ବଡ ଖବର: ଆରମ୍ଭ ହେଲା କୋଭିଡ19 ଟୀକା ପ୍ରଦାନ, ବିଶ୍ବର 90 ବର୍ଷର ଜଣେ ମହିଳା ନେଲେ ପ୍ରଥମ ଟୀକା

Published: Dec 8, 2020, 2:11 pm IST

ଲଣ୍ଡନ, ଆଜି ବ୍ରିଟେନରେ ସାଧାରଣ ଲୋକଙ୍କୁ କୋଭିଡ19 ଟୀକା ପ୍ରଦାନ ଆରମ୍ଭ ହୋଇଛି। ଫାଇଜର କଂପାନୀ ଦ୍ବାରା ପ୍ରସ୍ତୁତ ବାଓ-ଏନ-ଟେକ ଟୀକାକରଣ ପାଇଁ ବ୍ରିଟିସ ସରକାର ଅନୁମତି ଦେଇଛନ୍ତି। ଫଳରେ କ୍ଲିନିକାଲ ଟେଷ୍ଟ ବାହାରେ 90 ବର୍ଷର ଜଣେ ମହିଳାଙ୍କୁ ଏହି କୋଭିଡ19 ଟୀକା ପ୍ରଥମେ ଦିଆଯାଇଛି। ତାଙ୍କ ନାମ ହେଉଛି ମାର୍ଗେରଟ୍ କିନାନ୍। ସେ ଉତ୍ତର ଆର୍ୟଲାଣ୍ଡର ଇନ୍ନିସ୍କିଲେନର ବାସିନ୍ଧା। ଏହାପରେ ବ୍ରିଟେନର ବର୍ତ୍ତମାନ ସାମୁହିକ ଟୀକାକରଣ ଆରମ୍ଭ କରାଯାଇଛି।

ଫାଇଜର କଂପାନୀ ବାଓ-ଏନ-ଟେକ ଟୀକା ଜରୁରୀକାଳିନ ସାମୁହିକ ପ୍ରଦାନ ପାଇଁ ବ୍ରିଟେନ ସରକାରଙ୍କୁ ଅନୁରୋଧ କରିଥିଲା। କଂପାନୀର ଅନୁରୋଧ ପରେ ସରକାର ତାହାକୁ ଅନୁମତି ପ୍ରଦାନ କରିଥିଲେ। ଫଳରେ ବିଶ୍ବରେ ବ୍ରିଟେନ ହେଉଛି ପ୍ରଥମ ରାଷ୍ଟ୍ର ଯେ କି ଏହି କୋଭିଡ19 ଟୀକା ସାମୁହିକ ପ୍ରଦାନ କାର୍ଯ୍ୟ ଆରମ୍ଭ କରିଛି।

Related posts