Categories
ଆଜିର ଖବର ଜାତୀୟ ଖବର

10 ଜଣ ମନ୍ତ୍ରୀ, 20 ଜଣ ବିଧାୟକ ହେଲେ କରୋନା ଆକ୍ରାନ୍ତ, କୋଭିଡ କଟକଣା ହେଲା କଡାକଡି

ନୂଆଦିଲ୍ଲୀ: କରୋନା ପୁଣିଥରେ କାୟା ବିସ୍ତାର କରିବାରେ ଲାଗିଛି। ଯାହା ଆଶା କରାଯାଉଥିଲା ଯେ, ଫେବୃୟାରୀରେ ତୃତୀୟ ଲହର ସାଂଘାତିକ ହେବ, ତାହା ସତ ହେବାକୁ ଯାଉଛି। ବର୍ତ୍ତମାନ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହା ଭିତରେ ମହାରାଷ୍ଟ୍ରରୁ ଏକ ଚକିତ ଖବର ପଦାକୁ ଆସିଛି। ତାହା ହେଲା ସେହି ରାଜ୍ୟରେ 10 ଜଣ ମନ୍ତ୍ରୀ ଏବଂ 20ରୁ ଅଧିକା ବିଧାୟକ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି।

ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସୂଚନା ଅନୁସାରେ ରାଜ୍ୟରେ ବିଧାୟକଙ୍କ ଏପରି କରୋନା ସଂକ୍ରାମଣ ବୃଦ୍ଧି ପାଇଁ ବିଧାନସଭାକୁ କାଣ୍ଟଛାଣ୍ଟ କରାଗଲା। ଏଥିସହିତ ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସେଥିପାଇଁ କରୋନା କଟକଣାକୁ ପାଳନକୁ କଡାକଡି କରାଯିବ ବୋଲି ପାୱାର କହିଛନ୍ତି। ଗତକାଲି ଶୁକ୍ରବାରରେ ମହାରାଷ୍ଟ୍ରରେ 5631 ଜଣ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ। ଯାହା ଗୁରୁବାରଠାରୁ ପ୍ରାୟ 2000 ରୁ ଅଧିକ ଥିଲା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଏହି ଖେଳାଳି ହେଲେ କରୋନା ପଜେଟିଭ: ଭାରତ-ଶ୍ରୀଲଙ୍କା ମଧ୍ୟରେ ଆଜିର ଟି-୨୦ ମ୍ୟାଚକୁ ରଖାଗଲା ସ୍ଥଗିତ

ନୂଆଦିଲ୍ଲୀ: ଭାରତ-ଶ୍ରୀଲଙ୍କା ମଧ୍ୟରେ ଆଜି ଖେଳାଯିବାକୁ ଥିବା ଦ୍ଵିତୀୟ ଟି-୨୦ ମ୍ୟାଚକୁ ସ୍ଥଗିତ ରଖାଯାଇଛି। ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା କରୋନା ପଜେଟିଭ ଚିହ୍ନଟ ହେବା ପରେ ଆଜିର ମ୍ୟାଚ୍ କୁ ସ୍ଥଗିତ ରଖାଯାଇଛି। ଏହି ମ୍ୟାଚ୍ ବୁଧବାର (ଜୁଲାଇ ୨୮) ରେ ଖେଳାଯିବା ସମ୍ଭାବନା ରହିଛି।

କୃନାଲ ପଜେଟିଭ ଚିହ୍ନଟ ହେବା ପରେ ବର୍ତ୍ତମାନ ଟିମ୍ ଇଣ୍ଡିଆର ସମସ୍ତ ଖେଳାଳି ପୃଥକ ବାସରେ ଅଛନ୍ତି। ଭାରତର ଅବଶିଷ୍ଟ ଖେଳାଳିଙ୍କ ଆରଟିଓପିସିଆର ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରାଯାଇଛି। ରିପୋର୍ଟ ସନ୍ଧ୍ୟା ୬ ଟା ସୁଦ୍ଧା ଆସିବ ଏବଂ ଯଦି ସମସ୍ତଙ୍କର ରିପୋର୍ଟ ନେଗେଟିଭ ବୋଲି ଜଣାପଡେ ତେବେ ଆସନ୍ତାକାଲି ମ୍ୟାଚ୍ ଅନୁଷ୍ଠିତ ହେବ।

ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଟିମ୍ ଇଣ୍ଡିଆ ୧-୦ରେ ଆଗୁଆ ରହିଛି। ପ୍ରଥମ ଟି-୨୦ ମ୍ୟାଚରେ ଶ୍ରୀଲଙ୍କାକୁ ଭାରତ ୩୮ ରନରେ ପରାସ୍ତ କରିଥିଲା। ଏହି ମ୍ୟାଚରେ କୃନାଲ ମାତ୍ର ଦୁଇଟି ଓଭର ବୋଲିଂ କରି ୧୬ ରନ ଦେଇ ୧ ୱିକେଟ୍ ନେଇଥିଲେ।

