Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଦେଶରେ ୨୪ ଘଣ୍ଟାରେ ୭୦୭ କରୋନା ଆକ୍ରାନ୍ତ, ଜେଏନ-୧ ଭାରିଆଣ୍ଟର ୯ ରୋଗୀ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରବିବାର ୫୦ଟି ନୂଆ ମାମଲା ସାମ୍ନାକୁ ଆସିଛି, ଯେଉଁଥିରୁ ୯ ଟି ମାମଲା ଜେଏନ-୧ ଭାରିଆଣ୍ଟର ରହିଛି। କରୋନା ସଂକ୍ରମଣ ଆରମ୍ଭ ହେବା ପରଠାରୁ ରାଜ୍ୟରେ ୮୧ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରବିବାର କେରଳରେ କରୋନାରେ ଆଉ ଏକ ମୃତ୍ୟୁ ଘଟିଛି।

ଗତ ୪ ଦିନରେ ରାଜ୍ୟରେ ୭ ଜଣଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ରାେରଳୟର ସୂଚନା ଅନୁଯାୟୀ କେରଳରେ କୋରୋନାର ସବୁଠାରୁ ଅଧିକ ସକ୍ରିୟ ମାମଲା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୪୨୫ ନୂଆ ମାମଲା ସାମ୍ନାକୁ ଆସିଛି।

ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୭୦୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୭୯୨କୁ ବୃଦ୍ଧି ପାଇଛି। ଗତ ୨୪ ଘଂଟାରେ ୩୩୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । କେରଳରେ ୨୯୬ ଜଣ ସୁସ୍ଥ ହୋଇଛନ୍ତି।

କେରଳ ପରେ କର୍ଣ୍ଣାଟକରେ କରୋନାର ପ୍ରଭାବ ସବୁଠାରୁ ଅଧିକ ଦେଖିବାକୁ ମିଳୁଛି। ଗତ ୨୪ ଘଣ୍ଟାମଧ୍ୟରେ ୧୦୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮ ଜଣ ସୁସ୍ଥ ହୋଇଛନ୍ତି। କର୍ଣ୍ଣାଟକରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୧କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଅମୃତସରରେ ଲଣ୍ଡନର ଜଣେ ୬୦ ବର୍ଷୀୟା ମହିଳା କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

କାହିଁକି ବଢୁଛି କେରଳରେ ବଢ଼ୁଛି ସଂକ୍ରମଣ ?

କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଶୁକ୍ରବାର, ଡିସେମ୍ବର ୨୨ରେ କହିଥିଲେ ଯେ ନଭେମ୍ବର ମାସରୁ ରାଜ୍ୟରେ କୋଭିଡ୍ ମାମଲା ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟ ରାଜ୍ୟ ତୁଳନାରେ ଏଠାରେ ଅଧିକ ଟେଷ୍ଟିଂ କରାଯାଉଥିବାରୁ ଏଭଳି ହେଉଛି। କରୋନାର ନୂଆ ଭାରିଆଣ୍ଟ ଜେଏନ-୧ ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି।

ଡବ୍ଲ୍ୟୁଏଚଓ ଦାବି କରିଛି – ୧ ମାସରେ ବିଶ୍ୱରେ ୫୨% ମାମଲା ବୃଦ୍ଧି ପାଇଛି
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଅନୁଯାୟୀ, ଗତ ଏକ ମାସ ମଧ୍ୟରେ ସମଗ୍ର ବିଶ୍ୱରେ କୋରୋନା ମାମଲାରେ ୫୨% ବୃଦ୍ଧି ଘଟିଛି। ନଭେମ୍ବର ୧୯ରୁ ଡିସେମ୍ବର ୧୭ ମଧ୍ୟରେ ୮,୫୦,୦୦୦ ମାମଲା ସାମ୍ନାକୁ ଆସିଛି ଏବଂ ୩,୦୦୦ ମୃତ୍ୟୁ ଘଟିଛି। ତେବେ ଏହି ଏକ ମାସ ମଧ୍ୟରେ ମୃତ୍ୟୁ ହାର ୮% ହ୍ରାସ ପାଇଛି। ଅର୍ଥାତ୍ ଗତ ମାସରେ ୮% ଅଧିକ ଲୋକ କରୋନାରେ ପ୍ରାଣ ହରାଇଥିଲେ।

