Categories
ଆଜିର ଖବର ଜାତୀୟ ଖବର

ଦ୍ରୁତ ଗତିରେ ଏକ ଅକାମୀ ଆଇନରେ ପରିଣତ ହେଉଛି ଆରଟିଆଇ ଆଇନ

ନୂଆଦିଲ୍ଲୀ: ସୂଚନା ଅଧିକାର ଆଇନ (ଆରଟିଆଇ) ଆସିବା ପରେ ଲାଗୁଥିଲା ଯେମିତି ସରକାରୀ କାର୍ଯ୍ୟାଳୟରୁ ଦୁର୍ନୀତି, ଲାଲଫିତାପ, ବିଳମ୍ବିତ ଲତିଫି ଭଳି ଦୁର୍ନୀତିକୁ ଦୂର କରିବା ପାଇଁ ଏକ ମାରାତ୍ମକ ଅସ୍ତ୍ର ସିଧାସଳଖ ଲୋକଙ୍କ ହାତକୁ ଚାଲିଯାଇଛି। କିନ୍ତୁ ଏବେ ଦେଶର ସର୍ବୋଚ୍ଚ ଅଦାଲତ କହୁଛନ୍ତି ଯେ ଆରଟିଆଇ ଆଇନର ଧାର ଦ୍ରୁତ ଗତିରେ କୁଟିଳ ହେବାରେ ଲାଗିଛି ଏବଂ ଏହା ଆଇନର ଏକ ଅଦରକାରୀ ଶ୍ରେଣୀରୁ ପରିଣତ ହେଉଛି। ଶାସନରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ତତ୍କାଳୀନ ମନମୋହନ ସିଂହ ସରକାର ସାଧାରଣ ଜନତା ଚାହିଁଲେ ସହଜରେ ସୂଚନା ପ୍ରଦାନ କରିବାର ଦାୟିତ୍ୱ ସରକାରୀ କର୍ତ୍ତୃପକ୍ଷଙ୍କୁ ବାନ୍ଧି ରଖିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଏହାର ଦୁର୍ଦ୍ଦଶା ଏପରି ହୋଇଛି ଯେ ସୁପ୍ରିମକୋର୍ଟଙ୍କୁ ମଧ୍ୟ ନିରାଶା ପ୍ରକାଶ କରିବାକୁ ପଡ଼ିଛି। କେନ୍ଦ୍ରୀୟ ସୂଚନା ଆୟୋଗ ଓ ରାଜ୍ୟ ସୂଚନା ଆୟୋଗରେ ପଦବୀ ଖାଲି ପଡ଼ିଥିବାରୁ ସେମାନେ ଜନସାଧାରଣଙ୍କ ଅଭିଯୋଗର ସମାଧାନ କରିପାରୁନାହାନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ତିନି ଜଣିଆ ଖଣ୍ଡପୀଠରେ ଆରଟିଆଇ ତଥ୍ୟ ସାମ୍ନାକୁ ଆସିଲା

ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାର୍ଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସାମାଜିକ କର୍ମୀ ଅଞ୍ଜଳି ଭରଦ୍ୱାଜଙ୍କ ପକ୍ଷରୁ ଦାୟର ପିଟିସନରେ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଯୁକ୍ତି ଉପସ୍ଥାପନ କରିଥିଲେ। ସିଆଇସିରେ ୧୧ଟି ସୂଚନା କମିଶନର ପଦବୀ ମଧ୍ୟରୁ ୭ଟି ଖାଲି ପଡ଼ିଥିବାବେଳେ ବର୍ତ୍ତମାନର ସୂଚନା କମିଶନରମାନେ ନଭେମ୍ବରରେ ଅବସର ନେବେ। ସେ କହିଛନ୍ତି ଯେ ରାଜ୍ୟ ସୂଚନା ଆୟୋଗଗୁଡ଼ିକର ଅବସ୍ଥା ଆହୁରି ଖରାପ ରହିଛି। ଝାଡ଼ଖଣ୍ଡ ରାଜ୍ୟ ସୂଚନା ଆୟୋଗ ମେ ୨୦୨୦ରୁ କାର୍ଯ୍ୟ କରୁନାହିଁ କାରଣ ସମସ୍ତ ୧୧ଟି ସୂଚନା କମିଶନର ପଦବୀ ଖାଲି ପଡିଛି। ଫେବୃଆରୀରେ ତେଲେଙ୍ଗାନା ରାଜ୍ୟ ସୂଚନା ଆୟୋଗଏବଂ ଜୁଲାଇ ୨୦୨୧ରେ ତ୍ରିପୁରାରେ ସମସ୍ତ ସୂଚନା କମିଶନର ପଦବୀ ଖାଲି ପଡ଼ିଥିଲା।

