ଆଜି ରାଜ୍ୟରେ ୧୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ

Published: May 13, 2022, 11:46 am IST

ଭୁବନେଶ୍ବର: ଧିରେ ଧିରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁମାତ୍ରାରେ ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୯ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୧ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେଥିମଧ୍ୟରୁ ୬ ଜଣ ଶିଶୁ ମଧ୍ୟ ସଂକ୍ରମିତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବର ୧, କଟକରୁ ୨, ଗଜପତିରୁ ୫, ଖୋର୍ଦ୍ଧାରୁ ୪, ନୂଆପଡାରୁ ୬, ସମ୍ବଲପୁରରୁ ୧ ଓ ଷ୍ଟେଟପୁଲରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଆଜିର ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୮ ହଜାର ୨୭୨ରେ ପହଞ୍ଚିଛି ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ବର୍ତ୍ତମାନ ରାଜ୍ୟରେ ମୋଟ ୧୨୧ ସକ୍ରିୟ ମାମଲା ରହିଛି । ନୂଆ ୩୩ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ ୧୨ ଲକ୍ଷ ୭୮ ହଜାର ୯୭୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Related posts