Categories
ଆଜିର ଖବର ଜାତୀୟ ଖବର ସିନେମା

ଆଇଏଫଏଫଆଇର ଚଳଚ୍ଚିତ୍ର ବଜାରର ସପ୍ତଦଶ ସଂସ୍କରଣକୁ ଉଦଘାଟନ କଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ଗୋଆର ମେରିୟଟ୍ ରିସୋର୍ଟଠାରେ ଦକ୍ଷିଣ ଏସିଆର ସର୍ବବୃହତ ଚଳଚ୍ଚିତ୍ର ବଜାରକୁ ଉଦ୍ ଘାଟନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ଏହି ଚଳଚ୍ଚିତ୍ର ବଜାର, ଚିନ୍ତାଧାରାର ଏକ ଚଳଚଞ୍ଚଳ ବଜାର ପରି ବିଶ୍ୱର କୋଣ ଅନୁକୋଣରୁ ଚଳଚ୍ଚିତ୍ର ନିର୍ମାତା, ପ୍ରଯୋଜକ ଏବଂ କାହାଣୀକାରଙ୍କ ପାଇଁ ଏକ ସମାଗମସ୍ଥଳୀ । ଏହା ସୃଜନଶୀଳତା ଓ ବ୍ୟବସାୟ, ଧାରଣା ଓ ପ୍ରେରଣାର ଏକ ମିଶ୍ରଣ ଯାହା ଏହି ସମୃଦ୍ଧ ସିନେମା ବଜାରକୁ ଗଠନ କରେ ବୋଲି ସେ କହିଛନ୍ତି।

ଏହି ଅବସରରେ ଅନୁରାଗ ସିଂହ ଠାକୁର କହିଥିଲେ ଯେ ବାର୍ଷିକ ୨୦% ଅଭିବୃଦ୍ଧି ହାର ସହିତ ଭାରତୀୟ ଗଣମାଧ୍ୟମ ଏବଂ ମନୋରଞ୍ଜନ ଶିଳ୍ପ ବିଶ୍ୱର ପଞ୍ଚମ ବୃହତ୍ତମ ଏବଂ ସର୍ବାଧିକ ବିଶ୍ୱବିଦିତ ଶିଳ୍ପ ଭାବରେ ପ୍ରଶଂସିତ। ଏହାର ୧୭ତମ ବର୍ଷରେ ଫିଲ୍ମ ବଜାର ଆଇଏଫ୍ଏଫ୍ଆଇର ଏକ ଅପରିହାର୍ଯ୍ୟ ମୂଳଦୁଆ ପାଲଟିଛି। ଦେଶର ସୀମା ଅତିକ୍ରମ କରି ଏସିଆର ଅନ୍ୟତମ ବୃହତ୍ତମ ଚଳଚ୍ଚିତ୍ର ବଜାରରେ ପରିଣତ ହୋଇଛି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଚଳିତ ବର୍ଷ ଫିଲ୍ମ ବଜାର ପାଇଁ ଚଳଚ୍ଚିତ୍ର ଚୟନରେ କାଳ୍ପନିକ, ପ୍ରାମାଣିକ କ୍ଷୁଦ୍ର ଚଳଚ୍ଚିତ୍ର, ପ୍ରାମାଣିକ, ରୋମାଞ୍ଚକର ଚଳଚ୍ଚିତ୍ର ଏବଂ ଏପରିକି ଏନିମେଟେଡ୍ ଚଳଚ୍ଚିତ୍ରର ବିବିଧ ମିଶ୍ରଣ ପ୍ରତିଫଳିତ ହୋଇଛି ଯେଉଁଥିରେ ପ୍ରବାସୀ, ପିତୃତ୍ୱ, ସହରାଞ୍ଚଳ କ୍ରୋଧ, ଅତ୍ୟଧିକ ଦାରିଦ୍ର୍ୟ, ଜଳବାୟୁ ସଙ୍କଟ, ଜାତୀୟତାବାଦ, କ୍ରୀଡ଼ା ଏବଂ ଫିଟନେସ୍ ସମ୍ବନ୍ଧୀୟ ସାର୍ବଜନୀନ ବିଷୟବସ୍ତୁ ପ୍ରସାରିତ କରାଯାଇଛି।

ସହ-ପ୍ରଯୋଜନା ବଜାର ବିଷୟରେ ମନ୍ତ୍ରୀ କହିଛନ୍ତି ଯେ ଆମେ ଗର୍ବର ସହ କୋ-ପ୍ରଡକ୍ସନ ମାର୍କେଟରେ ୭ଟି ଦେଶର ୧୨ଟି ଡକ୍ୟୁମେଣ୍ଟାରୀ ଉପସ୍ଥାପନ କରୁଛୁ, ଯେଉଁଥିରେ ୧୭ଟି ଭିନ୍ନ ଭିନ୍ନ ଭାଷାର ଜୀବନକୁ ଉଜାଗର କରାଯାଇଛି । ଫିଲ୍ମ ନିର୍ମାତାଙ୍କ ଲେନ୍ସ ମାଧ୍ୟମରେ ଏହା ବାସ୍ତବତାର ଦିଗରେ ଏକ ଯାତ୍ରା।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଭିଡିଓ ଲାଇବ୍ରେରୀ ପ୍ଲାଟଫର୍ମ, ଭ୍ୟୁଇଂ ରୁମ୍, ୧୯୦ଟି ଉପସ୍ଥାପନାକୁ ପ୍ରଦର୍ଶିତ କରିଥାଏ, ଯେଉଁଥିରୁ କିଛି ଉପସ୍ଥାପନା ଫିଲ୍ମ ବଜାର ସୁପାରିସ (ଏଫବିଆର) ପାଇଁ ଚୟନ କରାଯିବ। ୱାର୍କ-ଇନ୍-ପ୍ରୋଗ୍ରେସ୍ ଲ୍ୟାବ୍ ହେଉଛି ଯେଉଁଠାରେ ଚଳଚ୍ଚିତ୍ର ନିର୍ମାତାମାନେ ସେମାନଙ୍କ କାମର ନିଚ୍ଛକ ସୌନ୍ଦର୍ଯ୍ୟ ପ୍ରଦର୍ଶନ କରିଛନ୍ତି। ଗତବର୍ଷ ତୁଳନାରେ ପ୍ରକଳ୍ପ ସଂଖ୍ୟା ଦ୍ୱିଗୁଣିତ ହୋଇଥିବାରୁ ଚଳିତ ବର୍ଷ ୧୦ଟି ପ୍ରକଳ୍ପ ଉନ୍ମୋଚନ ପାଇଁ ପ୍ରସ୍ତୁତ ରହିଛି ବୋଲି ମନ୍ତ୍ରୀ କହିଛନ୍ତି।

