ଦେଶରେ ଏ ପର୍ଯ୍ୟନ୍ତ ଦିଆଗଲାଣି 14 କୋଟିରୁ ଅଧିକ କୋଭିଡ ଟିକା

Published: Apr 25, 2021, 12:57 pm IST

ନୂଆଦିଲ୍ଲୀ, କରୋନା ଟିକା ପ୍ରୟୋଗ କରିବାରେ ଭାରତ ଦ୍ରୁତତମ ଦେଶ ହୋଇପାରିଛି। କେବଳ 99 ଦିନରେ 14 କୋଟି କୋଭିଡ ଟିକା ଦିଆଯାଇଛି। ଏଥିରେ 92 ଲକ୍ଷ 89 ହଜାର ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରଥମ ଟିକା ଏବଂ ପ୍ରାୟ 60 ଲକ୍ଷ ଦ୍ୱିତୀୟ ଡୋଜ ଦିଆଯାଇଛି। ଏକ କୋଟିରୁ ଅଧିକ 19 ଲକ୍ଷ ଫ୍ରଣ୍ଟ ଲାଇନ କର୍ମଚାରୀ ପ୍ରଥମ ଡୋଜ ପାଇଛନ୍ତି ଏବଂ ସେହିପରି 62 ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ ପାଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଗତ ରାତି 8 ଟା ପର୍ଯ୍ୟନ୍ତ 24 ଲକ୍ଷ 22 ହଜାରରୁ ଅଧିକ ଲୋକଙ୍କୁ କୋଭିଡ ଟିକା ଦିଆଯାଇଥିଲା। ଏଥିମଧ୍ୟରୁ 15 ଲକ୍ଷରୁ ଅଧିକ ଲୋକ ପ୍ରଥମ ଡୋଜ ଗ୍ରହଣ କରିଛନ୍ତି ଏବଂ ଆଠ ଲକ୍ଷରୁ ଅଧିକ ଟିକା ଦ୍ବିତୀୟ ଡୋଜ ନେଇଛନ୍ତି।

Related posts