ବ୍ରିଟେନରୁ ଫେରିଥିବା ଆଉ ଦୁଇଜଣଙ୍କର ରିପୋର୍ଟ ଆସିଲା ପଜେଟିଭ, ସ୍ବାସ୍ଥ୍ୟ ବିଭାଗର ତତ୍ପରତା

Published: Dec 27, 2020, 1:17 pm IST

ଭୁବନେଶ୍ବର, ବ୍ରିଟେନରୁ ଫେରିଥିବା ଆଉ ଦୁଇଜଣ ବ୍ୟକ୍ତି କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଆଜି ବିଏମସି ତରଫରୁ ଏହି ସୂଚନା ଦିଆଯାଇଛି। ସେମାନଙ୍କଠାରେ କରୋନା ନୂଆ ଷ୍ଟ୍ରେନ ଭୂତାଣୁ ଅଛି କି ନାହିଁ ତାହା ଜାଣିବା ପାଇଁ ତାଙ୍କ ନମୂନା ପୁନେ ପଠାଯାଇଛି। ସେତିକି ନୁହେଁ ଏହି ଦୁଇଜଣଙ୍କ ପରିବାର ସଦସ୍ୟଙ୍କ ନମୂନା ମଧ୍ୟ ପୁନେ ପଠାଯାଇଛି।

ଏହାକୁ ନେଇ ବିଏମସି ଏବଂ ସ୍ବାସ୍ଥ୍ୟ ବିଭାଗ ତତ୍ପର ହୋଇ ଉଠିଛି। ପଜେଟିଭ ଆସିବା ପରେ ସେମାନଙ୍କୁ କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଏମାନଙ୍କୁ ଅନ୍ୟ କୋଭିଡ19 ଆକ୍ରାନ୍ତଙ୍କଠାରୁ ଅଲଗା ରଖାଯାଇଥିବାର ଜଣାପଡିଛି।କେନ୍ଦ୍ର ସରକାର ବ୍ରିଟେନରୁ ଓଡିଶାକୁ 20 ଜଣ ଆସିଥିବାର ତାଜା ତଥ୍ୟ ପ୍ରଦାନ କରିଛନ୍ତି। ସେହି ଅନୁସାରେ ରାଜ୍ୟ ସରକାର ସେମାନଙ୍କୁ ଚିହ୍ନଟ କରିବା ପକ୍ରିୟା ଜୋରସୋର କରିଛନ୍ତି। ପୂର୍ବରୁ ଭୁବନେଶ୍ବରର ନନ୍ଦନ ବିହାରରେ ଜଣେ ବ୍ରିଟେନ ଫେରନ୍ତାଙ୍କ ପଜେଟିଭ ଚିହ୍ନଟ ହୋଇଥିଲେ।

Related posts