଦ୍ୟମ ପାଇଁ ସାଧୁବାଦ ଜଣାଇଥିଲେ।

ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବଳରାମ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରକଳ୍ପ ପ୍ରଦର୍ଶନୀକୁ ଅଭିଭାବକମାନେ ବିପୁଳ ସଂଖ୍ୟାରେ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀମାନଙ୍କ ପ୍ରଚେଷ୍ଟାକୁ ଭୁରିଭୁରି ପ୍ରଶଂସା କରିଥିଲେ। ବିଦ୍ୟାଳୟର ଅଟଳ ଟିଙ୍କରିଙ୍ଗ ଲାବ୍‌ରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ୱାଟର ରକେଟ୍‌ର ପ୍ରକ୍ଷେପଣ ଏବଂ ରୋଭର ସବୁ ମହଲରେ ବେଶ୍ ଚର୍ଚ୍ଚିତ ହୋଇଥିଲା। ବରିଷ୍ଠ ପର୍ଯ୍ୟବେକ୍ଷକ ବିଜୟ କୁମାର ପାତ୍ର ଛାତ୍ରଛାତ୍ରୀମାନଙ୍କର ଗବେଷଣା ମନୋଭାବକୁ ପ୍ରୋତ୍ସାହନ ଦେବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଭୁବନେଶ୍ବରସ୍ଥିତ ଡିଏଭି କଳିଙ୍ଗନଗରର ବାର୍ଷିକ ଉତ୍ସବ “ପାଞ୍ଚଜନ୍ୟ” ଅନୁଷ୍ଠିତ

ଭୁବନେଶ୍ୱର: ଡିଏଭି କଳିଙ୍ଗ ନଗରର ବାର୍ଷିକୋତ୍ସବ ‘“ପାଞ୍ଚଜନ୍ୟ’ ଅନୁଷ୍ଠିତ ହୋଇଯାଇଛି। ଏହି ବର୍ଣ୍ଣାଢ୍ୟ ଉତ୍ସବରେ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ, ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର କରୁଣାକର ନନ୍ଦ, ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଉତ୍ତମ ଶିକ୍ଷାଦାନ ସହିତ ଛାତ୍ରଛାତ୍ରୀମାନଙ୍କର ସାମୁହିକ ବିକାଶ ଓ ସମାଜ କଲ୍ୟାଣ କ୍ଷେତ୍ରରେ ଡିଏଭି ବିଦ୍ୟାଳୟସମୂହର ଅବଦାନ ସର୍ବଦା ଉଲ୍ଲେଖନୀୟ ବୋଲି ମୁଖ୍ୟ ଅତିଥି ନିଜ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ।

ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବଳରାମ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ବିଦ୍ୟାଳୟର ଚେୟାରମ୍ୟାନ ଶ୍ରୀ ମଦନ ମୋହନ ପଣ୍ଡା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ୱାଗତ ଅଭିଭାଷଣରେ ଏକବିଂଶ ଶତାବ୍ଦୀର ଜାତୀୟ ଶିକ୍ଷାନୀତି ଆଧାରରେ ନୂତନ ପାଠ୍ୟଦାନ କୌଶଳର ଭୁରିଭୁରି ପ୍ରଶଂସା କରିବା ସହିତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କର ବିଭିନ୍ନ କ୍ଷେତ୍ରରେ ସଫଳତାକୁ ଭୂୟସୀ ପ୍ରଶଂସା କରିଥିଲେ।

ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବେ ଡିଏଭି ଆଞ୍ଚଳିକ ଜୋନ୍‌-‘ସି’ର ସହ ନିର୍ଦ୍ଦେଶିକା ତଥା ଡିଏଭି ଚନ୍ଦ୍ରଶେଖରପୁରର ଅଧ୍ୟକ୍ଷା ଡ. ସୁଜାତା ସାହୁ, ଡିଏଭି ଆଞ୍ଚଳିକ ଜୋନ୍ – ‘ଇ’ର ସହ ନିର୍ଦ୍ଦେଶିକା ଓ ଡିଏଭି ୟୁନିଟ୍ – ୮ର ଅଧ୍ୟକ୍ଷା ତଥା ବିଦ୍ୟାଳୟର ମ୍ୟାନେଜର ଈପ୍ସିତା ଦାସ, ଶିକ୍ଷାବିତ୍ ଡ. ଭାଗ୍ୟବତୀ ନାୟକ ଏବଂ ବିଭିନ୍ନ ଡିଏଭିର ଅଧ୍ୟକ୍ଷଅଧ୍ୟକ୍ଷା ଓ ଶିକ୍ଷକଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ। ଚଳିତ ଶିକ୍ଷାବର୍ଷର ଦ୍ୱାଦଶ ଶ୍ରେଣୀ ନିମନ୍ତେ ସ୍ନେହାଂଶୁ ଶୁଭ୍ରା ଓ ଦଶମ ଶ୍ରେଣୀ ନିମନ୍ତେ ପାୟୋଶ୍ନୀ ମିଶ୍ରଙ୍କୁ ବିଦ୍ୟାଳୟର ବେଷ୍ଟ ଅଲରାଉଣ୍ଡର ଭାବେ ପୁରସ୍କୃତ କରାଯାଇଥିଲା।

