Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କୋଭିଡ ଟିକାର ପାର୍ଶ୍ଵ ପ୍ରତିକ୍ରିୟା ମାମଲା: ଜାଣନ୍ତୁ କ’ଣ ରହିଛି ସତ୍ୟତା

ନୂଆଦିଲ୍ଲୀ: ‘ଦି ଇକନମିକ୍ ଟାଇମ୍ସ’ରେ ନିକଟରେ ପ୍ରକାଶିତ ଏକ ରିପୋର୍ଟରେ କୋଭିଡ-୧୯ ଟିକାର ପାର୍ଶ୍ଵ ପ୍ରତିକ୍ରିୟା ରହିଥିବା କଥା ଆଇସିଏମ୍‌ଆର ଓ ସିଡିଏସ୍‌ସିଓ ଅଧିକାରୀଙ୍କ ସୂତ୍ର ଉଦ୍ଧାର କରି ପ୍ରକାଶିତ ହୋଇଛି। ଏହି ଖବର ଉପରେ ସ୍ପଷ୍ଟୀକରଣ ଦେଇ ସମ୍ପୃକ୍ତ ଦୁଇ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ପ୍ରକାଶିତ ଖବର ତ୍ରୁଟିପୂର୍ଣ୍ଣ ଏବଂ ବିଭ୍ରାନ୍ତିକର। ଏଥିରେ କୌଣସି ସତ୍ୟତା ନାହିଁ। ଏହି ଖବର ମାଧ୍ୟମରେ ଭୁଲ ତଥ୍ୟ ପରିବେଷଣ କରିବାକୁ ଅପଚେଷ୍ଟା କରାଯାଇଛି।

ଏହି ସ୍ପଷ୍ଟୀକରଣରେ ଆହୁରି କୁହାଯାଇଛି ଯେ, କୋଭିଡ୍ ଟିକାର ବିଭିନ୍ନ ପାର୍ଶ୍ଵ ପ୍ରତିକ୍ରିୟା ଥିବା କଥା ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ଓ କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରଣ ପ୍ରତିଷ୍ଠାନ(ସିଡିଏସ୍‌ସିଓ)ର ଅଧିକାରୀ ସ୍ୱୀକାର କରିଥିବା ଯାହା ରିପୋର୍ଟରେ କୁହାଯାଇଛି ତାହା ଅସତ୍ୟ। କୌଣସି ଅଧିକାରୀ ଏପରି କିଛି ତଥ୍ୟ ସମ୍ପୃକ୍ତ ସମ୍ବାଦପତ୍ରକୁ ଦେଇନାହାନ୍ତି। ସେହି ଖବର କାଗଜ ପୁଣି ଏକ ଆର୍‌ଟିଆଇ ତଥ୍ୟ ଅନୁସାରେ ରିପୋର୍ଟ ପ୍ରସ୍ତୁତ କରିଥିବା ଉଲ୍ଲେଖ କରିଛି।

ଦୁଇ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁସାରେ କୋଭିଡ ଟିକାର ଗୁଣମାନ ଓ ନିରାପତା ସମ୍ପର୍କରେ ଲବ୍ଧ ବୈଜ୍ଞାନିକ ପ୍ରମାଣକୁ ବିଶ୍ୱବ୍ୟାପୀ ପ୍ରଚାର ପ୍ରସାର କରାଯାଇଛି। ଏ ସମ୍ପର୍କୀତ ତଥ୍ୟ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ଅନ୍ୟାନ୍ୟ ବୈଶ୍ୱିକ ସଂସ୍ଥାକୁ ଦିଆଯାଇଛି।

ଆରଟିଆଇର ଜବାବରେ ଆଇସିଏମ୍‌ଆର ଯେଉଁ ନଥି ଓ ଲିଙ୍କ୍‌ସ ପ୍ରଦାନ କରିଛି ତା’ଉପରେ କୌଣସି ମତାମତ ଦିଆଯାଇନାହିଁ ବୋଲି ଏହି ସ୍ପଷ୍ଟୀକରଣରେ କୁହାଯାଇଛି। ସେହିଭଳି କୋଭିଡ ଟିକା ନେଲେ ଅନ୍ୟାନ୍ୟ ଟିକା ଭଳି ସାଧାରଣ ପ୍ରତିକ୍ରିୟା ଯଥା ଟିକାସ୍ଥାନ ସାମାନ୍ୟ ଦରଜ ହେବା, ସ୍ୱଳ୍ପ ଯନ୍ତ୍ରଣା, ମୁଣ୍ଡବ୍ୟଥା, ସାମୟିକ ଥକାପଣ, ଶୀତୁଆ ଲାଗିବା ଆଦି ପ୍ରତିକ୍ରିୟା ସୃଷ୍ଟି ହୁଏ ଏବଂ ଏହା ସାଧାରଣ କଥା। ତେବେ ସମ୍ପୃକ୍ତ ଖବରକାଗଜକୁ ଏହି ଟିକାର ବିଭିନ୍ନ ଗୁରୁତର ପାଶ୍ୱର୍ ପ୍ରତିକ୍ରିୟା ଥିବା ସମ୍ପର୍କରେ ଦୁଇସଂସ୍ଥା ପକ୍ଷରୁ କିଛି କୁହାଯାଇନାହିଁ।

ବିଶ୍ୱସ୍ତରୀୟ ଗବେଷଣା କହୁଛି ଯେ କୋଭିଡ ଟିକା ନିରାପଦ ଏବଂ ଏହାର ଗୁୁରୁତର ପାଶ୍ୱର୍ ପ୍ରତିକ୍ରିୟା ନାହିଁ ବୋଲି ସ୍ପଷ୍ଟୀକରଣରେ କୁହାଯାଇଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଏପ୍ରିଲ ୧୦ ତାରିଖରୁ ଉପଲବ୍ଧ ହେବ ୧୮ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କ ନିମନ୍ତେ ପ୍ରତିଷେଧକ ଟିକା

ନୂଆଦିଲ୍ଲୀ: ୧୮ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ କୋଭିଡ ଟିକାର ପ୍ରତିଷେଧକ ମାତ୍ରା ଘରୋଇ ଟିକାକରଣ କେନ୍ଦ୍ରରେ ପ୍ରଦାନ କରିବାକୁ ସ୍ଥିର ହୋଇଛି। ଏହି ଶ୍ରେଣୀର ଟିକାକରଣ କାର୍ଯ୍ୟକ୍ରମ ଆସନ୍ତା ୧୦ତାରିଖ ରବିବାରଠାରୁ ଆରମ୍ଭ ହେବ। ଯେଉଁମାନଙ୍କ ବୟସ ୧୮ବର୍ଷରୁ ଅଧିକ ଓ ଦ୍ୱିତୀୟ ମାତ୍ରା ଗ୍ରହଣ କରିବା ନଅମାସ ସମ୍ପୂର୍ଣ୍ଣ ହୋଇଥିବ ସେମାନେ ପ୍ରତିଷେଧକ ମାତ୍ରା ଗ୍ରହଣ ପାଇଁ ଯୋଗ୍ୟ ବିବେଚିତ ହେବେ। ଏହି ସୁବିଧା ପ୍ରତ୍ୟେକ ଘରୋଇ ଟିକାକରଣ କେନ୍ଦ୍ରରେ ଉପଲବ୍ଧ ହେବ।

