Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଯୋଡ଼ାମୁଣ୍ଡ ଶିଶୁ ଜଗାର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି, ଏବେ ମଧ୍ୟ ଚିକିତ୍ସା ଖର୍ଚ୍ଚ ବହନ କରିବେ ସରକାର
ଅନ୍ତରାଷ୍ଟ୍ରୀୟ

ଯୋଡ଼ାମୁଣ୍ଡ ଶିଶୁ ଜଗାର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି, ଏବେ ମଧ୍ୟ ଚିକିତ୍ସା ଖର୍ଚ୍ଚ ବହନ କରିବେ ସରକାର

June 19, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଯୋଡ଼ାମୁଣ୍ଡ ଶିଶୁ ଜଗାର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି, ଏବେ ମଧ୍ୟ ଚିକିତ୍ସା ଖର୍ଚ୍ଚ ବହନ କରିବେ ସରକାର

ଭୁବନେଶ୍ବର: ଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗା ତା’ର ବାପା ଓ ମା’ଙ୍କ ସହିତ ଏସ୍‌ସିବି ମେଡିକାଲ କଲେଜ, କଟକକୁ ଚିକିତ୍ସା ପାଇଁ ଗତ ଜୁନ ୧୬ ତାରିଖରେ ଜିଲ୍ଲାପାଳ କନ୍ଧମାଳଙ୍କ ସହାୟତାରେ ପହଞ୍ଚିଛି ଏବଂ ତାଙ୍କୁ ଆଶୁ ଚିକିତ୍ସା ବିଭାଗରେ ସ୍ୱତନ୍ତ୍ର ପ୍ରକୋଷ୍ଠରେ ରଖାଯାଇ ଚିକିତ୍ସା କରାଯାଉଛି । ଏସ୍‌ସିବି ମେଡିକାଲ କଲେଜରେ ପହଞ୍ଚିବା ପରେ ଜଗାର ପ୍ରାଥମିକ ଚିକିତ୍ସା ବିଶେଷଜ୍ଞ ଡାକ୍ତରୀ ଟିମ୍‌ ଦ୍ୱାରା କରାଯାଇଛି ।

ନୂଆଦିଲ୍ଲୀ ଏମ୍‌ସରେ ଅସ୍ତ୍ରୋପଚାର ପରେ ଜଗା ମସ୍ତିଷ୍କର ସ୍ୱଭାବିକତା ପରୀକ୍ଷାନିରୀକ୍ଷା କରାଯିବା ପାଇଁ ଆଜି ନୂଆଦିଲ୍ଲୀ ଏମ୍‌ସର ବିଶେଷଜ୍ଞ ସ୍ନାୟୁଶଲ୍ୟ ଡାକ୍ତର ଦୀପକ ଗୁପ୍ତା ପହଞ୍ଚିଛନ୍ତି ଯିଏକି ଜଗା କାଳିଆଙ୍କୁ ଅଲଗା କରିଥିଲେ । ଜଗାର ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା କରିବା ପରେ ଏ ସଂପର୍କରେ ଏସ୍‌ସିବି ମେଡିକାଲ କଲେଜର ବିଶେଷଜ୍ଞ ଡାକ୍ତରମାନଙ୍କ ସହିତ ସେ ବିସ୍ତୃତ ଆଲୋଚନା କରିଛନ୍ତି ।

ମୋଟାମୋଟି ଜଗା ସଂପୂର୍ଣ୍ଣ ସୁସ୍ଥ ଥିବା ବିଶେଷଜ୍ଞ ଡାକ୍ତରମାନେ ମତାମତ ଦେଇଛନ୍ତି ଏବଂ ଭବିଷ୍ୟତରେ ଗତାନୁଗତିକ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକୀୟ ଚିକିତ୍ସା କରାଯିବା ପାଇଁ ନିଷ୍ପତ୍ତି ନିଆଯିବା ସହିତ ସରକାରଙ୍କ ତରଫରୁ ଏ ବାବଦରେ ସମସ୍ତ ଖର୍ଚ୍ଚ ବହନ କରାଯିବ ବୋଲି ଜଣାପଡ଼ିଛି ।

ଗତ ୨୦୧୫ ଏପ୍ରିଲ ୯ ତାରିଖରେ କନ୍ଧମାଳ ଜିଲ୍ଲା ମିଲିପଦା ଅଞ୍ଚଳରେ ଭୂୟାଁ କହଁର ଓ ପୁଷ୍ପାଞ୍ଜଳି କହଁରଙ୍କର ଯୋଡ଼ାମୁଣ୍ଡ ଶିଶୁ ଦ୍ୱୟ ଫିରିଙ୍ଗିଆ ଡାକ୍ତରଖାନାରେ ଜନ୍ମ ହୋଇଥିଲେ । ଜନ୍ମର ୧୫ ଦିନ ପରେ ୨୦୧୫ ଏପ୍ରିଲ ୨୪ ତାରିଖରେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟରେ ସ୍ନାୟୁଶଲ୍ୟ ବିଭାଗରେ ଭର୍ତ୍ତି ହୋଇଥିଲେ । ସେତେବେଳେ ଶିଶୁଦ୍ୱୟଙ୍କୁ ବିଭିନ୍ନ ବିଶେଷଜ୍ଞଙ୍କ ଦ୍ୱାରା ପରୀକ୍ଷା କରି ଜଣାଯାଇଥିଲା ଯେ ଶିଶୁଦ୍ୱୟ କ୍ରାନିଓପାଗସ୍‌ରେ ପୀଡ଼ିତ ଅଛନ୍ତି । ବିଶେଷଜ୍ଞଙ୍କ ମତାମତ ଅନୁଯାୟୀ ଏହା ଏକ ବିରଳ ଚିକିତ୍ସା ଏବଂ ପ୍ରତି ୨୫ ଲକ୍ଷରେ ଜଣେ ଶିଶୁ ଏହି ରୋଗରେ ପୀଡ଼ିତ ହୋଇଥାଏ ।