ଶ୍ରୀ ଠାକୁର ଏହା ମଧ୍ୟ ଘୋଷଣା କରିଛନ୍ତି ଯେ ନବସୃଜନକୁ ସ୍ୱୀକୃତି ଦେବା ପାଇଁ ଏବଂ ବ୍ୟବସାୟକୁ ସହଜ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଅନୁଯାୟୀ, “ବୁକ୍ ଟୁ ବକ୍ସ ଅଫିସ” ନାମକ ଏକ ଆକର୍ଷଣୀୟ ନୂତନ ଉପାଦାନ ଯୋଡାଯାଇଛି, ଯେଉଁଥିରେ ୫୯ଟି ଉପସ୍ଥାପନାକୁ ନିରବଚ୍ଛିନ୍ନ ଭାବରେ ପ୍ରଦର୍ଶନ କରାଯିବ ଯାହା ପୁସ୍ତକରୁ ପରଦାକୁ ଡେଇଁବ । ଏହି ଅବସରରେ ମନ୍ତ୍ରୀ ଗୁଗଲ ଆର୍ଟସ ଆଣ୍ଡ କଲଚର ହିନ୍ଦୀ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ ଯାହା ଏକ ଅନଲାଇନ ହବ୍ ଯେଉଁଥିରେ ହିନ୍ଦୀ ଚଳଚ୍ଚିତ୍ରର ଫଟୋ ଏବଂ କ୍ଷୁଦ୍ର ଭିଡିଓ ରହିଛି ।

୫୪ତମ ଆଇଏଫ୍ଏଫ୍ଆଇରେ ଫିଲ୍ମ ବଜାରରେ ପ୍ରାମାଣିକ ଚଳଚ୍ଚିତ୍ର, ରୋମାଞ୍ଚକର ଚଳଚ୍ଚିତ୍ର, ଜଳବାୟୁ ସଙ୍କଟ, କାଳ୍ପନିକ ଆଦି ବିଭିନ୍ନ ଶୈଳୀର ୧୦ଟି ସୁପାରିସ କରାଯାଇଥିବା ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଏହି ଚଳଚ୍ଚିତ୍ରଗୁଡ଼ିକ ଇଂରାଜୀ, ହିନ୍ଦୀ, ବଙ୍ଗଳା, ମାରୱାଡି, କନ୍ନଡ ଏବଂ ମାଓରି (ନ୍ୟୁଜିଲାଣ୍ଡ ଭାଷା)ରେ ରହିଛି । ଚଳିତ ବର୍ଷ ଫିଲ୍ମ ବଜାରରେ ଏକ ନୂଆ ପ୍ରସ୍ତୁତ “ଭିଏଫଏକ୍ସ ଆଣ୍ଡ ଟେକ୍ ପ୍ୟାଭିଲିୟନ୍” ରହିଛି, ଯାହାର ଉଦ୍ଦେଶ୍ୟ ହେଉଛି ଚଳଚ୍ଚିତ୍ର ନିର୍ମାତାଙ୍କୁ ଅତ୍ୟାଧୁନିକ ଉଦ୍ଭାବନ ବିଷୟରେ ସଚେତନ କରାଇବା, କେବଳ “ଶଟ୍ ନେବା”ର ପାରମ୍ପରିକ ଉପାୟ ନୁହେଁ, ବରଂ “ଶଟ୍ ତିଆରି କରିବା”ର ପାରମ୍ପରିକ ଉପାୟ ଦ୍ୱାରା କାହାଣୀର ସମ୍ଭାବନାକୁ ଅନୁସନ୍ଧାନ କରିବା ।

ଫିଲ୍ମ ବଜାରରେ ଭାରତ, ବାଂଲାଦେଶ, ଶ୍ରୀଲଙ୍କା, ଆମେରିକା, ବ୍ରିଟେନ, ସିଙ୍ଗାପୁର, ଜର୍ମାନୀ, ଫ୍ରାନ୍ସ, ପୋଲାଣ୍ଡ, ଲକ୍‌ଜେମବର୍ଗ ଏବଂ ଇସ୍ରାଏଲରୁ ସହପ୍ରଯୋଜନା ବଜାରର ଫିଚର-ଲେନ୍ଥ ପ୍ରୋଜେକ୍ଟଗୁଡିକର ଆନୁଷ୍ଠାନିକ ଚୟନ କରାଯାଇଛି। ମନୋନିତ ଚଳଚ୍ଚିତ୍ର ନିର୍ମାତାମାନେ ଅନ୍ତର୍ଜାତୀୟ ଏବଂ ଭାରତୀୟ ପ୍ରଯୋଜକ, ବିତରକ, ଫେଷ୍ଟିଭାଲ ପ୍ରୋଗ୍ରାମର, ଫାଇନାନ୍ସର ଏବଂ ସେଲ୍ସ ଏଜେଣ୍ଟମାନଙ୍କୁ ମୁକ୍ତ ମଞ୍ଚରେ ସେମାନଙ୍କ ପ୍ରକଳ୍ପ ଉପସ୍ଥାପନ କରିବେ।

ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ (ଏନଏଫଡିସି) ଦ୍ୱାରା ଆରମ୍ଭ ହୋଇଥିବା ଫିଲ୍ମ ବଜାର ଦକ୍ଷିଣ ଏସିଆର ସର୍ବବୃହତ ଚଳଚ୍ଚିତ୍ର ବଜାର ରୂପରେ ବିକଶିତ ହୋଇଛି, ଯାହା ସ୍ଥାନୀୟ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ବିଶ୍ୱସ୍ତରୀୟ ପ୍ରଯୋଜକ ଏବଂ ବିତରକଙ୍କ ସହ ଯୋଡ଼ିଛି ।

