Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା ବ୍ଲକରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଲେ ମିଳୁଛି ମିଥ୍ୟା ପୋଲିସ କେସ ଧମକ
ଆଞ୍ଚଳିକ

ଚିଲିକା ବ୍ଲକରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଲେ ମିଳୁଛି ମିଥ୍ୟା ପୋଲିସ କେସ ଧମକ

June 10, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଲେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ପିଆଇଓ ସୂଚନା ଦେବା ପରିବର୍ତ୍ତେ ସୂଚନା ଅଧିକାର କର୍ମୀଙ୍କୁ ଧମକ ଦେଉଥିବାର ଅଭିଯୋଗ ହେଉଛି। ଅଭିଯୋଗ ଅନୁଯାୟୀ ଚିଲିକା ବ୍ଲକର ସୂଚନା ଅଧିକାରୀ ପ୍ରଦୀପ ସୁବୁଦ୍ଧିଙ୍କ ଜରିଆରେ ସୂଚନା ଅଧିକାର କର୍ମୀ ପ୍ରଦୀପ ବେହେରା ଗତ ୦୮/୧୧/୨୦୨୧ରେ ସୂଚନା ଅଧିକାର ଆଇନ ବଳରେ ବ୍ଲକ ସମ୍ବନ୍ଧୀୟ ତଥ୍ୟ ମାଗିଥିବାବେଳେ ଅଦ୍ୟାବଧି ଶ୍ରୀ ସୁବୁଦ୍ଧି ତାହା ନଦେଇ ଓଲଟା ଯୁକ୍ତି କରୁଛନ୍ତି।

ସୂଚନା ଅଧିକାରୀ ପ୍ରଦୀପ ସୁବୁଦ୍ଧିଙ୍କ କହିବା କଥା ପ୍ରଦୀପ ବେହେରା ମାଗିଥିବା ସୂଚନା ଯେତେ ସମ୍ଭବ ଦିଆଯାଇଛି। ଏଥିସହିତ ୨୦/୧୨/୨୦୨୧ରେ ସମ୍ପୃକ୍ତ ସୂଚନା କର୍ମୀ ପ୍ରଥମ ଅପିଲ ବିଡ଼ିଓଙ୍କ ନିକଟରେ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏନେଇ ୧୭/୦୧/୨୦୨୨ରେ ଅଭିଯୋଗକାରୀଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା ୫ମାସ ବିତିବାକୁ ଗଲାଣି ତଥାପି ନାଁ ମିଳୁଛି ସୂଚନା, ନାଁ ସମ୍ପୃକ୍ତ ପିଆଇଓ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

କିନ୍ତୁ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ସୂଚନା ଅଧିକାରୀ ଯଦି ୩୦ ଦିନ ମଧ୍ୟରେ ସୂଚନା ଦେବାକୁ ଅସମର୍ଥ ହୁଅନ୍ତି, ତେବେ ସୂଚନା ଅଧିକାର ଆଇନ ଧାରା ୭ (୬) ଅନୁଯାୟୀ ବିନା ଦେୟରେ ଉପରିସ୍ଥ ଅଧିକାରୀ ସୂଚନା ଯୋଗାଇ ଦେବେ ଏପରିକି ଧାରା ୨୦ (୧) ଅନୁଯାୟୀ ଉକ୍ତ ସୂଚନା ଅଧିକାରୀଙ୍କ ଦରମାରୁ ପ୍ରତେକ ଦିନ ୨୫୦ ଟଙ୍କା ଲେଖାଏଁ କଟା ଯିବ ଏବଂ ଧାରା ୨୦ (୨) ଅନୁସାରେ ଉକ୍ତ ସୂଚନା ଅଧିକାରୀଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଆଇନ ପ୍ରଣୟନ କରାଯାଇଛି। ଯାହାକି ଆଇନ କାଗଜ କଲମରେ ସୀମିତ ରହିଥିବା ନେଇ ଚର୍ଚ୍ଚା ହେଉଛି।

ଏନେଇ ଚିଲିକା ବ୍ଲକ ସୂଚନା ଅଧିକାରୀ ଶ୍ରୀ ସୁବୁଦ୍ଧିଙ୍କୁ ଯୋଗାଯୋଗ କରି କେଉଁ ଆଧାରରେ ସୂଚନା ଦେବାକୁ ମନା କରୁଛନ୍ତି ପଚାରିବାରେ ପ୍ରତିଉତ୍ତରରେ ଯେତେ ସମ୍ଭବ ତଥ୍ୟ ଦିଆଯାଇଛି ଏବଂ ବାକି ତଥ୍ୟ ବିଡିଓଙ୍କୁ ଅଭିଯୋଗକାରି ମାଗନ୍ତୁ ବୋଲି କହିଛନ୍ତି। ଏପରିକି ସୂଚନା ଅଧିକାର କର୍ମୀଙ୍କୁ ସୂଚନା ଦେବା ପରିବର୍ତ୍ତେ ଦୁର୍ବ୍ୟବହାର କରିବା ସହ ମିଥ୍ୟା ପୋଲିସ କେସର ଧମକ ଦେଉଥିବାର ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଅଭିଯୋଗକାରି ଶ୍ରୀ ବେହେରା।