ଦେଶରେ ଏପର୍ଯ୍ୟନ୍ତ ୧୫ବର୍ଷରୁ ଊର୍ଦ୍ଧ୍ୱ ଶ୍ରେଣୀର ଶତକଡା ୯୬ଭାଗ କୋଭିଡ-୧୯ ଟିକାର ଅନୂନ୍ୟ ଗୋଟିଏ ମାତ୍ରା ନେଇଥିବାବେଳେ, ଏହି ଶ୍ରେଣୀର ଶତକଡା ୮୩ଭାଗ ଉଭୟ ମାତ୍ରା ନେଇସାରିଛନ୍ତି। ୨ଦଶମିକ ୪କୋଟି ପ୍ରତିଷେଧକ ମାତ୍ରା ସ୍ୱାସ୍ଥ୍ୟସେବା କର୍ମୀ, ସମ୍ମୁଖ ଯୋଦ୍ଧା ଓ ୬୦ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଛି। ୧୨ରୁ ୧୪ବର୍ଷ ବୟସର ଶତକଡା ୪୫ଭାଗ ପ୍ରଥମ ମାସରେ ନେଇଛନ୍ତି।

ସରକାରୀ ଟିକାଦାନ କେନ୍ଦ୍ର ଜରିଆରେ ମାଗଣା ଟିକାକରଣ କାର୍ଯ୍ୟକ୍ରମ ଯୋଗ୍ୟ ହିତାଧିକାରୀଙ୍କ ନିମନ୍ତେ ପ୍ରଥମ ଓ ଦ୍ୱିତୀୟ ମାତ୍ରା ଓ ସ୍ୱାସ୍ଥ୍ୟସେବା କର୍ମୀ, ସମ୍ମୁଖ ଯୋଦ୍ଧା ଓ ୬୦ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ନିମନ୍ତେ ପ୍ରତିଷେଧକ ଟିକା କାର‌୍ୟ୍ୟକ୍ରମ ଜାରି ରହିବା ସହ ଅଧିକ ତ୍ୱରାନ୍ୱିତ ହେବ।

Categories
ଆଜିର ଖବର ସ୍ବାସ୍ଥ୍ୟ

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: ୧୨ ରୁ ୧୪ ବର୍ଷ ପିଲାଙ୍କୁ ଦିଆଯିବ କୋଭିଡ ଟିକା

ନୂଆଦିଲ୍ଲୀ: ୧୨ରୁ ୧୩ ବର୍ଷ ଏବଂ ୧୩ରୁ ୧୪ ବର୍ଷ ପିଲାମାନଙ୍କର କୋଭିଡ ୧୯ ଟିକାକରଣ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ବୈଜ୍ଞାନିକ ସଂସ୍ଥାମାନଙ୍କ ସହିତ ଆବଶ୍ୟକ ବିଚାରବିମର୍ଶ କରିବା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ୧୬ ମାର୍ଚ୍ଚ ୨୦୨୨ ଠାରୁ ପିଲାମାନଙ୍କର ଟିକାକରଣ ଆରମ୍ଭ ହେବ। ୧୨ ବର୍ଷ ବୟସ ଟପି ସାରିଥିବା ଅର୍ଥାତ୍ ୨୦୦୮, ୨୦୦୯ ଏବଂ ୨୦୧୦ରେ ଜନ୍ମ ନେଇଥିବା ପିଲାମାନଙ୍କୁ ଟିକା ଦିଆଯିବାକୁ ନିଷ୍ପତ୍ତି ହୋଇଛି। ହାଇଦ୍ରାବାଦସ୍ଥିତ ବାୟୋଲୋଜିକାଲ ଇ. ଲିମିଟେଡ ପକ୍ଷରୁ ପ୍ରସ୍ତୁତ କୋର୍ବେଭାକ୍ସ କୋଭିଡ ୧୯ ଟିକା ପିଲାମାନଙ୍କୁ ଦିଆଯିବ।

ସୂଚନା ଯୋଗ୍ୟ ଯେ ବର୍ତ୍ତମାନ ଜାରି ରହିଥିବା କୋଭିଡ ୧୯ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ୧୪ ବର୍ଷରୁ ଅଧିକ ବୟସର ଲୋକମାନଙ୍କୁ କୋଭିଡ ୧୯ ଟିକା ଦିଆଯାଉଛି।

୬୦ ବର୍ଷରୁ ଅଧିକ ବୟସର ଜନସଂଖ୍ୟାଙ୍କ ପାଇଁ କୋଭିଡ ୧୯ ବୁଷ୍ଟର ଡୋଜ୍ ଦିଆଯିବା ଲାଗି ପୂର୍ବବ୍ୟାଧି (କୋ-ମୋର୍ବଡିଟୀ) ସର୍ତ୍ତାବଳୀକୁ ଉଚ୍ଛେଦ କରିବା ଲାଗି ମଧ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ତେଣୁ ୧୬ ମାର୍ଚ୍ଚ, ୨୦୨୨ ପରଠାରୁ, ୬୦ ବର୍ଷରୁ ଅଧିକ ବୟସ୍କ ସବୁ ଲୋକମାନେ କୋଭିଡ ୧୯ର ବୁଷ୍ଟର ଡୋଜ୍ ଟିକା ନେଇପାରିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିଡ ଟିକା ନକଲି ନୁହେଁ ତ? ” ଟୀକାକରଣ ପୂର୍ବରୁ ତଦନ୍ତ ଲାଗି ରାଜ୍ୟକୁ ନିର୍ଦ୍ଦେଶ ଦେଲା କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ, ଲୋକଙ୍କ ନିକଟରେ କରୋନା ଟିକା ପ୍ରୟୋଗ କରିବା ପୂର୍ବରୁ ଏହା ନକଲି କି ନୁହେଁ ତାହା ଯାଞ୍ଚ କରାଯିବା ଉଚିତ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ ଏକ ଚିଠି ଲେଖି ରାଜ୍ୟମାନଙ୍କୁ ସତର୍କ କରାଇ ଦେଇଛି। କାରଣ ନିକଟରେ ଦକ୍ଷିଣ ପୂର୍ବ ଏସିଆ ଏବଂ ଆଫ୍ରିକାରେ ଏକ ନକଲି କୋଭିଡଶିଲ୍ଡ ମିଳିଥିଲା, ଏହା ପରେ ଡବ୍ଲୁଏଚଓ ନକଲି ଟିକା ବିଷୟରେ ସଚେତନ କରିଥିଲା।

