ସ୍ବାସ୍ଥ୍ୟ ବିଭାଗର ସୂଚନା, କରୋନା ନେଇ କିଛି ଭୟଭୀତ ହେବାର ନାହିଁ

Published: Dec 24, 2022, 12:03 pm IST

ଭୁବନେଶ୍ୱର: ପୁଣି ଥରେ କରୋନା ଫେରୁଛି। ଏହି ଖବର ଚାରିଆଡେ ପ୍ରସାର ହେବା ପରେ ସମସ୍ତେ ଭୟଭୀତ ହୋଇପଡିଛନ୍ତି। ସେଦିନର କରୋନାର ସ୍ଥିତି ଅନେକ ମନେ ପକାଇ ଆତଙ୍କିତ ହୋଇପଡୁଛନ୍ତି। ହେଲେ ବର୍ତ୍ତମାନର ଯାହା ସ୍ଥିତି ଏଥିରେ କିଛି ଆତଙ୍କିତ ହେବାର ନାହିଁ। ଏହିପରି ସୂଚନା ଦେଇଛି ଓଡିଶା ସ୍ବାସ୍ଥ୍ୟ ବିଭାଗ।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ଏହି ଭାରିଏଣ୍ଟଟି ଦୁଇ ବର୍ଷ ହେଲାଣି ଅଛି। ଯେହେତୁ ଏହା ଚାଇନାରେ ବଢୁଛି ତେଣୁ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି। ଯଦିଓ ଏହାର ସଂକ୍ରମଣ କ୍ଷମତା ଅଧିକ ଅଛି । କିନ୍ତୁ ଏହାର ଲୋକଙ୍କୁ ବେଶୀ କ୍ଷତି କରିପାରିବ ନାହିଁ ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଗତ ୪ଟି ଲହର ପାଇଁ ଆମର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଅଛି। ତେଣୁ ଏହା ଅଧିକ ସଂକ୍ରମିତ କରିପାରିବ ନାହିଁ। ୩ ମାସରୁ ଅଧିକ ହେଲାଣି ରାଜ୍ୟରେ ପଜିଟିଭ ସଂଖ୍ୟା ବଢ଼ିନାହିଁ। ହସ୍ପିଟାଲ୍‌ରେ ରୋଗୀ ଅଧିକ ମଧ୍ୟ ନାହିଁନ୍ତି । ଆଗକୁ ଯଦି ସଂକ୍ରମଣ ଆସେ ତେବେ ତାହାକୁ ମୁକାବିଲା କରିବାକୁ ଓଡିଶା ପ୍ରସ୍ତୁତ ଅଛି।

ବର୍ତ୍ତମାନ ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ମଜଭୁତ ଅଛି। ବର୍ତ୍ତମାନ ରାଜ୍ୟରେ କରୋନା ରୋଗୀ କେଉଁଠାରେ ହେଲେ ନାହାଁନ୍ତି। ତଥାପି ବିଭିନ୍ନ ହସପିଟାଲରେ ବେଡ଼ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦରକାର ପଡ଼ିଲେ ବେଡ଼ ସଂଖ୍ୟା ବୃଦ୍ଧି କରାଯିବ।  ତେବେ ଓଡିଶାରେ କରୋନା ପରୀକ୍ଷାକୁ ଜୋରଦାର କରାଯିବ। ଯାହା ଦେହରେ ଲକ୍ଷଣ ଅଛି ତୁରନ୍ତ ଟେଷ୍ଟ କରାନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।

Related posts