Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପରାକ୍ରମ ଦିବସ ଅବସରରେ ପ୍ରତିଭାଶ୍ରମର ଶିଶୁମାନଙ୍କୁ ଡିଏଭି କଳିଙ୍ଗନଗର ତରଫରୁ ସହାୟତା ପ୍ରଦାନ
ଆଞ୍ଚଳିକ

ପରାକ୍ରମ ଦିବସ ଅବସରରେ ପ୍ରତିଭାଶ୍ରମର ଶିଶୁମାନଙ୍କୁ ଡିଏଭି କଳିଙ୍ଗନଗର ତରଫରୁ ସହାୟତା ପ୍ରଦାନ

January 23, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ପରାକ୍ରମ ଦିବସ ଅବସରରେ ପ୍ରତିଭାଶ୍ରମର ଶିଶୁମାନଙ୍କୁ ଡିଏଭି କଳିଙ୍ଗନଗର ତରଫରୁ ସହାୟତା ପ୍ରଦାନ

ଭୁବନେଶ୍ୱର: ଡିଏଭି କଳିଙ୍ଗନଗରରେ ପରାକ୍ରମ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଦୁଇ ମହାନ ସ୍ୱାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଦୁଇ ଦେଶଭକ୍ତଙ୍କ ଜୀବନାଦର୍ଶରେ ଅନୁପ୍ରେରିତ ହୋଇ ରାଷ୍ଟ୍ରକାର୍ଯ୍ୟରେ ସମର୍ପିତ ମନୋଭାବ ପୋଷଣକରିବାକୁ ସେ ଯୁବପିଢୀଙ୍କୁ ଆହ୍ୱାନ କରିଥିଲେ । ଛାତ୍ରୀ କ୍ରିଷ୍ଣା ଜେନା ଓ ଶିକ୍ଷକ ହେମକାନ୍ତ ପ୍ରଧାନ ମୁକ୍ତି ସଂଗ୍ରାମର ଦୁଇ ନାୟକଙ୍କ ବିଷୟରେ ଅଭିଭାଷଣ ରଖିଥିଲେ।

ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କଉତୁକିଆ ବେଶ ପ୍ରଦର୍ଶନୀ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଅଧ୍ୟକ୍ଷଙ୍କ ସମେତ ଇଂରାଜୀ ବିଭାଗର ଶିକ୍ଷକଶିକ୍ଷୟିତ୍ରୀ ପ୍ରତିଭାଶ୍ରମ ନାମକ ଏକ ଶିଶୁ ଯତ୍ନ ଅନୁଷ୍ଠାନକୁ ଯାଇଥିଲେ । ସେଠାରେ କୋଭିଡ ମାର୍ଗଦର୍ଶିକା ପାଳନପୂର୍ବକ ପିଲାମାନଙ୍କ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାର୍ତ୍ତାଳାପ କରିବା ସହିତ ସେମାନଙ୍କୁ ଚୂଡା, ଚାଉଳ, ଗୁଡ, ବିସ୍କୁଟ, ମାସ୍କ ଓ ସାନିଟାଇଜର ଆଦି ବାଣ୍ଟିଥିଲେ । କାର୍ଯ୍ୟକ୍ରମର ସିଧା ପ୍ରସାରଣ ୟୁଟୁବ ମାଧ୍ୟମରେ କରାଯାଇଥିଲା ।

ଡିଏଭି କଳିଙ୍ଗନଗର ନେତାଜୀ ପରାକ୍ରମ ଦିବସ ସୁଭାଷ ଚନ୍ଦ୍ର ବୋଷ
Share. Facebook Twitter LinkedIn Email WhatsApp Copy Link

Related Posts

କୁକୁଡାଖଣ୍ଡି ବ୍ଲକରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ

September 12, 2026

ବାଣପୁର: ବ୍ଲକ ସ୍ତରୀୟ ଇଣ୍ଡୋର ସ୍ପୋର୍ଟ୍ସ ଉଦଯାପିତ

September 9, 2026

ବାଣପୁରରେ ସାକ୍ଷରତା ଦିବସ ଉପଲକ୍ଷେ ୩୫ ଜଣ ସମ୍ମାନିତ

September 9, 2026

ବାଣପୁର: ବ୍ଲକ୍ ସ୍ତରୀୟ ଚକ୍ଷୁ ଚିକିତ୍ସା ତାଲିମ୍ ଶିବିର ଉଦଯାପିତ

September 9, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୩ ତାରିଖରେ ପାଞ୍ଚୋଟି ରାଶିକୁ ମିଳିବ ଶକ୍ତିଶାଳୀ ସହଯୋଗ

September 13, 2026

ପିଏମ ମୋଦୀ ଓ ଚୀନ୍‌ ରାଷ୍ଟ୍ରପତି ସାକ୍ଷାତକାର: ବ୍ରିକ୍ସ ସମ୍ମିଳନୀରେ ଭାରତର ଅଧ୍ୟକ୍ଷତାକୁ କଲେ ସମର୍ଥନ

September 12, 2026

BRICS ଘୋଷଣାନାମାକୁ ଖୁର୍ସିଦଙ୍କ ସବୁଜ ସଙ୍କେତ, ମୋଦୀ-ଜିନପିଙ୍ଗ ବୈଠକକୁ ନେଇ ବଡ଼ ଆଶା

September 12, 2026

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.