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଖଣ୍ଡପୀଠ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟିଙ୍କୁ ଆସନ୍ତା ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ସୃଷ୍ଟି ହେବାକୁ ଥିବା ସୂଚନା କମିଶନର ପଦବୀ, ଖାଲି ପଡ଼ିଥିବା ପଦବୀ ସଂଖ୍ୟା ଏବଂ ଖାଲି ପଡ଼ିଥିବା ପଦବୀର ତଥ୍ୟ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅଧିକାର ଆଇନ ଅଧୀନରେ ଏହି ସଂସ୍ଥାଗୁଡ଼ିକ ନିକଟରେ ବିଚାରାଧୀନ ଅଭିଯୋଗ ଏବଂ ଆବେଦନ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରିବାକୁ ମଧ୍ୟ କୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ତିନି ସପ୍ତାହ ମଧ୍ୟରେ କେନ୍ଦ୍ରଠାରୁ ରିପୋର୍ଟ ମାଗିଛନ୍ତି। ଖାଲି ପଡ଼ିଥିବା ପଦବୀଗୁଡ଼ିକର ବିଜ୍ଞପ୍ତି ଜାରି କରିବା ପାଇଁ ତୁରନ୍ତ ପଦକ୍ଷେପ ନେବା ସହ ସେଗୁଡ଼ିକୁ ପୂରଣ କରିବା ପ୍ରକ୍ରିୟା ଆରମ୍ଭ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ଓ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଆୟୋଗରେ ଖାଲି ପଡ଼ିଥିବା ପଦବୀ ପୂରଣ ନ କରି ରାଜ୍ୟଗୁଡ଼ିକ ଆରଟିଆଇ ଆଇନକୁ ଏକ ବେକାର ଆଇନରେ ପରିଣତ କରିଛନ୍ତି।

ସେଥିପାଇଁ ଆସିଲା ଆରଟିଆଇ ଆକ୍ଟ

ସୂଚନା ଅଧିକାର ଆଇନ ୨୦୦୫ ଜୁନ୍ ୧୫ ତାରିଖରେ କାର୍ଯ୍ୟକାରୀ ହୋଇଥିଲା ଏବଂ ଏହାର ଉଦ୍ଦେଶ୍ୟ ଥିଲା ‘ପ୍ରତ୍ୟେକ ସରକାରୀ କର୍ତ୍ତୃପକ୍ଷଙ୍କ କାର୍ଯ୍ୟରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱକୁ ପ୍ରୋତ୍ସାହିତ କରିବା, କେନ୍ଦ୍ରୀୟ ସୂଚନା ଆୟୋଗ ଏବଂ ରାଜ୍ୟ ସୂଚନା ଆୟୋଗ ଗଠନ କରିବା ଏବଂ ଏହା ସହିତ ଜଡ଼ିତ କିମ୍ବା ଆନୁଷଙ୍ଗିକ ବିଷୟଗୁଡ଼ିକ ପାଇଁ ସରକାରୀ କର୍ତ୍ତୃପକ୍ଷଙ୍କ ନିୟନ୍ତ୍ରଣରେ ଥିବା ସୂଚନା ପାଇବା ପାଇଁ ନାଗରିକମାନଙ୍କ ପାଇଁ ସୂଚନା ଅଧିକାରର ଏକ ବ୍ୟବହାରିକ ବ୍ୟବସ୍ଥା ସ୍ଥାପନ କରିବା।’