Categories
ଆଜିର ଖବର ରାଜ୍ୟ ଖବର

ସାମନ୍ତବାଦ ଓ ରୁଢିବାଦ ବିରୋଧୀ ସଂଘର୍ଷର ପ୍ରତୀକ ପ୍ରଜାତନ୍ତ୍ର: ଅନୁରାଗ ସିଂ ଠାକୁର

ଭୁବନେଶ୍ୱର: କଟକରେ ଦୈନିକ ସମ୍ବାଦପତ୍ର ‘ପ୍ରଜାତନ୍ତ୍ର’ର ଶତବାର୍ଷିକୀ ସମାରୋହରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଆଜି ପ୍ରଜାତନ୍ତ୍ରକୁ ପୁରୁଣା ପ୍ରଜାତନ୍ତ୍ର ଭାବେ ଦେଖିବା ପାଇଁ ଓଡ଼ିଶା ଅପେକ୍ଷା କରିଛି ବୋଲି କହିଛନ୍ତି। ସେହିପରି ପ୍ରଜାତନ୍ତ୍ର ସାମନ୍ତବାଦ ଓ ରୁଢିବାଦ ବିରୋଧରେ ସଂଘର୍ଷର ଏକ ପ୍ରତୀକ ଅଟେ ବୋଲି ଏହି କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏକ ସଭ୍ୟତାରେ ସମାଜ ଜାଗ୍ରତ ହୋଇ ସଚେତନତା ସୃଷ୍ଟି କରିବା ସହ ସମ୍ବେଦନଶୀଳ ହୋଇ ନିଜକୁ ସବୁବେଳେ ସମ୍ଭାଳିବାର ଶକ୍ତି ରଖେ । ପ୍ରଜାତନ୍ତ୍ର ସେଭଳି ଏକ ଆନ୍ଦୋଳନ । ଏହି ସମ୍ବାଦପତ୍ର କେବଳ ଜନତାଙ୍କ ପାଖରେ ଖବର ପହଞ୍ଚାଇବା ପାଇଁ ନୁହେଁ ବରଂ ଗାଁ ମଜଲିସ ମାଧ୍ୟମରେ ସାମ୍ବାଦିକ ଭାଷାକୁ ରୂପ ଦେବା ସହ ଓଡ଼ିଶାରେ ସାହିତ୍ୟକୁ ଆଗକୁ ନେବା ପାଇଁ ଯଥେଷ୍ଟ ପ୍ରୟାସ କରିଛି । ମହତାବଙ୍କ ଦ୍ୱାରା ଲିଖିତ ‘ଗାଁ ମଜଲିସ’ ସମାଜରେ ପରିବର୍ତ୍ତନ ଆଣିବାର ଏକ ମାଧ୍ୟମ ଥିଲା । ଏକବିଂଶ ଶତାବ୍ଦୀରେ ଏହି ସମ୍ବାଦପତ୍ର ସମୀକ୍ଷା ସହ ଓଡ଼ିଶାର ଲୋକଙ୍କ ପାଖରେ ପହଞ୍ଚୁ । ଓଡ଼ିଶାର ପୁଞ୍ଜି ବୌଦ୍ଧିକ ସ୍ପଷ୍ଟତା । ତେଣୁ କଟକର ଚିନ୍ତା କରିଥିବା ବାଇମୁଣ୍ଡିଙ୍କ ପରି ରାଜ୍ୟର ବାଇମୁଣ୍ଡି ମାନଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରାଜ୍ୟରେ ଦାୟିତ୍ୱ ନେଉଥିବା ଲୋକଙ୍କୁ ଉଜାଗର କରିବାକୁ ହେବ ।

ପ୍ରଜାତନ୍ତ୍ର ପରିବାରର ପ୍ରତ୍ୟେକ ସଦସ୍ୟ ଏକ ଶତାବ୍ଦୀ ଧରି ଖବରକାଗଜର ପ୍ରତିଷ୍ଠାତା ଡ. ହରେକୃଷ୍ଣ ମହତାବଙ୍କ ଚିନ୍ତାଧାରାକୁ ଓଡ଼ିଶାବାସୀଙ୍କ ମଧ୍ୟରେ ବଞ୍ଚାଇ ରଖିଛନ୍ତି । ଏହି ଶୁଭ ଅବସରରେ ‘ପ୍ରଜାତନ୍ତ୍ର’ ସହ ଜଡ଼ିତ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି । କଟକରୁ ଆରମ୍ଭ ହୋଇଥିବା ‘ପ୍ରଜାତନ୍ତ୍ର’ ତତ୍କାଳୀନ ସମୟର ପରିଚୟ ଓ ଓଡ଼ିଆ ଜନତାଙ୍କର ଅଭିବ୍ୟକ୍ତି ଥିଲା । ଆଜି ପ୍ରଜାତନ୍ତ୍ର ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ପ୍ରଦର୍ଶନୀ ଦେଖିବା ବେଳେ ମନରେ ଅନୁଭବ ହେଲା ଯେ, ସେ ସମୟର ପ୍ରଜାତନ୍ତ୍ର ଓଡ଼ିଆ ଭାଷା, ଜାତି, ଅସ୍ମିତା ଓ ଓଡ଼ିଆ ସ୍ୱାଭିମାନ ଥିଲା । ‘ଉତ୍କଳ କେଶରୀ’ ଡ. ହରେକୃଷ୍ଣ ମହତାବ ବହୁତ ଭଲରେ ଓଡ଼ିଆଙ୍କ ସ୍ପନ୍ଦନକୁ ବୁଝିପାରିଥିଲେ । ଏହି ଅବସରରେ ସେହି ଯୁଗଦ୍ରଷ୍ଟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

ସେହିପରି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ ଦେଶର ସ୍ୱତନ୍ତ୍ରତା ଆନ୍ଦୋଳନ ସମୟରେ ପ୍ରଜାତନ୍ତ୍ର ଏକ ବହୁତ ବଡ ଦାୟିତ୍ୱ ତୁଲାଇଥିଲା । ଉତ୍କଳକେଶରୀ ହରେକୃଷ୍ଣ ମହତାବ ଓଡ଼ିଶା ସମେତ ଜାତୀୟ ସ୍ତରରେ ନିଜ ଜୀବନରେ ଅନେକ ଗୁରୁ ଦାୟିତ୍ୱ ନିର୍ବାହ କରିଛନ୍ତି । ଯେଉଁଠି ଲୋକତନ୍ତ୍ରକୁ କିଛି ଲୋକ ଲୁଟତନ୍ତ୍ର ବନାଇ ଦେଇଛନ୍ତି ଏବଂ ପ୍ରଜାତନ୍ତ୍ରକୁ ପରିବାରତନ୍ତ୍ର ବନାଇ ଦେଇଛନ୍ତି, ସେଭଳି ସମୟରେ ପ୍ରଜାତନ୍ତ୍ର ଭଳି ପତ୍ରିକା ମାଧ୍ୟମରେ ଦେଶକୁ ପୁଣି ଥରେ ବଞ୍ଚାଇବା ଜରୁରୀ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ସ୍ୱାଧୀନତା ପୂର୍ବରୁ ଗୋଟଏ ଲଢେଇ ଥିଲା, ଆଉ ଏବେ ଗୋଟିଏ ଲଢେଇ ଅଛି । ସେତେବେଳେ ଇଂରେଜଙ୍କ ଠାରୁ ମୁକ୍ତି ପାଇବା ପାଇଁ ଲଢେଇ ଥିଲା ଆଉ ଏବେ ବ୍ରିଟିଶ ଆଭିମୁଖ୍ୟ ରଖୁଥିବା ଲୋକଙ୍କ ଠାରୁ କେମିତି ମୁକ୍ତି ପାଇବା, ସେଥିପାଇଁ ଲଢେଇ ଚାଲିଛି । ଆଜିର ସମୟରେ ଯେତେବେଳେ କିଛି ସାମ୍ବାଦିକ ଓ ଗଣମାଧ୍ୟମ ସତ୍ୟ ଖବର ସଂଗ୍ରହ କରିବା ପାଇଁ ପରିଶ୍ରମ କରୁଛନ୍ତି ସେ ସମୟରେ କିଛି ଲୋକ ନ୍ୟୁଜ୍ ନାଁରେ ଫେକ୍ ନ୍ୟୁଜ୍ ପ୍ରଚାର କରୁଛନ୍ତି । ଏହା ଦ୍ୱାରା ବ୍ୟକ୍ତି, ସମାଜ, ସରକାର ଓ ଦେଶର କ୍ଷତି ହେଉଛି । ଏହି ଫେକ୍ ନ୍ୟୁଜକୁ ଯାଞ୍ଚ କରିବା ପାଇଁ ଭାରତ ସରକାରଙ୍କ ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟ୍ ବନାଯାଇଛି ବୋଲି ସେ କହିଛନ୍ତି ।

