Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଓଡ଼ିଶା ନଲେଜ୍‌ ହବ୍‌ ଲେକ୍‌ଚର ସିରିଜରେ ଯୋଗଦେଲେ ଗ୍ରାମୀ ପୁରସ୍କାରପ୍ରାପ୍ତ ସଂଗୀତଜ୍ଞ ରିକି କେଜ୍
ଜାତୀୟ ଖବର

ଓଡ଼ିଶା ନଲେଜ୍‌ ହବ୍‌ ଲେକ୍‌ଚର ସିରିଜରେ ଯୋଗଦେଲେ ଗ୍ରାମୀ ପୁରସ୍କାରପ୍ରାପ୍ତ ସଂଗୀତଜ୍ଞ ରିକି କେଜ୍

July 4, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶା ନଲେଜ୍‌ ହବ୍‌ ଲେକ୍‌ଚର ସିରିଜରେ ଯୋଗଦେଲେ ଗ୍ରାମୀ ପୁରସ୍କାରପ୍ରାପ୍ତ ସଂଗୀତଜ୍ଞ ରିକି କେଜ୍

ଭୁବନେଶ୍ୱର:  ଦୁଇଥର ଗ୍ରାମୀ ପୁରସ୍କାରପ୍ରାପ୍ତ ଭାରତୀୟ ସଂଗୀତ ରଚନା ତଥା ପରିବେଶବିଦ୍‌ ଡକ୍ଟର ରିକି ଜି. କେଜ ପରିବେଶ ତଥା ନିରନ୍ତରତା ଉପରେ ପିଲାମାନଙ୍କ ପାଇଁ ସଂଗୀତ-‘ମାଇଁ ଆର୍ଥ ସଙ୍ଗସ୍‌’ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

ଆଜି ଓଡ଼ିଶା ଲୋକାସେବା ଭବନର ସମ୍ମିଳନୀ କକ୍ଷରେ ୨୫ତମ ଓଡିଶା ନଲେଜ୍‌ ହବ୍‌ ଲେକଚ୍‌ର ସିରିଜ୍‌ ଅନୁଷ୍ଠିତ ହୋଇଯାଇଛି । ଜାନୁଆରୀ, ୨୦୧୬ ଠାରୁ ବିଭିନ୍ନ କ୍ଷେତ୍ରରେ ନୂତନ ତଥା ଉଦୀୟମାନ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ପାଇଁ ଓଡିଶା ସରକାର ଓଡ଼ିଶା ନଲେଜ୍‌ ହବ୍‌ (ଓକେଏଚ୍‌) ଲେକଚର ସିରିଜ୍‌ ଆୟୋଜନ କରିଆସୁଛନ୍ତି ।

ଡକ୍ଟର କେଜ ଓଡିଶାର ସୌନ୍ଦର୍ଯ୍ୟ ଏବଂ ମହାନତାକୁ ପ୍ରଶଂସା କରିଥିଲେ ଏବଂ ତାଙ୍କର ସଂଗୀତ କ୍ୟାରିୟରର ଯାତ୍ରା ଏବଂ ତାଙ୍କ ସଙ୍ଗୀତ ପ୍ରକୃତି ସହିତ କିପରି ଜଡିତ ସେ ବିଷୟରେ ବର୍ଣ୍ଣନା କରିଥିଲେ । ଜଣେ ପରିବେଶବିଦ୍‌ ଭାବରେ ବନ୍ୟଜନ୍ତୁ ଏବଂ ସେମାନଙ୍କ ବାସସ୍ଥାନକୁ ସୁରକ୍ଷା ଦେବା ଦିଗରେ ସେ ଉଦ୍ୟମ କରିଛନ୍ତି । ଜଳବାୟୁ ପରିବର୍ତ୍ତନ ଉପରେ ସେ ନିଜର ଅଭିଜ୍ଞତା ଉପସ୍ଥାପନ କରିଥିଲେ ।