ରାଜ୍ୟ କମିଶନରଙ୍କ ସଂଖ୍ୟା ବିଚାରାଧୀନ ଅଭିଯୋଗ

ମହାରାଷ୍ଟ୍ର ୪ ୧ଲକ୍ଷ ୧୫ ହଜାର
ଝାଡ଼ଖଣ୍ଡ ୦ ୩ ବର୍ଷ ହେଲା ନିଷ୍କ୍ରିୟ
ତ୍ରିପୁରା ୦ ଜଣା ନାହିଁ
ତେଲେଙ୍ଗାନା ୦ ୧୦,୦୦୦
କର୍ଣ୍ଣାଟକ ୫ ୪୦ ହଜାର
ପଶ୍ଚିମବଙ୍ଗ ୩ ୧୨ ହଜାର
ଓଡ଼ିଶା ୩ ୧୬ ହଜାର
ବିହାର ୨ ୮ ହଜାର

ଆବେଦନକାରୀ ରାଜ୍ୟଭିତ୍ତିକ ଖାଲି ପଡ଼ିଥିବା ପଦବୀ ସମ୍ପର୍କରେ ସୂଚନା ଦେଇଛନ୍ତି
ଆବେଦନକାରୀ ଅଞ୍ଜଳି ଭରଦ୍ୱାଜ ଅଦାଲତଙ୍କୁ କହିଛନ୍ତି ଯେ ମହାରାଷ୍ଟ୍ର ରାଜ୍ୟ ସୂଚନା ଆୟୋଗରେ ଜଣେ ମୁଖ୍ୟ ନାହାନ୍ତି ଏବଂ ମାତ୍ର ୪ ଜଣ କମିଶନରଙ୍କ ସହ କାର୍ଯ୍ୟ କରୁଛନ୍ତି, ଯେତେବେଳେ କି ୧,୧୫,୦୦୦ରୁ ଅଧିକ ଆବେଦନ/ଅଭିଯୋଗ ବିଚାରାଧୀନ ରହିଛି। ସେ କହିଛନ୍ତି ଯେ ଝାଡ଼ଖଣ୍ଡ ଏସଆଇସି ମେ ୨୦୨୦ ରୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ ଅଛି ଏବଂ ଗତ ତିନିବର୍ଷ ଧରି କୌଣସି ଆପିଲ / ଅଭିଯୋଗ ଦାଖଲ କିମ୍ବା ସମାଧାନ କରାଯାଉନାହିଁ।

ଭରଦ୍ୱାଜ କହିଛନ୍ତି ଯେ ତ୍ରିପୁରା ଏସଆଇସି ଜୁଲାଇ ୨୦୨୧ରୁ ଏବଂ ତେଲେଙ୍ଗାନା ଏସଆଇସି ଫେବୃଆରୀ ୨୦୨୩ରୁ ନିଷ୍କ୍ରିୟ ଥିବା ବେଳେ ୧୦,୦୦୦ରୁ ଅଧିକ ଆବେଦନ/ଅଭିଯୋଗ ବିଚାରାଧୀନ ରହିଛି। କର୍ଣ୍ଣାଟକ ଏସଆଇସି ୫ ଜଣ କମିଶନରଙ୍କ ସହ କାମ କରୁଛନ୍ତି ଏବଂ ୬ଟି ପଦବୀ ଖାଲି ପଡିଛି। କମିଶନଙ୍କ ନିକଟରେ ୪୦ ହଜାରରୁ ଅଧିକ ଆବେଦନ/ଅଭିଯୋଗ ବିଚାରାଧୀନ ରହିଛି ବୋଲି ସେ କହିଛନ୍ତି।

ପଶ୍ଚିମବଙ୍ଗ ସୂଚନା ଆୟୋଗ ତିନି ଜଣ କମିଶନରଙ୍କ ସହ କାମ କରୁଛନ୍ତି ଏବଂ ପ୍ରାୟ ୧୨,୦୦୦ ଆବେଦନ/ଅଭିଯୋଗ ବିଚାରାଧୀନ ରହିଛି। ଓଡ଼ିଶା ସୂଚନା ଆୟୋଗ ୩ ଜଣ କମିଶନରଙ୍କ ସହ କାମ କରୁଥିବାବେଳେ ୧୬ ହଜାରରୁ ଅଧିକ ଆବେଦନ/ଅଭିଯୋଗ ବିଚାରାଧୀନ ରହିଛି। ବିହାର ସୂଚନା ଆୟୋଗ ଦୁଇଜଣ କମିଶନରଙ୍କ ସହ କାମ କରୁଥିବାବେଳେ ୮,୦୦୦ରୁ ଅଧିକ ଆବେଦନ/ଅଭିଯୋଗ ବିଚାରାଧୀନ ରହିଛି।