ଉଭୟ କେନ୍ଦ୍ରମନ୍ତ୍ରୀ ‘ପ୍ରଜାତନ୍ତ୍ର’ର ଶତବାର୍ଷିକୀ ସମାରୋହ ଅବସରରେ  ସାଂସଦ ତଥା ‘ପ୍ରଜାତନ୍ତ୍ର’ ର ସମ୍ପାଦକ ଭର୍ତ୍ତୃହରି ମହତାବ ଓ ସମ୍ବାଦପତ୍ର ସହ ଜଡ଼ିତ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ବିଶ୍ୱ ଯୁବ ତୀରନ୍ଦାଜ ଚାମ୍ପିଅନସିପରେ ପଦକ ବିଜେତାଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ବିଶ୍ୱ ଯୁବ ତୀରନ୍ଦାଜ ଚାମ୍ପିଅନସିପରେ ୧୧ ଟି ପଦକ ଜିତିଥିବାରୁ ଭାରତର ଜୁନିଅର ଏବଂ କ୍ୟାଡେଟ ତୀରନ୍ଦାଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁରଙ୍କ ଏକ ଟୁଇଟ୍ ଉପରେ ପ୍ରଧାନମନ୍ତ୍ରୀ ରିଟୁଇଟ୍‍ କରି କହିଛନ୍ତି ଯେ, “୨୦୨୩ ବିଶ୍ୱ ଯୁବ ତୀରନ୍ଦାଜ ଚାମ୍ପିଅନସିପରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଆମର ତୀରନ୍ଦାଜମାନଙ୍କ ପାଇଁ ଗର୍ବିତ। ସେମାନଙ୍କର ସଫଳତା ଭାରତରେ ତୀରନ୍ଦାଜର ଭବିଷ୍ୟତ ପାଇଁ ଭଲ କ୍ଷେତ୍ର ସୃଷ୍ଟି କରିଛି ଏବଂ ଆଗାମୀ ତୀରନ୍ଦାଜମାନଙ୍କୁ ଏହା ଉତ୍ସାହିତ କରିବ।”

Categories
ବିଶେଷ ଖବର

ମନ କୀ ବାତ୍‌ର ୧୦୦ତମ ଅଧ୍ୟାୟ ଉପରେ ଜାତୀୟ ସମ୍ମିଳନୀକୁ ଉଦଘାଟନ କଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆଜି ନୂଆଦିଲ୍ଲୀ ଠାରେ ମନ କୀ ବାତ୍‌ର ୧୦୦ତମ ଅଧ୍ୟାୟ ଉପରେ ଆୟୋଜିତ ଦିନିକିଆ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ଦେଶର ୧୦୦ କୋଟି ଲୋକଙ୍କ ନିକଟରେ ପହଞ୍ଚିବା ପରିପ୍ରେକ୍ଷୀରେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଉପରାଷ୍ଟ୍ରପତି ଶ୍ରୀ ଧନଖଡ଼ କହିଥିଲେ ଯେ, ୨୦୧୪ରେ ଏକ ମହତ୍ୱପୂର୍ଣ୍ଣ ଅଧ୍ୟାୟର ଆରମ୍ଭ ହୋଇଥିଲା ଯାହାକି ଦେଶର ଭାଗ୍ୟ ବଦଳାଇ ଦେଇଥିଲା। ଏହି ପର୍ଯ୍ୟାୟ ଦେଶକୁ ନିରନ୍ତର ବିକାଶ ଏବଂ ଅବିରାମ ପ୍ରଗତି ପଥରେ ଆଗେଇ ନେଇଥିଲା। ମେଣ୍ଟ ସରକାରକୁ ବିକାଶ ପାଇଁ ଏକ ବାଧକ ବୋଲି ଅଭିହିତ କରି ଶ୍ରୀ ଧନଖଡ଼ କହିଥିଲେ ଯେ, ୨୦୧୪ରେ ଦୀର୍ଘ ୩୦ ବର୍ଷର ବ୍ୟବଧାନ ପରେ ଭାରତରେ ଏକ ସ୍ଥିର ସରକାର ପ୍ରତିଷ୍ଠା ହୋଇଥିଲା। ସଂସଦରେ ଗୋଟିଏ ଦଳକୁ ସଂଖ୍ୟାଗରିଷ୍ଠତା ମିଳିଥିଲା। ସେ ଆହୁରି କହିଥିଲେ ଯେ ୨୦୧୪ରେ ପ୍ରଧାନମନ୍ତ୍ରୀ ମନ କୀ ବାତ ଜରିଆରେ ଜନସାଧାରଣଙ୍କ ସହିତ ବ୍ୟକ୍ତିଗତ ଭାବେ ମତବିନିମୟ କରିବା ଲାଗି ଏକ ପ୍ରୟୋଗ କରିଥିଲେ। ଏହି ପ୍ରୟୋଗର ଆଉ ଏକ ପରିଣାମ ମିଳିଥିଲା, ତାହା ହେଉଛି ଯୋଗାଯୋଗର ପୁରାତନ ମାଧ୍ୟମ ରେଡିଓ ପୁଣିଥରେ ଲୋକଲୋଚନକୁ ଆସିପାରିଥିଲା।

ସମ୍ପୂର୍ଣ୍ଣ ଭାବେ ଅଣରାଜନୈତିକ ହୋଇଥିବାରୁ ଏହି ମାସିକ ରେଡିଓ କାର୍ଯ୍ୟକ୍ରମକୁ ଉପରାଷ୍ଟ୍ରପତି ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଏପରି କାର୍ଯ୍ୟକ୍ରମ ୧୦୦ ଅଧ୍ୟାୟ ପୂରଣ କରିବା ବାସ୍ତବରେ ପ୍ରଶଂସନୀୟ। ସେ ମନ କୀ ବାତକୁ ଆମ ସଭ୍ୟତାଗତ ଆଦର୍ଶର ଏକ ପ୍ରତିଫଳନ ଭାବେ ଅଭିହିତ କରିଥିଲେ।

