Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଓଡ଼ିଶାରେ ଖାଦ୍ୟ ସୁରକ୍ଷା କାର୍ଯ୍ୟାୟନକୁ ନେପାଳ ଷ୍ଟଡ଼ି ମିଶନର ପ୍ରଶଂସା
ଅନ୍ତରାଷ୍ଟ୍ରୀୟ

ଓଡ଼ିଶାରେ ଖାଦ୍ୟ ସୁରକ୍ଷା କାର୍ଯ୍ୟାୟନକୁ ନେପାଳ ଷ୍ଟଡ଼ି ମିଶନର ପ୍ରଶଂସା

June 8, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶାରେ ଖାଦ୍ୟ ସୁରକ୍ଷା କାର୍ଯ୍ୟାୟନକୁ ନେପାଳ ଷ୍ଟଡ଼ି ମିଶନର ପ୍ରଶଂସା

ଭୁବନେଶ୍ୱର: ଭାରତର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ବିଷୟରେ ବାସ୍ତବ ଅନୁଭୁତି ହାସଲ କରିବା ନିମନ୍ତେ ନେପାଳରୁ ଆସିଥିବା ଉଚ୍ଚସ୍ତରୀୟ ଷ୍ଟଡ଼ି ମିଶନ ଟିମ୍ ଓଡ଼ିଶାରେ ଖାଦ୍ୟ ସୁରକ୍ଷା ଯୋଜନାର ସଫଳ କାର୍ଯ୍ୟାନ୍ୱୟନକୁ ଭୁୟସୀ ପ୍ରଶଂସା କରିଛନ୍ତି ।

ରାଜ୍ୟର ନିଜ ଯୋଜନା ସହ କେନ୍ଦ୍ରୀୟ ଯୋଜନାର ସଠିକ୍ କାର୍ଯ୍ୟାନ୍ୱୟନ ଓଡ଼ିଶାର ଏକ ବଡ ସଫଳତା ବୋଲି ମିଶନ ଟିମ୍ର ସଦସ୍ୟମାନେ ମତ ଦେଇଛନ୍ତି । ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଏହି ଉଚ୍ଚସ୍ତରୀୟ ନେପାଳ ଷ୍ଟଡ଼ି ମିଶନ ଟିମ୍ଙ୍କ ନିମନ୍ତେ ଆଜି ରାଜ୍ୟ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା।

ରାଜ୍ୟର ଖାଦ୍ୟ ସୁରକ୍ଷା ଯୋଜନା ବିଷୟରେ ପ୍ରାରମ୍ଭିକ ସୂଚନା ଦେଇ ଶ୍ରୀ ମହାପାତ୍ର କହିଥିଲେ ଯେ କୌଣସି ଗରିବ ଲୋକ ଅନାହାରରେ ରହିବ ନାହିଁ-ଏହାହିଁ ମୁଖ୍ୟ ମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କର ଲକ୍ଷ୍ୟ ଏବଂ ନିର୍ଦ୍ଦେଶ । ଏହି ଲକ୍ଷ୍ୟର ସଠିକ୍ ରୂପାୟନ ପାଇଁ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଓ ଖାଉଟି କଲ୍ୟାଣ, ମହିଳା ଓ ଶିଶୁ ବିକାଶ, କୃଷି ଓ କୃଷକ ସଶକ୍ତିକରଣ, ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ, ଜଳ ସଂପଦ, ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ଏବଂ ଗୃହ ଓ ନଗର ଉନ୍ନୟନ ଆଦି ବିଭାଗମାନେ ସମନ୍ୱିତଭାବେ କାର୍ଯ୍ୟ କରୁଛନ୍ତି ।

ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନା ସହ ରାଜ୍ୟର ନିଜସ୍ୱ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ସ୍କିମ୍, ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ, ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ଅତିରିକ୍ତ ପୁଷ୍ଟି ଯୋଗାଣ, ବୃଦ୍ଧ, ଭିନ୍ନକ୍ଷମ ଓ ଅସହାୟମାନଙ୍କ ନିମନ୍ତେ ଭତ୍ତା ବଣ୍ଟନ, ସାଧାରଣ ଯୋଗାଣ ବ୍ୟବସ୍ଥା ମାଧ୍ୟମରେ ପୁଷ୍ଟିଯୁକ୍ତ ଚାଉଳ ଯୋଗାଣ, ଅଧିକ ପୁଷ୍ଟିଯୁକ୍ତ ମିଲେଟ୍ ଶସ୍ୟ ଯୋଗାଣ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା, ଅଙ୍ଗନବାଡିରେ ରନ୍ଧା ଖାଦ୍ୟ ଯୋଗାଣ, ସହରରେ ଆହାର କେନ୍ଦ୍ର ବ୍ୟବସ୍ଥା ଆଦିକୁ ରାଜ୍ୟ ସରକାର ଓ ପ୍ରଶାସନ ନିଷ୍ଠାର ସହ କାର୍ଯ୍ୟାୟନ କରୁଛନ୍ତି ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ ।

ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ ବର୍ତ୍ତମାନ ଆଧୁନିକ ସୂଚନା ଓ ପ୍ରଯୁକ୍ତି ବିଦ୍ୟା କୌଶଳ ପ୍ରୟୋଗ କରି ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ତୃଟି ମୁକ୍ତ ଓ ଅଧିକ ଲକ୍ଷ୍ୟଭେଦୀ କରାଯାଉଛି । ଏହା ଫଳରେ ନକଲି ଓ ଭୁଲ୍ ହିତାଧିକାରୀ ବାଦ ପଡିଛନ୍ତି । ଖାଦ୍ୟ ସାମଗ୍ରୀ ଦେଣନେଣରେ ହେବାକୁଥିବା ସମ୍ଭାବ୍ୟ ଦୁର୍ନିତୀକୁ ବନ୍ଦ କରାଯାଇପାରିଛି । ଫଳରେ ଅଧିକ ସଂଖ୍ୟକ ଲୋକଙ୍କୁ ଖାଦ୍ୟ ଯୋଜନାରେ ସାମିଲ କରାଯାଇ ପାରିଛି ଓ ଯୋଗାଣ ହେଉଥିବା ଖାଦ୍ୟ ସାମଗ୍ରୀର ଗୁଣାତ୍ମକ ମାନ ବୃଦ୍ଧି ଘଟିଛି ।

ଖାଦ୍ୟ ସୁରକ୍ଷା ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ କହିଥିଲେ ଯେ ଓଡ଼ିଶା ଖାଦ୍ୟ କ୍ଷେତ୍ରରେ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳତା ସ୍ଥିତିରୁ ବହୁ ଆଗକୁ ଆସି ବର୍ତ୍ତମାନ ଏକ ଖାଦ୍ୟ-ବଳକା ରାଜ୍ୟରେ ପରିଣତ ହୋଇଛି । ୨୦୦୩-୨୦୦୪ ମସିହାରୁ ରାଜ୍ୟ କେନ୍ଦ୍ରୀୟ ଖାଦ୍ୟ ସଂଗ୍ରହ ଯୋଜନାରେ ସାମିଲ ହୋଇ ନିଜ କୃଷକମାନଙ୍କଠାରୁ ଖାଦ୍ୟ-ଶସ୍ୟ ସଂଗ୍ରହ ଆରମ୍ଭ କରିଛି ।