ବର୍ତ୍ତମାନ ପ୍ରକୃତ ଟିକା ଚିହ୍ନଟ କରିବା ପାଇଁ କେନ୍ଦ୍ର ରାଜ୍ୟମାନଙ୍କୁ ଏକ ବ୍ଲୁ ପ୍ରିଣ୍ଟ ପଠାଇଛି। ଯାହା ଟିକା ପ୍ରକୃତ ନା ନକଲି ତାହା ଚିହ୍ନଟ କରାଯାଇପାରିବ? ଏହି ବ୍ଲୁପ୍ରିଣ୍ଟରେ ଥିବା ପାର୍ଥକ୍ୟକୁ ଚିହ୍ନିବା ପାଇଁ, କୋଭିଶିଲ୍ଡ, କୋଭାକ୍ସିନ ଏବଂ ସ୍ପୁଟନିକ୍- ଭି ଟୀକାକରଣର ଲେବଲ୍, ରଙ୍ଗ, ବ୍ରାଣ୍ଡ ନାମ ବିଷୟରେ ସୂଚନା ପ୍ରଦାନ କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, ଜାତୀୟ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ଦେଶର ଲୋକଙ୍କୁ ୬୮.୪୬ କୋଟି ଟିକା ଟିକା ଦିଆଯାଇଛି। କୋଭିଡ ଟୀକାକରଣ ଉପରେ ୧୧ ଟି ଉତ୍ତର-ପୂର୍ବ ଏବଂ ପାହାଡ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ମଧ୍ୟ କେନ୍ଦ୍ର ସରକାର ନୂତନ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ୬୦ ବର୍ଷରୁ ଅଧିକ ଲୋକଙ୍କୁ ଶୀଘ୍ର ଦ୍ଵିତୀୟ ଡୋଜ ଦିଆଯିବାକୁ କହିଛନ୍ତି। ଅନେକ ରାଜ୍ୟରେ ଟୀକାକରଣର ମନ୍ଥର ଗତିକୁ ନେଇ କେନ୍ଦ୍ର ଅସନ୍ତୋଷ ବ୍ୟକ୍ତ କରିଛି।

Categories
ଜାତୀୟ ଖବର ବିଶେଷ ଖବର ସ୍ବାସ୍ଥ୍ୟ

ନୂଆ ଗାଇଡ଼ଲାଇନ ଯୋଗୁଁ ପ୍ରଥମ ଦିନ ଗ୍ରାମାଞ୍ଚଳରେ ମୋଟ ଟିକାକରଣ ହାର ୬୪ ପ୍ରତିଶତ ହାସଲ

ନୂଆଦିଲ୍ଲୀ, ସଂଶୋଧିତ ନିୟମାବଳୀ ଅନୁସାରେ ଦେଶରେ ଆରମ୍ଭ କରାଯାଇଥିବା ଟିକାକରଣର ପ୍ରଥମ ଦିନ, ଗତ ସୋମବାର ଜୁନ ୨୧ ତାରିଖ ସାରା ଦେଶରେ ମୋଟ ଯେତିକି ଟିକାକରଣ କରାଯାଇଛି ସେଥିରୁ ୬୩.୬୮ ପ୍ରତିଶତ କେବଳ ଗ୍ରାମାଞ୍ଚଳରେ ଦିଆଯାଇଛି । ସେହିଦିନ ଦିଆଯାଇଥିବା ମୋଟ କୋଭିଡ ଟିକା ମଧ୍ୟରୁ ୫୬.୦୯ ଲକ୍ଷ ଟିକା କେବଳ ଗ୍ରାମାଞ୍ଚଳରେ ବସବାସ କରୁଥିବା ହିତାଧିକାରୀମାନଙ୍କୁ ଦିଆଯାଇଛି। ଏଥିସହିତ ସହରାଞ୍ଚଳରେ ସେହିଦିନ ୩୧.୯ ଲକ୍ଷ ଲୋକ କୋଭିଡ଼ ପ୍ରତିଷେଧକ ଟିକା ଗ୍ରହଣ କରିଥିଲେ ।

ନୂଆଦିଲ୍ଲୀଠାରେ ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ନିତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭି କେ ପଲ୍‍ କହିଛନ୍ତି ଯେ, ଗ୍ରାମାଞ୍ଚଳ ଟିକାକରଣ ଉପରେ ସରକାର ବିଶେଷ ଭାବେ ଗୁରୁତ୍ୱ ଆରୋପ କରୁଛନ୍ତି । “ଏବେ ଗ୍ରାମାଞ୍ଚଳରେ ବ୍ୟାପକ ଭାବେ ଟିକାକରଣ କରାଯାଉଛି ଏବଂ ଅଧିକ ମାତ୍ରାରେ ଏହି ଟିକା ଲୋକମାନଙ୍କୁ ଦିଆଯାଉଛି । ସୋମବାର (ଜୁନ ୨୧, ୨୦୨୧) ଠାରୁ ଦେଶର ଗ୍ରାମାଞ୍ଚଳ – ସହରାଞ୍ଚଳ ଟିକାକରଣ ବିଭାଜନ ସଂଖ୍ୟା ପ୍ରାୟ ସମାନ ରହିଛି । ତେଣୁ ଏହା ପ୍ରମାଣିତ କରିଛି ଯେ ଦେଶର ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ମଧ୍ୟ ସହଜରେ ଟିକାକରଣ କରାଯାଇପାରିବ ।”

ଗ୍ରାମାଞ୍ଚଳରେ ସମ୍ପୂର୍ଣ୍ଣ ରୂପେ ଟିକାକରଣ ସମ୍ଭବପର

ଡକ୍ଟର ପଲ୍‍ ଆହୁରି ସୂଚାଇଥିଲେ ଯେ ଏବେ ଦେଶରେ ଥିବା ମୋଟ ଟିକାକରଣ କେନ୍ଦ୍ରର ୭୧ ପ୍ରତିଶତ କେବଳ ଗ୍ରାମାଞ୍ଚଳରେ ରହିଛି ଏବଂ ଗତ କିଛି ସପ୍ତାହ ଧରି ନିରବଚ୍ଛିନ୍ନ ଭାବେ ଗ୍ରାମାଞ୍ଚଳରେ ମୋଟ ଟିକାକରଣର ଅର୍ଦ୍ଧାଧିକ ଟିକା ହିତାଧିକାରୀଙ୍କୁ ପ୍ରଦାନ କରାଯାଉଛି । “ ଆଇଟି ବ୍ୟବସ୍ଥାର ଅଧିକ ଉପଯୋଗ ଦ୍ୱାରା, ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ଟିକାକରଣର ଉପକାରୀତା ସଂପର୍କରେ ଅବଗତ ଓ ସଚେତନ କରାଯାଉଛି । ଲୋକମାନେ ଏହାକୁ ଗ୍ରହଣ କରୁଥିବାରୁ ଏବେ ଗ୍ରାମାଞ୍ଚଳକୁ ଅଧିକରୁ ଅଧିକ ଟିକା ପଠାଯାଉଛି । ତେଣୁ ଆମର ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇଛିଯେ ଗ୍ରାମାଞ୍ଚଳରେ ସଂପୂର୍ଣ୍ଣ ରୂପେ ଟିକାକରଣ ସମ୍ଭବପର ।” ସେ ଆହୁରି କହିଲେ ଯେ ଗତ ସୋମବାର ଦିନ ଏତେ ଅଧିକ ସଂଖ୍ୟକ (୮୮.୦୯ ଲକ୍ଷ) ଟିକା ପରିଚାଳନାରେ କୋୱିନ୍‍ ପ୍ଲାଟଫର୍ମରେ କୌଣସି ପ୍ରକାର ତ୍ରୁଟି ପରିଲକ୍ଷିତ ହୋଇନାହିଁ ।

