Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆରମ୍ଭ ହେଲା ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ ମୃତ୍ତିକା ’- ୨୦୨୬
ଆଜିର ଖବର

ଆରମ୍ଭ ହେଲା ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ ମୃତ୍ତିକା ’- ୨୦୨୬

November 1, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Annual Terracotta Exhibition ‘Mrittika’ 2026 Begins
Annual Terracotta Exhibition ‘Mrittika’ 2026 Begins

ଭୁବନେଶ୍ୱର: ଟେରାକୋଟା ଏବଂ କୁମ୍ଭାର ଶିଳ୍ପରେ କାର୍ଯ୍ୟରତ ହସ୍ତଶିଳ୍ପୀମାନଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ରାଜ୍ୟସ୍ତରୀୟ “ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ମୃତ୍ତିକା’-୨୦୨୬” ଶନିବାରଠାରୁ ଆରମ୍ଭ ହୋଇଛି। ସ୍ଥାନୀୟ ଇଡକୋ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ଏହି ପ୍ରଦର୍ଶନୀର ଶୁଭାରମ୍ଭ କରି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ କହିଛନ୍ତି; ଓଡ଼ିଶାର ପ୍ରାଚୀନ ହସ୍ତଶିଳ୍ପର ଜୀବନ୍ତ ନିଦର୍ଶନ ହେଉଛି “ଟେରାକୋଟା ଓ କୁମ୍ଭାର ଶିଳ୍ପ।” ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ସମସ୍ତ ହସ୍ତଶିଳ୍ପୀଙ୍କୁ ନିଃଶୁଳ୍କ ଷ୍ଟଲ ପ୍ରଦାନ କରାଯାଇଛି। ଏହା ସହ ସେମାନଙ୍କ ଯାତାୟାତ ଖର୍ଚ୍ଚ, ଦୈନିକ ଭତ୍ତା ଏବଂ ସାମଗ୍ରୀ ପରିବହନ ଖର୍ଚ୍ଚ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଛି। “ଟେରାକୋଟା ଓ କୁମ୍ଭାର ଶିଳ୍ପ”ର ସମୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ଅଛନ୍ତି ବୋଲି ଶ୍ରୀ ବଳ ସାମନ୍ତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଏହି ଉଦ୍ଘାଟନୀ ଉତ୍ସବରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ଯୋଗ ଦେଇ କହିଥିଲେ, ଗୋଟିଏ ସ୍ଥାନରେ ଟେରାକୋଟା ଏବଂ କୁମ୍ଭାର ହସ୍ତଶିଳ୍ପକୁ ପ୍ରଦର୍ଶିତ କରିବା ସହ ଶିଳ୍ପୀମାନଙ୍କ ସମୃଦ୍ଧି ପାଇଁ ଏକ ବ୍ୟବସାୟିକ ମଞ୍ଚ ଯୋଗାଇଦେବା ହେଉଛି ଏହି ପ୍ରଦର୍ଶନୀର ପ୍ରଧାନ ଆଭିମୁଖ୍ୟ।

ଦୀପାବଳୀକୁ ଦୃଷ୍ଟିରେ ରଖି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଏହାର ଆୟୋଜନ ହୋଇଛି। ଏହା ଆସନ୍ତା ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତଥର ୨୧୮ଟି ଷ୍ଟଲ୍ ଖୋଲିଛି। ପ୍ରତ୍ୟେକ ଦିନ ଦିବା ୧୧ ଘଟିକାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଖୋଲା ରହିବ। ଓଡିଶାର ୨୬ ଜିଲ୍ଲାରୁ ପ୍ରାୟ ୩୮୦ ଜଣ ଟେରାକୋଟା ଏବଂ କୁମ୍ଭାର ହସ୍ତଶିଳ୍ପୀ ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିଛନ୍ତି। ଚଳିତଥର ପ୍ରାୟ ୩ କୋଟି ଟଙ୍କାରୁ ଅଧିକ ବ୍ୟବସାୟ ହେବ ବୋଲି ଆକଳନ କରାଯାଇଛି। ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଛି। ଥିମ୍ ପ୍ୟାଭିଲିୟନରେ ଟେରାକୋଟା ହସ୍ତଶିଳ୍ପର ଯାତ୍ରା ପ୍ରଦର୍ଶିତ ହୋଇଛି।

