Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍‌ରେ ସୁସ୍ଥ ହେଲେ ବିରଳ ରକ୍ତଜନିତ ସମସ୍ୟା ଥିବା ଗୁରୁତର ରୋଗୀ
ଆଜିର ଖବର

ସମ୍‌ରେ ସୁସ୍ଥ ହେଲେ ବିରଳ ରକ୍ତଜନିତ ସମସ୍ୟା ଥିବା ଗୁରୁତର ରୋଗୀ

July 27, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବିରଳ ରକ୍ତଜନିତ ସମସ୍ୟାର ଶିକାର ହୋଇଥିବା ଜଣେ ୩୦ ବର୍ଷୀୟା ମହିଳା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଯାଜପୁର ଅଂଚଳର ଏହି ମହିଳା ଜଣକ ଗତ ମେ’ ମାସ ଶେଷ ସପ୍ତାହରେ ରକ୍ତହୀନତା ଏବଂ ରକ୍ତସ୍ରାବ ସମସ୍ୟା ନେଇ ସମ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ବେଳେ ଦୀର୍ଘ ଏକ ମାସ ଧରି ତାଙ୍କ ଶରୀରକୁ ରକ୍ତ ପ୍ରଦାନ ଏବଂ ପ୍ଲେଟ୍‌ଲେଟ୍ ଟ୍ରାନ୍ସଫ୍ୟୁଜନ୍ କରାଯାଇଥିଲା। ରକ୍ତ କୋଷିକା ସୃଷ୍ଟି କରୁଥିବା ବୋନ୍ ମ୍ୟାରୋର ବାୟୋପ୍ସି ଟେଷ୍ଟ କରାଯାଇ ରୋଗୀଙ୍କର ରୋଗ ନିରୂପଣ କରାଯାଇଥିଲା।

ଏହି ପରୀକ୍ଷାରୁ ଜଣାପଡ଼ିଥିଲା ଯେ ମହିଳା ଜଣକ ଗୁରୁତର ଆପ୍ଲାଷ୍ଟିକ ଏନିମିଆ, ଯାହାକି ଏକ ବିରଳ ରକ୍ତଜନିତ ସମସ୍ୟା ଏବଂ ଏଭଳି ରୋଗରେ ବୋନମ୍ୟାରୋ ନୂତନ ରକ୍ତ କୋଷିକା ସୃଷ୍ଟି କରିବାକୁ ଅକ୍ଷମ ହୋଇଥାଏ ବୋଲି ସମ୍ ହସ୍ପିଟାଲ୍‌ର ହେମାଟୋଲୋଜି ବିଭାଗର ମୁଖ୍ୟ ଡାକ୍ତର ପ୍ରିୟଙ୍କା ସାମଲ କହିଛନ୍ତି।

ଏଭଳି ରୋଗୀଙ୍କ କ୍ଷେତ୍ରରେ ହିମୋଗ୍ଲୋବିନ୍ କମ୍ ଥିବା ବେଳେ ଟୋଟାଲ୍ ହ୍ୱାଇଟ୍ ବ୍ଲଡ କାଉଂଟ ଏବଂ ପ୍ଲେଟଲେଟ୍ କାଉଂଟ କମ୍‌ ହୋଇଥାଏ। ଏହି ରୋଗୀମାନେ ଖୁବ୍ ଦୁର୍ବଳ ଅନୁଭବ କରିବା ସହ ସେମାନଙ୍କ ଶରୀରରୁ ରକ୍ତସ୍ରାବ ହୋଇଥାଏ।

ସେହିପରି ମହିଳାମାନଙ୍କ କ୍ଷେତ୍ରରେ ଋତୁସ୍ରାବ ଯୋଗୁଁ ଅତ୍ୟଧିକ ରକ୍ତସ୍ରାବ ହେବା ସହ ଏହା ବନ୍ଦ ହୋଇ ନଥାଏ ଏବଂ ଏଥି ନିମନ୍ତେ ଟ୍ରାନ୍ସଫ୍ୟୁଜନ୍‌ର ଆବଶ୍ୟକ ହୋଇଥାଏ।