ଡକ୍ଟର ପଲ୍‍ ସୂଚାଇଥିଲେ ଯେ ସରକାରୀ ଟିକାକେନ୍ଦ୍ର ନୂତନ ଟିକାକରଣ ଅଭିଯାନରେ ବିରାଟ ଭୂମିକା ନିର୍ବାହ କରିଛନ୍ତି । “ ଜୁନ ୨୧, ୨୦୨୧ ଦିନ କେବଳ ସରକାରୀ କେନ୍ଦ୍ରମାନଙ୍କରୁ ୯୨ ପ୍ରତିଶତ ଟିକାଦାନ କରାଯାଇଛି । ଏହା ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାର ସାମର୍ଥ୍ୟ, ସହନଶୀଳତା ଓ ପହଞ୍ଚକୁ ପ୍ରମାଣସିଦ୍ଧ କରିବା ସହ ଏକ ନୂତନ ଉଦାହରଣ ସୃଷ୍ଟି କରିଛି” ବୋଲି ସେ କହିଛନ୍ତି । କୋଭିଡ଼ ୧୯ ଟିକାକରଣ ଅଭିଯାନରେ ସାର୍ବଜନୀନ ଟିକାକରଣ କାର‌୍ୟ୍ୟକ୍ରମକୁ ପ୍ରବର୍ତ୍ତନ କରିବାର ଖର୍ଚ୍ଚ ମୁଣ୍ଡାଇବା ମଧ୍ୟ ବେଶ୍‍ ଜଟିଳ ବୋଲି ସେ ସୂଚାଇଥିଲେ ।

ଅଧିକରୁ ଅଧିକ ମହିଳାଙ୍କ ଟିକାକରଣ ନିମନ୍ତେ ପ୍ରବର୍ତ୍ତାଯିବା ଆବଶ୍ୟକ

ଡକ୍ଟର ପଲ୍‍ କହିଲେ ଯେ ଗତକାଲି ଯେତେ ସଂଖ୍ୟକ ଲୋକ ଟିକା ନେଇଛନ୍ତି ସେମାନଙ୍କ ମଧ୍ୟରୁ ୪୬ ପ୍ରତିଶତ ହେଉଛନ୍ତି ମହିଳା । ଅନ୍ୟ ୫୩ ପ୍ରତିଶତ ହେଉଛନ୍ତି ପୁରୁଷ । “ଯେଉଁସବୁ ସ୍ଥାନରେ ଏହି ବିଭେଦ ରହିଛି ଆମକୁ ଏଭଳି ଲିଙ୍ଗଗତ ବୈଷମ୍ୟକୁ ମଧ୍ୟ ସଂଶୋଧନ କରିବାକୁ ପଡ଼ିବ । ଅଧିକରୁ ଅଧିକ ମହିଳା ଆସି ଟିକାକରଣରେ ସାମିଲ ହେବା ଆମେ ଚାହୁଁ” ବୋଲି ସେ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

କୋଭିଡ ଟିକା ଦ୍ବାରା ଯୌନ କ୍ଷମତା ହ୍ରାସ ଖବରକୁ ନେଇ କଣ କହିଲେ କେନ୍ଦ୍ର ସରକାର ଜାଣନ୍ତୁ

ନୂଆଦିଲ୍ଲୀ, କୋଭିଡ ଟିକା ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ବନ୍ଧ୍ୟାତ୍ୱ ସୃଷ୍ଟି କରିଥାଏ। ଏଥିରେ ମଣିଷର ଯୌନ କ୍ଷମତା ହ୍ରାସ ପାଇଥାଏ । ଏ ନେଇ କେତେକ ଗଣମାଧ୍ୟମର ରିପୋର୍ଟ ପ୍ରକାଶ ପାଇବାରେ ଲାଗିଛି। ଏହା ଉତ୍ତରରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଏହା ଭିତ୍ତିହୀନ। ଏହାର କୌଣସି ବୈଜ୍ଞାନିକ କାରଣ ନାହିଁ । ମନ୍ତ୍ରଣାଳୟ କହିଛି ଯେ ଏହି ଟିକା ପ୍ରଥମେ ପଶୁମାନଙ୍କ ଉପରେ ପରୀକ୍ଷା କରାଯାଇଥିଲା। ଏହାର ଫଳାଫଳ ଭଲ ଦେଖାଇବା ପରେ ହିଁ ଏହା ମଣିଷଙ୍କୁ ଦିଆଯାଉଛି।

ମନ୍ତ୍ରଣାଳୟ କହିଛି ଯେ ଟୀକାକରଣର ନିରାପତ୍ତା ଏବଂ ଉପଯୋଗୀତା ପରୀକ୍ଷା କରିବା ପରେ ଏହା ସାର୍ବଜନୀନ କରାଯାଇଛି। ପୋଲିଓ ଏବଂ କେତେକ ରୋଗର ମୁକାବିଲା ପାଇଁ ଟୀକାକରଣ ଅଭିଯାନ ସମୟରେ ମଧ୍ୟ ଏପରି ଭୁଲ ତଥ୍ୟ ଏବଂ ଗୁଜବ ସୃଷ୍ଟି ହୋଇଥିଲା। ମନ୍ତ୍ରଣାଳୟ କହିଛି ଯେ କୋଭିଡ ଟିକା ଉପରେ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ ସ୍ପଷ୍ଟ କରିଛନ୍ତି ଯେ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ଏହି ଟିକା ମଧ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ।