ଏହି ସମାରୋହରେ ହସ୍ତଶିଳ୍ପ ନିର୍ଦ୍ଦେଶିକା ନିବେଦିତା ପୃଷ୍ଟି, ହସ୍ତତନ୍ତ, ବୟନ, ହସ୍ତଶିଳ୍ପ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ବିକ୍ରମାଦିତ୍ୟ ବାରିକ, ସ୍ୱତନ୍ତ୍ର ଅଧିକାରୀ ଇନ୍ଦିରା ବେହେରା, ଯୁଗ୍ମ ସଚିବ ମମତା ନାୟକ, ବିତ୍ତ ପରାମର୍ଶଦାତା ମଧୁସ୍ମିତା ବେହେରା ହସ୍ତଶିଳ୍ପ ଉପ-ନିର୍ଦ୍ଦେଶକ ମାନଗୋଵିନ୍ଦ ଜେନା, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଉଦଘାଟନ ଅବସରରେ ଉଭୟ ମନ୍ତ୍ରୀ ଓ ସଚିବ ପ୍ରଦର୍ଶନୀ ବୁଲି ଦେଖିବା ସହ ଶିଳ୍ପୀ ମାନଙ୍କ ଭଲ ମନ୍ଦ ବିଷୟରେ ପଚାରି ବୁଝିଥିଲେ। ବାର୍ତ୍ତାଳାପ ସମୟରେ ଶିଳ୍ପୀ ମାନେ ଟେରାକୋଟା ଶିଳ୍ପ ସହ ଯୋଡି ହୋଇ ରହିଥିବା ଅନୁଭୂତି, ହସ୍ତଶିଳ୍ପ ଯୋଗୁ ବ୍ୟବସାୟରେ ହେଉଥିବା ଲାଭ ବିଷୟରେ ଉଲ୍ଲେଖ କରିଥିଲେ।

ସୂଚନାଯୋଗ୍ୟ ଯେ, ଏହି ହସ୍ତଶିଳ୍ପରେ ରାଜ୍ୟରେ ୪୪ ହଜାରରୁ ଅଧିକ କାରିଗର ନିଜର ଜୀବିକା ନିର୍ବାହ କରୁଛନ୍ତି। ରାଜ୍ୟ ସରକାରଙ୍କ ଦ୍ଵାରା ସ୍ୱୀକୃତିପ୍ରାପ୍ତ ୬୪ ଗୋଟି ହସ୍ତଶିଳ୍ପ ମଧ୍ୟରୁ “ଟେରାକୋଟା ଏବଂ କୁମ୍ଭାର ଶିଳ୍ପ” ହେଉଛି ଅନ୍ୟତମ।

‘Mrittika’ 2026 Annual Terracotta Exhibition
Share. Facebook Twitter LinkedIn Email WhatsApp Copy Link

Related Posts

ରାଜସ୍ଥାନରେ ଭିଲ୍ଲା ସ୍କାମ୍: ଆଇଏଏସ୍-ଆଇପିଏସ୍ ଦମ୍ପତିଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ

November 1, 2026

WTC ପଏଣ୍ଟ ଟେବୁଲରେ ବଡ଼ ଓଲଟପାଲଟ: ପ୍ରଥମରୁ ତୃତୀୟକୁ ଖସିଲା ଅଷ୍ଟ୍ରେଲିଆ

November 1, 2026

‘ସାଂସଦ ନିଯୁକ୍ତି ପ୍ରୟାସ’ ମାଧ୍ୟମରେ ୨୫୬ ମହିଳାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ଅପରାଜିତା ଷଡ଼ଙ୍ଗୀ

November 1, 2026

୨୦୨୬ ବର୍ଷ ପାଇଁ ୪୯୦ ଜଣଙ୍କୁ ‘କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ’ ପ୍ରଦାନ

November 1, 2026
Latest News

ଆରମ୍ଭ ହେଲା ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ ମୃତ୍ତିକା ’- ୨୦୨୬

November 1, 2026

ରାଜସ୍ଥାନରେ ଭିଲ୍ଲା ସ୍କାମ୍: ଆଇଏଏସ୍-ଆଇପିଏସ୍ ଦମ୍ପତିଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ

November 1, 2026

WTC ପଏଣ୍ଟ ଟେବୁଲରେ ବଡ଼ ଓଲଟପାଲଟ: ପ୍ରଥମରୁ ତୃତୀୟକୁ ଖସିଲା ଅଷ୍ଟ୍ରେଲିଆ

November 1, 2026

ଧ୍ରୁବ ରାଠୀଙ୍କ ବିରୋଧରେ ନୂଆ ୱାରେଣ୍ଟ ଜାରି କଲେ ଦିଲ୍ଲୀ କୋର୍ଟ

November 1, 2026

୨୦୨୭ ପଞ୍ଜାବ ନିର୍ବାଚନ : ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା ଆପ୍, ଧୁରୀରୁ ଲଢ଼ିବେ ଭଗୱନ୍ତ ମାନ

November 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.