10 ଜଣ ମନ୍ତ୍ରୀ, 20 ଜଣ ବିଧାୟକ ହେଲେ କରୋନା ଆକ୍ରାନ୍ତ, କୋଭିଡ କଟକଣା ହେଲା କଡାକଡି

Published: Jan 1, 2022, 12:41 pm IST

ନୂଆଦିଲ୍ଲୀ: କରୋନା ପୁଣିଥରେ କାୟା ବିସ୍ତାର କରିବାରେ ଲାଗିଛି। ଯାହା ଆଶା କରାଯାଉଥିଲା ଯେ, ଫେବୃୟାରୀରେ ତୃତୀୟ ଲହର ସାଂଘାତିକ ହେବ, ତାହା ସତ ହେବାକୁ ଯାଉଛି। ବର୍ତ୍ତମାନ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହା ଭିତରେ ମହାରାଷ୍ଟ୍ରରୁ ଏକ ଚକିତ ଖବର ପଦାକୁ ଆସିଛି। ତାହା ହେଲା ସେହି ରାଜ୍ୟରେ 10 ଜଣ ମନ୍ତ୍ରୀ ଏବଂ 20ରୁ ଅଧିକା ବିଧାୟକ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି।

ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସୂଚନା ଅନୁସାରେ ରାଜ୍ୟରେ ବିଧାୟକଙ୍କ ଏପରି କରୋନା ସଂକ୍ରାମଣ ବୃଦ୍ଧି ପାଇଁ ବିଧାନସଭାକୁ କାଣ୍ଟଛାଣ୍ଟ କରାଗଲା। ଏଥିସହିତ ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ସେଥିପାଇଁ କରୋନା କଟକଣାକୁ ପାଳନକୁ କଡାକଡି କରାଯିବ ବୋଲି ପାୱାର କହିଛନ୍ତି। ଗତକାଲି ଶୁକ୍ରବାରରେ ମହାରାଷ୍ଟ୍ରରେ 5631 ଜଣ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ। ଯାହା ଗୁରୁବାରଠାରୁ ପ୍ରାୟ 2000 ରୁ ଅଧିକ ଥିଲା।

Related posts