Categories
ଆଞ୍ଚଳିକ ସ୍ବାସ୍ଥ୍ୟ

ଆସନ୍ତାକାଲି ଚିଲିକାରେ ୨ ହଜାର ୩ ଶହ ୬୦ ଜଣ ନାଗରିକ ନେବେ ଟୀକା

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ନିର୍ବାଚନମଣ୍ଡଳୀରେ ଆସନ୍ତାକାଲି (ସେପ୍ଟେମ୍ବର ୧୧ ତାରିଖ) ରେ ୨ ହଜାର ୩ ଶହ ୬୦ ଜଣ ନାଗରିକଙ୍କ ପାଇଁ ଟୀକା ବ୍ୟବସ୍ଥା ହୋଇଅଛି। ଏ ନେଇ ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।

ଜାଣନ୍ତୁ ବାଣପୁରର କେଉଁ କେନ୍ଦ୍ରରେ କେତେ ଟୀକା ଏବଂ କିପରି ନେବେ:

ଅନଲାଇନ (ବୁକିଂ ସମୟ ଆଜି ଅପରାହ୍ନ ୪ ଟା ୩୦ ରୁ ଆରମ୍ଭ)

୧- କୃତିବାସ ଭବନ:

– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୨- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର– ସବୁ ବର୍ଗର ନାଗରିକ:

– ୬୦ ଟି ପ୍ରଥମ ଡୋଜ, ୩୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୩- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ସବୁ ବର୍ଗର ନାଗରିକ:

– ୬୦ ଟି ପ୍ରଥମ ଡୋଜ, ୩୦ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୪- ହଳନ୍ଦା ଉପ ସ୍ୱାସ୍ଥ୍ୟ କେନ୍ଦ୍ର– ସବୁ ବର୍ଗର ନାଗରିକ:

– ୭୦ ଟି ପ୍ରଥମ ଡୋଜ, ୨୫ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୫ ଡୋଜ

ଅଫଲାଇନ ଟୀକାକରଣ:

୫ – ପୁଞ୍ଜିଆମା ବାତ୍ୟା ଆଶ୍ରୟସ୍ଥଳୀ- ସବୁ ବର୍ଗର ନାଗରିକ:

– ୭୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୬- ବାଲିପଦର କମ୍ୟୁନିଟି ସେଣ୍ଟର (ୱାର୍ଡ- ୨, ବାଣପୁର ଏନଏସି ) ସବୁ ବର୍ଗର ନାଗରିକ:

– ୬୦ ଟି ପ୍ରଥମ ଡୋଜ, ୩୦ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୭ – ନୀଳାଦ୍ରିପ୍ରସାଦ ଉପ ସ୍ୱାସ୍ଥ୍ୟ କେନ୍ଦ୍ର– ସବୁ ବର୍ଗର ନାଗରିକ:

– ୭୫ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୫ ଡୋଜ

୮- ଓଡଗାଁ ବିଦ୍ୟାଳୟ– ସବୁ ବର୍ଗର ନାଗରିକ:

– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୯- ଖଣତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ– ସବୁ ବର୍ଗର ନାଗରିକ:

– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୧୦- ଭାପୁର ବାତ୍ୟା ଆଶ୍ରୟସ୍ଥଳୀ– ସବୁ ବର୍ଗର ନାଗରିକ:

– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୧୧. ମାଣିକପୁର ବାତ୍ୟା ଆଶ୍ରୟସ୍ଥଳୀ– ସବୁ ବର୍ଗର ନାଗରିକ:

– ୭୦ ଟି ପ୍ରଥମ ଡୋଜ, ୨୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୧୨. ନନ୍ଦପୁର (ମେଘାମ୍ବରି ମନ୍ଦିର ପାଖ)- ସବୁ ବର୍ଗର ନାଗରିକ:

– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୧୩. ଗାଲୁଆ ଗ୍ରାମ ପଞ୍ଚାୟତ ( ଭୀମପୁର ଉ.ପ୍ରା ବିଦ୍ୟାଳୟ) – ସବୁ ବର୍ଗର ନାଗରିକ:

– ୫୦ ଟି ପ୍ରଥମ ଡୋଜ, ୪୦ ଟି ଦ୍ଵିତୀୟ ଡୋଜ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ୧୦ ଡୋଜ