ବର୍ତ୍ତମାନ ରାଜ୍ୟ ନିଜ କୃଷକମାନଙ୍କ ଠାରୁ ବାର୍ଷିକ ହାରାହାରି ୭୬ ଲକ୍ଷ ନିୟୁତ ଟନ୍ ଧାନ ସଂଗ୍ରହ କରୁଛି ଯେଉଁଥିରୁ ବିଭିନ୍ନ ମିଲ୍ ମାଧ୍ୟମରେ ପ୍ରାୟ ୫୨ ଲକ୍ଷ ନିୟୁତ ଟନ୍ ଚାଉଳ ଉତ୍ପାଦନ କରାଯାଉଛି । ଏହି ସଂଗ୍ରହ ମଧ୍ୟରୁ ରାଜ୍ୟରେ ବିଭିନ୍ନ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ପ୍ରାୟ ୩୦ ଲକ୍ଷ ନିୟୁତ ଟନ୍ ଚାଉଳ ବ୍ୟବହାର ହେଉଛି ଏବଂ ଅବଶିଷ୍ଟ ପ୍ରାୟ ୨୨ ଲକ୍ଷ ନିୟୁତ ଟନ୍ ଚାଉଳ ଦେଶର କେନ୍ଦ୍ରୀୟ ଖାଦ୍ୟ ଭଣ୍ଡାରକୁ ଦିଆଯାଉଛି । କେନ୍ଦ୍ରୀୟ ଭଣ୍ଡାରକୁ ସର୍ବାଧିକ ଚାଉଳ ଦେଉଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶାର ସ୍ଥାନ ବର୍ତ୍ତମାନ ଚତୁର୍ଥ ।

ଶ୍ରୀ ଯାଦବ ଆହୁରି ମଧ୍ୟ ଜଣାଇଥିଲେ ଯେ ରାଜ୍ୟରେ ୯୫.୭୪ ଲକ୍ଷରୁ ଉର୍ଦ୍ଧ୍ୱ ପରିବାରଙ୍କୁ ପ୍ରତ୍ୟକ୍ଷ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି । ଏହିସବୁ ପରିବାରରେ ପ୍ରାୟ ୩.୩୩ କୋଟିରୁ ଅଧିକ ସଦସ୍ୟ ଅଛନ୍ତି ଯେଉଁମାନେକି ରାଜ୍ୟ ଜନସଂଖ୍ୟାରେ ପ୍ରାୟ ୮୦ ପ୍ରତିଶତ । ବର୍ତ୍ତମାନ ସମୁଦାୟ ୧୨,୧୨୪ ସୁଲଭ ଖୁଚୁରା ଦୋକାନ ମାନଙ୍କ ମାଧ୍ୟମରେ ପ୍ରତି ମାସରେ ହିତାଧିକାରୀମାନଙ୍କୁ ପ୍ରାୟ ୧.୮୭ ଲକ୍ଷ ନିୟୁତ ଟନ୍ ଖାଦ୍ୟ ଶସ୍ୟ ଯୋଗାଣ କରାଯାଉଛି । ଏହି ବ୍ୟବସ୍ଥାରେ ବିଭିନ୍ନ ସ୍ତରର କାରବାରକୁ ଅନ୍ଲାଇନ୍ ସ୍ୱୟଂକ୍ରିୟ ବ୍ୟବସ୍ଥା ମାଧ୍ୟମରେ ରିଅଲ୍-ଟାଇମ୍ ଭିତ୍ତିରେ ତନଖି କରାଯାଉଛି ।