୪୧ଟି ଦେଶରେ ବ୍ୟାପିଛି ଜେଏନ-୧ ଭାରିଆଣ୍ଟ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଅନୁଯାୟୀ, କରୋନାର ନୂଆ ଜେଏନ-୧ ଭାରିଏଣ୍ଟ ବର୍ତ୍ତମାନ ସୁଦ୍ଧା ୪୧ଟି ଦେଶକୁ ବ୍ୟାପିସାରିଛି। ଫ୍ରାନ୍ସ, ଆମେରିକା, ବ୍ରିଟେନ, ସିଙ୍ଗାପୁର, କାନାଡା ଏବଂ ସ୍ୱିଡେନରେ ସର୍ବାଧିକ ଜେଏନ-୧ ମାମଲା ରହିଛି। ଭାରତରେ ଡିସେମ୍ବର ୨୨ ତାରିଖ ସୁଦ୍ଧା ୨୩ଟି ନୂଆ ଭାରିଏଣ୍ଟ ମାମଲା ସାମ୍ନାକୁ ଆସିଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସମସ୍ତ ମାମଲାରେ ସାମାନ୍ୟ ଲକ୍ଷଣ ରହିଛି।

ଡବ୍ଲ୍ୟୁଏଚଓ ଜେଏନ-୧କୁ ‘ଭାରିଏଣ୍ଟ୍ ଅଫ୍ ଇଣ୍ଟରେଷ୍ଟ’ରେ ଅନ୍ତର୍ଭୁକ୍ତ କରିଛି। ଡବ୍ଲୁଏଚଓ କହିଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ଳେଷଣରେ କୁହାଯାଇଛି ଯେ ବର୍ତ୍ତମାନର ଟିକା ଜେଏନ-୧ ଭାରିଆଣ୍ଟ ଉପରେ ସମ୍ପୂର୍ଣ୍ଣ ପ୍ରଭାବଶାଳୀ। ଏହା ଲୋକଙ୍କ ପାଇଁ ବିଶେଷ ବିପଦ ସୃଷ୍ଟି କରେ ନାହିଁ।

ତେବେ ସତର୍କତା ମୂଳକ ପଦକ୍ଷେପସ୍ୱରୂପ ଡବ୍ଲୁଏଚଓ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି। ଜନଗହଳିପୂର୍ଣ୍ଣ, ବନ୍ଦ କିମ୍ବା ପ୍ରଦୂଷିତ ବାୟୁ ଅଞ୍ଚଳରେ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ଆବଶ୍ୟକ ଦୂରତା ଅବଲମ୍ବନ କରିବାକୁ କୁହାଯାଇଛି।

କେନ୍ଦ୍ରର ନିର୍ଦ୍ଦେଶ- ସବୁ ଜିଲ୍ଲାରେ ପରୀକ୍ଷା ହେବା ଦରକାର

ନୂଆ ଭାରିଆଣ୍ଟକୁ ନେଇ ଡିସେମ୍ବର ୧୮ରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଆଡଭାଇଜରି ଜାରି କରିଛନ୍ତି । ଏଥିରେ ସମସ୍ତ ରାଜ୍ୟକୁ ଅଧିକରୁ ଅଧିକ କୋଭିଡ ପରୀକ୍ଷା କରିବାକୁ କୁହାଯାଇଛି । ଜିନୋମ ସିକ୍ୱେନ୍ସିଂ ପାଇଁ ପଜିଟିଭ ନମୁନା ପରୀକ୍ଷାଗାରକୁ ପଠାଇବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି ।

କେନ୍ଦ୍ରର ନିର୍ଦ୍ଦେଶ ଅନୁଯାୟୀ ତୁରନ୍ତ କଟକଣା ଲାଗୁ କରି ସୀମାରେ (କେରଳ, ତାମିଲନାଡୁ ରାଜ୍ୟ) ଆତଙ୍କିତ ହେବା କିମ୍ବା ତଦାରଖ ବଢ଼ାଇବାର ଆବଶ୍ୟକତା ନାହିଁ । ତେବେ କେରଳ ଓ ତାମିଲନାଡୁ ସୀମାରେ ଥିବା ସମସ୍ତ ସୀମାନ୍ତ ଜିଲ୍ଲାରେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଳନ ସମୟରେ ଲୋକଙ୍କୁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଭାରତକୁ ଜେଏନ-୧ ଭାରିଏଣ୍ଟ କେଉଁଠୁ ଆସିଲା ?