ଭାରତୀୟ ଦଳ ମଧ୍ୟ ପୂର୍ବରୁ ଦିନିକିଆ ସିରିଜକୁ କବଜା କରିଥିଲା। ଶିଖର ଧାୱନଙ୍କ ନେତୃତ୍ୱରେ ଦଳ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ ରେ ଜିତି ନେଇଛି।

Categories
ଆଜିର ଖବର ରାଜ୍ୟ ଖବର

ରାଜଧାନୀରେ 5ଟି ଆପାର୍ଟମେଣ୍ଟକୁ କରାଗଲା କଣ୍ଟେନମେଣ୍ଟ ଜୋନ, ବାହାରିଲେ ବହୁ ପଜେଟିଭ

ଭୁବନେଶ୍ବର, ରାଜଧାନୀରେ ପୁଣି ଫେରିଛି କଣ୍ଟେନମେଣ୍ଟ ଜୋନ। ପାଞ୍ଚୋଟି ଆପାର୍ଟମେଣ୍ଟରୁ ପ୍ରବଳ ମାତ୍ରାରେ କରୋନା ପଜେଟିଭି ବାହାରିବାରୁ ବିଏମସି ଏହି ପଦକ୍ଷେପ ଗ୍ରହଣ କରିଛି। ଭୁବନେଶ୍ବର ୟୁନିଟ 5 ସ୍ଥିତ 36 ନମ୍ବର ୱାର୍ଡରେ ଏହି ଆପାର୍ଟମେଣ୍ଟ ରହିଛି।

ଗତକିଛି ଦିନ ଧରି ଏହି ଆପାର୍ଟମେଣ୍ଟଗୁଡିକର ପଜେଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲା। ଫଳରେ ବିଏମସି ଆଜି ଏହାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି। ତେବେ ଏହି ଆପାର୍ଟମେଣ୍ଟରେ ରହୁଥିବା ଲୋକମାନଙ୍କୁ ଦୈନିକ ଆବଶ୍ୟକ ଜିନିଷ ଯୋଗାଇ ଦିଆଯିବ ବୋଲି କୁହାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କେତେ ଜଣ ପଜେଟିଭ ହେଲେଣି, କେତେ ଆକ୍ରାନ୍ତ ଅଛନ୍ତି

ଭୁବନେଶ୍ବର, ବର୍ତ୍ତମାନ ଓଡିଶାକୁ କରୋନା ଆକ୍ରାନ୍ତ କରିବାର ବର୍ଷେ ଉପରେ ହେଲାଣି। ଏହି ଭିତରେ ପ୍ରକୃତରେ ଓଡିଶାରେ ମୋଟ କେତେ ଆକ୍ରାନ୍ତ ହୋଇଛନ୍ତି। ଏହିପରି ବିଭିନ୍ନ ପ୍ରଶ୍ନ ଲୋକଙ୍କ ମନରେ ଆସିଥାଏ। ତେବେ ସରକାରୀ ସୂଚନା ଅନୁସାରେ ବର୍ତ୍ତମାନ ଓଡିଶାରେ ମୋଟ ପଜେଟିଭ ସଂଖ୍ୟା ହେଲା 4 ଲକ୍ଷ 1 ହଜାର 3 ଶହ 41। ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି 3 ଲକ୍ଷ 56 ହଜାର 3 ଜଣ।

ତେବେ ଏହି ସରକାରୀ ସୂଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 98 ଲକ୍ଷ 34 ହଜାର 4 ଶହ 87 ଜଣଙ୍କର କରୋନା ପରୀକ୍ଷା କରାଯାଇଛି। ବର୍ତ୍ତମାନ ରାଜ୍ୟରେ ମୋଟ 43 ହଜାର 3 ଶହ 4 ଜଣ ଆକ୍ରାନ୍ତ ଅଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ନରସିଂହ ମିଶ୍ରଙ୍କୁ କରୋନା

ଭୁବନେଶ୍ବର, ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ନରସିଂହ ମିଶ୍ର କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କ ଦେହରେ କିଛି ଲକ୍ଷଣ ପ୍ରକାଶ ପାଇବାରୁ ସେ କରୋନା ପରୀକ୍ଷା କରାଇଥିଲେ। ଆଜି ରିପୋର୍ଟ ଆସିବା ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବାର ଜଣାପଡିଛି। ଏ ନେଇ ନରସିଂହ ଟୁଇଟ ମାଧ୍ୟମରେ ମଧ୍ୟ ଜଣାଇଛନ୍ତି।

ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ କୋଭିଡ ପରୀକ୍ଷା କରାଇ ନିଅନ୍ତୁ ବୋଲି ନରସିଂହ ଅନୁରୋଧ କରିଛନ୍ତି। ତାଙ୍କୁ କରୋନା ଆକ୍ରାନ୍ତ ହେବା ଖବର ପ୍ରଚାର ପରେ ସମସ୍ତେ ଶିଘ୍ର ଆରୋଗ୍ୟ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶିଘ୍ର ଆରୋଗ୍ୟ ହେବେ ବୋଲି ଟୁଇଟ କରି ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟରୁ 82 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, କ୍ବାରଣ୍ଟାଇନକୁ 48 ଜଣ ଚିହ୍ନଟ

ଭୁବନେଶ୍ବର, ରାଜ୍ୟରୁ ପୁଣି 82 ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ମଧ୍ୟରୁ କ୍ବାରଣ୍ଟାଇନରୁ 48 ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରାମଣ ସଂଖ୍ୟା ହେଉଛି 34। ମୟୁରଭଂଜରୁ ସର୍ବାଧିକ 11 ଜଣ ଚିହ୍ନଟ ହୋଇଛନ୍ତି। ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ବିଭିନ୍ନ ଜିଲ୍ଲାରୁ ଚିହ୍ନଟ ହୋଇଥିବା କରୋନା ପଜେଟିଭ ସଂଖ୍ୟା ହେଲା

1. Angul: 2

2. Balasore: 6

3. Bargarh: 7

4. Balangir: 4

5. Cuttack: 5

6. Deogarh: 1

7. Dhenkanal: 3

8. Ganjam: 3

9. Jagatsinghpur: 2

10. Jajpur: 4

11. Jharsuguda: 2

12. Kendrapada: 2

13. Keonjhar: 2

14. Khurda: 9

15. Mayurbhanj: 11

16. Nawarangpur: 4

17. Nuapada: 2

18. Rayagada: 2

19. Sambalpur: 2

20. Sundargarh: 7

21. State Pool: 2

 

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଦିଲ୍ଲୀପ ରାୟ କରୋନା ପଜେଟିଭ ଚିହ୍ନଟ, ଘରୋଇ ଏକାନ୍ତବାସରେ ରହିଲେ

ଭୁବନେଶ୍ବର, ପୂର୍ବତନ ମନ୍ତ୍ରୀ ତଥା ମେ ଫେୟାର ଗ୍ରୁପ ଅଧ୍ୟକ୍ଷ ଦିଲ୍ଲୀପ ରାୟ ଆଜି କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଘରୋଇ ଏକାନ୍ତବାସରେ ରହିଛନ୍ତି। କିଛିଦିନ ତଳେ ଦିଲ୍ଲୀପଙ୍କ ଦେହରେ କରୋନା ଲକ୍ଷଣ କିଛି ପରିଲକ୍ଷିତ ହେଲା। ଫଳରେ ସେ କୋଭିଡ ଟେଷ୍ଟ କରାଇ ନେଇଥିଲେ। ଆଜି ଏ ନେଇ ରିପୋର୍ଟ ଆସିବା ପରେ ସେ କରୋନା ଆକ୍ରାନ୍ତ ହୋଇଛନ୍ତି ବୋଲି ଜଣାପଡିଲା। ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ କରୋନା ଟେଷ୍ଟ କରାଇ ନିଅନ୍ତୁ ବୋଲି ଦିଲ୍ଲୀପ ଅନୁରୋଧ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ସ୍ବାସ୍ଥ୍ୟ

ବ୍ରିଟେନରୁ ଫେରିଥିବା ଆଉ ଦୁଇଜଣଙ୍କର ରିପୋର୍ଟ ଆସିଲା ପଜେଟିଭ, ସ୍ବାସ୍ଥ୍ୟ ବିଭାଗର ତତ୍ପରତା

ଭୁବନେଶ୍ବର, ବ୍ରିଟେନରୁ ଫେରିଥିବା ଆଉ ଦୁଇଜଣ ବ୍ୟକ୍ତି କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଆଜି ବିଏମସି ତରଫରୁ ଏହି ସୂଚନା ଦିଆଯାଇଛି। ସେମାନଙ୍କଠାରେ କରୋନା ନୂଆ ଷ୍ଟ୍ରେନ ଭୂତାଣୁ ଅଛି କି ନାହିଁ ତାହା ଜାଣିବା ପାଇଁ ତାଙ୍କ ନମୂନା ପୁନେ ପଠାଯାଇଛି। ସେତିକି ନୁହେଁ ଏହି ଦୁଇଜଣଙ୍କ ପରିବାର ସଦସ୍ୟଙ୍କ ନମୂନା ମଧ୍ୟ ପୁନେ ପଠାଯାଇଛି।