୧୪. ବାଣପୁର ସବ ଜେଲ (କଏଦୀ ଏବଂ ଜେଲ କର୍ମଚାରୀଙ୍କ ନିମନ୍ତେ)- ୧୬୦ ଡୋଜ

ବାଣପୁରର ସମସ୍ତ ଟୀକାକେନ୍ଦ୍ରରେ ସକାଳ ୯ ଘଟିକାରୁ ଟୀକାକରଣ ଆରମ୍ଭ ହେବ। କେବଳ ମାଣିକପୁର ଏବଂ ଗାଲୁଆ ଗ୍ରାମ ପଞ୍ଚାୟତରେ ଅପରାହ୍ନ ୧ ଟା ୩୦ ରୁ ଆରମ୍ଭ ହେବ।

ଚିଲିକା: ସବୁ ବର୍ଗର ନାଗରିକ (ଉଭୟ ଡୋଜ, ଅଫଲାଇନ)

୧- କେ.କେ ନୂଆଗାଁ କଲ୍ୟାଣ ମଣ୍ଡପ (ବାଲୁଗାଁ ଏନଏସି):

– ୫୦ ଟି ପ୍ରଥମ ଡୋଜ, ୬୦ ଟି ଦ୍ଵିତୀୟ ଡୋଜ ଏବଂ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପାଇଁ ୪୦ ଡୋଜ

୨- ଅଡ଼ିଟୋରିଅମ ହଲ (ବାଲୁଗାଁ ଏନଏସି ):

– ୫୦ ଟି ପ୍ରଥମ ଡୋଜ, ୬୦ ଟି ଦ୍ଵିତୀୟ ଡୋଜ ଏବଂ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପାଇଁ ୪୦ ଡୋଜ

୩- କିମ୍ଭିରିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ସିଙ୍ଗେଶ୍ୱର ଗ୍ରାପ):

– ୫୦ ଟି ପ୍ରଥମ ଡୋଜ, ୬୦ ଟି ଦ୍ଵିତୀୟ ଡୋଜ ଏବଂ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପାଇଁ ୪୦ ଡୋଜ

୪- ବ୍ରାହ୍ମଣକୁଶଡିହ ବାତ୍ୟା ଆଶ୍ରୟସ୍ଥଳୀ (ଆଙ୍କୁଲା ଗ୍ରାପ):

– ୫୦ ଟି ପ୍ରଥମ ଡୋଜ, ୬୦ ଟି ଦ୍ଵିତୀୟ ଡୋଜ ଏବଂ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପାଇଁ ୪୦ ଡୋଜ

୫- କାଳିଜାଇ ୟୁଜି ଏମଇ ବିଦ୍ୟାଳୟ (ମାନସିଂହପୁର ଗ୍ରାପ):

– ୫୦ ଟି ପ୍ରଥମ ଡୋଜ, ୬୦ ଟି ଦ୍ଵିତୀୟ ଡୋଜ ଏବଂ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପାଇଁ ୪୦ ଡୋଜ

୬ – ତରାପି ପ୍ରାଥମିକ ବିଦ୍ୟାଳୟ (ହାଟବରଡ଼ି ଗ୍ରାପ):

– ୫୦ ଟି ପ୍ରଥମ ଡୋଜ, ୬୦ ଟି ଦ୍ଵିତୀୟ ଡୋଜ ଏବଂ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପାଇଁ ୪୦ ଡୋଜ

– ଚିଲିକାର ସବୁ ଟିକାକେନ୍ଦ୍ରରେ ଟୀକାକରଣ ସମୟ- ସକାଳ ୯ ଘଟିକାରୁ ଅପରାହ୍ନ ୧ ଘଟିକା (ପ୍ରଥମ ଡୋଜ)

– ସେହିଭଳି ଅପରାହ୍ନ ୨ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଦ୍ଵିତୀୟ ଡୋଜ ଟୀକା ଦେବା ପାଇଁ ସମୟ ନିର୍ଦ୍ଧାରଣ କରଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କୋଭିଡ ଟିକା ଖୋଲା ବଜାରରେ ଉପଲବ୍ଧ କରାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: କୋଭିଡ ଟିକା ପ୍ରସଂଗରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ଖୋଲା ବଜାରରେ ଟିକା ଉପଲବ୍ଧ କରାଯାଉ । କାରଣ ଆର୍ଥିକ ସ୍ବଚ୍ଛଳ ବ୍ୟକ୍ତିମାନେ ଟିକା କିଣିବାକୁ ଚାହିଁବେ ସେମାନେ ଖୋଲା ବଜାରରୁ ଟିକା କିଣି ପାରିବେ । ଏହାଦ୍ବାରା ସରକାରୀ ଟିକା ପ୍ରଦାନ କେନ୍ଦ୍ରରେ ଗରିବ ଲୋକମାନେ ଉପକୃତ ହୋଇପାରିବେ।