Categories
ଆଞ୍ଚଳିକ

ଚିଲିକା ବ୍ଲକରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଲେ ମିଳୁଛି ମିଥ୍ୟା ପୋଲିସ କେସ ଧମକ

ସୀତାରାମ ଅଗ୍ରୱାଲ

ଚିଲିକା: ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଲେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ପିଆଇଓ ସୂଚନା ଦେବା ପରିବର୍ତ୍ତେ ସୂଚନା ଅଧିକାର କର୍ମୀଙ୍କୁ ଧମକ ଦେଉଥିବାର ଅଭିଯୋଗ ହେଉଛି। ଅଭିଯୋଗ ଅନୁଯାୟୀ ଚିଲିକା ବ୍ଲକର ସୂଚନା ଅଧିକାରୀ ପ୍ରଦୀପ ସୁବୁଦ୍ଧିଙ୍କ ଜରିଆରେ ସୂଚନା ଅଧିକାର କର୍ମୀ ପ୍ରଦୀପ ବେହେରା ଗତ ୦୮/୧୧/୨୦୨୧ରେ ସୂଚନା ଅଧିକାର ଆଇନ ବଳରେ ବ୍ଲକ ସମ୍ବନ୍ଧୀୟ ତଥ୍ୟ ମାଗିଥିବାବେଳେ ଅଦ୍ୟାବଧି ଶ୍ରୀ ସୁବୁଦ୍ଧି ତାହା ନଦେଇ ଓଲଟା ଯୁକ୍ତି କରୁଛନ୍ତି।

ସୂଚନା ଅଧିକାରୀ ପ୍ରଦୀପ ସୁବୁଦ୍ଧିଙ୍କ କହିବା କଥା ପ୍ରଦୀପ ବେହେରା ମାଗିଥିବା ସୂଚନା ଯେତେ ସମ୍ଭବ ଦିଆଯାଇଛି। ଏଥିସହିତ ୨୦/୧୨/୨୦୨୧ରେ ସମ୍ପୃକ୍ତ ସୂଚନା କର୍ମୀ ପ୍ରଥମ ଅପିଲ ବିଡ଼ିଓଙ୍କ ନିକଟରେ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଏନେଇ ୧୭/୦୧/୨୦୨୨ରେ ଅଭିଯୋଗକାରୀଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା ୫ମାସ ବିତିବାକୁ ଗଲାଣି ତଥାପି ନାଁ ମିଳୁଛି ସୂଚନା, ନାଁ ସମ୍ପୃକ୍ତ ପିଆଇଓ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

କିନ୍ତୁ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ସୂଚନା ଅଧିକାରୀ ଯଦି ୩୦ ଦିନ ମଧ୍ୟରେ ସୂଚନା ଦେବାକୁ ଅସମର୍ଥ ହୁଅନ୍ତି, ତେବେ ସୂଚନା ଅଧିକାର ଆଇନ ଧାରା ୭ (୬) ଅନୁଯାୟୀ ବିନା ଦେୟରେ ଉପରିସ୍ଥ ଅଧିକାରୀ ସୂଚନା ଯୋଗାଇ ଦେବେ ଏପରିକି ଧାରା ୨୦ (୧) ଅନୁଯାୟୀ ଉକ୍ତ ସୂଚନା ଅଧିକାରୀଙ୍କ ଦରମାରୁ ପ୍ରତେକ ଦିନ ୨୫୦ ଟଙ୍କା ଲେଖାଏଁ କଟା ଯିବ ଏବଂ ଧାରା ୨୦ (୨) ଅନୁସାରେ ଉକ୍ତ ସୂଚନା ଅଧିକାରୀଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଆଇନ ପ୍ରଣୟନ କରାଯାଇଛି। ଯାହାକି ଆଇନ କାଗଜ କଲମରେ ସୀମିତ ରହିଥିବା ନେଇ ଚର୍ଚ୍ଚା ହେଉଛି।

