Categories
ବିଶେଷ ଖବର ରାଜ୍ୟ ଖବର

ନବୀନଙ୍କ ସର୍ଜିକାଲ ଷ୍ଟ୍ରାଇକ: ଗଣଶିକ୍ଷା ମନ୍ତ୍ରୀଙ୍କ ପରେ ଏବେ ହଟିଲେ ଉଚ୍ଚଶିକ୍ଷା ମନ୍ତ୍ରୀ, ସଚିବ ମଧ୍ୟ ଗଲେ

ଭୁବନେଶ୍ବର: ଆଜି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଉପରେ ପଡିଛି ଚଡକ। ଆଜି ଏହି ବିଭାଗର ମନ୍ତ୍ରୀ ଥିବା ରୋହିତ ପୂଜାରୀଙ୍କୁ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ହଟାଇ ଦେଇଛନ୍ତି। ଏ ନେଇ ସେ ରାଜ୍ୟପାଳଙ୍କୁ ପତ୍ର ଲେଖିଛନ୍ତି। ସେହି ଅନୁସାରେ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିସ୍କାରକୁ ରାଜ୍ୟପାଳ ଅନୁମୋଦ କରିଛନ୍ତି।

ରୋହିତ ପୂଜାରୀଙ୍କୁ ହଟାଇବା ପରେ ଏହି ବିଭାଗର ଦାୟିତ୍ବ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ପ୍ରଦାନ କରାଯାଇଛି। ରୋହିତ ଗତ ବର୍ଷ ଜୁନ ମାସରେ ପ୍ରଥମ ଥର ପାଇଁ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଥିଲେ। ହେଲେ ସେ କେତେକ କ୍ଷେତ୍ରରେ ବିବାଦୀୟ ହୋଇପଡିଥିଲେ। ମୁଖ୍ୟତଃ ତାଙ୍କ ବିଭାଗର ଦକ୍ଷତା ନେଇ କୁଆଡେ ମୁଖ୍ୟମନ୍ତୀ ଅସନ୍ତୁଷ୍ଠ ଥିଲେ।

ସେହିପରି ଏହି ବିଭାଗର ସଚିବ ବିଷ୍ଣୁପଦ ସେଠୀଙ୍କୁ ମଧ୍ୟ ରାଜ୍ୟ ସରକାର ବଦଳି କରିଦେଇଛନ୍ତି। ତାଙ୍କୁ ସାଧାରଣ ପ୍ରଶାସନର ଅଫିସର ଅନ ସ୍ପେଶାଲ ଡ୍ୟୁଟି ଭାବେ ବଦଳି କରାଯାଇଛି। ଵିଷ୍ଣୁପଦଙ୍କ ସ୍ଥାନରେ ଆଇଏଏସ୍ ଅରବିନ୍ଦ ଅଗ୍ରୱାଲଙ୍କୁ ଉଚ୍ଚଶିକ୍ଷା ଦାୟିତ୍ୱ ଦିଆଯାଇଛି। ସେହିପରି ଅର୍ଥ ସଚିବ ବିଶାଳ ଦେବଙ୍କୁ ଓଏଚ୍‌ପିସିର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ତେବେ ହଠାତ ମୁଖ୍ୟମନ୍ତ୍ରୀ ଏପରି କାହିଁକି ନିଷ୍ପତି ନେଲେ ସେ ନେଇ ବିଭିନ୍ନ ମହଲରେ ଆଶଙ୍କା ସୃଷ୍ଟି ହୋଇଛି। ଏହି ବିଭାଗରେ କିଛି ବଡ ଦୁର୍ନିତି ହୋଇଛି କି ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି। ନିକଟରେ ନବୀନ ତାଙ୍କର ଦୁଇ ଜଣ ମନ୍ତ୍ରୀଙ୍କୁ ବିଦା କରିଥିଲେ। ସେମାନେ ହେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଏବଂ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ।

ନବୀନଙ୍କ ଏପରି ସର୍ଜିକାଲ ଷ୍ଟ୍ରାଇକ ଦେଖି ଅନ୍ୟ ମନ୍ତ୍ରୀମାନେ ମଧ୍ୟ ପ୍ରମାଦ ଗଣିଲେଣି ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ନାଚୁଣୀ ଗସ୍ତରେ ସାଂସଦ ମାନସ ରଂଜନ ମଙ୍ଗରାଜ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ

ସୀତାରାମ ଅଗ୍ରୱାଲ

ନାଚୁଣୀ: ରାଜ୍ୟ ସଭା ସାଂସଦ ମାନସ ରଂଜନ ମଙ୍ଗରାଜଙ୍କ ଆଜି ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ସାଂସଦ ମାନସ ରଂଜନ ମଙ୍ଗରାଜଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ମଧ୍ୟ ଅଛନ୍ତି। ନାଚୁଣୀ ମହାଵିଦ୍ୟାଳୟର ୪୨ ତମ ବାର୍ଷିକ ସାଂସ୍କୃତିକ ଉତ୍ସବରେ ସାଂସଦ ଶ୍ରୀ ମଙ୍ଗରାଜ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ପୂଜାରୀ ଯୋଗ ଦେଇଛନ୍ତି।

ଏହି ଅବସରରେ ମହା ବିଦ୍ୟାଳୟ ପରିସରରେ ବିଜ୍ଞାନ ଭଵନ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ସହ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରତିଷ୍ଠାତା ବିଭୁତି ଭୁଷଣ ହରିଚନ୍ଦନ, ଉଚ୍ଚଶିକ୍ଷା ବିଭାଗ ସଚିବ ବିଷ୍ଟୁପଦ ସେଠୀ, ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅରୁଣ କୁମାର ଦାସ, ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକୃତି ରଂଜନ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ଅନୁଷ୍ଠିତ ସଭାରେ ସାଂସଦ ଶ୍ରୀ ମଙ୍ଗରାଜ ଯୋଗ ଦେଇ କହିଛନ୍ତି ମୋ ଗାଁ ହେଉଛି ନାଚୁଣୀ। ମୁଁ ଏହି ମାଟିର ସନ୍ତାନ। ମୁଁ ଏଠାକୁ ଅତିଥୀ ଭାବେ ନୁହେଁ ପୁରାତନ ଛାତ୍ର ହିସାବରେ ଆସିଛି। ରାଜ୍ୟ ସରକାର ଉଚ୍ଚ ଶିକ୍ଷାର ଉନ୍ନତି ନିମନ୍ତେ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ତେଣୁ ଏହି ମହା ବିଦ୍ୟାଳୟର ଉନ୍ନତି ପାଇଁ କୌଣସି ଅର୍ଥର ଅଭାବ ରହିବ ନାହିଁ। ଆପଣ ମାନେ ମହାବିଦ୍ୟାଳୟର ଉନ୍ନତି ନିମନ୍ତେ ଯାହା କିଛି କରନ୍ତୁ, ମୁଁ ସହଯୋଗ ପାଇଁ ପ୍ରସ୍ତୁତ ଅଛି। ତେଣୁ ଆପଣ ମାନେ ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ପୂର୍ବତନ ବିଧାୟକ ବିଭୁତି ଭୁଷଣ ହରିଚନ୍ଦନଙ୍କ ସହ ପରାମର୍ଶ ନେଇ ଉନ୍ନୟନ କାର୍ଯ୍ୟ କାରି ରଖିବାକୁ ଅନୁରୋଧ କରିଛନ୍ତି ସାଂସଦ ମାନସ ମଙ୍ଗରାଜ।

ଏହା ସହ ଉଚ୍ଚ ଶିକ୍ଷା ସଚିବ ବିଷ୍ଣୁପଦ ସେଠୀ ଓ ମନ୍ତ୍ରୀ ରୋହିତ ପୂଜାରୀ କହିଛନ୍ତି ଯେ, ଏହି ମହା ବିଦ୍ୟାଳୟର ଉନ୍ନତି ନିମନ୍ତେ ଆମେ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇବାକୁ ପ୍ରସ୍ତୁତ ଅଛୁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଏନସିସିର ମହାନିର୍ଦ୍ଦେଶକ

ଭୁବନେଶ୍ୱର: ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଅତିବିଶିଷ୍ଟ ସେବା ମେଡ଼ାଲପ୍ରାପ୍ତ ମହାନିର୍ଦ୍ଦେଶକ (ଡିଜି,ଏନ୍‌ସିସି) ଲେଫ୍‌ଟନାଣ୍ଟ ଜେନେରାଲ ଗୁରୁବୀରପାଲ୍‌ ସିଂ ସଂପ୍ରତି ଓଡ଼ିଶା ଗସ୍ତରେ ଆସିଛନ୍ତି । ଆଜି ପୂର୍ବାହ୍ନରେ ସେ ଲୋକସେବା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ।