ଏହି ଚିଠିରେ ନବୀନ ପ୍ରଧାନମନ୍ତ୍ରୀଙ୍କୁ ୪ଟି ପ୍ରସ୍ତାବ ଦେଇଛନ୍ତି । ସେଗୁଡିକ ହେଲା

1- ସରକାରୀ ବ୍ୟବସ୍ଥା ବ୍ୟତୀତ ଖୋଲା ବଜାରରେ କରୋନା ଟିକା ଉପଲବ୍ଧ କରାଯାଉ । ଫଳରେ ଆର୍ଥିକ ସ୍ବଚ୍ଛଳ ବ୍ୟକ୍ତଙ୍କ ଭିଡ ସରକାରୀ ସଂସ୍ଥାରୁ ହଟିଯିବ, ଗରିବ ଲୋକେ ଉପକୃତ ହେବେ।

2-ଏହାସହ ଦେଶରେ ବିଶ୍ୱସ୍ତରୀୟ ଅନୁମତି ପ୍ରାପ୍ତ କରୋନା ଟିକା ପର୍ଯ୍ୟାପ୍ତ ପରିମାଣର ରାଜ୍ୟମାନଙ୍କୁ ଯୋଗାଇ ଦିଆଯାଉ।

3- ଭାରତ ବର୍ତ୍ତମାନ ଟିକା ଉତ୍ପାଦନରେ ପ୍ରମୁଖ ଦେଶ ହୋଇଛି। ସେଥିପାଇଁ ବିଭିନ୍ନ ରାଜ୍ୟରେ ମଧ୍ୟ ଟିକା ଉତ୍ପାଦନ କରିବାକୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉ।

4- ବର୍ତ୍ତମାନ ବହୁ ସହରରେ କରୋନା ଭାଇରସ ବ୍ୟାପିବାରେ ଲାଗିଛି। ସେଥିପାଇଁ ସେହି ସହରରେ ଟିକା ପ୍ରଦାନ ପାଇଁ ଥିବା ବୟସ ସୀମାକୁ କୋହଳ କରାଯାଉଛି। ଏହାଦ୍ବାରା ରାଜ୍ୟର ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇବ ନାହିଁ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସୋମବାରରେ ତିରିଶ ହଜାର ସ୍ବାସ୍ଥ୍ୟ କର୍ମୀ ନେଲେ ଟୀକା, ସମସ୍ତଙ୍କୁ ଟୀକା ନେବା ପାଇଁ କରାଗଲା ଅନୁରୋଧ

ଭୁବନେଶ୍ୱର, ରବିବାର ଦିନର ବିରତି ପରେ ସୋମବାର ଦ୍ୱିତୀୟ ଦିନରେ କୋଭିଡ୍‌ ଟୀକାକରଣ ଆରମ୍ଭ ହୋଇଥିଲା । ଏହି ଟୀକାକରଣ କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ସମସ୍ତ ଜିଲ୍ଲାକୁ ସେମାନଙ୍କର ମାଇକ୍ରୋ- ପ୍ଲାନ୍‌ ପ୍ରସ୍ତୁତ କରିବାକୁ କୁହାଯାଇଥିଲା, ଯାହାଫଳରେ ପୂର୍ବରୁ ତାଲିକାଭୁକ୍ତ ସ୍ୱାସ୍ଥ୍ୟସେବା ହିତାଧିକାରୀଙ୍କ ଟୀକାକରଣକୁ ଅନ୍ତର୍ଭୁକ୍ତ କରାଯିବ । ସେହି ଅନୁଯାୟୀ ସେମାନେ ସେମାନଙ୍କର ମାଇକ୍ରୋ ପ୍ଲାନ୍‌ ଦାଖଲ କରିଛନ୍ତି ।