ଏହାକୁ ନେଇ ବିଏମସି ଏବଂ ସ୍ବାସ୍ଥ୍ୟ ବିଭାଗ ତତ୍ପର ହୋଇ ଉଠିଛି। ପଜେଟିଭ ଆସିବା ପରେ ସେମାନଙ୍କୁ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଏମାନଙ୍କୁ ଅନ୍ୟ କୋଭିଡ19 ଆକ୍ରାନ୍ତଙ୍କଠାରୁ ଅଲଗା ରଖାଯାଇଥିବାର ଜଣାପଡିଛି।କେନ୍ଦ୍ର ସରକାର ବ୍ରିଟେନରୁ ଓଡିଶାକୁ 20 ଜଣ ଆସିଥିବାର ତାଜା ତଥ୍ୟ ପ୍ରଦାନ କରିଛନ୍ତି। ସେହି ଅନୁସାରେ ରାଜ୍ୟ ସରକାର ସେମାନଙ୍କୁ ଚିହ୍ନଟ କରିବା ପକ୍ରିୟା ଜୋରସୋର କରିଛନ୍ତି। ପୂର୍ବରୁ ଭୁବନେଶ୍ବରର ନନ୍ଦନ ବିହାରରେ ଜଣେ ବ୍ରିଟେନ ଫେରନ୍ତାଙ୍କ ପଜେଟିଭ ଚିହ୍ନଟ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟ ସରକାରଙ୍କ ମିଡିଆ ଉପଦେଷ୍ଠା ମାନସ ମଙ୍ଗରାଜଙ୍କୁ କରୋନା, ହସପିଟାଲରେ ଭର୍ତ୍ତି

ଭୁବନେଶ୍ବର, ରାଜ୍ୟ ସରକାରଙ୍କ ମିଡିଆ ଉପଦେଷ୍ଠା ତଥା ବିଜେଡିର ଯୁବ ନେତା ମାନସ ମଙ୍ଗରାଜ କରୋନା ଆକ୍ରାନ୍ତ ହୋଇଛନ୍ତି। ଶ୍ବାସପ୍ରଶାସ ନେବାରେ କଷ୍ଟ ଅନୁଭବ କରିବାରୁ ସେ କରୋନା ଟେଷ୍ଟ କରାଇଥିଲେ। ପରୀକ୍ଷା ପରେ କରୋନା ପଜେଟିଭ ରିପୋର୍ଟ ଆସିଥିଲା। ଏହାପରେ ସେ ସମ କୋଭିଡ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଏନେଇ ମାନସ ଟୁଇଟ କରି ଜଣାଇଛନ୍ତି। ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ତାଙ୍କ ସଂପର୍କରେ ଯେଉଁମାନେ ଆସିଛନ୍ତି ସେମାନେ କୋଭିଡ ପରୀକ୍ଷା କରାଇ ନିଅନ୍ତୁ ବୋଲି ମାନସ ନିବେଦନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ବିଧାୟକ ଦେବୀ ମିଶ୍ରଙ୍କୁ କରୋନା ପଜେଟିଭ

ଭୁବନେଶ୍ବର, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ମିଶ୍ର ଆଜି କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। କିଛିଦିନ ତଳେ ତାଙ୍କ ଡ୍ରାଇଭର କରୋନା ପଜେଟିଭ ଚିହ୍ନଟ ହୋଇଥିଲେ। ଫଳରେ ବିଧାୟକ ହୋମ କ୍ବାରଣ୍ଟାଇନରେ ଥିଲେ। ପରବର୍ତ୍ତ ସମୟରେ ତାଙ୍କର ଏବଂ ପରିବାର ସଦସ୍ୟଙ୍କ ନମୂନା ପରୀକ୍ଷା କରାଯାଇଥିଲା। ସମସ୍ତଙ୍କର ନେଗେଟିଭ ଆସିଥିବା ବେଳେ ବିଧାୟକଙ୍କର ପଜେଟିଭ ଆସିଥିଲା।ହେଲେ ତାଙ୍କ ଦେହରେ କୌଣସି ଲକ୍ଷଣ ଦେଖାଯାଇ ନାହିଁ।

ଏ ନେଇ ଦେବୀ ମିଶ୍ର ତାଙ୍କ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି। ବର୍ତ୍ତମାନ ସେ ହୋମ ଆସୋଲେସନରେ ଅଛନ୍ତି। କେବେଳ ଜରୁରୀ କାମରେ ତାଙ୍କୁ ଫୋନ କରିବା ପାଇଁ ସେ ଅନୁରୋଧ କରିଛନ୍ତି।