ସେ କିରିବାଟି ଦ୍ୱୀପ ଦେଶର ଉଦାହରଣ ଦେଇ କହିଥିଲେ ଯେ ବର୍ତ୍ତମାନର କାର୍ବନ ନିର୍ଗମନର ଗତି ସ୍ଥିର ନହେଲେ ଏବଂ ସମୁଦ୍ର ପତ୍ତନ ବଢ଼ିବାରେ ଅଙ୍କୁଶ ନ ଲାଗିଲେ ଏହା ପ୍ରଥମ ଦେଶ ଭାବେ ଜଳମଗ୍ନ ହେବାର ସମ୍ଭାବନା ରହିଛି । ସେ କହିଥିଲେ ଯେ ସଂଗୀତ ଲୋକମାନଙ୍କର ଭାବପ୍ରବଣତାକୁ ସ୍ପର୍ଶ କରେ । ବିଶେଷକରି, ଯୁବକ ଏବଂ ଭାବପ୍ରବଣ ମନକୁ ଆନ୍ଦୋଳିତ କରେ ଏବଂ ସମସ୍ତ ଜୀବଙ୍କ ପ୍ରତି ସେମାନଙ୍କର ମନୋଭାବରେ ପରିବର୍ତ୍ତନ ଆଣେ । ତଦନୁସାରେ, ସେ ନିଜ ଜୀବନକୁ କେବଳ ଜଳବାୟୁ ପରିବର୍ତ୍ତନ, ପରିବେଶ ସଂରକ୍ଷଣ, ସ୍ଥାୟୀ ଏବଂ ଦାୟିତ୍ୱସଂପନ୍ନ ବିକାଶ ବିଷୟରେ ସଚେତନତା ନିମନ୍ତେ କାର୍ଯ୍ୟ କରିବା ପାଇଁ ଉତ୍ସର୍ଗ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଏହି ଲେକ୍‌ଚରରେ ଯୋଗ ଦେଇଥିଲେ ଏବଂ ଡକ୍ଟର ରିକି ଜି କେଜଙ୍କୁ ତାଙ୍କ ସଙ୍ଗୀତ ମାଧ୍ୟମରେ ପରିବେଶ ପ୍ରତି ସଚେତନତା ସୃଷ୍ଟି ନିମନ୍ତେ କରିଥିବା ପ୍ରଶଂସନୀୟ କାର୍ଯ୍ୟ ପାଇଁ ସାଧୁବାଦ ଜଣାଇଥିଲେ । ସେ ତାଙ୍କୁ ଓଡିଆରେ ସଂଗୀତରେ ସ୍ୱରଦେବାକୁ ଅନୁରୋଧ କରିଥିଲେ ।

ଏହି ଅବସରରେ କୃଷି ଏବଂ କୃଷକ ସଶକ୍ତିକରଣ ମନ୍ତ୍ରୀ, ଯୋଜନା ଏବଂ ସଂଯୋଜନ, ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଶିକ୍ଷା, କଳା, ସଂସ୍କୃତି, ସାହିତ୍ୟ, ନୃତ୍ୟ ଏବଂ ସଙ୍ଗୀତ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିତ୍ୱମାନେ ଏହି ଲେକ୍‌ଚରରେ ଯୋଗ ଦେଇଥିଲେ । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲା ସ୍ତରର କାର୍ଯ୍ୟକର୍ତ୍ତା ଏବଂ ବହୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ଲେକ୍‌ଚର୍‌କୁ ଶୁଣିଥିଲେ । ଏକ ଭାବପୂର୍ଣ୍ଣ ଏବଂ ଆକର୍ଷଣୀୟ ପ୍ରଶୋ୍ନତ୍ତର ଅଧିବେଶନ ସହିତ ଏହି ଲେକ୍‌ଚର୍‌ ସମାପ୍ତ ହୋଇଥିଲା ।

Ricky Kej
Share. Facebook Twitter LinkedIn Email WhatsApp Copy Link

Related Posts

ମ୍ୟାଚ୍ କେହି “ଜିତାଇ” ନାହାଁନ୍ତି, ବରଂ….: ପାକିସ୍ତାନକୁ ପରାସ୍ତ କରିବା ପରେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବଡ଼ ବିବୃତ୍ତି

February 16, 2026

ଆଜି ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

February 16, 2026

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପରିବହନ ପ୍ରକଳ୍ପର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ

February 16, 2026

ତୃତୀୟ ଆନ୍ତଃ ଜିଲ୍ଲା ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସମାରୋହରେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

February 16, 2026
Latest News

ମ୍ୟାଚ୍ କେହି “ଜିତାଇ” ନାହାଁନ୍ତି, ବରଂ….: ପାକିସ୍ତାନକୁ ପରାସ୍ତ କରିବା ପରେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବଡ଼ ବିବୃତ୍ତି

February 16, 2026

ଆଜି ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ ୨୦୨୬ର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

February 16, 2026

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପରିବହନ ପ୍ରକଳ୍ପର ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ

February 16, 2026

ତୃତୀୟ ଆନ୍ତଃ ଜିଲ୍ଲା ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସମାରୋହରେ ଯୋଗଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

February 16, 2026

ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ: ଗୋଟିଏ ଦିନରେ ୧ ଲକ୍ଷ ଲିଟର ଦହି ଓ ୧୨ ହଜାର ଲିଟର ଘିଅ ବିକ୍ରି

February 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.