ଉଦଘାଟନୀ କାର୍ଯ୍ୟକ୍ରମ ପରେ ଆୟୋଜିତ ଅଧ୍ୟାୟଗୁଡ଼ିକ ବିଷରେ ଆଲୋଚନା କରି ଉପରାଷ୍ଟ୍ରପତି କହିଥିଲେ ଯେ, ବର୍ତ୍ତମାନ ନାରୀ ଶକ୍ତିଙ୍କ ପାଇଁ ସବୁଠୁ ଶ୍ରେଷ୍ଠ ସମୟ ଏବଂ ମହିଳାମାନେ ସଫଳତାର ନୂଆ ଶିଖର ଛୁଇଁପାରୁଛନ୍ତି। ଆମର ରାଷ୍ଟ୍ରପତି ଜଣେ ଅସାଧାରଣ ପ୍ରତିଭାସମ୍ପନ୍ନ ଆଦିବାସୀ ମହିଳା। ସାଂସ୍କୃତିକ ଭାବେ ସମୃଦ୍ଧ ଦେଶ ନିଜର ଯୋଗଦାନକୁ ଭୁଲି ଯାଇଥିଲା ଏବଂ ପ୍ରଧାନମନ୍ତ୍ରୀ ନିଜର ମନ କୀ ବାତ୍‌ କାର୍ଯ୍ୟକ୍ରମ ଜରିଆରେ ପୁଣିଥରେ ସେହି ଭାବନାକୁ ଜାଗ୍ରତ କରିବା ପ୍ରଶଂସାଯୋଗ୍ୟ ବୋଲି ଉପରାଷ୍ଟ୍ରପତି କହିଥିଲେ।

ଶ୍ରୀ ଧନଖଡ଼ କହିଥିଲେ ଯେ ୨୦୪୭ରେ ଭାରତ ଯେତେବେଳେ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବ ସେହି ସମୟରେ ଭାରତ@୧୦୦ର ସ୍ଥିତି କ’ଣ ହେବ ସେଥିପାଇଁ ମନ କୀ ବାତ୍‌ @୧୦୦ ଜରିଆରେ ଏକ ଦୃଢ଼ ମୂଳଦୁଆ ପ୍ରତିଷ୍ଠା କରାଯାଇଛି। ଦେଶରୁ ନକାରାତ୍ମକ ଭାବନା ଦୂର କରିବା ଓ ସକାରାତ୍ମକତା ଜାଗ୍ରତ କରିବାରେ ଏହି କାର୍ଯ୍ୟକ୍ରମର ଭୂମିକାକୁ ସେ ପ୍ରଶଂସା କରିଥିଲେ। ଏପରି ସମୟ ଥିଲା ଭାରତ ଆଶା ହରାଇଥିଲା ଏବଂ ବିଶ୍ୱବ୍ୟାପୀ ଆମର ଛବି ମଳିନ ପଡ଼ିଯାଇଥିଲା, କିନ୍ତୁ ଏବେ ଭାରତ କିଭଳି ଶୀର୍ଷ ଛୁଇଁପାରିଛି ତାହା ଆମେ ସମସ୍ତେ ଦେଖିପାରୁଛୁ।

ଅତି କମ ସମୟ ମଧ୍ୟରେ ମନ କୀ ବାତ୍‌ କାର୍ଯ୍ୟକ୍ରମ ସ୍ଥାନୀୟ କାରୀଗର, ପ୍ରତିଭା ଓ କୌଶଳକୁ ପ୍ରସିଦ୍ଧି ଦେଇଛି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ବିଭାଜିତ ଦେଶ ନିଜ ପ୍ରତିଭାକୁ ଉପଯୋଗ କରିବାକୁ ସକ୍ଷମ ହେନଥିବା ସମୟରେ ଏହି କାର୍ଯ୍ୟକ୍ରମ ଦେଶର ବିବିଧତା ମଧ୍ୟରେ ଏକତା ଭାବନାକୁ ଜାଗ୍ରତ କରିପାରିଛି। ଏହା ଜନଆନ୍ଦୋଳନର ଏକ ଅଗ୍ରଦୂତ ଯାହାର ଉଦାହରଣ ପ୍ରଧାନମନ୍ତ୍ରୀ ଜନତା କର୍ଫ୍ୟୁ ଆହ୍ୱାନ ସମୟରେ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମ ଆମ ଜନସାଧାରଣଙ୍କ ମଧ୍ୟରେ ଆଶାଆକାଂକ୍ଷା ଜାଗ୍ରତ କରିବା ସହିତ ସେମାନଙ୍କୁ ଆଗକୁ ବଢ଼ିବା ଲାଗି ଅନୁପ୍ରାଣିତ କରିଥିବା ଉପରାଷ୍ଟ୍ରପତି କହିଥିଲେ।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ ଯେ ମନ କୀ ବାତ୍‌ ରେଡିଓ କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଠ ଭାରତ ଭାବନା ନେଇ ପ୍ରସ୍ତୁତ ହୋଇଛି। ଏହି କାର୍ଯ୍ୟକ୍ରମ ଭାରତର ସାଧାରଣ ଜନତାଙ୍କ ସଫଳତାକୁ ଲୋକଲୋଚନକୁ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ଏବଂ ଏଥିପାଇଁ ଚୟନ କରାଯାଇଥିବା ମାଧ୍ୟମ ପ୍ରକୃତରେ ଏକ ଗଣମାଧ୍ୟମ।

ମନ କୀ ବାତର ବିଭିନ୍ନ ଅଧ୍ୟାୟରେ ଉଲ୍ଲେଖ କରାଯାଇଥିବା ୧୦୬ ଜଣ ଅତିଥିମାନଙ୍କର ଉପସ୍ଥିତି ପାଇଁ କେନ୍ଦ୍ର ମନ୍ତ୍ରୀ ସେମାନଙ୍କୁ ପ୍ରଶଂସା କରିଥିଲେ। ସେ ଆହୁରି କହିଥିଲେ ଯେ ମନ କୀ ବାତର ୯୯ଟି ଅଧ୍ୟାୟରେ ୭୦୦ରୁ ଅଧିକ ଲୋକ ଏବଂ ସଂଗଠନର ସଫଳତା ବିଷୟରେ ଉଲ୍ଲେଖ କରାଯାଇଛି। ସରକାର ଖେଲୋ ଇଣ୍ଡିଆ ଅଭିଯାନ ଜରିଆରେ କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିବା ଲାଗି ଚେଷ୍ଟା କରିଥିବା ବେଳେ ମନ କୀ ବାତ୍‌ ସେମାନଙ୍କର ସଫଳତାକୁ ଦେଶର ଘରେ ଘରେ ପହଞ୍ଚାଇ ପାରିଛି।

