Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ସୋନପୁର-ବୌଦ୍ଧ ରେଳ ସେକ୍ସନ ନୀରିକ୍ଷଣ

ଭୁବନେଶ୍ଵର: ପୂର୍ବତଟ ରେଳପଥ (ଇକୋଆର) ର ମହାପ୍ରବନ୍ଧକ ମନୋଜ ଶର୍ମା ଇତିମଧ୍ୟରେ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ସୋନପୁର ଏବଂ ବୌଦ୍ଧ ମଧ୍ୟରେ ଚାଲୁରହିଥିବା ରେଳ ଲାଇନ ପ୍ରକଳ୍ପର ନିର୍ମାଣାଧୀନ ରେଳ ଲାଇନ ସେକ୍ସନକୁ ନିରୀକ୍ଷଣ କରିଛନ୍ତି। ନିରୀକ୍ଷଣ ସମୟରେ ପୂର୍ବତଟ ରେଳପଥ ମୁଖ୍ୟାଳୟର ବରିଷ୍ଠ ଅଧିକାରୀ ଏବଂ ପ୍ରକଳ୍ପର ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଧିକାରୀ ମାନଙ୍କ ସହିତ ସମ୍ବଲପୁର ରେଳ ମଣ୍ଡଳର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ନିରୀକ୍ଷଣ ସମୟରେ ଶ୍ରୀ ଶର୍ମା ଭିତ୍ତିଭୂମି କାର୍ଯ୍ୟର ସମୀକ୍ଷା କରିଥିଲେ ଏବଂ ଧାର୍ଯ୍ୟ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ସମାପ୍ତ ହେବା ନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ଜନକୈନ୍ଦ୍ରିକ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର ରେଳ ଲାଇନ ଉଭୟ ପଶ୍ଚିମ ଓ ଉପକୂଳ ଓଡିଶାକୁ ସଂଯୋଗ କରିବା ସହିତ ଦୁର୍ଗମ ଅଞ୍ଚଳ ଜିଲ୍ଲା ମାନଙ୍କୁ ମଧ୍ୟ ସେବା ଯୋଗାଇବ ଯାହାର ନିର୍ମାଣ କାର୍ଯ୍ୟ ନିଜେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଜୀଙ୍କର ତୀକ୍ଷ୍ଣ ନଜରରେ ରଖାଯାଇଥିବା ପ୍ରକଳ୍ପ ଗୁଡିକର ଏକ ଅଂଶ।

ଏହି ପ୍ରକଳ୍ପର ମୋଟ ଦୈର୍ଘ୍ୟ 301 କିମି ମଧ୍ୟରୁ ଏପର୍ଯ୍ୟନ୍ତ ମୋଟ 152.805 କିମି ରେଳ ଲାଇନ କାର୍ଯ୍ୟ ସମ୍ପାଦନ ହୋଇସାରିଛି ଏବଂ ଏହା ରେଳ ସେବା ଦ୍ୱାରା ଯାତ୍ରୀ ମାନଙ୍କୁ ସୁବିଧା ପ୍ରଦାନ କରାଯାଇଅଛି। ଏହି ପ୍ରକଳ୍ପ ଶୀଘ୍ର ଶେଷ ହେବା ପାଇଁ ରେଳବାଇ ଉଭୟ ପାର୍ଶ୍ୱରୁ ଅର୍ଥାତ୍ ଖୋର୍ଦ୍ଧା ରୋଡ୍ ଏବଂ ବଲାଙ୍ଗୀରରୁ ଏହି ଲାଇନ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଜାରି ରଖିଛି। ଖୋର୍ଦ୍ଧା ରୋଡ଼ ରୁ ଦଶପଲ୍ଲା ପର୍ଯ୍ୟନ୍ତ 105.8 କିମି ଏବଂ ବାଲାଙ୍ଗୀରରୁ ସୋନେପୁର ପର୍ଯ୍ୟନ୍ତ 47 କିମି କାର୍ଯ୍ୟ ସମାପ୍ତ ହୋଇସାରିଛି। ସୋନପୁରରୁ ପୁରୁଣାକଟକ ପର୍ଯ୍ୟନ୍ତ ପ୍ରାୟ 73 କିମି ଦୈର୍ଘ୍ୟ ନୂତନ ରେଳପଥର କାର୍ଯ୍ୟ ଦ୍ରୁତଗତିରେ ଚାଲୁରହିଥିବାବେଳେ ଆସନ୍ତା ଦୁଇମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରାଯିବାକୁ ସମୟ ଧାର୍ଯ୍ୟ ରଖାଯାଇଅଛି। ଅବଶିଷ୍ଟ ରେଳପଥ ନିର୍ମାଣ କାର୍ଯ୍ୟ ଅର୍ଥାତ୍ ଦଶପଲ୍ଲା ଠାରୁ ପୁରୁଣାକଟକ ପର୍ଯ୍ୟନ୍ତ 75 କିଲୋମିଟରର ନିର୍ମାଣ କାର୍ଯ୍ୟ ଡିସେମ୍ବର 2026 ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଆଶା କରାଯାଉଛି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ଗଣତନ୍ତ୍ର ଦିବସ ପାଳନ