ଟୀକାକରଣ  ପାଇଁ ମେଡିକାଲ୍‌ କଲେଜ ଏବଂ ବଡ଼ ବେସରକାରୀ ଡାକ୍ତରଖାନାରେ ୫ଟି କେନ୍ଦ୍ର , ଜିଲ୍ଲା ସଦର ମହକୁମା ହସ୍‌ପିଟାଲ୍‌ରେ ଗୋଟିଏରୁ ଦୁଇଟି କେନ୍ଦ୍ର, ଉପଖଣ୍ଡ ହସ୍‌ପିଟାଲ୍‌ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକ ଓ୍ୱାର୍ଡରେ ଆଜିଠାରୁ ଜାନୁଆରୀ ସୁଦ୍ଧା ଶେଷ କରିବାକୁ ଯୋଜନା କରାଯାଇଛି । ସମସ୍ତ ବର୍ଗର କର୍ମଚାରୀ ଏହି ସବୁ କେନ୍ଦ୍ରରେ ଅନ୍ତର୍ଭୁକ୍ତ ହେବାକୁ ଯୋଜନା କରାଯାଇଛି ।  ପ୍ରଥମ ଦିବସରେ ୧୬୧ଟି କେନ୍ଦ୍ର କରାଯାଇଥିଲା, ଯେଉଁଥିରେ ୧୩,୯୮୦ ଜଣ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ଟୀକା ଦିଆଯାଇଥିଲା।

ସୋମବାର ଦିନ ସମୁଦାୟ ୩୮୦ଟି କେନ୍ଦ୍ର ଯୋଜନା କରାଯାଇଥିଲା ଏବଂ ଟୀକାକରଣ ସୁରୁଖୁରୁରେ ଚାଲିଛି । ସନ୍ଧ୍ୟା ୬ଟା  ପର୍ଯ୍ୟନ୍ତ ୩୦,୧୬୧ ଜଣ ସ୍ୱାସ୍ଥ୍ୟ ସେବା କର୍ମଚାରୀ ହିତାଧିକାରୀଙ୍କୁ ଟୀକାକରଣ କରାଯାଇଛି, ଯାହା ତାଲିକାଭୁକ୍ତ ମୋଟ ହିତାଧିକାରୀଙ୍କର ୯୫ ପ୍ରତିଶତ ଅଟେ । ୨୫ ଜାନୁଆରୀ ୨୦୨୧ ସୁଦ୍ଧା ପଂଜୀକରଣ ପ୍ରକ୍ରିୟା ଶେଷ କରିବାକୁ ସମସ୍ତ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି । ଗୋଟିଏ ସାମାନ୍ୟ ଧରଣର ପାଶ୍ୱ ପ୍ରତିକ୍ରିୟା ମାମଲା ରିପୋର୍ଟ ହୋଇଛି । ହିତାଧିକାରୀ ବର୍ତ୍ତମାନ ଭଲ ଅଛନ୍ତି ।

ଆଜି ୫୦ ହଜାର  ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ଦିଆଯିବ ବୋଲି ଲକ୍ଷ ରଖାଯାଇଛି । ଯେହେତୁ ସମସ୍ତ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ପୂର୍ଣ୍ଣ ଟୀକାକରଣ ପାଇଁ ରାଜ୍ୟରେ ଖୁବ୍‌ ଶୀଘ୍ର  ପର୍ଯ୍ୟାପ୍ତ ଟୀକା ଉପଲବ୍ଧ ହେବ, ସେଥି ପାଇଁ ହିତାଧିକାରୀମାନଙ୍କୁ ଟୀକାକରଣ  ପାଇଁ ଆସିବାକୁ ପୁନର୍ବାର ଅନୁରୋଧ କରାଯାଇଛି । ଯେହେତୁ ଏହା ଏକ ସ୍ବେଚ୍ଛାକୃତ ଟୀକାକରଣ କାର୍ଯ୍ୟକ୍ରମ, ସେହି ହିତାଧିକାରୀମାନେ ଯେଉଁମାନେ ଇଚ୍ଛାକୃତ ଭାବରେ ଟୀକାକରଣକୁ ପ୍ରତ୍ୟାଖ୍ୟାନ କରୁଛନ୍ତି, ପରବର୍ତ୍ତୀ ସମୟରେ ସରକାରଙ୍କ ତରଫରୁ ମାଗଣା କୋଭିଡ୍‌ ଟୀକାକରଣ ପାଇଁ ସୁଯୋଗ ପାଇବେ ନାହିଁ ବୋଲି ସୂଚନା ଦିଆଯାଇଛି।