ଏନେଇ ଚିଲିକା ବ୍ଲକ ସୂଚନା ଅଧିକାରୀ ଶ୍ରୀ ସୁବୁଦ୍ଧିଙ୍କୁ ଯୋଗାଯୋଗ କରି କେଉଁ ଆଧାରରେ ସୂଚନା ଦେବାକୁ ମନା କରୁଛନ୍ତି ପଚାରିବାରେ ପ୍ରତିଉତ୍ତରରେ ଯେତେ ସମ୍ଭବ ତଥ୍ୟ ଦିଆଯାଇଛି ଏବଂ ବାକି ତଥ୍ୟ ବିଡିଓଙ୍କୁ ଅଭିଯୋଗକାରି ମାଗନ୍ତୁ ବୋଲି କହିଛନ୍ତି। ଏପରିକି ସୂଚନା ଅଧିକାର କର୍ମୀଙ୍କୁ ସୂଚନା ଦେବା ପରିବର୍ତ୍ତେ ଦୁର୍ବ୍ୟବହାର କରିବା ସହ ମିଥ୍ୟା ପୋଲିସ କେସର ଧମକ ଦେଉଥିବାର ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଅଭିଯୋଗକାରି ଶ୍ରୀ ବେହେରା।

ସୂଚନା ଅଧିକାର ଆଇନ ବଳରେ ଯଦି ଜଣେ ସାଧାରଣ ବ୍ୟକ୍ତି ସୂଚନା ମାଗେ ତେବେ ସୂଚନା ନପାଇ ଓଲଟା ସୂଚନା ଅଧିକାରୀଙ୍କ ଆକ୍ରୋଶର ଶିକାର ହେବାକୁ ପଡୁଛି, ତେବେ ଏହା କେତେଦୂର ଯୁକ୍ତିଯୁକ୍ତ ତାହା ବୁଦ୍ଧିଜୀବୀ ମହଲରେ ଆଲୋଚନା ଜୋର ଧରିଛି।

ଯଥାଶୀଘ୍ର ଖୋର୍ଦ୍ଧା ଜିଲ୍ଲାପାଳ ଉକ୍ତ ମାମଲାରେ ହସ୍ତକ୍ଷେପ କରିବା ସହ ଅଭିଯୋଗ କାରୀଙ୍କୁ ନ୍ୟାୟ ପ୍ରଦାନ ଏବଂ ସରକାରୀ କାର୍ଯ୍ୟରେ ଖିଲାପ କରିଥିବା ଜନୈକ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି।

ତତସହିତ ଆଗାମୀ ୧୩ ତାରିଖରେ ଜିଲ୍ଲାପାଳ ଚିଲିକା ବ୍ଲକ ଜନଶୁଣାଣି ପାଇଁ ଆସୁଥିବା ବେଳେ ଅଭିଯୋଗକାରି ପ୍ରଦୀପ ବେହେରା ଜିଲ୍ଲାପାଳଙ୍କ ସମ୍ମୁଖରେ ନ୍ୟାୟ ଦାବିରେ ଧାରଣାରେ ବସିବେ ବୋଲି କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜୁନାଗଡ ତହସିଲରେ ସୂଚନା ଅଧିକାର ଆଇନ ବାଟବଣା: ଦରଖାସ୍ତକାରୀଙ୍କୁ ହଇରାଣରେ ପକାଇବାକୁ ଚକ୍ରାନ୍ତ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: ସୂଚନା ଅଧିକାର ଆଇନ-୨୦୦୫ ର ଧାରା ୬(୧) ଅନୁସାରେ ଜୁନାଗଡ ତହସିଲ ଅଫିସରେ ସୂଚନା ମିଳିବା ପାଇଁ ନିର୍ଦ୍ଧାରିତ ଫର୍ମ ଓ ଫିଜ ସହ ଦରଖାସ୍ତ ଦାଖଲ କଲେ ମଧ୍ୟ ନିର୍ଦ୍ଦିଷ୍ଟ ସମୟରେ ସୂଚନା ମିଳୁନଥିବା ବେଳେ ପ୍ରଥମ ଅପିଲର ମଧ୍ୟ ଶୁଣାଣି କରାଯାଉନଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ସୂଚନା ଅଧିକାର ଆଇନ ଅନୁସାରେ ଦରଖାସ୍ତ ଦାଖଲ କରୁଥିବା ଦରଖାସ୍ତକାରୀଙ୍କୁ ବିଭିନ୍ନ ଉପାୟରେ ହଇରାଣ ହରକତ କରାଯିବାର ଯୋଜନା କରାଯାଉଥିବା ଜଣାପଡିଛି।