ଭୁବନେଶ୍ୱର: ଭୁବନେଶ୍ୱର ରେଳବାଇ ଷ୍ଟାଡିୟମରେ ଆୟୋଜିତ ଗଣତନ୍ତ୍ର ଦିବସ ପାଳନ ଅବସରରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା କହିଛନ୍ତି ଯେ, ପୂର୍ବ ତଟ ରେଳପଥ କ୍ରମାଗତ ଭାବେ ସମସ୍ତ କ୍ଷେତ୍ରରେ ବୃଦ୍ଧି ଘଟାଇ ରାଷ୍ଟ୍ରର ଜୀବନଧାରା ଭାବରେ କାର୍ଯ୍ୟ କରୁଛି ଏବଂ ଜାତୀୟ ଏକୀକରଣର ଏକ ସୁସଂଗତ ତଥା ଏକୀକରଣକାରୀ ଭୂମିକା ଗ୍ରହଣ କରୁଛି।

ଏହି ଅବସରରେ ଶ୍ରୀ ଶର୍ମା ସୂଚନା ଦେଇଛନ୍ତି ଯେ ପୂର୍ବ ତଟ ରେଳପଥ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷର କେନ୍ଦ୍ର ବୋଲି ନିଜକୁ ପ୍ରମାଣିତ କରିପାରିଛି। ରେଳପଥର ଉତ୍ସର୍ଗୀକୃତ ପ୍ରୟାସ ଏବଂ ପ୍ରତିବଦ୍ଧତାକୁ ସର୍ବୋଚ୍ଚ ସ୍ତରରେ ସ୍ୱୀକୃତି ଦିଆଯାଇଛି। ସଙ୍କଟ ସମୟରେ ଯଥା ଟ୍ରେନ୍ ଚଳାଚଳକୁ ବାଧା ଦେଉଥିବା ଭୂସ୍ଖଳନ ପ୍ରସଙ୍ଗ ହେଉ କିମ୍ବା ଅନ୍ୟାନ ସଙ୍କଟ, ପୂର୍ବତଟ ରେଳପଥ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି ଏବଂ ସମାଜର କୋଣ ଅନୁକୋଣରୁ ପ୍ରଶଂସିତ ହୋଇଛି। ରେଳ ବ୍ୟବହାରକାରୀଙ୍କୁ ଆଧୁନିକ, ନିର୍ଭରଯୋଗ୍ୟ, ନିରାପଦ ଏବଂ ଗ୍ରାହକ-କେନ୍ଦ୍ରିତ ସେବା ପ୍ରଦାନ କରିବାର ପ୍ରତିବଦ୍ଧତ୍ତା କ୍ଷେତ୍ରରେ ସେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ ଟ୍ରେନ୍ ଚଳାଚଳ କ୍ଷେତ୍ରରେ ନିରାପତ୍ତାକୁ ପୂର୍ବତଟ ରେଳପଥ ଗୁରୁତ୍ୱ ଦେଇ ଆସୁଛି। ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ସହିତ ଯାତ୍ରୀମାନଙ୍କ ସୁବିଧାଗୁଡ଼ିକରେ ବିଶେଷ ଭାବରେ ଅନ୍-ବୋର୍ଡ ସେବା ତଥା ରେଳ ଷ୍ଟେସନରେ ସାଧାରଣ ପରିଷ୍କାର ପରିଚ୍ଛନ୍ନତା ଏବଂ ପରିମଳ ସ୍ତରରେ ଉନ୍ନତି ସହିତ ଅନ୍ୟାନ ଆଧୁନିକ ଯାତ୍ରୀପରିଷେବା ଯୋଗାଇ ଦେବା ପାଇଁ ପ୍ରାଧାନ୍ୟ ଦିଆଯାଉଅଛି।