ମନ କୀ ବାତ୍‌ ଜନସାଧାରଣଙ୍କ ବ୍ୟବହାରକୁ ପ୍ରଭାବିତ କରିବା ଲାଗି ଏକ ବ୍ୟବସ୍ଥା ଭାବେ କାମ କରିଛି ବୋଲି ଆଇଆଇଏମ ରୋହତକର ସର୍ବେକ୍ଷଣରୁ ଜଣାପଡ଼ିଛି। ଏହାର ଉଦାହରଣ ଦେଇ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ନିଜ ଛୋଟ ଝିଅର ଅଙ୍ଗଦାନ କରିଥିବା ଏକ ଦମ୍ପତିଙ୍କ ବିଷୟରେ ପ୍ରଧାନମନ୍ତ୍ରୀ ନିଜର ମନ କୀ ବାତ କାର୍ଯ୍ୟକ୍ରମରେ ଉଲ୍ଲେଖ କରିଥିଲେ ଯାହାକି ଦେଶର ପ୍ରତ୍ୟେକ ପରିବାରକୁ ପ୍ରଭାବିତ କରିଥିଲା।

ଶ୍ରୀ ଠାକୁର କହିଥିଲେ ଯେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତ କରିବା ସମୟରେ ଆମେ ଦେଶର ଛୋଟ ଛୋଟ ସ୍ଥାନରେ ପ୍ରସ୍ତୁତ ଉପହାର ବିଦେଶୀ ଅତିଥିମାନଙ୍କୁ ଦେଇଥାନ୍ତି, ଏହା ଭାରତର କୋଣଅନୁକୋଣରେ ପ୍ରସ୍ତୁତ ଉତ୍ପାଦକୁ ବିଶ୍ୱସ୍ତରରେ ପରିଚିତି ଓ ପ୍ରସିଦ୍ଧି ଦେଇଥାଏ। ବିଶ୍ୱବ୍ୟାପୀ କରାଯାଇଥିବା ଏକାଧିକ ସର୍ବେକ୍ଷଣରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ଭାବେ ମାନ୍ୟତା ମିଳିଛି, ଏହା କେବଳ ମନ କୀ ବାତ୍‌ ଭଳି କାର୍ଯ୍ୟକ୍ରମ କାରଣରୁ ହୋଇପାରିଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।

ନିକଟରେ ଆପ୍‌ଲ୍‌ ସିଇଓ ଟିମ୍‌ କୁକ୍‌ ଭାରତ ଗସ୍ତରେ ଆସିଥିବା ସମ୍ପର୍କରେ ଉଦାହରଣ ଦେଇ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଆଜି ସାରା ବିଶ୍ୱ ଭାରତକୁ ଆଶାପୂର୍ଣ୍ଣ ଦୃଷ୍ଟିରେ ଚାହୁଁଛି ଏବଂ ଏହାର ଅର୍ଥବ୍ୟବସ୍ଥା ବୈଶ୍ୱିକ ନିରାଶା ସମୟରେ ଆଶାର ଏକ ଆଲୋକବର୍ତ୍ତିକା ସାଜିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ରେଡିଓ କାର୍ଯକ୍ରମ ପାଇଁ ଦେଶବାସୀଙ୍କ ଠାରୁ ମତାମତ ଲୋଡ଼ିଥାନ୍ତି। କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ମନ କୀ ବାତର ମାତ୍ର ୧୫ଟି ଅଧ୍ୟାୟ ପାଇଁ  ୬୧ ହଜାର ମତାମତ ମିଳିଥିଲା। ୨୦୧୭ରେ ଏହି କାର୍ଯ୍ୟକ୍ରମ ଅଧିକ ସମ୍ପ୍ରସାରିତ ହୋଇଥିଲା ଏବଂ ଏହାକୁ ବିଭିନ୍ନ ଭାଷାରେ ଅନୁବାଦ କରାଯାଇ ପ୍ରସାରଣ କରାଯାଇଥିଲା।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଶ୍ରୀ ଅପୂର୍ବ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ, ଆଜିର କାର୍ଯ୍ୟକ୍ରମରେ ୧୦୬ ଜଣ ସଫଳ ବ୍ୟକ୍ତିବିଶେଷ ଯୋଗ ଦେବା ପ୍ରଧାନମନ୍ତ୍ରୀଙ୍କ ସାମୁଦାୟିକ ସହଭାଗିତା ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି ଯାହାକି ସାମାଜିକ ପରିବର୍ତ୍ତନର ଏକ ବାହକ। ଲୋକମାନଙ୍କୁ ଅନୁପ୍ରାଣିତ କରିବା ଓ ସଶକ୍ତ କରିବା ଲାଗି ମନ କୀ ବାତର ସାମାଜିକ ପ୍ରଭାବକୁ ସେ ପ୍ରଶଂସା କରିଥିଲେ। ଆକାଶବାଣୀର ଇତିହାସରେ ମନ କୀ ବାତ୍‌ ସବୁଠାରୁ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ହୋଇପାରିଛି ବୋଲି ସେ କହିଥିଲେ।

ଏହି ଅବସରରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ପତ୍ନୀ ଡକ୍ଟର ସୁଦେଶ ଧନଖଡ଼, ପ୍ରସାର ଭାରତୀ ସିଇଓ ଗୌରବ ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଉପରାଷ୍ଟ୍ରପତି ମନ କୀ ବାତ୍‌ର ଯାତ୍ରା ବିଷୟରେ ଉଲ୍ଲେଖ କରୁଥିବା ‘ମନ କୀ ବାତ୍‌ ଆଟ୍‌ ୧୦୦ ପୁସ୍ତିକାକୁ ଉନ୍ମୋଚନ କରିଥିଲେ। ଏହାଛଡ଼ା ପ୍ରସାରଣ ଭାରତୀର ପୂର୍ବତନ ସିଇଓ ଏସ.ଏସ ଭେମ୍ପତିଙ୍କ ରଚିତ ପୁସ୍ତକ ‘କଲେକ୍ଟିଭ୍‌ ସ୍ପିରିଟ୍‌, କଂକ୍ରିଟ୍‌ ଆକ୍ସନ’କୁ ମଧ୍ୟ ଉନ୍ମୋଚନ କରିଥିଲେ। ଏହି ପୁସ୍ତକରେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ ଜନସାଧାରଣଙ୍କ ସହିତ ସାମାଜିକ, ଆର୍ଥିକ, ପରିବେଶ, ସାଂସ୍କୃତିକ, ସ୍ୱାସ୍ଥ୍ୟ ଓ ଫିଟନେସ ଭଳି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ମତବିନିମୟ ବିଷୟରେ ବର୍ଣ୍ଣନା କରାଯାଇଛି।

ଏହି ଦିନିକିଆ କାର୍ଯ୍ୟକ୍ରମରେ ନାରୀ ଶକ୍ତି, ବିରାସତ କା ଉଠାନ, ଜନ ସମ୍ବାଦ ସେ ଆତ୍ମନିର୍ଭରତା ଓ ଆହ୍ୱାନ ସେ ଜନ ଆନ୍ଦୋଳନ ଆଦି ବିଷୟବସ୍ତୁ ଉପରେ ଚାରିଟି ଅଧିବେଶନ ଆୟୋଜନ କରାଯାଉଛି।