ଜୁନାଗଡ ତହସିଲ ଅଫିସରେ ନିଜକୁ ଆରô୍ଥକ ପ୍ରଭାବଶାଳୀ ବୋଲି ଦାବୀ କରୁଥିବା କେତେକ ବ୍ୟକ୍ତି ବିଭିନ୍ନ ଚାପ ପକାଇ ରାଜସ୍ୱ କର୍ମଚାରୀ ମାନଙ୍କୁ ପ୍ରଭାବିତ କରି ବେଆଇନ ଭାବେ ନିଜସ୍ୱ ବ୍ୟକ୍ତିଗତ ଫାଇଦା ଉଠାଇ ନେଉଥିବା ଯୋଜନା କରୁଥିବା ବେଳେ ଅନେକାଂଶରେ ସୂଚନା ଅଧିକାର ଆଇନ ସେମାନଙ୍କୁ ବାଧକ ହେଉଥିବା ମନେକରୁଛନ୍ତି। ଆଇନ ଅନୁସାରେ ସମସ୍ତଙ୍କୁ ଉଚିତ ସମାନ ନ୍ୟାୟ ପ୍ରଦାନ କରିବା ବ୍ୟବସ୍ଥା ଥିବା ବେଳେ ଅସାଧୁ ବ୍ୟକ୍ତିମାନେ ବିଭିନ୍ନ ଉପାୟରେ ବେଆଇନ କାଗଜାତ ଇତ୍ୟାଦି ପ୍ରସ୍ତୃତ କରି ବ୍ୟକ୍ତିଗତ ଫାଇଦା ଉଠାଇ ନେଉଥିବା ମଧ୍ୟ ଅଭିଯୋଗ ହେଉଛି।

ତହସିଲ ଅଫିସରେ ଥିବା ସରକାରୀ କାଗଜାତ/ପବ୍ଲିକ ଡକ୍ୟୁମେଂଟ ର ସାର୍ଟିଫାଏଡ କପି ଆକାରରେ କିମ୍ବା ସୂଚନା ଅଧିକାର ଆଇନ ଅନୁସାରେ କପି ମିଳିବା ଆଇନ ସମ୍ମତ । ଜୁନାଗଡ ତହସିଲରେ ବେଆଇନ କାରବାର ହେଉଥିବା ସଂପର୍କରେ ସୂଚନା ଅଧିକାର ଆଇନରେ ସେସବୁର କପି ମିଳିବା ପାଇଁ ସୂଚନା ଦରଖାସ୍ତ ଦାଖଲ କରିଦେଲେ ସେସବୁର ପର୍ଦ୍ଦାଫାଶ ହୋଇଯିବା ଭୟରେ ଅସାଧୁ, ବେଆଇନ କାରବାର କରୁଥିବା ଲୋକେ ସୂଚନା ଦରଖାସ୍ତକାରୀ ମାନଙ୍କୁ ଚାପ ପକାଇବା ସହ ବିଭିନ୍ନ ଉପାୟରେ ହଇରାଣ କରୁଥିବା ଅଭିଯୋଗ ହେଉଛି।

ଜୁନାଗଡ ତହସିଲ ଅଫିସରେ ଥିବା ସରକାରୀ କାଗଜାତ/ପବ୍ଲିକ ଡକ୍ୟୁମେଂଟର କପି ସାର୍ଟିଫାଏଡ କପି ଦରଖାସ୍ତ ଯୋଗେ କେତେ ଜଣଙ୍କୁ ଠିକ ସମୟରେ ଯୋଗାଇ ଦିଆଯାଉନଥିବା ଉଦାହରଣ ରହିଛି। ଅନ୍ୟପକ୍ଷରେ ଆର୍ଥିକ ପ୍ରଭାବଶାଳୀ ବ୍ୟକ୍ତି ମାନଙ୍କ ସାର୍ଟିଫାଏଡ କପି ଦରଖାସ୍ତ ଦାଖଲ ହେବା ଦିନ ହିଁ କପି ଯୋଗାଇ ଦିଆଯାଇଥିବାର ଉଦାହରଣ ରହିଛି। ଅନ୍ୟପକ୍ଷରେ ସୂଚନା ଦରଖାସ୍ତ ଦାଖଲ କରି ଦୀର୍ଘ ଦିନ ବିତି ଯାଇଥିଲେହେଁ ସେସବୁର ତଥ୍ୟ ସୂଚନା ଯୋଗାଇ ଦିଆଯାଉନଥିବାର ଅଭିଯୋଗ ହେଉଛି।