Categories
ବିଶେଷ ଖବର ସ୍ବାସ୍ଥ୍ୟ

ଜୁନ ୧୫ ତାରିଖ ପର୍ଯ୍ୟନ୍ତ କୋଭିଡ ଟିକା ଯୋଗାଣ ସମ୍ପର୍କିତ ତଥ୍ୟ ଆଗୁଆ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କେନ୍ଦ୍ରଶାସିତ ଅଞ୍ଚଳ ଏବଂ ରାଜ୍ୟଗୁଡିକୁ କେନ୍ଦ୍ର ସରକାର ଜୁନ ୧୫ତାରିଖ ପର୍ଯ୍ୟନ୍ତ କୋଭିଡ ଟିକା ଯୋଗାଣ ସମ୍ପର୍କିତ ତଥ୍ୟ ଆଗୁଆ ଦେଇଛନ୍ତି। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକରେ କୋଭିଡ ଟିକା କେନ୍ଦ୍ର ପ୍ରସ୍ତୁତ କରିବା ଏବଂ ଏହାର ପ୍ରଶାସନିକ ପରିଚାଳନା ପାଇଁ ଯୋଜନା କରି ଏହାର ପ୍ରଚାର କରିବା ପାଇଁ ପରାମର୍ଶ ଦେଇଛନ୍ତି। ଟିକାଦାନ କେନ୍ଦ୍ରଗୁଡିକ ଭିଡ ନ ହେବା ପାଇଁ ଟିକାଦାନ ବ୍ୟବସ୍ଥା ନିର୍ଘଣ୍ଟ ପ୍ରସ୍ତୁତ କରି ଜନସାଧାରଣଙ୍କୁ ଜଣାଇବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

ଚଳିତ ମେ’ ମାସ ପହିଲାଠାରୁ ଜାତୀୟସ୍ତରରେ କୋଭିଡ-୧୯ ଟିକାକରଣ ଏବଂ ଏହାର ସୁଲଭ ମୂଲ୍ୟ ସମ୍ପର୍କିତ ନୀତି ନିର୍ଦ୍ଧାରଣ କରାଯାଇଛି। ଏହି ନୀତି ଅନୁଯାୟୀ ସମସ୍ତ କେନ୍ଦ୍ରୀୟ ଔଷଧ ଲାବରେଟରୀ ପ୍ରସ୍ତୁତ କରିଥିବା ଟିକାର ୫୦ଶତାଂଶ କେନ୍ଦ୍ର ସରକାର ଅଧିଗ୍ରହଣ କରିବେ। ଏହାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପୂର୍ବଭଳି ବିନା ମୂଲ୍ୟରେ ଦେବେ। ଏଥି ସହିତ ଅନ୍ୟ ୫୦ଶତାଂଶକୁ ରାଜ୍ୟ ସରକାର ଓ ଘରୋଇ ଡାକ୍ତରଖାନାଗୁଡିକର କିଣିବା ପାଇଁ ରଖାଯିବ। ଏ ସମ୍ପର୍କିତ ଆଗୁଆ ସୂଚନା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ୧୫ଦିନ ବ୍ୟବଧାନରେ ମାସକୁ ଦୁଇଥର ଦିଆଯିବ। ରାଜ୍ୟ ଓ ବିଭିନ୍ନ ଜିଲ୍ଲାର କୋଭିଡ-୧୯ ପରିଚାଳନାରେ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଗତକାଲି ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେଇଛନ୍ତି।

ମେ’ ମାସ ଶେଷ ପର‌୍ୟ୍ୟନ୍ତ ଏବଂ ଜୁନ ୧୫ତାରିଖ ପର‌୍ୟ୍ୟନ୍ତ କୋଭିସିଲ୍ଡ ଓ କୋଭାକ୍ସିନ୍ର ନିଶୁଳ୍କ ଯୋଗାଣ ସମ୍ପର୍କୀତ ସୂଚନା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପଠାଇ ଦେଇଛି। ଆହୁରିମଧ୍ୟ ମେ’ ଏବଂ ଜୁନ ମାସ ନିମନ୍ତେ କିଣିବା ପାଇଁ ଟିକା ସମ୍ପର୍କୀତ ତଥ୍ୟ ମଧ୍ୟ ଜଣାଇ ଦିଆଯାଇଛି। ଏହାଦ୍ୱାରା ଟିକାଦାନ ପ୍ରକ୍ରିୟାକୁ ପ୍ରଭାବଶାଳୀ ଓ ନିୟନ୍ତ୍ରିତ କରାଯାଇପାରିବ।

ମେ’ ପହିଲଠାରୁ ଜୁନ ଶେଷ ପର‌୍ୟ୍ୟନ୍ତ ଅବଧି ପାଇଁ ୪କୋଟି ୮୭ଲକ୍ଷ ୫୫ହଜାର ଡୋଜ ଟିକା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସିଧାସଳଖ ଯୋଗାଇବା ପାଇଁ ଟିକା ପ୍ରସ୍ତୁତକାରୀମାନେ ଜଣାଇଦେଇଛନ୍ତି। ଟିକାର ଯଥାଯଥ ଉପଯୋଗ ପାଇଁ ମଧ୍ୟ କେତେକ ନିର୍ଦ୍ଦେଶାବଳୀ ଦିଆଯାଇଛି। ଏଥିରେ ଜିଲ୍ଲାସ୍ତରରେ କୋଭିଡ ଟିକାକେନ୍ଦ୍ର ପ୍ରସ୍ତୁତି ଏବଂ ଟିକାଦାନ ସମ୍ପର୍କୀତ ନୀତି ନିର୍ଦ୍ଧାରଣ କରିବାକୁ କୁହାଯାଇଛି।

ଏ ସମ୍ପର୍କୀତ ତଥ୍ୟକୁ ବିଭିନ୍ନ ଗଣମାଧ୍ୟମକୁ ଜଣାଇବା, କୋୱିନ ଡିଜିଟାଲ ପ୍ଲାଟଫର୍ମରେ ଏବଂ ସରକାରୀ ଟିକାଦାନ କେନ୍ଦ୍ରର ତଥ୍ୟ ସହ ଟିକାଦାନ ନିର୍ଘଣ୍ଟକୁ ସ୍ଥାନିତ କରିବା, ଟିକାଦାନ କ୍ଷେତ୍ରରେ ଗହଳି ନ ହେବା ଭଳି ପଦକ୍ଷେପ ନେବା, ଟିକା ନେବା ପାଇଁ ବୁକିଂ କରିବା କ୍ଷେତ୍ରରେ ରହିଥିବା ଅସୁବିଧାଗୁଡିକୁ ଦୂର କରିବା ଆଦି ପାଇଁ ମଧ୍ୟ ନିର୍ଦ୍ଦେଶାବଳୀରେ କୁହାଯାଇଛି।

କୋଭିଡ-୧୯ ସଂକ୍ରମଣ କ୍ଷେତ୍ରରେ ସମ୍ବେଦନଶୀଳ ଗୋଷ୍ଠୀଙ୍କ ଟିକାକରଣ ନେଇ ନିୟମିତଭାବେ କେନ୍ଦ୍ର ସରକାର ଉଚ୍ଚସ୍ତରରେ ପରିସ୍ଥିତି ଉପରେ ଦୃଷ୍ଟି ରଖିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

