କୋଭିଡ ଟିକା ଖୋଲା ବଜାରରେ ଉପଲବ୍ଧ କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

Published: Apr 17, 2021, 10:16 am IST

ଭୁବନେଶ୍ୱର: କୋଭିଡ ଟିକା ପ୍ରସଂଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଖୋଲା ବଜାରରେ ଟିକା ଉପଲବ୍ଧ କରାଯାଉ । କାରଣ ଆର୍ଥିକ ସ୍ବଚ୍ଛଳ ବ୍ୟକ୍ତିମାନେ ଟିକା କିଣିବାକୁ ଚାହିଁବେ ସେମାନେ ଖୋଲା ବଜାରରୁ ଟିକା କିଣି ପାରିବେ । ଏହାଦ୍ବାରା ସରକାରୀ ଟିକା ପ୍ରଦାନ କେନ୍ଦ୍ରରେ ଗରିବ ଲୋକମାନେ ଉପକୃତ ହୋଇପାରିବେ।

ଏହି ଚିଠିରେ ନବୀନ ପ୍ରଧାନମନ୍ତ୍ରୀଙ୍କୁ ୪ଟି ପ୍ରସ୍ତାବ ଦେଇଛନ୍ତି । ସେଗୁଡିକ ହେଲା

1- ସରକାରୀ ବ୍ୟବସ୍ଥା ବ୍ୟତୀତ ଖୋଲା ବଜାରରେ କରୋନା ଟିକା ଉପଲବ୍ଧ କରାଯାଉ । ଫଳରେ ଆର୍ଥିକ ସ୍ବଚ୍ଛଳ ବ୍ୟକ୍ତଙ୍କ ଭିଡ ସରକାରୀ ସଂସ୍ଥାରୁ ହଟିଯିବ, ଗରିବ ଲୋକେ ଉପକୃତ ହେବେ।

2-ଏହାସହ ଦେଶରେ ବିଶ୍ୱସ୍ତରୀୟ ଅନୁମତି ପ୍ରାପ୍ତ କରୋନା ଟିକା ପର୍ଯ୍ୟାପ୍ତ ପରିମାଣର ରାଜ୍ୟମାନଙ୍କୁ ଯୋଗାଇ ଦିଆଯାଉ।

3- ଭାରତ ବର୍ତ୍ତମାନ ଟିକା ଉତ୍ପାଦନରେ ପ୍ରମୁଖ ଦେଶ ହୋଇଛି। ସେଥିପାଇଁ ବିଭିନ୍ନ ରାଜ୍ୟରେ ମଧ୍ୟ ଟିକା ଉତ୍ପାଦନ କରିବାକୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉ।

4- ବର୍ତ୍ତମାନ ବହୁ ସହରରେ କରୋନା ଭାଇରସ ବ୍ୟାପିବାରେ ଲାଗିଛି। ସେଥିପାଇଁ ସେହି ସହରରେ ଟିକା ପ୍ରଦାନ ପାଇଁ ଥିବା ବୟସ ସୀମାକୁ କୋହଳ କରାଯାଉଛି। ଏହାଦ୍ବାରା ରାଜ୍ୟର ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇବ ନାହିଁ।

Related posts