ଉଭୟଙ୍କ ଚିକିତ୍ସା ନିମନ୍ତେ ରାଜ୍ୟ ସରକାରଙ୍କ ସହାୟତାରେ ଶିଶୁଦ୍ୱୟଙ୍କୁ ୧୪ ଜୁଲାଇ ୨୦୧୭ରେ ନୂଆଦିଲ୍ଲୀର ଏମସ୍‌ରେ ଆଡ୍‌ମିସନ୍‌ କରାଯାଇଥିଲା ଏବଂ ନୂଆଦିଲ୍ଲୀର ଏମସ୍‌ରେ ୬ଟି ପର୍ଯ୍ୟାୟରେ ଅସ୍ତ୍ରୋପଚାର କରାଯାଇ ସେପେଫମ୍ବର ୬, ୨୦୧୯ରେ ଡିସ୍‌ଚାର୍ଜ କରାଯାଇ ସେପେଫମ୍ବର ୭, ୨୦୧୯ରେ ଉଭୟ ଶିଶୁଙ୍କୁ ଏସ୍‌ସିବି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ସ୍ନାୟୁଶଲ୍ୟ ବିଭାଗର ବରିଷ୍ଠ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଉଭୟଙ୍କୁ ଚିକିତ୍ସା କରାଯାଉଥିଲା ଏବଂ ଏଥିରେ ୧୫ ଜଣିଆ ଡାକ୍ତରୀ ଟିମ୍‌ ନିୟୋଜିତ ହୋଇଥିଲେ । ଜଗାର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଥିଲେ ମଧ୍ୟ କାଳିଆ ସେପଫିସେମିଆରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ନଭେମ୍ବର ୨୫ ତାରିଖ ୨୦୨୦ରେ ଆଖି ବୁଜିଥିଲା ।

ଜଗାର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ତାକୁ ପରିବାର ଲୋକ ୨୦୨୧ ମାର୍ଚ୍ଚ ୨୩ ତାରିଖରେ ନିଜ ଗ୍ରାମକୁ ନେବାକୁ ନିଷ୍ପତ୍ତି ନେଇଥିଲେ । ଜଗାକାଳିଆଙ୍କର ଏହି ବିରଳ ଅସ୍ତ୍ରୋପଚାର ସ୍ନାୟୁଶଲ୍ୟ ବିଭାଗର ଏକ ବିଶିଷ୍ଟ ପତ୍ରିକାରେ ମଇ ମାସ ୬ ତାରିଖ ୨୦୨୨ରେ ଫଟୋ ସହ ପ୍ରକାଶିତ ହୋଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ଡଙ୍ଗା ବୁଡ଼ି ୪ ମୃତ

April 30, 2026

ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

April 30, 2026

ଟିଏମସି ଆଣିଲା ସାଂଘାତିକ ଆଭିଯୋଗ

April 30, 2026

ଆଜି ଲଞ୍ଚ ହେବ ଓବେନ୍ ଇଲେକ୍ଟ୍ରିକ୍‌ର ନୂଆ ବାଇକ୍!: କମ ମୂଲ୍ୟରେ ମିଳିବ ଲମ୍ବା ରେଞ୍ଜ

April 30, 2026
Latest News

ଡଙ୍ଗା ବୁଡ଼ି ୪ ମୃତ

April 30, 2026

ମେ ୨ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

April 30, 2026

ଟିଏମସି ଆଣିଲା ସାଂଘାତିକ ଆଭିଯୋଗ

April 30, 2026

ଆଜି ଲଞ୍ଚ ହେବ ଓବେନ୍ ଇଲେକ୍ଟ୍ରିକ୍‌ର ନୂଆ ବାଇକ୍!: କମ ମୂଲ୍ୟରେ ମିଳିବ ଲମ୍ବା ରେଞ୍ଜ

April 30, 2026

ଆଜି ଘରୋଇ ଗ୍ରାଉଣ୍ଡରେ ଆରସିବି ବିରୋଧରେ ଲଢିବ ଗୁଜରାଟ: ଜାଣନ୍ତୁ ହେଡ୍-ଟୁ-ହେଡ୍ ରେକର୍ଡ

April 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.