କେନ୍ଦ୍ର ସରକାରଙ୍କ ନୂଆ ନିଷ୍ପତି, କରୋନା ଚିକିତ୍ସା ଔଷଧ, ଟିକା ଉପରୁ ହଟିଲା ଜିଏସଟି

ନୂଆଦିଲ୍ଲୀ, ରେମେଡିସିଭିର ଇଞ୍ଜେକ୍ସନ, ଏପିଏସ୍, ମେଡିକାଲ ଅମ୍ଳଜାନ, ଅମ୍ଳଜାନ କନଟେନର, କ୍ରାୟୋଜେନିକ୍ ଟ୍ୟାଙ୍କ ଏବଂ କୋଭିଡ ଟିକା ସମେତ ଚିକିତ୍ସା ସାମଗ୍ରୀର ଆମଦାନୀ ଉପରେ IGST ହଟାଇବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏଗୁଡିକ ମାଗଣା ବଣ୍ଟନ ପାଇଁ, ଏହି ରିହାତି 30 ଜୁନ୍ ପର୍ଯ୍ୟନ୍ତ ରଖାଯାଇଛି।

ଏହାପୂର୍ବରୁ କେନ୍ଦ୍ର ଜରୁରୀ ଚିକିତ୍ସା ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ଏବଂ ସ୍ୱାସ୍ଥ୍ୟ ସେସକୁ ହଟାଇ ଦେଇଥିଲେ। ଏହି ଛାଡ କୈଣସି IGST ଦେୟ ବିନା ମାଗଣା ବଣ୍ଟନ ପାଇଁ କୋଭିଡ ମୁକାବିଲା ସାମଗ୍ରୀ ଆମଦାନୀ କରିବାକୁ ଅନୁମତି ଦିଆଯାଉଛି। ଆମଦାନୀକାରୀଙ୍କୁ ଏହି ସୁବିଧା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କୁ ଏକ ନୋଡାଲ କର୍ତ୍ତୃପକ୍ଷ ନିଯୁକ୍ତ କରିବାକୁ କୁହାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ସବୁ ରାଜ୍ୟକୁ କେନ୍ଦ୍ର ସରକାର ଯୋଗାଇ ଦେଲେ 16 କୋଟି କୋଭିଡ ଟିକା

ନୂଆଦିଲ୍ଲୀ, କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ 16 କୋଟି କୋଭିଡ ଟିକା ମାଗଣାରେ ଦେଇଛନ୍ତି। ଯାହାର ମୋଟ ମୂଲ୍ୟ 14 କୋଟି 89 ଲକ୍ଷ ଟଙ୍କା ହେବ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ ଏକ କୋଟିରୁ ଅଧିକ ଟିକା ଉପଲବ୍ଧ ଅଛି। ଆସନ୍ତା ତିନି ଦିନ ମଧ୍ୟରେ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳକୁ 57 ଲକ୍ଷରୁ ଅଧିକ କୋଭିଡ ଟିକା ପଠାଇବାକୁ ମନ୍ତ୍ରଣାଳୟ ନିଷ୍ପତି କରିଛି।

ମହାରାଷ୍ଟ୍ରରେ ଟିକା ଅଭାବ ଅଭିଯୋଗରେ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ରାଜ୍ୟକୁ 58 କୋଟି ଟିକା ଦିଆଯାଇଛି। ଯାହାର ମୋଟ ମୂଲ୍ୟ ଏକ କୋଟି 53 ଲକ୍ଷ ଟଙ୍କାରୁ ଅଧିକ ହେବ। ମନ୍ତ୍ରଣାଳୟ କହିଛି ଯେ ମହାରାଷ୍ଟ୍ରରେ 5 ଲକ୍ଷ 6 ହଜାର 319 ଟିକା ବାକି ଅଛି। ଆସନ୍ତା ତିନି ଦିନ ମଧ୍ୟରେ ପାଞ୍ଚ ଲକ୍ଷ ଟିକା ଦିଆଯିବ ବୋଲି ମନ୍ତ୍ରଣାଳୟ କହିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଟିକା ତୃତୀୟ ପର୍ଯ୍ୟାୟ ମେ 1 ତାରିଖରୁ ଆରମ୍ଭ ହେଉଛି। ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ଉତ୍ତରପ୍ରଦେଶରେ 12 ଲକ୍ଷ 92 ହଜାରରୁ ଅଧିକ ଟିକା ରହି ଥିବା ବେଳେ ବିହାରରେ 9 ଲକ୍ଷ 41 ହଜାର ଟିକା ରହିଛି। ତେଣୁ ଟିକାର ଅଭାବ କେଉଁଠାରେ ପରିଲକ୍ଷିତ ହେଉ ନାହିଁ ବୋଲି ବିଭାଗ ସ୍ପଷ୍ଟ କରିଛି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ଦେଶରେ ଏ ପର୍ଯ୍ୟନ୍ତ ଦିଆଗଲାଣି 14 କୋଟିରୁ ଅଧିକ କୋଭିଡ ଟିକା

ନୂଆଦିଲ୍ଲୀ, କରୋନା ଟିକା ପ୍ରୟୋଗ କରିବାରେ ଭାରତ ଦ୍ରୁତତମ ଦେଶ ହୋଇପାରିଛି। କେବଳ 99 ଦିନରେ 14 କୋଟି କୋଭିଡ ଟିକା ଦିଆଯାଇଛି। ଏଥିରେ 92 ଲକ୍ଷ 89 ହଜାର ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରଥମ ଟିକା ଏବଂ ପ୍ରାୟ 60 ଲକ୍ଷ ଦ୍ୱିତୀୟ ଡୋଜ ଦିଆଯାଇଛି। ଏକ କୋଟିରୁ ଅଧିକ 19 ଲକ୍ଷ ଫ୍ରଣ୍ଟ ଲାଇନ କର୍ମଚାରୀ ପ୍ରଥମ ଡୋଜ ପାଇଛନ୍ତି ଏବଂ ସେହିପରି 62 ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ ପାଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଗତ ରାତି 8 ଟା ପର୍ଯ୍ୟନ୍ତ 24 ଲକ୍ଷ 22 ହଜାରରୁ ଅଧିକ ଲୋକଙ୍କୁ କୋଭିଡ ଟିକା ଦିଆଯାଇଥିଲା। ଏଥିମଧ୍ୟରୁ 15 ଲକ୍ଷରୁ ଅଧିକ ଲୋକ ପ୍ରଥମ ଡୋଜ ଗ୍ରହଣ କରିଛନ୍ତି ଏବଂ ଆଠ ଲକ୍ଷରୁ ଅଧିକ ଟିକା ଦ୍ବିତୀୟ ଡୋଜ ନେଇଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କୋଭିଡ ଟିକା ଖୋଲା ବଜାରରେ ଉପଲବ୍ଧ କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: କୋଭିଡ ଟିକା ପ୍ରସଂଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଖୋଲା ବଜାରରେ ଟିକା ଉପଲବ୍ଧ କରାଯାଉ । କାରଣ ଆର୍ଥିକ ସ୍ବଚ୍ଛଳ ବ୍ୟକ୍ତିମାନେ ଟିକା କିଣିବାକୁ ଚାହିଁବେ ସେମାନେ ଖୋଲା ବଜାରରୁ ଟିକା କିଣି ପାରିବେ । ଏହାଦ୍ବାରା ସରକାରୀ ଟିକା ପ୍ରଦାନ କେନ୍ଦ୍ରରେ ଗରିବ ଲୋକମାନେ ଉପକୃତ ହୋଇପାରିବେ।