ସୂଚନା ଅଧିକାର ଆଇନ ବଳରେ ଯଦି ଜଣେ ସାଧାରଣ ବ୍ୟକ୍ତି ସୂଚନା ମାଗେ ତେବେ ସୂଚନା ନପାଇ ଓଲଟା ସୂଚନା ଅଧିକାରୀଙ୍କ ଆକ୍ରୋଶର ଶିକାର ହେବାକୁ ପଡୁଛି, ତେବେ ଏହା କେତେଦୂର ଯୁକ୍ତିଯୁକ୍ତ ତାହା ବୁଦ୍ଧିଜୀବୀ ମହଲରେ ଆଲୋଚନା ଜୋର ଧରିଛି।

ଯଥାଶୀଘ୍ର ଖୋର୍ଦ୍ଧା ଜିଲ୍ଲାପାଳ ଉକ୍ତ ମାମଲାରେ ହସ୍ତକ୍ଷେପ କରିବା ସହ ଅଭିଯୋଗ କାରୀଙ୍କୁ ନ୍ୟାୟ ପ୍ରଦାନ ଏବଂ ସରକାରୀ କାର୍ଯ୍ୟରେ ଖିଲାପ କରିଥିବା ଜନୈକ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି।

ତତସହିତ ଆଗାମୀ ୧୩ ତାରିଖରେ ଜିଲ୍ଲାପାଳ ଚିଲିକା ବ୍ଲକ ଜନଶୁଣାଣି ପାଇଁ ଆସୁଥିବା ବେଳେ ଅଭିଯୋଗକାରି ପ୍ରଦୀପ ବେହେରା ଜିଲ୍ଲାପାଳଙ୍କ ସମ୍ମୁଖରେ ନ୍ୟାୟ ଦାବିରେ ଧାରଣାରେ ବସିବେ ବୋଲି କହିଛନ୍ତି।

ଚିଲିକା ବ୍ଲକ ସୂଚନା ଅଧିକାର ଆଇନ
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ: ୧୦ ଜୁଆଡ଼ି ଗିରଫ

June 18, 2026

ବାଲୁଗାଁ ହାଇସ୍କୁଲର ଆଦର୍ଶ ଶିକ୍ଷକ ଓ ସୁନାମଧନ୍ୟ ସାହିତ୍ୟିକ ଜିତେନ୍ଦ୍ର ନାଥ ବରାଳଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

June 16, 2026

ବାଣପୁର: ତୋରସିଂ ଗ୍ରାମରେ ପାରମ୍ପରିକ କ୍ରୀଡା ପ୍ରତିଯୋଗିତା

June 15, 2026

ବଡ଼କୁଳ ଓଟିଡିସି ପାନ୍ଥନିବାସ ଠାରେ ଗଣପର୍ବ ରଜ ଉତ୍ସବ ପାଳିତ

June 14, 2026
Latest News

ଆଫଗାନିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆର କ୍ଲିନ୍ ସୁଇପ୍ ଲକ୍ଷ୍ୟ: ଜାଣନ୍ତୁ ପିଚ୍ ରିପୋର୍ଟ

June 20, 2026

ଜନ୍ମମାଟି ପାହାଡପୁରରେ ପହଞ୍ଚିଲେ ରାଷ୍ଟ୍ରପତି, କିଛି ସମୟ ପରେ ଆସିବେ ପ୍ରଧାନମନ୍ତ୍ରୀ

June 20, 2026

ପୁରୀରେ ବାଲି ମାଫିଆଙ୍କ ବିରୋଧରେ ବଡ଼ ଚଢ଼ଉ : ୧୮ ହାଇୱା, ୨ ଜେସିବି ଜବତ, ୧୦ ଜଣ ଅଟକ

June 20, 2026

ଗାଁରେ ପହଞ୍ଚିବେ ସରକାର, ପ୍ରତି ପଞ୍ଚାୟତରେ ଜନକଲ୍ୟାଣ ଶିବିର

June 20, 2026

ବ୍ଲକ ଅଧ୍ୟକ୍ଷାଙ୍କ ଘର ଉପରକୁ ଗୁଳିମାଡ଼

June 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.