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)ର ମହାନିର୍ଦ୍ଦେଶକ ଡାକ୍ତର ରାଜୀବ ବହଲଙ୍କ କହିବାନୁଯାୟୀ, ଡିସେମ୍ବର ୮ ତାରିଖରେ କେରଳର ତିରୁବନନ୍ତପୁରମରେ ପ୍ରଥମ ଜେଏନ-୧ ଭାରିଆଣ୍ଟ ଚିହ୍ନଟ ହୋଇଥିଲା। ଜଣେ ୭୯ ବର୍ଷୀୟା ମହିଳାଙ୍କ ରିପୋର୍ଟ ପଜିଟିଭ ଆସିଥିଲେ। ମହିଳାଙ୍କଠାରେ ଇନଫ୍ଲୁଏଞ୍ଜା ଭଳି ରୋଗର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଥିଲା। ତେବେ ପରେ ସେ ସୁସ୍ଥ ହୋଇଯାଇଥିଲେ।

ୟୁରୋପୀୟ ଦେଶ ଲକ୍ସେମବର୍ଗରେ ପ୍ରଥମେ କୋଭିଡ ସବ୍ ଭାରିଆଣ୍ଟ ଜେଏନ-୧ ଚିହ୍ନଟ ହୋଇଥିଲା। ଏଠାରୁ ଏହା ସବୁ ଦେଶରେ ବ୍ୟାପିବାକୁ ଲାଗିଲା। ଏହି ସବ୍ ଭାରିଆଣ୍ଟ ପିରୋଲୋ ଭାରିଆଣ୍ଟ (ବିଏ.୨.୮୬) ସହ ଜଡ଼ିତ। ଏହା ମଣିଷ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବିରୋଧରେ ବିପଜ୍ଜନକ ବୋଲି କୁହାଯାଉଛି। ଏହି କାରଣରୁ ନୂଆ ସବ୍ ଭାରିଆଣ୍ଟକୁ ନେଇ ସତର୍କ ସୂଚନା ଜାରି କରାଯାଇଛି।

ଡିସେମ୍ବର ୮ରେ ଆମେରିକାରେ ଜେଏନ-୧ର ପ୍ରଥମ ରୋଗୀ ଚିହ୍ନଟ ହୋଇଥିଲେ
ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର (ସିଡିସି) କହିଛି ଯେ ଡିସେମ୍ବର ୮ ସୁଦ୍ଧା ଆମେରିକାରେ ଆନୁମାନିକ ୧୫% ରୁ ୨୯% କୋଭିଡ୍ ମାମଲା ରେ ସବଭାରିଏଣ୍ଟ ଜେଏନ-୧ ରହିଛି। ସେପ୍ଟେମ୍ବରମାସରେ ପ୍ରଥମ ଜେଏନ-୧ ରୋଗୀ ଆସିଥିଲେ।