Categories
ଅନ୍ତରାଷ୍ଟ୍ରୀୟ ବିଶେଷ ଖବର ସ୍ବାସ୍ଥ୍ୟ

ବଡ ଖବର: ଆରମ୍ଭ ହେଲା କୋଭିଡ19 ଟୀକା ପ୍ରଦାନ, ବିଶ୍ବର 90 ବର୍ଷର ଜଣେ ମହିଳା ନେଲେ ପ୍ରଥମ ଟୀକା

ଲଣ୍ଡନ, ଆଜି ବ୍ରିଟେନରେ ସାଧାରଣ ଲୋକଙ୍କୁ କୋଭିଡ19 ଟୀକା ପ୍ରଦାନ ଆରମ୍ଭ ହୋଇଛି। ଫାଇଜର କଂପାନୀ ଦ୍ବାରା ପ୍ରସ୍ତୁତ ବାଓ-ଏନ-ଟେକ ଟୀକାକରଣ ପାଇଁ ବ୍ରିଟିସ ସରକାର ଅନୁମତି ଦେଇଛନ୍ତି। ଫଳରେ କ୍ଲିନିକାଲ ଟେଷ୍ଟ ବାହାରେ 90 ବର୍ଷର ଜଣେ ମହିଳାଙ୍କୁ ଏହି କୋଭିଡ19 ଟୀକା ପ୍ରଥମେ ଦିଆଯାଇଛି। ତାଙ୍କ ନାମ ହେଉଛି ମାର୍ଗେରଟ୍ କିନାନ୍। ସେ ଉତ୍ତର ଆର୍ୟଲାଣ୍ଡର ଇନ୍ନିସ୍କିଲେନର ବାସିନ୍ଧା। ଏହାପରେ ବ୍ରିଟେନର ବର୍ତ୍ତମାନ ସାମୁହିକ ଟୀକାକରଣ ଆରମ୍ଭ କରାଯାଇଛି।

ଫାଇଜର କଂପାନୀ ବାଓ-ଏନ-ଟେକ ଟୀକା ଜରୁରୀକାଳିନ ସାମୁହିକ ପ୍ରଦାନ ପାଇଁ ବ୍ରିଟେନ ସରକାରଙ୍କୁ ଅନୁରୋଧ କରିଥିଲା। କଂପାନୀର ଅନୁରୋଧ ପରେ ସରକାର ତାହାକୁ ଅନୁମତି ପ୍ରଦାନ କରିଥିଲେ। ଫଳରେ ବିଶ୍ବରେ ବ୍ରିଟେନ ହେଉଛି ପ୍ରଥମ ରାଷ୍ଟ୍ର ଯେ କି ଏହି କୋଭିଡ19 ଟୀକା ସାମୁହିକ ପ୍ରଦାନ କାର୍ଯ୍ୟ ଆରମ୍ଭ କରିଛି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲ୍‌ରେ କୋଭିଡ-୧୯ ଭ୍ୟାକ୍ସିନ୍ ପରୀକ୍ଷଣ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: କୋଭିଡ୍‌-୧୯ ଭ୍ୟାକ୍ସିନର ମଣିଷ ଉପରେ ପ୍ରୟୋଗ ନିମନ୍ତେ ବିଧିବଦ୍ଧ ପ୍ରକ୍ରିୟା ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ୍ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍‌ ହସପିଟାଲ୍‌ରେ ସୋମବାର ଆରମ୍ଭ ହୋଇଛି । ଭାରତର ପ୍ରଥମ କୋଭିଡ-୧୯ ଭ୍ୟାକ୍‌ସିନର ମଣିଷ ଉପରେ ପ୍ରୟୋଗ ନିମନ୍ତେ ଦେଶର ୧୨ଟି ଅନୁଷ୍ଠାନକୁ ସ୍ୱୀକୃତି ଦିଆଯାଇଥିବା ବେଳେ ଓଡିଶାର ଏକମାତ୍ର ପରୀକ୍ଷଣ କେନ୍ଦ୍ର ଭାବେ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲ୍‌କୁ ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ୱାରା ମନୋନୀତ କରଯାଇଛି ।

