Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦିଲ୍ଲୀରେ ‘ହର ଘର ତିରଙ୍ଗା’ ବାଇକ ଶୋଭାଯାତ୍ରାକୁ ଉଦଘାଟନ କଲେ ଉପରାଷ୍ଟ୍ରପତି
ଜାତୀୟ ଖବର

ଦିଲ୍ଲୀରେ ‘ହର ଘର ତିରଙ୍ଗା’ ବାଇକ ଶୋଭାଯାତ୍ରାକୁ ଉଦଘାଟନ କଲେ ଉପରାଷ୍ଟ୍ରପତି

August 3, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଦିଲ୍ଲୀରେ ‘ହର ଘର ତିରଙ୍ଗା’ ବାଇକ ଶୋଭାଯାତ୍ରାକୁ ଉଦଘାଟନ କଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀର ଲାଲକିଲ୍ଲା ଠାରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ସାଂସଦମାନଙ୍କର ‘ହର ଘର ତିରଙ୍ଗା’ ବାଇକ ଶୋଭଯାତ୍ରାକୁ ଉପରାଷ୍ଟ୍ରପତି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ସମ୍ପୂର୍ଣ୍ଣ ଉତ୍ସାହର ସହିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ‘ହର ଘର ତିରଙ୍ଗା’ (ସବୁ ଘରେ ତ୍ରିରଙ୍ଗା ଉତ୍ତୋଳନ) ଅଭିଯାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏହି ଶୋଭାଯାତ୍ରା ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋୟଲ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ, ସଂସ୍କୃତି ମନ୍ତ୍ରୀ ଶ୍ରୀ ଜି. କିଷନ ରେଡ୍ଡୀ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଇରାନୀ, ସଂସଦୀୟ ବ୍ୟାପାର ଏବଂ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅର୍ଜ୍ଜୁନ ରାମ ମେଘୱାଲ, ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ମୀନାକ୍ଷୀ ଲେଖି ଏବଂ ଭି. ମୂରଲୀଧରନଙ୍କ ସମେତ ବହୁ ସଂଖ୍ୟାରେ ସାଂସଦମାନେ ଉପସ୍ଥିତ ଥିଲେ ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ନିଜେ ବାଇକ ଚଳାଇ ଶୋଭଯାତ୍ରାରେ ସାମିଲ ହୋଇଥିଲେ । ଶ୍ରୀ ଠାକୁର କହିଥିଲେ ଯେ, ଦେଶକୁ ଏକଜୁଟ ରଖିବା, ଭାରତକୁ ଆଗେଇ ନେବା ଏବଂ ଆହୁରି ସୁଦୃଢ଼ କରିବାର ବାର୍ତ୍ତା ଭବିଷ୍ୟତ ପିଢ଼ିକୁ ପ୍ରଦାନ କରିବା ଲାଗି ଆଜି ବହୁ କେନ୍ଦ୍ର ମନ୍ତ୍ରୀ, ସାଂସଦ, ଯୁବ ନେତାମାନେ ଏକତ୍ରିତ ହୋଇଛନ୍ତି । ତ୍ରିରଙ୍ଗାର ଶକ୍ତି ୧୩୦ କୋଟି ଭାରତୀୟଙ୍କୁ ଏକଜୁଟ କରି ରଖିଛି । ଆଜି ଆମେ ଆମ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ଏବଂ ସେମାନଙ୍କୁ ସ୍ମରଣ କରୁଛୁ । ସ୍ବାଧୀନତାର ଏହି ଅମୃତ ମହୋତ୍ସବରେ ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ସହିତ ଭାରତର ଗୌରବ ବୃଦ୍ଧି କରିବା ଲାଗି କାର୍ଯ୍ୟ କରିବା ନିମନ୍ତେ ଆମେ ସମସ୍ତେ ଆଜି ସଂକଳ୍ପ ନେଉଛୁ ।

ଭାରତୀୟ ନାଗରିକ ଏବଂ ଜାତୀୟ ପତାକା ମଧ୍ୟରେ ରହିଥିବା ଏକ ବ୍ୟକ୍ତିଗତ ସମ୍ପର୍କକୁ ଉଜ୍ଜୀବିତ କରି ରଖିବା ଲାଗି ଭାରତ ସରକାର ‘ହର ଘର ତିରଙ୍ଗା’ ଅଭିଯାନ ଆରମ୍ଭ କରିଛନ୍ତି । ନାଗରିକଙ୍କ ମନରେ ଦେଶପ୍ରେମ ଏବଂ ଜାତୀୟତା ଭାବନାକୁ ସୁଦୃଢ଼ କରିବା ଏବଂ ସ୍ବାଧୀନତାର ଅମୃତ ମହୋତ୍ସବରେ ଜନଭାଗିଦାରୀ ବଢ଼ାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।

ଉପରାଷ୍ଟ୍ରପତି ହର ଘର ତିରଙ୍ଗା
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବରରେ ପ୍ରଖ୍ୟାତ ଅଭିନେତ୍ରୀ କଙ୍ଗନା ରଣୱାତ, ମୁଖ୍ୟମନ୍ତ୍ରୀଙ୍କ ସହ ଦେଖିବେ ସିନେମା

June 5, 2026

ରାଜ୍ୟସଭା ନିର୍ବାଚନ ପାଇଁ ବିଜେପିରୁ ନାମାଙ୍କନ ଭରିଲେ ଦେବାଶିଷ ସାମନ୍ତରାୟ

June 5, 2026

ଦୁଇ-ତୃତୀୟାଂଶ ଲକ୍ଷ୍ୟରେ ଏନଡ଼ିଏ : ୨୪ ଆସନ ନିର୍ବାଚନରେ ବଦଳିବ କି ସଂସଦୀୟ ସମୀକରଣ?

June 5, 2026

UP CM Birthday: ଯୋଗୀ ଆଦିତ୍ୟନାଥଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

June 5, 2026
Latest News

ହାଇୱା ଗାଡ଼ି ଧକ୍କାରେ ଦୁଇ ଶଗଡ଼ିଆଙ୍କ ମୃତ୍ୟୁ

June 5, 2026

ଅଂଶୁଘାତରେ ଯୁବକଙ୍କ ପ୍ରାଣହାନୀ

June 5, 2026

ଭୁବନେଶ୍ବରରେ ପ୍ରଖ୍ୟାତ ଅଭିନେତ୍ରୀ କଙ୍ଗନା ରଣୱାତ, ମୁଖ୍ୟମନ୍ତ୍ରୀଙ୍କ ସହ ଦେଖିବେ ସିନେମା

June 5, 2026

ରାଜ୍ୟସଭା ନିର୍ବାଚନ ପାଇଁ ବିଜେପିରୁ ନାମାଙ୍କନ ଭରିଲେ ଦେବାଶିଷ ସାମନ୍ତରାୟ

June 5, 2026

ଦୁଇ-ତୃତୀୟାଂଶ ଲକ୍ଷ୍ୟରେ ଏନଡ଼ିଏ : ୨୪ ଆସନ ନିର୍ବାଚନରେ ବଦଳିବ କି ସଂସଦୀୟ ସମୀକରଣ?

June 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.