ସୂଚନା ଯୋଗ ଯେ ୩୦ ଏପ୍ରିଲ ୨୦୨୩ରେ ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ କୀ ବାତ୍‌ର ୧୦୦ତମ ଅଧ୍ୟାୟ ପ୍ରସାରଣ କରାଯିବ।

Categories
ବିଶେଷ ଖବର ମନୋରଂଜନ

ଓଟିଟି ପ୍ଲାଟଫର୍ମରେ ଅଶ୍ଳୀଳ ବିଷୟବସ୍ତୁ ପ୍ରସାରଣକୁ ବରଦାସ୍ତ କରାଯିବ ନାହିଁ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ

ନୂଆଦିଲ୍ଲୀ: ଓଟିଟି ପ୍ଲାଟଫର୍ମରେ ପ୍ରସାରିତ କାର୍ଯ୍ୟକ୍ରମ ଓ ବିଷୟବସ୍ତୁ (କଣ୍ଟେଣ୍ଟ)ରେ ଅଶ୍ଳୀଳତା ଏବଂ ଗାଳିଗୁଲଜ ବଢ଼ୁଥିବାରୁ ଏହାକୁ ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ଉଦବେଗ ପ୍ରକାଶ କରିଛନ୍ତି। ନାଗପୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ସରକାର ଏହି ବିଷୟକୁ ଅତି ଗମ୍ଭୀରତାର ସହିତ ଗ୍ରହଣ କରିଛନ୍ତି।

ଶ୍ରୀ ଠାକୁର କହିଛନ୍ତି ଯେ, ‘‘ସୃଜନଶୀଳତା ନାଁରେ ଗାଳିଗୁଲଜ ଓ ଅଶ୍ଳୀଳତାକୁ ବରଦାସ୍ତ କରାଯିବ ନାହିଁ। ଓଟିଟି ପ୍ଲାଟଫର୍ମଗୁଡ଼ିକରେ ଗାଳିଗୁଲଜ ଏବଂ ଅଶ୍ଳୀଳ କାର୍ଯ୍ୟକ୍ରମ ବା କଣ୍ଟେଣ୍ଟ ପ୍ରସାରଣକୁ ନେଇ ସରକାର ଗମ୍ଭୀର ଅଛନ୍ତି। ଏହାକୁ ନେଇ ନିୟମରେ କୌଣସି ପରିବର୍ତ୍ତନ କରିବାର ଆବଶ୍ୟକତା ପଡ଼ିଲେ ମନ୍ତ୍ରଣାଳୟ ସେ ଦିଗରେ ମଧ୍ୟ ବିଚାର କରିବ। କାରଣ ଏସବୁ ପ୍ଲାଟଫର୍ମଗୁଡ଼ିକୁ ସୃଜନଶୀଳତା ପାଇଁ ସ୍ୱାଧୀନତା ମିଳିଛି, କିନ୍ତୁ ଗାଳିଗୁଲଜ କିମ୍ବା ଅଶ୍ଳୀଳତା ପାଇଁ ସେମାନଙ୍କୁ ସ୍ୱାଧୀନତା ଦିଆଯାଇନାହିଁ। ସୀମା ଉଲ୍ଲଙ୍ଘନ କଲେ ସୃଜନଶୀଳତା ନାଁରେ ଗାଳିଗୁଲଜ ଓ ଅସଭ୍ୟତାକୁ ଆଦୌ ସ୍ୱୀକାର କରାଯିବ ନାହିଁ । ଏହା ଉପରେ ଯାହାକିଛି ଜରୁରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ଦେଖାଦେବ ସେଥିରେ ସରକାର ପଛଘୁଞ୍ଚା ଦେବେ ନାହିଁ।’’

ଶ୍ରୀ ଅନୁରାଗ ସିଂ ଠାକୁର ଆହୁରି କହିଥିଲେ ଯେ, ‘‘ବର୍ତ୍ତମାନ ରହିଥିବା ବ୍ୟବସ୍ଥା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ପ୍ରଯୋଜକମାନେ ଏଭଳି ଅଭିଯୋଗର ସମାଧାନ କରିବେ। ୯୦ରୁ ୯୨% ଅଭିଯୋଗ କ୍ଷେତ୍ରରେ ପ୍ରଯୋଜକମାନେ ନିଜଆଡ଼ୁ ପରିବର୍ତ୍ତନ କରି ସେଗୁଡ଼ିକର ସମାଧାନ କରୁଛନ୍ତି। ଏହାପରେ ସେମାନଙ୍କର ଆସୋସିଏସନ ସ୍ତରରେ ଅଭିଯୋଗ ସମାଧାନ କରାଯାଇଥାଏ। ଅଧିକାଂଶ ଅଭିଯୋଗ ଏହି ସ୍ତରରେ ମଧ୍ୟ ସମାଧାନ କରାଯାଉଛି। ପରବର୍ତ୍ତୀ ପର୍ଯ୍ୟାୟରେ ସରକାରଙ୍କ ନିକଟରେ ଅଭିଯୋଗ କରାଗଲେ ନିର୍ଦ୍ଧାରିତ ନିୟମ ଅନୁଯାୟୀ ବିଭାଗୀୟ କମିଟି ସେ ଦିଗରେ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। କିନ୍ତୁ ଗତ କିଛି ଦିନ ହେବ ଅଭିଯୋଗ ବଢ଼ୁଥିବା ଦେଖାଯାଉଛି। ବିଭାଗ ଏହାକୁ ଅତି ଗମ୍ଭୀରତାର ସହିତ ଗ୍ରହଣ କରିଛି। ଏ ଦିଗରେ ଆମକୁ କିଛି ପରିବର୍ତ୍ତନ ଆଣିବାକୁ ପଡ଼ିବ ଏବଂ ଏ ବିଷୟରେ ଆମେ ଗମ୍ଭୀରତାର ସହିତ ବିଚାର କରୁଛୁ।’’

Categories
ଆଜିର ଖବର ଖେଳ ଜାତୀୟ ଖବର

ପଞ୍ଜାବର ଆଇଆଇଟି ରୋପାର ଠାରୁ ସମଗ୍ର ଦେଶରେ ଯୁବ ଉତ୍ସବ ଆରମ୍ଭ କରିଛନ୍ତି କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ଵର: କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ଓ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଆଜି ପଞ୍ଜାବର ଆଇଆଇଟି ରୋପାରରୁ ସାରା ଭାରତରେ ଯୁବ ଉତ୍ସବ -ଇଣ୍ଡିଆ @ 2047 ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଅନୁରାଗ ଠାକୁର ମଧ୍ୟ ଯୁବ ଉତ୍ସବର ଡ୍ୟାସବୋର୍ଡ ଶୁଭାରମ୍ଭ କରିଛନ୍ତି।