ଏଭଳି ରୋଗୀମାନେ ବାରମ୍ବାର ସଂକ୍ରମିତ ହୋଇ ହସ୍ପିଟାଲ୍‌ରେ ଭର୍ତି ହୋଇଥାନ୍ତି ଓ ସେମାନଙ୍କୁ ଇନ୍‌ଟ୍ରା-ଭେନସ୍ ଆଂଟିବାୟୋଟିକ୍‌ ଦିଆଯାଇଥାଏ। ଅନେକ କ୍ଷେତ୍ରରେ ରୋଗୀଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ ବୋଲି ଡାକ୍ତର ସାମଲ କହିଛନ୍ତି।

ସେ କହିଛନ୍ତି ଯେ ଆପ୍ଲାଷ୍ଟିକ ଏନିମିଆର ଶିକାର ହୋଇଥିବା ଗୁରୁତର ରୋଗୀମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଖୁବ୍ କମ୍ ଥାଏ ଏବଂ ମାତ୍ର କିଛି ମାସ ସେମାନେ ବଂଚିଥାନ୍ତି। ପାଶ୍ଚାତ୍ୟ ଦେଶ ଅପେକ୍ଷା ଏସିଆ ମହାଦେଶରେ ଏହି ରୋଗ ଅଧିକ ଦେଖାଯାଏ ଏବଂ କେବଳ ଷ୍ଟେମ୍‌ସେଲ୍ ଟ୍ରାନ୍ସପ୍ଲାଂଟେସନ୍ ଦ୍ୱାରା ହିଁ ରୋଗୀ ସୁସ୍ଥ ହୋଇଥାଏ ବୋଲି ସେ କହିଛନ୍ତି।

ଜୁଲାଇ ୫ ତାରିଖ ଦିନ ମହିଳାଙ୍କ ଶରୀରରେ ଷ୍ଟେମ୍ ସେଲ୍ ପ୍ରତ୍ୟାରୋପଣ କରାଯାଇଥିବା ବେଳେ ଏହି ଷ୍ଟେମ୍ ସେଲକୁ ତାଙ୍କର ୨୮ ବର୍ଷିୟ ଭାଇ ଦାନ କରିଥିଲେ। ଯଦିଓ ସେମାନଙ୍କ ମଧ୍ୟରେ ବ୍ଲଡଗ୍ରୁପ୍‌ର ଗୁରୁତର ସମସ୍ୟା ଥିଲା ତଥାପି ଏହାକୁ ଯତ୍ନର ସହ ପ୍ରତ୍ୟାରୋପଣ
କରାଯାଇଥିଲା। ୪ରୁ ୬ ସପ୍ତାହ ମଧ୍ୟରେ ଡୋନରଙ୍କ ଶରୀରରୁ କଢ଼ାଯାଇଥିବା ଷ୍ଟେମ୍ ସେଲ୍ ପୁଣି ସୃଷ୍ଟି ହୋଇଥାଏ ଏବଂ କୌଣସି ସମସ୍ୟା ଉପୁଜି ନଥାଏ।

ଏହି ଷ୍ଟେମ୍ ସେଲ୍‌ଗୁଡ଼ିକ ବୋନ୍‌ମ୍ୟାରୋରୁ ରକ୍ତ କୋଷିକା ସୃଷ୍ଟି କରି ରକ୍ତ ପ୍ରବାହ ମଧ୍ୟରେ ସମ୍ମିଳିତ ହେବା ନିମନ୍ତେ ୪ ରୁ ୫ ଦିନ ସମୟ ଲାଗିଥାଏ। ଏହା ପରେ ରୋଗୀଙ୍କୁ ହାଇଡୋଜ୍ କେମୋଥେରାପି ଦିଆଯିବା ପରେ ଶରୀରରେ ସାଧାରଣ ବ୍ଲଡ ଟ୍ରାନ୍ସଫ୍ୟୁଜନ୍ ପ୍ରକ୍ରିୟା ଭଳି ଡୋନରଙ୍କ ଷ୍ଟେମ୍ ସେଲ୍ ଶରୀରକୁ ଛଡା ଯାଇଥିଲା।