୧ ଟଙ୍କାରେ କିଲେ ଚାଉଳ, ଖାଦ୍ୟସାର ଯୁକ୍ତ ଚାଉଳ ଯୋଗାଣ ଏବଂ ଖାଦ୍ୟ ଯୋଗାଣ ବ୍ୟବସ୍ଥାରେ ମୋ-ସରକାର ତତ୍ତ୍ୱର ପ୍ରୟୋଗ ଆଦି ବିଷୟରେ ମଧ୍ୟ ଶ୍ରୀ ଯାଦବ ସବିଶେଷ ଭାବେ ଜଣାଇଥିଲେ । ମହିଳା ଓ ଶିଶୁ ବିକାଶ ଏବଂ ସାମାଜିକ ନିରାପତ୍ତା ଓ ଦିବ୍ୟାଙ୍ଗମାନଙ୍କ ସଶକ୍ତିକରଣ ବିଭାଗ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ରାଜ୍ୟରେ ଅତିରିକ୍ତ ପୁଷ୍ଟି ଯୋଗାଣ, ମଧ୍ୟାହ୍ନ ଭୋଜନ, ବିଭିନ୍ନ ପ୍ରକାର ଭତ୍ତା, ସହରାଞ୍ଚଳରେ ଆହାର କାର୍ଯ୍ୟକ୍ରମ ଆଦି ବିଷୟରେ ବିଶେଷ ସୂଚନା ଦେଇଥିଲେ । ଟିମ୍ ସଦସ୍ୟମାନେ ଏହି ସବୁ ଅଭିନବ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ ସେସବୁର ଯୋଜନା, କାର୍ଯ୍ୟାୟନ ବ୍ୟବସ୍ଥା ଓ ପରିଚାଳନା ବିଷୟରେ ବିଭିନ୍ନ ପ୍ରଶ୍ନ ପଚାରି ଜ୍ଞାତ ହୋଇଥିଲେ ।

ନେପାଳ ଜାତୀୟ ଯୋଜନା କମିଶନ ସଦସ୍ୟ ଡ଼ଃ ଦିଲ୍ ବାହାଦୁର ଗୁରୁଙ୍ଗ୍ଙ୍କ ନେତୃତ୍ୱରେ ଆସିଥିବା ଏହି ମିଶନ ଟିମ୍ରେ ନେପାଳ ସରକାରଙ୍କ ଅର୍ଥ, କୃଷି ଓ ପଶୁପାଳନ, ଯୋଜନା ଆଦି ବିଭାଗର ଅତି ଉଚ୍ଚସ୍ତରୀୟ ଅଧିକାରୀମାନେ ଓଡ଼ିଶା ଗସ୍ତରେ ଆସିଛନ୍ତି । ଏମାନେ ଦୁଇଦିନ ଓଡ଼ିଶାରେ ବିଭିନ୍ନ ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ର, ଖାଦ୍ୟ ଯୋଗାଣ ଏ.ଟି.ଏମ୍, ଖାଦ୍ୟ ସୁରକ୍ଷା ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କାର୍ଯ୍ୟ, ଗ୍ରାମ ପଂଚାୟତର କାର୍ଯ୍ୟ ଆଦି ବିଷୟରେ କ୍ଷେତ୍ରସ୍ତରୀୟ ପ୍ରତ୍ୟକ୍ଷ ଅନୁଭୁତି ସଂଗ୍ରହ କରିବେ । ଏହାଛଡା, ଏହି ଟିମ୍ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବାର ସମ୍ଭାବନା ଅଛି ବୋଲି ଏକ ବିଶ୍ୱସ୍ତ ସୁତ୍ରରୁ ଜଣାପଡିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଯାତ୍ରୀଙ୍କ ସୁବିଧା ପାଇଁ ଅଧିକ ହୋଲି ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା

February 25, 2026
Latest News

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଶ୍ରୀଜଗନ୍ନାଥ ମନ୍ଦିର ଉଦ୍‌ଘାଟିତ

February 26, 2026

ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ-୨୦୨୬: ଦର୍ଶକ ନୁହେଁ, ଭାଗୀଦାର ଭାବେ ଭାରତକୁ ବିଶ୍ୱର ସମର୍ଥନ

February 25, 2026

ହୋଲି ପୂର୍ବରୁ ସରକାରୀ ଉପହାର: ମହଙ୍ଗା ଭତ୍ତା ୩% ବୃଦ୍ଧି

February 25, 2026

ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ: ନଗଦ ୪.୨୭ କୋଟି ସହ ସୁନା ଗହଣା ଜବତ

February 25, 2026

କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶ ଗଣମାଧ୍ୟମ ପ୍ରତିନିଧି ଦଳ

February 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.