ଏହି ଚିଠିରେ ନବୀନ ପ୍ରଧାନମନ୍ତ୍ରୀଙ୍କୁ ୪ଟି ପ୍ରସ୍ତାବ ଦେଇଛନ୍ତି । ସେଗୁଡିକ ହେଲା

1- ସରକାରୀ ବ୍ୟବସ୍ଥା ବ୍ୟତୀତ ଖୋଲା ବଜାରରେ କରୋନା ଟିକା ଉପଲବ୍ଧ କରାଯାଉ । ଫଳରେ ଆର୍ଥିକ ସ୍ବଚ୍ଛଳ ବ୍ୟକ୍ତଙ୍କ ଭିଡ ସରକାରୀ ସଂସ୍ଥାରୁ ହଟିଯିବ, ଗରିବ ଲୋକେ ଉପକୃତ ହେବେ।

2-ଏହାସହ ଦେଶରେ ବିଶ୍ୱସ୍ତରୀୟ ଅନୁମତି ପ୍ରାପ୍ତ କରୋନା ଟିକା ପର୍ଯ୍ୟାପ୍ତ ପରିମାଣର ରାଜ୍ୟମାନଙ୍କୁ ଯୋଗାଇ ଦିଆଯାଉ।

3- ଭାରତ ବର୍ତ୍ତମାନ ଟିକା ଉତ୍ପାଦନରେ ପ୍ରମୁଖ ଦେଶ ହୋଇଛି। ସେଥିପାଇଁ ବିଭିନ୍ନ ରାଜ୍ୟରେ ମଧ୍ୟ ଟିକା ଉତ୍ପାଦନ କରିବାକୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉ।

4- ବର୍ତ୍ତମାନ ବହୁ ସହରରେ କରୋନା ଭାଇରସ ବ୍ୟାପିବାରେ ଲାଗିଛି। ସେଥିପାଇଁ ସେହି ସହରରେ ଟିକା ପ୍ରଦାନ ପାଇଁ ଥିବା ବୟସ ସୀମାକୁ କୋହଳ କରାଯାଉଛି। ଏହାଦ୍ବାରା ରାଜ୍ୟର ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇବ ନାହିଁ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ପ୍ରସ୍ତୁତ ହୋଇଯାଆନ୍ତୁ, ଆପଣଙ୍କୁ କୋଭିଡ ଟିକା ଦେବାର ସମୟ ଆସିଗଲା, ଆଜି ସମସ୍ତ ଜିଲ୍ଲାକୁ ପଠାଗଲା

ଭୁବନେଶ୍ବର, ବହୁ ପ୍ରତିକ୍ଷିତ କୋଭିଡ ଟିକା ଶେଷରେ ବାହାରିଲା ଏବଂ ଭୁବନେଶ୍ବରରେ ମଧ୍ୟ ପହଁଚିଲା। ଏହା ନିଶ୍ଚିତ ଖୁସିର କଥା। ଗତକାଲି ବିମାନରେ ଏହି ଟିକା ଆସିବା ପରେ ସେଗୁଡିକୁ ଭୁବନେଶ୍ବରର ଔଷଧ ନିଗମରେ ଥିବା ଭ୍ୟାକସିନ ଭଣ୍ଡାରରେ ରଖାଯାଇଛି।

ବର୍ତ୍ତମାନ ଓଡିଶାକୁ ସେରମ ସଂସ୍ଥା ପ୍ରସ୍ତୁତ କୋଭିସିଲ୍ଡ 40 ହଜାର 8 ଶହ ଭାଲ ଆସିଛି। ଯାହାକି 4 ଲକ୍ଷ 8 ହଜାର ଡୋଜ ହେବ। ଏଗୁଡକ 12ଶହ କେଜି ଓଜନର 34ଟି ପ୍ୟାକେଟରେ ଆସିଛି। ତେବେ ଏହି ଟିକା ଦୁଇଟି ଡୋଜରେ ଦିଆଯିବ। ସେହି ଅନୁସାରେ ବର୍ତ୍ତମାନ ଯେତିକି ଟିକା ଆସିଛି ସେଥିର 1 ଲକ୍ଷ 91 ହଜାର ଲୋକଙ୍କୁ ଦିଆଯାଇପାରିବ।

ଭୁବନେଶ୍ବର ଭ୍ୟାକସିନ ଭଣ୍ଡାରରୁ ଟିକା ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଉଛି। ପ୍ରଥମ ଡୋଜ ପାଇଁ ଯେତିକି ଟିକା ଆବଶ୍ୟକ ସେତିକି ଟିକା ଜିଲ୍ଲା କେନ୍ଦ୍ରକୁ ପଠାଯିବ। ତାହା ଶେଷ ହେବା ପରେ ଦ୍ବୀତିୟ ଡୋଜ ଦେବା ବେଳେ ପୁଣି ପଠାଯିବ ବୋଲି ନିଷ୍ପତି ହୋଇଛି।

ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରରୁ ସେଗୁଡିକ ବିଭିନ୍ନ ଆଞ୍ଚଳିକ କେନ୍ଦ୍ରକୁ ପଠାଯିବ। ସେଥିପାଇଁ ସରକାର 160 କେନ୍ଦ୍ର କରିଛନ୍ତି। ଅନୁଗୋଳ, ଦେଓଗଡ଼, ସୋନପୁର ଜିଲ୍ଲା ଏବଂ ରାଉରକେଲା ଓ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ୨ଟି ଲେଖାଏଁ, ବଲାଙ୍ଗୀର, ଭଦ୍ରକ, ବୌଦ୍ଧ, ମାଲକାନଗିରି, ନୂଆପଡ଼ା ଜିଲ୍ଲା ଏବଂ ବ୍ରହ୍ମପୁର ଓ କଟକ ମହାନଗର ନିଗମରେ ୩ଟି ଲେଖାଏଁ  ଟୀକାକରଣ କେନ୍ଦ୍ର କରାଯାଇଛି।