ଇତିମଧ୍ୟରେ ସୂଚନା ଦରଖାସ୍ତ ଦାଖଲକାରୀଙ୍କ ସୂଚନା ଦରଖାସ୍ତ ଗୁଡିକର କପି ଯୋଗାଇ ଦେବାପାଇଁ ସୂଚନା ଦରଖାସ୍ତ/ସାର୍ଟିଫାଏଡ କପି ଦରଖାସ୍ତ ଦାଖଲ କରାଯାଇଥିବା ଜଣାପଡିଛି। ଜୁନାଗଡ ତହସିଲରେ ସୂଚନା ଦରଖାସ୍ତ ଦାଖଲ କରି ସୂଚନା ପାଇଲେ କୌଣସି ବେଆଇନ କାରବାର କିମ୍ବା ଅମିୟମିତତା କାରବାରର ପର୍ଦ୍ଦାଫାଶ ହେଉ ଥାଇପାରେ ସେଥିପାଇଁ ହୁଏତ ସୂଚନା ଦରଖାସ୍ତକାରୀଙ୍କ ଦରଖାସ୍ତ ଗୁଡିକର କପି ମାଗୁଥିବା ବ୍ୟକ୍ତିଙ୍କର ନିଶ୍ଚିତ ଭାବେ ମନ୍ଦ ଉଦ୍ଦେଶ୍ୟ ଥାଇପାରେ ବୋଲି ସନ୍ଦେହ ପ୍ରକାଶ ପାଉଛି। ଜୁନାଗଡ ତହସିଲ ଅଫିସରେ ସୂଚନା ଦରଖାସ୍ତ ଦାଖଲ କଲେ ଯଦିଓ ସୂଚନା ଦରଖାସ୍ତକାରୀ କୌଣସି ଆଇନର ଉଲ୍ଲଂଘନ କରୁଥିବା ଭଲି ମନେ ହୁଏ ତେବେ ତହସିଲଦାର ସେଥିପ୍ରତି ପଦକ୍ଷେପ ନେବା ଆଇନ ସମ୍ମତ କିନ୍ତୁ ସୂଚନା ଅଧିକାର ଆଇନ ଅନୁସାରେ ଦାଖଲ ହୋଇଥିବା ଦରଖାସ୍ତର କପି ଅନ୍ୟ ବ୍ୟକ୍ତିଙ୍କୁ କାହିଁକି ଓ କେଉଁ କାରଣ ପାଇଁ ଦିଆଯିବ ତାହା ମୂଖ୍ୟ ପ୍ରଶ୍ନବାଚୀସୃଷ୍ଟି ହୋଇଛି।

ସରକାରୀ ଅଫିସରେ ଥିବା ପବ୍ଲିକ ଡକ୍ୟୁମେଂଟ ବା ସରକାରୀ କାଗଜାତର ତଥ୍ୟ ସୂଚନା ର କପି ଯେକେହି ମଧ୍ୟ ମାଗିପାରିବ ହେଲେ ସୂଚନା ଦରଖାସ୍ତକାରୀଙ୍କ ସୂଚନା ଦରଖାସ୍ତ ଗୁଡିକର କପି ମାଗିବା ନିଶ୍ଚିତ ଭାବେ ସଂପୃକ୍ତ ବ୍ୟକ୍ତିଙ୍କ ମନ୍ଦ ଉଦ୍ଦେଶ୍ୟକୁ ପ୍ରମାଣିତ କରୁଛି।
ଏସଂପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବୁଦ୍ଧିଜୀବି ମହଲରେ ଦାବୀ ହେଉଛି।