Categories
ଆଜିର ଖବର

ଜେଏନ୍-୧ ଭାରିଏଣ୍ଟ ଭୟଙ୍କର, ବିଶ୍ୱରେ ୫୨% ବଢ଼ିଲା ମାମଲା, ଜାଣନ୍ତୁ ଭାରତର ଅପଡେଟ୍

ନୂଆଦିଲ୍ଲୀ: ବିଶ୍ୱରେ କରୋନା ପୁଣିଥରେ ନିଜର ଗୋଡ଼ ବିସ୍ତାର କରିବା ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ବିଶ୍ୱର ୪୦ରୁ ଅଧିକ ଦେଶରେ ଏହି ନୂଆ ଭାରିଆଣ୍ଟ ପ୍ରବେଶ କରିସାରିଲାଣି । ଯେଉଁଥିରେ ଭାରତର ନାମ ମଧ୍ୟ ରହିଛି। ଦେଶରେ ନୂଆ ସବ୍ ଭାରିଆଣ୍ଟ ଜେଏନ୍-୧ର ରୋଗୀଙ୍କ ସଂଖ୍ୟା ୨୨ରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ ଦେଶରେ ୭୫୨ ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି। ୨୧ ମେ, ୨୦୨୩ ପରଠାରୁ ଦେଶରେ ଗୋଟିଏ ଦିନରେ ସର୍ବାଧିକ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ରା େଳୟ ପକ୍ଷରୁ ଶନିବାର (ସକାଳ ୮ଟା) ପର୍ଯ୍ୟନ୍ତ ଅପଡେଟ୍ କରାଯାଇଥିବା ତଥ୍ୟ ଅନୁଯାୟୀ, ଦେଶରେ ବର୍ତ୍ତମାନ ସୁଦ୍ଧା ସମୁଦାୟ କୋଭିଡ୍-୧୯ ମାମଲା ୪.୫୦ କୋଟି (୪,୫୦,୦୭,୯୬୪) ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪ ଜଣଙ୍କର ମୃତ୍ୟୁକୁ ମିଶାଇ ଏହି ମହାମାରୀଜନିତ ମୃତ୍ୟୁ ସଂଖ୍ୟା ୫,୩୩,୩୩୨କୁ ବୃଦ୍ଧି ପାଇଛି।

ବିଶ୍ୱରେ ଗୋଟିଏ ମାସରେ ୫୨ ପ୍ରତିଶତ ବଢ଼ିଲା ମାମଲା

ଗତ ୪ ସପ୍ତାହ ମଧ୍ୟରେ ବିଶ୍ୱରେ ନୂତନ କୋଭିଡ୍ ମାମଲା ସଂଖ୍ୟା ୫୨ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଡବ୍ଲ୍ୟୁଏଚ୍ଓ ରିପୋର୍ଟ କରିଛି। ଏହି ସମୟ ମଧ୍ୟରେ ୮,୫୦,୦୦୦ରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛି ଯେ ପୂର୍ବ ୨୮ ଦିନ ତୁଳନାରେ ନୂତନ ମୃତ୍ୟୁ ସଂଖ୍ୟା ୮ ପ୍ରତିଶତ ହ୍ରାସ ପାଇଛି ଏବଂ ୩,୦୦୦ରୁ ଅଧିକ ନୂତନ ମୃତ୍ୟୁ ରେକର୍ଡ କରାଯାଇଛି।

ଗତ ୨୪ ଘଣ୍ଟାରେ ୪ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କେରଳରେ ୨ ଜଣ, ରାଜସ୍ଥାନ ଓ କର୍ଣ୍ଣାଟକରେ ଜଣେ ଲେଖାଏଁ କୋଭିଡ୍-୧୯ ରୋଗୀଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ, ଏହି ରୋଗରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୪,୪୪,୭୧,୨୧୨କୁ ବୃଦ୍ଧି ପାଇଛି। ଜାତୀୟ ଆରୋଗ୍ୟ ହାର ୯୮.୮୧ ପ୍ରତିଶତ ଥିବାବେଳେ ମୃତ୍ୟୁହାର ୧.୧୯ ପ୍ରତିଶତ ରହିଛି। ମନ୍ରାୟୁଳୟ ଅନୁଯାୟୀ, କୋଭିଡ୍-୧୯ ଟିକାକରଣ ଅଭିଯାନ ଅଧୀନରେ ବର୍ତ୍ତମାନ ସୁଦ୍ଧା ଦେଶରେ ୨୨୦.୬୭ କୋଟି ଡୋଜ୍ ଟିକା ଦିଆଯାଇଛି।