ଆଇସିଏମଆର ଓ ଭାରତ ବାୟୋଟେକର ମିଳିତ ସହଯୋଗରେ ଏହି ଭ୍ୟାକସିନ୍‌ର ପ୍ରସ୍ତୁତି ଚାଲିଥିବା ବେଳେ ସମ୍ ହସ୍ପିଟାଲରେ ଏହାର ମଣିଷ ଉପରେ ପ୍ରୟୋଗ ନିମନ୍ତେ ବିଧିବଦ୍ଧ ଭାବେ ପ୍ରିଭେନ୍ଟିଭ ଆଣ୍ଡ ଥେରାପିଉଟିକ୍ କ୍ଲିନିକାଲ୍ ଟ୍ରାଏଲ୍ ୟୁନିଟର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରିଜିଓନାଲ୍ ମେଡିକାଲ ରିସର୍ଚ୍ଚ ସେଂଟର (ଆର୍‌ଏମ୍‌ଆର୍‌ସି) ର ନିର୍ଦ୍ଦେଶିକା ଡଃ ସଂଘମିତ୍ରା ପତି, ସୋଆ କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ଭିଡିଓ କନଫରେନସିଙ୍ଗ ମାଧ୍ୟମରେ ଯୋଗ ଦେଇଥିବା ବେଳେ, ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲ୍‌ର ଡିନ୍ ପ୍ରଫେସର ଗଙ୍ଗାଧର ସାହୁ, ସମ୍ ହସ୍ପିଟାଲର କମ୍ୟୁନିଟି ମେଡିସିନ୍ ବିଭାଗ ମୁଖ୍ୟ ପ୍ରଫେସର ତ୍ରିଲୋଚନ ସାହୁ, ଭ୍ୟାକସିନ୍ ଟ୍ରାଏଲର ମୁଖ୍ୟ ପରୀକ୍ଷକ ତଥା କମ୍ୟୁନିଟି ମେଡିସିନ ବିଭାଗ ପ୍ରଫେସର ଡଃ ଇ ଭେଙ୍କଟ ରାଓ ପ୍ରମୁଖ ଉପସ୍ଥିତ ଥିଲେ।

ସୋମବାର ଭ୍ୟାକସିନ୍ ଟ୍ରାଏଲର ସ୍କ୍ରିନିଙ୍ଗ ଆରମ୍ଭ କରାଯାଇଥିବା ବେଳେ ୧୮ରୁ ୫୫ ବର୍ଷ ବୟସର ସ୍ୱେଚ୍ଛାସେବୀମାନଙ୍କ ଶରୀରରେ ଏହି ଟୀକା ପରୀକ୍ଷଣ କରାଯିବ ବୋଲି ଡଃ ରାଓ କହିଛନ୍ତି । ଏହି ବହୁ ପ୍ରତିକ୍ଷୀତ ଭ୍ୟାକସିନ୍‌ର କ୍ଲିନିକାଲ୍ ଟ୍ରାଏଲ୍ ନିମନ୍ତେ ଓଡ଼ିଶାର ଏକମାତ୍ର ହସପିଟାଲ୍ ଭାବେ ଆଇଏମଏସ ଆଣ୍ଡ ସମ୍ ହସପିଟାଲ ମନୋନୀତ ହୋଇଥିବା ବେଳେ ଶୁଭାରମ୍ଭ ହୋଇଥିବା କ୍ଲିନିକାଲ୍‌ ଟ୍ରାଏଲ ୟୁନିଟ୍ ଓଡିଶାର ଏକମାତ୍ର କେନ୍ଦ୍ର ଭାବେ ସମ୍ ହସ୍ପିଟାଲ୍‌ରେ ତାର କାର୍ଯ୍ୟ ଆରମ୍ଭ କରିଛି ।