ପୂର୍ବତଟ ରେଳପଥର ପ୍ରଦର୍ଶନ ବିଷୟରେ ଏହି ଅବସରରେ ଶ୍ରୀ ଶର୍ମା ମଧ୍ୟ ସୂଚନା ଦେଇଛନ୍ତି। ସେ ସୂଚନାଦେଇ କହିଛନ୍ତି ଯେ ପୂର୍ବ ତଟ ରେଳପଥ 200 ନିୟୁତ ଟନରୁ ଅଧିକ ପଣ୍ୟ ପରିବହନ କରିଛି ଯାହା ସମସ୍ତ ଜୋନ୍ ମଧ୍ୟରେ ସର୍ବାଧିକ ଅଟେ ଏବଂ ଏହା ମଧ୍ୟ ରେକର୍ଡ ସମୟ ମଧ୍ୟରେ ମାତ୍ର 295 ଦିନରେ ଗତ ଆର୍ଥିକ ବର୍ଷ ତୁଳନାରେ 15 ଦିନ ପୂର୍ବରୁ ପୁରାଣ ହୋଇପାରିଛି। ଚଳିତ ବର୍ଷ 136.65 କିମି ମଲ୍ଟି ଟ୍ରାକିଂର କାର୍ଯ୍ୟକ୍ଷମ ସହିତ 37.3 କିମି ର ନୂଆ ଲାଇନ୍ କାର୍ଯ୍ୟକ୍ଷମ କରାଯାଇଛି। ଏହି ରେଳପଥ ଚଳିତ ବର୍ଷ ସମ୍ବଲପୁର-ସମ୍ବଲପୁର ସିଟି – ମାନେଶ୍ଵର (15.00 କିମି) ରେଳପଥ ସମ୍ବଲପୁର-ତାଳଚେର ଦୋହରୀକରଣ ପ୍ରକଳ୍ପକୁ ସଫଳତାର ସହିତ ସମାପ୍ତ କରିଛି ଏବଂ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇଥିବା ଅନ୍ୟ କେତେକ ରେଳ ସେକ୍ସନ ହେଉଛି କୋଟାଭାଲାସା – ବୋଡଭାରା (7.30 କିଲୋମିଟର) – କୋରାପୁଟ ଦୋହରୀକରଣ ପ୍ରକଳ୍ପ, ଶିମିଲିଗୁଡା – ଆରାକୁ- ଗୋରାପୁର (21.619 କିମି) ସେକ୍ସନ, କୋଟାଭାଲାସା- କୋରାପୁଟ ଦୋହରୀକରଣ ପ୍ରକଳ୍ପ। ଶ୍ରୀ ଶର୍ମା ଏହା ମଧ୍ୟ କହିଛନ୍ତି ଯେ ଏପର୍ଯ୍ୟନ୍ତ 14 ଟି ରେଳ ଧାରଣା ତଳ ଉପମାର୍ଗ, 07 ରୋଡ଼ ଓଭର ବ୍ରିଜ ଏବଂ 07 ଫୁଟ ଓଭର ବ୍ରିଜ, ନୂତନ ଲାଇନ ଏବଂ ମଲ୍ଟି ଟ୍ରାକିଂ ପ୍ରୋଜେକ୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।

ଏହାପୂର୍ବରୁ ଶ୍ରୀ ଶର୍ମା ଜାତୀୟ ପତାକା ଉତ୍ତୋଳନ କରି ରେଳ ସୁରକ୍ଷା ବଳ, ଭାରତ ସ୍କାଉଟ୍ ଏବଂ ଗାଇଡ୍ ଏବଂ ସିଭିଲ୍ ଡିଫେନ୍ସ ଦ୍ୱାରା ଆୟୋଜିତ ପ୍ୟାରେଡ୍ ଯାଞ୍ଚ କରିବା ସହିତ ଅଭିବାଦନ ଆଦାନ ପ୍ରଦାନ କରିଥିଲେ। ପରେ ଏହି କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ ଦେଶଭକ୍ତି ଗୀତ ଏବଂ ନୃତ୍ୟ ଇତ୍ୟାଦି ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥାପିତ କରାଯାଇଥିଲା ଯାହା ସମାବେଶକୁ ଭାବପ୍ରବଣ କରିଥିଲା।