ମନ୍ତ୍ରୀ ଶ୍ରୀ ପୂଜାରୀ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କାର୍ଯ୍ୟ ଏବଂ ଦେଶକୁ ଗଢ଼ିତୋଳିବା ପାଇଁ ସେମାନେ ନେଉଥିବା ବିଭିନ୍ନ ପଦକ୍ଷେପର ଭୂୟସୀ ପ୍ରଶଂସା କରିଥିଲେ । ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍‌ସିସି) ନିର୍ଦ୍ଦେଶାଳୟ, ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ସାମାଜିକ, ରଚନାତ୍ମକ କାର୍ଯ୍ୟରେ ସଶକ୍ତ କରିବାରେ ଏବଂ ଦୁଃସାହସିକ କାର୍ଯ୍ୟକ୍ରମରେ ବଳିଷ୍ଠ ଭୂମିକା ନେବାକୁ ପରାମର୍ଶ ଦେଇଥିଲେ। ଏଥିସହିତ ଦେଶଭକ୍ତି, ନେତୃତ୍ୱ ଗ୍ରହଣ, ଦକ୍ଷତା ବିକାଶ, ସମାଜସେବୀ, ନିର୍ମଳ ପରିବେଶ, କ୍ରୀଡ଼ା ଓ ଲିଙ୍ଗଗତ ସମାନତା ପାଇଁ ଗ୍ରହଣ କରୁଥିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଥିବା ବିଷୟ ନେଇ ବିଶଦ ଆଲୋଚନା ହୋଇଥିଲା।

ମହାନିର୍ଦ୍ଦେଶକ ଶ୍ରୀ ସିଂ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କୁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର କ୍ରେଷ୍ଟ ପ୍ରଦାନ କରିଥିଲେ। ମନ୍ତ୍ରୀ ଶ୍ରୀ ପୂଜାରୀ ସମ୍ବଲପୁର ଜିଲ୍ଲାରେ ପଞ୍ଚମ ଏନ୍‌ସିସି ନାଭାଲ୍‌ ୟୁନିଟ୍‌ ପ୍ରତିଷ୍ଠା ତଥା ମହାବିଦ୍ୟାଳୟରେ କ୍ୟାଡେଟ୍‌ ସଂଖ୍ୟା ବୃଦ୍ଧି ସଂପର୍କରେ ମହାନିର୍ଦ୍ଦେଶକଙ୍କ ସହ ବିଶଦ ଆଲୋଚନା କରିଥିଲେ। ଉକ୍ତ ପରିଦର୍ଶନ ସମୟରେ ଉପମହାନିର୍ଦ୍ଦେଶକ କମୋଡ଼ର ସୋମେନ୍‌ ବାନାର୍ଜୀ, କର୍ଣ୍ଣେଲ ସାଗର କେ. ମହାନ୍ତି ନିର୍ଦ୍ଦେଶକ, ଏନ୍‌ସିସି ନିର୍ଦ୍ଦେଶାଳୟ, ଓଡ଼ିଶା ତଥା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବନ୍ୟା ପରିସ୍ଥିତି ଯୋଗୁଁ ଘୁଞ୍ଚିଲା ଯୁକ୍ତ-୩ ନାମଲେଖା ଅବଧି

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ-୩ ଛାତ୍ରଛାତ୍ରୀଙ୍କ ନାମଲେଖା ତାରିଖ ଅବଧିକୁ ବୃଦ୍ଧି କରାଯାଇଛି। ଆଜି ଏହି ମର୍ମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀଙ୍କ ଅନୁମୋଦନ କ୍ରମେ ଯୁକ୍ତ-୩ ନାମଲେଖା ନିମନ୍ତେ ପରିବର୍ତ୍ତିତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି।

ନୂତନ କାର୍ଯ୍ୟସୂଚୀ ଅନୁଯାୟୀ ଅନ୍‌ଲାଇନ୍‌ ସିଏଏଫ୍‌ ଆବେଦନର ଶେଷ ତାରିଖକୁ ଅଗଷ୍ଟ ୨୫ ପରିବର୍ତ୍ତେ ସେପେଫମ୍ବର ୧ ତାରିଖ ନିର୍ଦ୍ଧାରିତ କରାଯାଇଛି। ଯୁକ୍ତ-୩ ପ୍ରଥମ ପର୍ଯ୍ୟାୟ ନାମଲେଖା ସେପେଫମ୍ବର ୨ରୁ ୫ ତାରିଖ ମଧ୍ୟରେ ହେବାକୁ ଥିବାବେଳେ ଏବେ ଏହାକୁ ସେପେଫମ୍ବର ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।

ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସେପେଫମ୍ବର ୧୨ରୁ ୧୪ ତାରିଖ ସ୍ଥିର କରାଯାଇଥିବାବେଳେ ଏହାକୁ ସେପେଫମ୍ବର ୧୬ରୁ ୧୯ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।

ପୂର୍ବ ସୂଚୀ ଅନୁଯାୟୀ ତତ୍‌କାଳ ନାମଲେଖା(ସ୍ପଟ୍‌ ସିଲେକ୍ସନ୍‌)ର ଅବଧି ସେପେଫମ୍ବର ୧୯ ତାରିଖରୁ ଆରମ୍ଭ ହେବାର ଥିଲା। ଏବେ ତାହାକୁ ସେପେଫମ୍ବର ୨୧ ତାରିଖରୁ ଆରମ୍ଭ କରିବାକୁ ସ୍ଥିର କରାଯାଇଛି । ଏହାର ଏକ ସଂପୂର୍ଣ୍ଣ ବିବରଣୀ SAMS website www.samsodisha.gov.in ରେ ଉପଲବ୍ଧ  ଅଛି ।

Categories
ଆଜିର ଖବର ରାଜ୍ୟ ଖବର

ବିଜେବି କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କଲେ ଉଚ୍ଚ ଶିକ୍ଷାମନ୍ତ୍ରୀ

ଭୁବନେଶ୍ବର: ବିଜେବି ମହାବିଦ୍ୟାଳୟର ଯୁକ୍ତ ୩ କଳା ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ । ସେ ଏକ ଟୁଇଟ୍ କରି ଏହି ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ,

ବିଜେବି ମହାବିଦ୍ୟାଳୟର ଯୁକ୍ତ ୩ କଳାର ଛାତ୍ରୀ ରୁଚିକା ମହାନ୍ତି ଯେକି କାରୁବାକୀ ଛାତ୍ରୀନିବାସରେ ରହୁଥିଲେ, ତାକଂ ଅକାଳ ବିୟୋଗରେ ମୁଁ ଅତ୍ୟନ୍ତ ଦୁଖିତ ଓ ମର୍ମାହତ।ତାକଂ ଶୋକସନ୍ତପ୍ତ ପରିବାର କୁ ମୋର ସମବେଦନା ଜଣାଉଛି।ଏହା ଏକ ସମ୍ବେଦନଶୀଳ ଘଟଣା।ଏହାର ପୋଲିସ୍ ତଦନ୍ତ ରିପୋର୍ଟ ହସ୍ତଗତ ହେବାପରେ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାର ଜଣେ ମନ୍ତ୍ରୀଙ୍କୁ ହେଲା କରୋନା, ତାଙ୍କ ସଂପର୍କିତଙ୍କୁ ପରୀକ୍ଷା ପାଇଁ କଲେ ଅପିଲ

ଭୁବନେଶ୍ବର: ପୁଣି ଥରେ କରୋନା ଉପର ମୁହାଁ ହୋଇଛି। ଧିରେଧିରେ ଏହାର କାୟା ବିସ୍ତାର କରିବାରେ ଲାଗିଛି। ଏହା ଭିତରେ ବର୍ତ୍ତମାନ ରାଜ୍ୟର ଜଣେ ମନ୍ତ୍ରୀ କରୋନା ଆକ୍ରାନ୍ତ ହୋଇପଡିଛନ୍ତି। ସେ ହେଉଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ। ମନ୍ତ୍ରୀ ଏ ନେଇ ଟୁଇଟ କରି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ମୁଁ କରୋନା ଆକ୍ରାନ୍ତ ହୋଇଛି। ବର୍ତ୍ତମାନ ହୋମ ଆଇସୋଲେସନରେ ରହିଛି। ଗତ ଦୁଇଦିନ ଭିତରେ ମୋ ସହିତ ଯେଉଁମାନ ସଂପର୍କରେ ଆସିଛନ୍ତି ସେମାନେ କରୋନା ପରୀକ୍ଷା କରାଇ ନିଅନ୍ତୁ। ଏହି ଖବର ପ୍ରକାଶ ପାଇବା ପରେ ତାଙ୍କର ଶୁଭେଚ୍ଛୁମାନେ ଆଶୁ ଆରୋଗ୍ୟ କାମନା କରିଛନ୍ତି।