ଏହି କ୍ଲିନିକାଲ୍ ଟ୍ରାଏଲ୍ ୟୁନିଟର ଶୁଭାରମ୍ଭ ପରେ ଗଣମାଧ୍ୟମକୁ ସୂଚନା ଦେଇ ଡଃ ରାଓ କହିଛନ୍ତି ଯେ ଦେଶ ସମେତ ବିଦେଶର ଅନେକ ଗବେଷଣା ଅନୁଷ୍ଠାନ କରୋନା ଟୀକାର ପରୀକ୍ଷଣ କରୁଛନ୍ତି । ଏହି ପରୀକ୍ଷଣ ନିମନ୍ତେ ଶୁଭାରମ୍ଭ ହୋଇଥିବା ୟୁନିଟ୍ ଟି କ୍ଲିନିକାଲ ଟ୍ରାଏଲର ବିଭିନ୍ନ ଦିଗ ଉପରେ ମନୋନିବେଶ କରି କାର୍ଯ୍ୟ କରିବ । ୪ଟି ପର୍ଯ୍ୟାୟରେ ମଣିଷ ଉପରେ ଏହି ପରୀକ୍ଷଣ କରାଯିବ ବୋଲି ସେ କହିଛନ୍ତି । ସେହିପରି ଏହି କାର୍ଯ୍ୟରେ ଗୁଣବତା, ମୂଲ୍ୟବୋଧ, ରୋଗୀଙ୍କ ସୁରକ୍ଷା ଉପରେ ଦୃଢ଼ ଦୃଷ୍ଟି ଦେବୁ ।

ଡ୍ରଗସ୍ କଂଟ୍ରୋଲର ଜେନେରାଲ୍ ଅଫ ଇଣ୍ଡିଆ ଏବଂ ସେଂଟ୍ରାଲ୍ ଡ୍ରଗ ଷ୍ଟାଣ୍ଡାଡାଇଜେସନ କଂଟ୍ରୋଲର ଅରଗାନାଇଜେସନ ଦ୍ୱାରା ଅନୁମୋଦିତ ଭ୍ୟାକସିନ୍‌ ହିଁ ଏହି ପରୀକ୍ଷଣରେ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଏହି କରୋନା ମହାମାରୀରୁ ମାନବ ସମାଜକୁ ବଂଚାଇବା ପାଇଁ ଯେଉଁ ସ୍ୱେଚ୍ଚାସେବୀ ମାନେ ଏହି ଟିକା ପରୀକ୍ଷଣରେ ନିଜକୁ ନିୟୋଜିତ କରିବାକୁ ଚାହୁଁଛନ୍ତି ସେମାନେ http://ptctu.soa.ac.in/ୱେବସାଇଟ୍‌ରେ ନିଜନାମ ପଂଜିକୃତ କରନ୍ତୁ ଅଥବା ୮୯୧୭୨୧୧୨୧୪ ହ୍ୱାଟସ୍‌ ଆପ୍ ନମ୍ବରରେ ଯୋଗାଯୋଗ କରନ୍ତୁ ବୋଲି ଡଃ ରାଓ କହିଛନ୍ତି ।

କୋଭିଡ୍‌-୧୯ ମହାମାରୀ ଦ୍ୱାରା ଉଦ୍ଭବ ପରିସ୍ଥିତି ଏବଂ ଜନସ୍ୱାସ୍ଥ୍ୟ ନିମନ୍ତେ ଜରୁରୀ ହୋଇପଡ଼ିଥିବା ଭ୍ୟାକସିନ୍‌ର ମଣିଷ ଉପରେ ପ୍ରୟୋଗ ନେଇ ପରୀକ୍ଷଣ କରିବାକୁ ନିଷ୍ପତି ନିଆଯାଇଥିବା ବେଳେ ଆଇସିଏମଆର ପକ୍ଷରୁ ସମ୍ ହସପିଟାଲ୍‌କୁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି। ଆଇସିଏମଆର – ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଭିରୋଲଜି, ପୁଣେ ଦ୍ୱାରା ପୃଥକ କରାଯାଇଥିବା ଏହି ଭାଇରସର ଷ୍ଟ୍ରେନକୁ ନେଇ ଏହି ଚର୍ଚ୍ଚିତ ଭ୍ୟାକସିନ୍ ପ୍ରସ୍ତୁତ କରଯାଉଛି । ଆଇସିଏମଆର ଓ ଭାରତ ବାୟୋଟେକ ମିଳିତ ଭାବରେ ଏହି ଭ୍ୟାକସିନକୁ ପ୍ରସ୍ତୁତ କରୁଛନ୍ତି । ଡ୍ରଗ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆଙ୍କ ପକ୍ଷରୁ ଫେଜ-୧ ଏବଂ ଫେଜ-୨ରେ ମଣିଷ ଉପରେ ଏହାର ପ୍ରୟୋଗ ନିମନ୍ତେ ଅନୁମତି ମିଳିସାରିଛି ।