ସେହିପରି ବରଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଝାରସୁଗୁଡ଼ା, ନବରଙ୍ଗପୁର, ନୟାଗଡ଼ ଜିଲ୍ଲାରେ ୪ଟି ଲେଖାଏଁ, ବାଲେଶ୍ୱର, ଯାଜପୁର, କନ୍ଧମାଳ, ଖୋର୍ଦ୍ଧା, କୋରାପୁଟ, ସମ୍ବଲପୁର ଜିଲ୍ଲା ଏବଂ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୫ଟି ଲେଖାଏଁ, କେନ୍ଦ୍ରାପଡ଼ା, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାରେ ପ୍ରତ୍ୟେକ ୬ଟି ଲେଖାଏଁ, କଳାହାଣ୍ଡି, ରାୟଗଡ଼ା ଜିଲ୍ଲାରେ ୭ଟି ଲେଖାଏଁ କେନ୍ଦ୍ର ହୋଇଛି।

କଟକ, ଗଞ୍ଜାମ, ପୁରୀ ଆଦି ଜିଲ୍ଲାରେ ୮ଟି ଲେଖାଏଁ ଏବଂ ମୟୂରଭଞ୍ଜ ଜିଲ୍ଲାର ୧୦ଟି ସ୍ଥାନରେ ଏହି ଟୀକାକରଣ କାର୍ଯ୍ୟ ହେବ । ଏହି ପରି ୩୦ଟି ଜିଲ୍ଲା ଏବଂ ୫ଟି ମହାନଗର ନିଗମ ଅଞ୍ଚଳର ୧୬୦ଟି କେନ୍ଦ୍ରକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୋଭିଡ୍‌-୧୯ ଟୀକାକରର ପାଇଁ ଚିହ୍ନଟ କରାଯାଇଛି ।

ପ୍ରଥମ ପର୍ଯ୍ୟାରେ ସ୍ବାସ୍ଥ୍ୟ କର୍ମିଙ୍କୁ ଏହି ଟିକା ଦେବା ପାଇଁ ସରକାର ନିଷ୍ପତି କରିଛନ୍ତି। ଏହି ସ୍ବାସ୍ଥ୍ୟ କର୍ମିଙ୍କ ମଧ୍ୟରେ ଯେଉଁମାନେ ବୟସ୍କ ସେମାନେ ପ୍ରଥମେ ଟିକା ନେବେ। ତେବେ ଏହି ଟିକା ବକ୍ସ ବା ଭାଲକୁ ଥରେ ଖୋଲାଗଲେ ସେଥିରେ ଯେତେ ଟିକା ଥିବା ତାହା ସାରିବାକୁ ପଡିବ। କାରଣ ତାହାକୁ ଆଉ ସିଲ କରିହେବ ନାହିଁ।

ସେଥିପାଇଁ ପ୍ରାରମ୍ଭିକ ସ୍ତରରେ ଯେଉଁ ସ୍ବାସ୍ଥ୍ୟ ଅନୁଷ୍ଠାନରେ ଅଧିକ ସଂଖ୍ୟକ କର୍ମଚାରୀ ଅଛିନ୍ତି ସେଠାକୁ ଏହା ପଠାଯିବ। ସ୍ବାସ୍ଥ୍ୟ ବିଭାଗ ଆକଳନ କରିଛି ଯେ ଏହି ପଦ୍ଧତିରେ ଅତିକମରେ 10 ପ୍ରତିଶତ ଟିକା ନଷ୍ଟ ହେବାର ସମ୍ଭାବନା ରହିଛି।ଗୋଟିଏ ଗୋଟିଏ କେନ୍ଦ୍ରରେ ଶହେ ଜଣଙ୍କୁ ଟିକା ଦେବାର ବନ୍ଦୋବସ୍ତ କରାଯାଇଛି।

ପ୍ରଥମେ ଯିଏ ଏହି ଟିକା ନେଇଥିବେ ତାଙ୍କୁ ଦ୍ବିତୀୟ ଡୋଜ ବେଳକୁ ସେହି ସମାନ କଂପାନୀର ଟିକା ପ୍ରଦାନ କରାଯିବ। ସେଥିପାଇଁ ଟିକାକରଣରେ ଯେଉଁଣାନେ ଅଛନ୍ତି ସେମାନଙ୍କୁ ଏଥିପ୍ରତି ସତର୍କ ରହିବା ପାଇଁ କୁହାଯାଇଛି। ରାଜ୍ୟରେ ବର୍ତ୍ତମାନ 3 ଲକ୍ଷ 33 ହଜାର ସ୍ବାସ୍ଥ୍ୟ କର୍ମିଙ୍କୁ ଏହି ଟିକା ଦିଆଯିବ ବୋଲି ତାଲିକା ପ୍ରସ୍ତୁତ କରାଯାଇଛି।

ସ୍ବାସ୍ଥ୍ୟ କର୍ମିଙ୍କୁ ଟିକାକରଣ କାର୍ଯ୍ୟ ଆସନ୍ତା 16 ତାରିଖରୁ ଆରମ୍ଭ ହେବ। ଏହା ପ୍ରାୟ ଦୁଇ ସପ୍ତାହ ଲାଗିବ ବୋଲି ଜଣାପଡିଛି। ଏହାପରେ ସାଧାରଣ ବରିଷ୍ଠ ଲୋକେ ଏବଂ ରୋଗୀମାନଙ୍କୁ ଏହି ଟିକା ପ୍ରଦାନ କରାଯିବ। ଯଦି ଠିକ ସମୟରେ ଟିକା ଉପଲବ୍ଧ ହୁଏ ତେବେ ସମସ୍ତଙ୍କୁ ଟିକା ଦେବା ବେଳକୁ ଫେବୃୟାରୀ ଦ୍ବିତୀୟ ସପ୍ତାହ ହେବ ବୋଲି ଜଣପଡିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୋଭିସିଲ୍ଡ ଟିକାକୁ ମାନବ ଶରୀରେ ପରୀକ୍ଷା ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ଦ୍ଵାରା ପ୍ରସ୍ତୁତ କୋଭିଡ଼ ଟିକା କୋଭିସିଲ୍ଡ ମାନବ ଶରୀରରେ ପ୍ରୟୋଗ ପାଇଁ ଅନୁମତି ମିଳିଛି। ଏହି ଟିକାକୁ ଭାରତର ପୁନେ ସେରମ ଇନଷ୍ଟିଚ୍ୟୁଟରେ ପ୍ରସ୍ତୁତ କରାଯାଉଛି। ଆଜି ଡିସିଜିଆଇ ବୈଠକରେ ତର୍ଜମା ପରେ ଅନୁମତି ମିଳିଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜରୁରୀକାଳୀନ ବ୍ୟାବହାର ପାଇଁ ସ୍ୱୀକୃତି ମିଳିଛି। ଏଥିପାଇଁ ସେରମ ଇନଷ୍ଟିଚ୍ୟୁଟ ୫ କୋଟି ଡୋଜ ପ୍ରସ୍ତୁତ କରିସାରିଥିବା ସୂଚନା ରହିଛି।