Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନେପାଳ ପ୍ରତିନିଧିଙ୍କ ଦୁଇ ଦିନିଆ ଓଡିଶା ଗସ୍ତ
ଆଜିର ଖବର

ନେପାଳ ପ୍ରତିନିଧିଙ୍କ ଦୁଇ ଦିନିଆ ଓଡିଶା ଗସ୍ତ

November 21, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ନେପାଳ ପ୍ରତିନିଧିଙ୍କ ଦୁଇ ଦିନିଆ ଓଡିଶା ଗସ୍ତ
ନେପାଳ ପ୍ରତିନିଧିଙ୍କ ଦୁଇ ଦିନିଆ ଓଡିଶା ଗସ୍ତ

ଭୁବନେଶ୍ୱର: ନେପାଳ ପ୍ରତିନିଧି ମାନଙ୍କ ଏକ ୧୫ ଜଣିଆ ଦଳ ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ରାଜ୍ୟର ସାଧାରଣ ବଣ୍ଟନ ଓ ସରକାରୀ ସ୍ତରରେ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ ସମ୍ପର୍କରେ ସବିଶେଷ ପ୍ରତ୍ୟକ୍ଷ ଅଭିଜ୍ଞତା ହାସଲ କରିଛନ୍ତି। ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଅଧୀନରେ ନେପାଳର ଖାଦ୍ୟ ପ୍ରଯୁକ୍ତି ବିଦ୍ୟା ଓ ଗୁଣବତ୍ତା ନିୟନ୍ତ୍ରଣ ବିଭାଗ ମହାନିର୍ଦ୍ଦେଶକ ଶ୍ରୀ ସଞ୍ଜୀବ କର୍ଣ୍ଣଙ୍କ ନେତୃତ୍ୱରେ ଏହି ପ୍ରତିନିଧି ମଣ୍ଡଳୀ ଓଡିଶା ଗସ୍ତ କରିଛନ୍ତି।

ଗତକାଲି ସେମାନେ ପ୍ରଥମେ ଖୋରଧା ଜିଲ୍ଲାର ଟାଙ୍ଗୀ ବ୍ଲକର ଏକ ଚାଉଳ ଗୋଦାମ ବୁଲି ଦେଖିବା ସହ ଏହାର ପରିଚାଳନା ବ୍ୟବସ୍ଥା ବାବଦରେ ପଚାରି ବୁଝିଥିଲେ। ପରେ ମଙ୍ଗଳାଯୋଡ଼ିର ଏକ ବାତ୍ୟା ଆଶ୍ରୟସ୍ଥଳୀକୁ ଯାଇ ସେଠାରେ ଥିବା ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ଦେଖି ଖୁସି ବ୍ୟକ୍ତ କରିଥିଲେ। ସେହିଭଳି ଏହି ପ୍ରତିନିଧି ମଣ୍ଡଳୀ ଧଉଳି ପଞ୍ଚାୟତର ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ଶିଶୁପାଳଗଡ଼ ସ୍ଥିତ ପ୍ରାଥମିକ କୃଷି ସମବାୟ ସମିତି ପରିଦର୍ଶନ କରିଥିଲେ। ସେଠାରେ ସେମାନେ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ ପ୍ରକ୍ରିୟା, ସଫ୍ଟୱେର ବ୍ୟବହାର, ଚାଷୀ ମାନଙ୍କୁ ୪୮ ଘଣ୍ଟା ମଧ୍ୟରେ ସେମାନଙ୍କ ଦେୟ ପ୍ରଦାନ ବିଷୟରେ ଉପସ୍ଥିତ ରାଜ୍ୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ।

ଏହାପରେ ସେମାନେ ମଞ୍ଚେଶ୍ୱରସ୍ଥିତ ଚାଉଳ ଏଟିଏମ୍ ଯାଇ ଏହାର ପରିଚାଳନା ବିଷୟରେ ଜାଣି ଖୁସିବ୍ୟକ୍ତ କରିଛନ୍ତି। ସେମାନେ ରାଜ୍ୟର ବରିଷ୍ଠ ଅଧିକାରୀ ମାନଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ କରିବା ସହ କ୍ଷେତ୍ର ସ୍ତରୀୟ ଅଧିକାରୀ ମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଭାବ ବିନିମୟ କରିଥିଲେ।

ଓଡିଶା ଗସ୍ତ ଧାନ ସଂଗ୍ରହ ନେପାଳ ପ୍ରତିନିଧି ସାଧାରଣ ବଣ୍ଟନ ବ୍ୟବସ୍ଥା
Share. Facebook Twitter LinkedIn Email WhatsApp Copy Link

Related Posts

ବାତ୍ୟା ଅକୱାନ୍ ପ୍ରଭାବ: ଗଞ୍ଜାମରେ ବ୍ୟାପକ ଫସଲ କ୍ଷତି

November 21, 2026

ଧୋନି ଏବଂ ବିରାଟ କୋହଲିଙ୍କ ସହ ଅନାବଶ୍ୟକ ତାଲିକାରେ ସାମିଲ ହେଲେ ଶୁଭମନ ଗିଲ୍

November 21, 2026

620 କୋଟି ଦାନ କଲେ ଅମ୍ବାନୀ ପରିବାର: ଜାଣନ୍ତୁ ଶ୍ରେଷ୍ଠ 5 ତାଲିକା?

November 21, 2026

ପୋଲ ତଳକୁ ଖସିଲା ସ୍କୁଲ ଭ୍ୟାନ୍, ଅଳ୍ପକେ ବର୍ତ୍ତିଲେ ଚାଳକ

November 21, 2026
Latest News

ନେପାଳ ପ୍ରତିନିଧିଙ୍କ ଦୁଇ ଦିନିଆ ଓଡିଶା ଗସ୍ତ

November 21, 2026

ବାତ୍ୟା ଅକୱାନ୍ ପ୍ରଭାବ: ଗଞ୍ଜାମରେ ବ୍ୟାପକ ଫସଲ କ୍ଷତି

November 21, 2026

ଧୋନି ଏବଂ ବିରାଟ କୋହଲିଙ୍କ ସହ ଅନାବଶ୍ୟକ ତାଲିକାରେ ସାମିଲ ହେଲେ ଶୁଭମନ ଗିଲ୍

November 21, 2026

ଏୟାର ନିଉଗିନି ବିମାନ ଇଞ୍ଜିନରେ ନିଆଁ ସଙ୍କେତ; ଫିଲିପାଇନ୍ସରେ ଜରୁରୀକାଳୀନ ଅବତରଣ

November 21, 2026

620 କୋଟି ଦାନ କଲେ ଅମ୍ବାନୀ ପରିବାର: ଜାଣନ୍ତୁ ଶ୍ରେଷ୍ଠ 5 ତାଲିକା?

November 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.