ଏହି ମହିଳା ଜଣକ ଯେତେବେଳେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ସେତେବେଳେ ସେ ମାତ୍ର କିଛି ମାସ ବଂଚିବେ ବୋଲି ଆଶଙ୍କା କରାଯାଉଥିଲା କିନ୍ତୁ ସେ ବର୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଜୁଲାଇ ୨୩ ତାରିଖ ଦିନ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି ଏବଂ ତାଙ୍କ ଶରୀରରେ ରକ୍ତଜନିତ ସମସ୍ୟା ଦୂର ହୋଇଛି ବୋଲି ଡାକ୍ତର ସାମଲ କହିଛନ୍ତି।

ବର୍ତ୍ତମାନ ରୋଗୀଜଣକ ଏହି ଚିକିତ୍ସା ପରେ ଏକ ସୁସ୍ଥ ଜୀବନଯାପନ କରିପାରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ଏହି ଜଟିଳ ପ୍ରକ୍ରିୟାକୁ ପରିଚାଳନା କରିବା ନିମନ୍ତେ ସଂପୂର୍ଣ୍ଣ ସହଯୋଗ କରିଥିବାରୁ ଡାକ୍ତର ସାମଲ ହସ୍ପିଟାଲ୍‌ର ମେଡିକାଲ୍‌ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଆଡିସ୍‌ନାଲ୍ ମେଡିକାଲ୍ ସୁପରିଟେଣ୍ଡେଂଟ୍ ଡାକ୍ତର ରାଜେଶ ଲେଙ୍କା, ଟ୍ରାନ୍‌ସଫ୍ୟୁଜନ୍‌
ମେଡିସିନ୍ ବିଭାଗ, ଲାବୋରାଟୋରୀ ଏବଂ ରେଡିଓଲୋଜି ଟିମ୍ ଏବଂ ନର୍ସିଂ ଷ୍ଟାଫ୍‌ଙ୍କୁ ଆନ୍ତରିକ କୃତଞ୍ଜତା ଓ ଧନ୍ୟବାଦ ଜଣାଇଛନ୍ତି।

ଗୁରୁତର ରୋଗୀ ସମ୍ ହସ୍ପିଟାଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ୱିନ୍ ସିଟି ଟ୍ରାଫିକ୍ ସମସ୍ୟାର ସ୍ଥାୟୀ ସମାଧାନ ଓ ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

August 19, 2026

ଆଜି ଅଗଷ୍ଟ ୧୯ ତାରିଖ: ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର, ପଢନ୍ତୁ ରାଶିଫଳ

August 19, 2026

ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ

August 18, 2026

କୋରାପୁଟର ଲକ୍ଷ୍ମୀପୁରରେ ଭୂକମ୍ପ ଝଟକା, ଭୟରେ ଘରୁ ବାହାରିଲେ ଲୋକେ

August 18, 2026
Latest News

ଟ୍ୱିନ୍ ସିଟି ଟ୍ରାଫିକ୍ ସମସ୍ୟାର ସ୍ଥାୟୀ ସମାଧାନ ଓ ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

August 19, 2026

ଆଜି ଅଗଷ୍ଟ ୧୯ ତାରିଖ: ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର, ପଢନ୍ତୁ ରାଶିଫଳ

August 19, 2026

ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ

August 18, 2026

କୋରାପୁଟର ଲକ୍ଷ୍ମୀପୁରରେ ଭୂକମ୍ପ ଝଟକା, ଭୟରେ ଘରୁ ବାହାରିଲେ ଲୋକେ

August 18, 2026

ଚିଲିକା ଅଞ୍ଚଳର ସମାଜସେବୀ ଶଙ୍କର ପାଇକରାୟଙ୍କୁ ଏମ୍ସରେ ସାକ୍ଷାତ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

August 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.