Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୩ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ କରିବା ଲାଗି ଯୁବପିଢ଼ିଙ୍କୁ ଆହ୍ୱାନ
ଆଜିର ଖବର

୧୩ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ କରିବା ଲାଗି ଯୁବପିଢ଼ିଙ୍କୁ ଆହ୍ୱାନ

August 9, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ୧୩ରୁ ୧୫ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ନିଜ ଘରେ ଜାତୀୟ ପତାକା ତ୍ରିରଙ୍ଗା ଉତ୍ତୋଳନ କରିବା ଲାଗି ଯୁବପିଢ଼ିଙ୍କୁ ଆହ୍ୱାନ କରିଛନ୍ତି। ସେ କହିଥିଲେ ଯେ, ଆଜି ‘‘ଅଗଷ୍ଟ କ୍ରାନ୍ତି’’ ଦିବସ ପାଳନ କରାଯାଉଛି। ଏହି ଅବସରରେ ଆମର ଯୁବପିଢ଼ି ସେମାନଙ୍କର ନିଜ ନିଜ କ୍ଷେତ୍ରରେ ସମର୍ପଣ ଏବଂ କଠିନ ପରିଶ୍ରମ ବଳରେ ତ୍ରିରଙ୍ଗାର ସମ୍ମାନକୁ ବିଶ୍ୱର ସର୍ବୋଚ୍ଚ ସ୍ତରରେ ପହଞ୍ଚାଇବା ଲାଗି ଶପଥ ନେବା ଉଚିତ୍‌। ଅନୁରାଗ ଠାକୁର କହିଥିଲେ ଯେ ଆମ ଜାତୀୟ ପତାକା କେବଳ ଖଣ୍ଡେ କପଡ଼ା ନୁହେଁ ବରଂ ଏହି ତ୍ରିରଙ୍ଗାର ଶକ୍ତି ୧୩୦ କୋଟି ଭାରତୀୟଙ୍କୁ ଏକଜୁଟ କରି ରଖିଛି। ସେ ଆହୁରି କହିଥିଲେ ଯେ ଦେଶକୁ ଏକତ୍ରିତ କରି ରଖିବା ଏବଂ ଭାରତକୁ ଆଗେଇ ନେବା ସହ ଅଧିକ ସୁଦୃଢ଼ କରିବା ଲାଗି ଯୁବପିଢ଼ିମାନେ ଶପଥ ନେବା ଉଚିତ୍‌। ନେହରୁ ଯୁବ କେନ୍ଦ୍ର, ଏନଏସଏସ ସ୍ୱେଚ୍ଛାସେବୀ ଏବଂ ବିଭିନ୍ନ ଯୁବ ମଣ୍ଡଳକୁ ନେଇ ଶିମଲା ଠାରେ ଆୟୋଜିତ ଏକ ଯୁବସମ୍ମିଳନୀରେ ଶ୍ରୀ ଠାକୁର ଉଦବୋଧନ ଦେଇଥିଲେ। ହିମାଚଳ ପ୍ରଦେଶ ଶିମଲାସ୍ଥିତ ନେହରୁ ଯୁବ କେନ୍ଦ୍ର ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଯୁବକମାନଙ୍କ ସହିତ ଆଲୋଚନା କରିବା ସମୟରେ କେନ୍ଦ୍ର ମନ୍ତ୍ରୀ ଭାରତ ଦର୍ଶନ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବପିଢ଼ିଙ୍କ ମଧ୍ୟରେ ଦେଶାତ୍ମବୋଧ ଏବଂ ଜାତୀୟ ଅଖଣ୍ଡତା ଭାବନା ଜାଗ୍ରତ କରିବା ନିମନ୍ତେ ଆହ୍ୱାନ  କରିଥିଲେ। ସେ କହିଥିଲେ ଯେ ପ୍ରତ୍ୟେକ ଯୁବକଯୁବତୀ ସେମାନଙ୍କର ନିଜ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଦେଶର ଅନ୍ୟ ସ୍ଥାନ ଭ୍ରମଣ କରିବା ଉଚିତ୍‌। ଏହା ସେମାନଙ୍କ ମଧ୍ୟରେ ଜାତୀୟତା ଏବଂ ଦେଶାତ୍ମବୋଧ ଭାବନା ଜାଗ୍ରତ କରିବ। ଏହା ଦ୍ୱାରା ସେମାନେ ଦାୟିତ୍ୱସମ୍ପନ୍ନ ନାଗରିକ ହୋଇପାରିବେ। ସେ ମଧ୍ୟ ‘‘ଏକ ଭାରତ ଶ୍ରେଷ୍ଠ ଭାରତ’’ କାର୍ଯ୍ୟକ୍ରମର ଭୂମିକା ବିଷୟରେ ଉଲ୍ଲେଖ କରିଥିଲେ। ଏହି କାର୍ଯ୍ୟକ୍ରମ ଭାଷା, ସଂସ୍କୃତି ଏବଂ ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ବ୍ୟଞ୍ଜନ ମଧ୍ୟରେ ରହିଥିବା ବାଧା ଦୂର କରିବା ସହିତ ଭିନ୍ନ ଭିନ୍ନ ରାଜ୍ୟର ଯୁବକମାନଙ୍କୁ ପରସ୍ପରର ନିକଟତର କରିପାରିଛି। କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ରାଷ୍ଟ୍ରର ଏକତା ଏବଂ ଅଖଣ୍ଡତା ଦିଗରେ ଏହା କାର୍ଯ୍ୟ କରିବା ସହିତ ଦେଶର ଗୌରବ ବଢ଼ାଇବାରେ ସହାୟକ ହେବ।

କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀଙ୍କ ସହ ଖୋଲା ଆଲୋଚନା କରି ଅନୁରାଗ ଠାକୁର ଦେଶର ବିଭିନ୍ନ ସମସ୍ୟା ଓ ପ୍ରସଙ୍ଗ ଉପରେ ଯୁବପିଢ଼ିଙ୍କ ମତ ଜାଣିବାକୁ ଚାହିଁଥିଲେ। ସେ ନାରୀ ସଶକ୍ତିକରଣ, ଏକ ଭାରତ ଶ୍ରେଷ୍ଠ ଭାରତ, କୌଶଳ ବିକାଶ, କ୍ରୀଡ଼ାର ଭୂମିକା, ଫିଟ୍‌ ଇଣ୍ଡିଆ ଆନ୍ଦୋଳନ ଏବଂ ନେହରୁ ଯୁବ କେନ୍ଦ୍ର, ଏନଏସଏସ ସ୍ୱେଚ୍ଛାସେବୀ ଏବଂ ବିଭିନ୍ନ ଯୁବ ମଣ୍ଡଳ ମାଧ୍ୟମରେ ଯୁବପିଢ଼ିଙ୍କୁ କ୍ୟାରିଅର ପରାମର୍ଶ ଆଦି ପ୍ରସଙ୍ଗରେ ସେ ଆଲୋଚନା କରିଥିଲେ। ସେ ଆଶା କରିଥିଲେ ଯେ ଭବିଷ୍ୟତରେ ମଧ୍ୟ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଯାହାଫଳରେ ଦେଶର ଯୁବକମାନେ ସରକାରଙ୍କ ଯୋଜନା ବିଷୟରେ ଜାଣିପାରିବେ ଏବଂ ସରକାରଙ୍କୁ ବିଭିନ୍ନ ପ୍ରସ୍ତାବ ଦେଇପାରିବେ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଠାକୁର ହର ଘର ଜଲ ଯୋଜନା, ଉଜାଲା, ସ୍ୱଚ୍ଛତା ଅଭିଯାନ, ଉଜ୍ଜ୍ୱଳା ଯୋଜନା ଏବଂ ଡିଜିଟାଲ ଇଣ୍ଡିଆ ଭଳି କେନ୍ଦ୍ର ସରକାରଙ୍କ କେତେକ ଯୋଜନାର ଉପଲବ୍ଧି ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଫିଟ ଇଣ୍ଡିଆ ଆନ୍ଦୋଳନକୁ ପ୍ରୋତ୍ସାହିତ କରିବା ଲାଗି ନିଜ ସଂସଦୀୟ କ୍ଷେତ୍ରରେ ସେ ୨୫୦ ଜିମ୍‌ ପ୍ରତିଷ୍ଠା କରିଛନ୍ତି।

ଗଣମାଧ୍ୟମର କେତେକ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ପ୍ରତ୍ୟେକ କ୍ଷେତ୍ରରେ ପ୍ରଗତି ହାସଲ କରିଛି। ସେ କହିଥିଲେ ଯେ କ୍ରୀଡ଼ା କ୍ଷେତ୍ରରେ ଆମର ସଫଳତା ବହୁଗୁଣିତ ହୋଇଛି। ନିକଟରେ ସମାପନ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ୬୧ଟି ପଦକ ହାସଲ କରିବା ସହିତ ପ୍ରତିଯୋଗିତାରେ ଚତୁର୍ଥ ସ୍ଥାନରେ ରହିଛି।

ଅନୁରାଗ ସିଂ ଠାକୁର ଗଣମାଧ୍ୟମ ଜାତୀୟ ପତାକା ତ୍ରିରଙ୍ଗା ଉତ୍ତୋଳନ ଯୁବପିଢ଼ିଙ୍କୁ ଆହ୍ୱାନ
Share. Facebook Twitter LinkedIn Email WhatsApp Copy Link

Related Posts

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026
Latest News

ସପ୍ତମ ଦିନରେ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଆନ୍ଦୋଳନ

March 16, 2026

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.