କେରଳରେ ପ୍ରଥମ ରୋଗୀ

କରୋନାର ଏହି ନୂଆ ସବ୍ ଭାରିଆଣ୍ଟ ଦେଶର ଅନେକ ରାଜ୍ୟରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଯଦି ଆମେ ପ୍ରଥମ ସଂକ୍ରମିତ ରୋଗୀଙ୍କ ବିଷୟରେ କହିବା ତେବେ କରୋନାର ଏହି ଭାରିଆଣ୍ଟର ପ୍ରଥମ ରୋଗୀ କେରଳକୁ ଆସିଥିଲେ। ଯିଏ କି ଜଣେ ମହିଳା ଥିଲେ। ସୂଚନା ଅନୁଯାୟୀ, ମହିଳା ଜଣକ ସିଙ୍ଗାପୁରରୁ ଫେରିଥିଲେ।

ସିଙ୍ଗାପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶୀର୍ଷରେ

ସିଙ୍ଗାପୁରରେ କରୋନା ଭୟର ବାତାବରଣ ସୃଷ୍ଟି କରିଛି। ସିଙ୍ଗାପୁରର ସ୍ୱାସ୍ଥ୍ୟ ମନ୍ତ୍ରୀ ଓଙ୍ଗ ୟେ କୁଙ୍ଗ କହିଛନ୍ତି ଯେ କୋଭିଡ୍-୧୯ର ନୂତନ ଲହରରେ ସିଙ୍ଗାପୁରରେ ସଂକ୍ରମଣ ଶୀର୍ଷରେ ପହଞ୍ଚିଥାଇପାରେ, ତେଣୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିବା ଭଳି ଅତିରିକ୍ତ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ନାହିଁ। ନ୍ୟୁଜ୍ ଏସିଆ ରିପୋର୍ଟ ଅନୁଯାୟୀ, ଶୁକ୍ରବାର ଉତ୍ତର ସିଙ୍ଗାପୁରର ଜଙ୍ଗଲରେ ଏକ ସ୍ୱାସ୍ଥ୍ୟ କମ୍ପ୍ଲେକ୍ସ ଉଦଘାଟନ ଅବସରରେ ଓଙ୍ଗ କହିଛନ୍ତି, ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇପାରେ, କିନ୍ତୁ ମୁଁ ଭାବୁଛି ଏହା ଏହି ଲହରର ଶୀର୍ଷ।

୬ରୁ ୭ ପ୍ରତିଶତ ସଂକ୍ରମିତ ରୋଗୀ

ହସ୍ପିଟାଲରେ ୧୦ ହଜାର ଶଯ୍ୟା ବିଶିଷ୍ଟ ସ୍ୱାସ୍ଥ୍ୟ ବ୍ୟବସ୍ଥା ରହିଛି। ୬୦୦ ରୁ ୭୦୦ ଶଯ୍ୟା ରହିବା ଅର୍ଥ ୬-୭ ପ୍ରତିଶତ ଶଯ୍ୟା ସଂକ୍ରମିତ ରୋଗୀଙ୍କ ଦ୍ୱାରା ଭର୍ତ୍ତି ହେଉଛି, ଯାହା କିଛି କମ୍ ନୁହେଁ। ଏହା ଆମର ସ୍ୱାସ୍ଥ୍ୟକର୍ମୀ ଏବଂ ଆମ ବ୍ୟବସ୍ଥା ଉପରେ ବହୁତ କାମର ଚାପ ପରି ଅଟେ। ବିଶେଷଜ୍ଞମାନେ କହିଛନ୍ତି ଯେ ସଂକ୍ରମଣ ମାମଲା ତୁଳନାରେ ଡାକ୍ତରଖାନାରେ ଭର୍ତ୍ତି ହେବା ଏବଂ ନିବିଡ଼ ଯତ୍ନର ଆବଶ୍ୟକତା କମ୍। କ୍ରମାଗତ ୪ ସପ୍ତାହ ଧରି ସଂକ୍ରମଣ ବଢ଼ିବାରେ ଲାଗିଛି। ନଭେମ୍ବର ୧୨-୧୮ରେ ସଂକ୍ରମିତଙ୍କ ସଂଖ୍ୟା ୧୦,୭୨୬ ଥିବା ବେଳେ ଡିସେମ୍ବର ୧୦-୧୬ରେ ଏହା ୫୮,୩୦୦କୁ ବୃଦ୍ଧି ପାଇଛି।