ଶ୍ରେଷ୍ଠ ଚିତ୍ରକାର ଭାବେ ଦିବ୍ୟାଙ୍କିତା ଦାସଙ୍କୁ ନରେନ୍ଦ୍ର ଗିରି ସ୍ମାରକୀ ପୁରସ୍କାର, ଜାତୀୟ ସ୍ତରୀୟ ଜିଜ୍ଞାସା କୁଇଜ୍ ପ୍ରତିଯୋଗିତାର ବିଜୟିନୀ ଭାବେ ଛାତ୍ରୀ ଆଭା ପ୍ରିୟଦର୍ଶିନୀ ଓ ଶ୍ରେଷ୍ଠ ନୃତ୍ୟଶିଳ୍ପୀ ଭାବେ ଛାତ୍ରୀ ଶ୍ରୀଲଗ୍ନା ପତିଙ୍କୁ ମେଧାବୀ ପୁରସ୍କାର ପ୍ରଦାନ କରାଯାଇଥିଲା। ଶିକ୍ଷାବର୍ଷ ୨୦୨୨-୨୩ ପାଇଁ ଛାତ୍ର ପ୍ରିୟାଂଶୁ ପଣ୍ଡାଙ୍କ ପିତାମାତାଙ୍କୁ ‘ପ୍ୟାରେଣ୍ଟସ୍ ଅଫ୍ ଦ ଇୟର’ ପୁରସ୍କାର ଏବଂ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀ ତଥା ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

ବିଦ୍ୟାଳୟ ଓ ଅଭିଭାବକମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ନିମନ୍ତେ ଆୟୋଜିତ କ୍ରିକେଟ୍ ଏବଂ ଝୋଟି ପ୍ରତିଯୋଗିତାରେ ବିଜୟୀ ଅଭିଭାବକମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଚଳିତ ବର୍ଷ ୭୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ପର୍ଯ୍ୟବେକ୍ଷକ ପର୍ଯ୍ୟବେକ୍ଷିକା, ଶିକ୍ଷକଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି କରତାଳିରେ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଡି.ଏ.ଭି କଳିଙ୍ଗ ନଗରଠାରେ ତ୍ରିସ୍ତରୀୟ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଦୀର୍ଘ ଦୁଇବର୍ଷରୁ ଊର୍ଦ୍ଧ୍ୱ ସମୟଧରି କରୋନାକୋପରେ ଅସ୍ତବ୍ୟସ୍ତ ଜନଜୀବନ ଧୀରେ ଧୀରେ ସ୍ୱଭାବିକ ହୋଇଆସୁଥିବା ସମୟରେ ସବୁଠାରୁ ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ବ୍ୟବସ୍ଥାରେ ଆଉ କିଛି ବାଧା ନ ଉପୁଜିବା ଲକ୍ଷ୍ୟ ନେଇ ଡି.ଏ.ଭି କଳିଙ୍ଗ ନଗରଠାରେ ଏକ ତ୍ରିସ୍ତରୀୟ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।

ଆଜାଦି କା ଅମୃତମହୋତ୍ସବ ଅବସରରେ ସମସ୍ତଙ୍କୁ ଟୀକାକରଣ ଅଭିଯାନରେ ସାମିଲ ହୋଇ ବିଦ୍ୟାଳୟ ତରଫରୁ ପ୍ରଥମ ପର୍ଯ୍ୟାୟରେ ୧୨ ରୁ ୧୪ ବର୍ଷ ଛାତ୍ରଛାତ୍ରୀଙ୍କୁ ପ୍ରଥମ ଡୋଜ୍‌, ଦ୍ୱିତୀୟ ପର୍ଯ୍ୟାୟରେ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ତଥା ସେମାନଙ୍କ ପରିବାରବର୍ଗଙ୍କ ପାଇଁ ବୁଷ୍ଟର ଡୋଜ୍ ଓ ୧୫ ରୁ ୧୮ ବର୍ଷ ଛାତ୍ରଛାତ୍ରୀମାନଙ୍କ ପାଇଁ ଦ୍ୱିତୀୟ ଡୋଜ ତଥା ତୃତୀୟ ଏବଂ ଶେଷ ପର୍ଯ୍ୟାୟରେ ୧୨ ରୁ ୧୪ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଦ୍ୱିତୀୟ ଡୋଜ ଆୟୋଜନ କରାଯାଇ ୩୫୦ରୁ ଊର୍ଦ୍ଧ୍ୱ ଟୀକାକରଣ କରାଯାଇଥିଲା।

ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶ କ୍ରମେ ଜାତୀୟ ହେଲ୍‌ଥ ମିଶନ ଆନୁକୁଲ୍ୟରେ ଟି.ସି.ଆଇ ଫାଉଣ୍ଡଡେସନ୍ ଓ ଘାଟିକିଆ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମିଳିତ ସହଯୋଗରେ ଏହି ତିନି ପର୍ଯାୟ ଟୀକାକରଣ ସୂଚାରୁରୂପେ ସମ୍ପାଦିତ ହୋଇଥିଲା। ଡ. ଶୁଭଲକ୍ଷ୍ମୀ ବଳ ଓ ଡ. ଅରମାନ ନସିମ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଟୀକାକରଣ କାର୍ଯ୍ୟକ୍ରମରେ ପ୍ରଦୀପ କୁମାର ନାୟକ, ସ୍ମୃତିଲିପି ପଣ୍ଡା ଓ ତେଜସ୍ମିତା ନାୟକ ସହଯୋଗ କରିଥିଲେ।

ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଏହି ମହତ କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କୁ କୃତଜ୍ଞତା ପ୍ରଦାନ କରିଥିବା ବେଳେ ବିଦ୍ୟାଳୟ ପରିଚାଳନା ସମିତି ଦ୍ୱାରା ଗଠିତ କୋଭିଡ୍ ମନିଟରିଙ୍ଗ୍ ଟିମ୍‌ଦ୍ୱାରା କାର୍ଯ୍ୟକ୍ରମର ସଫଳ ପରିଚାଳନା କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଡିଏଭି କଳିଙ୍ଗନଗରରେ ପାଳିତ ହେଲା ଗୁରୁ ଦିବସ

ଭୁବନେଶ୍ବର: ଆଜି ପବିତ୍ର ଗୁରୁ ଦିବସରେ ଭୁବନେଶ୍ବରର କଳିଙ୍ଗନଗରରେ ଥିବା ଡିଏଭି ପବ୍ଲିକ ସ୍କୁଲରେ ପାଳିତ ହୋଇଯାଇଛି। ସକାଳେ ସ୍କୁଲର ପ୍ରିନସପାଲଙ୍କ ସମେତ ଅନ୍ୟ ଶିକ୍ଷକମାନେ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫଟୋରେ ମାଲ୍ୟାର୍ପଣ କରାଯାଇଥିଲା। ଏହାପରେ ଛାତ୍ରଛାତ୍ରୀମାନେ ଗୁରୁ ବନ୍ଦନା କରିଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ବାର ରଂଗାରଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସର୍ବପଲ୍ଲୀଙ୍କ ଜନ୍ମଦିବସ ଉପଲକ୍ଷେ ସ୍କୁଲରେ ଏକ କେକ କାଟି ତାଙ୍କର ୧୩୫ ତମ ଜନ୍ମଦିବସ ପାଳନ କରାଯାଇଥିଲା।

Categories
NetajiJayanthi ଆଞ୍ଚଳିକ

ପରାକ୍ରମ ଦିବସ ଅବସରରେ ପ୍ରତିଭାଶ୍ରମର ଶିଶୁମାନଙ୍କୁ ଡିଏଭି କଳିଙ୍ଗନଗର ତରଫରୁ ସହାୟତା ପ୍ରଦାନ

ଭୁବନେଶ୍ୱର: ଡିଏଭି କଳିଙ୍ଗନଗରରେ ପରାକ୍ରମ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଦୁଇ ମହାନ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଦୁଇ ଦେଶଭକ୍ତଙ୍କ ଜୀବନାଦର୍ଶରେ ଅନୁପ୍ରେରିତ ହୋଇ ରାଷ୍ଟ୍ରକାର୍ଯ୍ୟରେ ସମର୍ପିତ ମନୋଭାବ ପୋଷଣକରିବାକୁ ସେ ଯୁବପିଢୀଙ୍କୁ ଆହ୍ୱାନ କରିଥିଲେ । ଛାତ୍ରୀ କ୍ରିଷ୍ଣା ଜେନା ଓ ଶିକ୍ଷକ ହେମକାନ୍ତ ପ୍ରଧାନ ମୁକ୍ତି ସଂଗ୍ରାମର ଦୁଇ ନାୟକଙ୍କ ବିଷୟରେ ଅଭିଭାଷଣ ରଖିଥିଲେ।

ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କଉତୁକିଆ ବେଶ ପ୍ରଦର୍ଶନୀ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଅଧ୍ୟକ୍ଷଙ୍କ ସମେତ ଇଂରାଜୀ ବିଭାଗର ଶିକ୍ଷକଶିକ୍ଷୟିତ୍ରୀ ପ୍ରତିଭାଶ୍ରମ ନାମକ ଏକ ଶିଶୁ ଯତ୍ନ ଅନୁଷ୍ଠାନକୁ ଯାଇଥିଲେ । ସେଠାରେ କୋଭିଡ ମାର୍ଗଦର୍ଶିକା ପାଳନପୂର୍ବକ ପିଲାମାନଙ୍କ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାର୍ତ୍ତାଳାପ କରିବା ସହିତ ସେମାନଙ୍କୁ ଚୂଡା, ଚାଉଳ, ଗୁଡ, ବିସ୍କୁଟ, ମାସ୍କ ଓ ସାନିଟାଇଜର ଆଦି ବାଣ୍ଟିଥିଲେ । କାର୍ଯ୍ୟକ୍ରମର ସିଧା ପ୍ରସାରଣ ୟୁଟୁବ ମାଧ୍ୟମରେ କରାଯାଇଥିଲା ।