ଯୁବ ଉତ୍ସବ ଏକାସାଙ୍ଗରେ ପ୍ରତାପଗଡ (ୟୁ.ପି.), ହରିଦ୍ୱାର (ଉତ୍ତରପ୍ରଦେଶ), ଧର ଏବଂ ହୋସଙ୍ଗାବାଦ (ମଧ୍ୟ ପ୍ରଦେଶ), ହନୁମାନଗଡ଼ (ରାଜସ୍ଥାନ), ସରାଇକେଲା (ଝାଡ଼ଖଣ୍ଡ), କପୁରଥାଲା (ପଞ୍ଜାବ), ଜଲଗାଓଁ (ମହାରାଷ୍ଟ୍ର), ବିଜୟୱାଡ଼ା (ଆନ୍ଧ୍ର ପ୍ରଦେଶ), କରିମନଗର (ତେଲେଙ୍ଗାନା), ପାଲଖଡ଼ (କେରଳ), କୁଡାଲୋର (ତାମିଲନାଡୁ)  ଠାରେ ଆୟୋଜିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ 31 ମାର୍ଚ୍ଚ 2023 ସୁଦ୍ଧା ଯୁବ ଶକ୍ତିର ପାଳନ ପାଇଁ ଦେଶର 150 ଟି ଜିଲ୍ଲାରେ ଯୁବ ଉତ୍ସବ ଅନୁଷ୍ଠିତ ହେବ।

ଯୁବକମାନଙ୍କ ଦ୍ୱାରା ଭର୍ତ୍ତି ଏକ ହଲ୍ ସହିତ କଥା ହେବା ଅବସରରେ, ଶ୍ରୀ ଅନୁରାଗ ସିଂ ଠାକୁର ଆମର ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ବିଷୟରେ କହିଥିଲେ ଏବଂ ଯୁବକମାନଙ୍କୁ ଗର୍ବିତ ଅନୁଭବ କରିବାକୁ ଅନୁରୋଧ କରିଥିଲେ। ଆମେ ଦୁନିଆର ସବୁଠୁ ବଡ ଯୁବା-ଶକ୍ତି ଏବଂ ଆମର ଅପାର ସମ୍ଭାବନା ହାସଲ କରିବାକୁ ଚେଷ୍ଟା କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଆହୁରି ମଧ୍ୟ, ସେ ଛାତ୍ରମାନଙ୍କୁ ଏକ ସାମାଜିକ କାରଣ ବାଛିବା ପାଇଁ ଅନୁରୋଧ କରିଥିଲେ ଯାହା ପ୍ରତ୍ୟେକଙ୍କ ହୃଦୟର ନିକଟତର ଏବଂ ଏହି ସମସ୍ୟାର ସମାଧାନ ଖୋଜିବା ପାଇଁ କାର୍ଯ୍ୟ କରିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯୁବକମାନେ ଆସନ୍ତାକାଲିର ନିର୍ମାଣକାରୀ ଅଟନ୍ତି।

ଅନୁରାଗ ସିଂ ଠାକୁର ମଧ୍ୟ ମିଲେଟର ମହତ୍ତ୍ବ ଏବଂ କୃଷକଙ୍କ ଆୟ ବଢ଼ାଇବା ପାଇଁ ସମ୍ଭାବନା ବିଷୟରେ କହିଥିଲେ ଏବଂ ଆମକୁ ଜଳ ସଞ୍ଚୟ ଏବଂ ମୃତ୍ତିକା ସଂରକ୍ଷଣ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ସେ ମଧ୍ୟ ଏହି ଅବସରରେ ଫିଟ୍ ଇଣ୍ଡିଆ ସମ୍ପର୍କରେ କହିଥିଲେ ଯାହାର ସ୍ଲୋଗାନ ହେଉଛି “ଫିଟନେସ୍ କା ଡୋଜ୍, ଆଧା ଘଣ୍ଟା ରୋଜ”।

“ଆଜି ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ହୋଇଛି। ଆମର 107 ଟି ୟୁନିକର୍ଣ୍ଣ ଅଛି। ଆମ ପାଖରେ ସର୍ବାଧିକ ସଂଖ୍ୟକ ଷ୍ଟାର୍ଟଅପ୍ ଅଛି ଯାହା ଯେ କୌଣସି ଦେଶ ତୁଳନାରେ ସର୍ବାଧିକ ଅଟେ।  ଆମର ଅର୍ଥନୀତି ମଧ୍ୟ କ୍ରମାଗତ ଭାବରେ ବିକାଶ ଦିଗରେ ଅଗ୍ରସର ହେଉଛି। ଷ୍ଟାର୍ଟ ଅପ୍ ଇଣ୍ଡିଆ ଏବଂ ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଭଳି ମୋଦୀ ଜି ଙ୍କ ଉଦ୍ୟମ ଏବଂ ପଦକ୍ଷେପ ଯୋଗୁଁ ଏସବୁ ସମ୍ଭବ ହୋଇଛି ବୋଲି ସେ କହିଛନ୍ତି।

ଏହି ଅବସରରେ କେନ୍ଦ୍ରରେ ସ୍ଥାପିତ ଷ୍ଟଲଗୁଡ଼ିକୁ କେନ୍ଦ୍ର ମନ୍ତ୍ରୀ ମଧ୍ୟ ପରିଦର୍ଶନ କରିଥିଲେ।

ପୃଷ୍ଠଭୂମି

ପ୍ରଥମ ପର୍ଯ୍ୟାୟରେ ଯୁବ ଉତ୍ସବ କାର୍ଯ୍ୟକ୍ରମ ଜିଲ୍ଲାର ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକ ଦ୍ୱାରା ଆୟୋଜିତ ହେଉଛି, ଯେଉଁଥିରେ ଏନୱାଇକେଏସ୍ ସହିତ ସହବନ୍ଧିତ ଯୁବ ସ୍ୱେଚ୍ଛାସେବୀ ଏବଂ ଯୁବ କ୍ଲବର ସଦସ୍ୟମାନଙ୍କ ବ୍ୟତୀତ ପଡୋଶୀ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ସାମିଲ୍ ହେଉଛନ୍ତି।

ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଏହାର ପ୍ରମୁଖ ଯୁବ ସଂଗଠନ ନେହେରୁ ଯୁବା କେନ୍ଦ୍ର ସଂଗଠନ (ଏନୱାଇକେଏସ) ମାଧ୍ୟମରେ ଦେଶର ସମସ୍ତ ଜିଲ୍ଲାରେ “ଯୁବ ଉତ୍ସବ- ଇଣ୍ଡିଆ @ 2047” କାର୍ଯ୍ୟକ୍ରମ ଆୟୋଜନ କରୁଛି। ସାରା ଭାରତରେ ମାର୍ଚ୍ଚରୁ ଜୁନ୍ 2023 ପର୍ଯ୍ୟନ୍ତ ହେବାକୁ ଥିବା ଏକ ଦିନିଆ ଜିଲ୍ଲା ସ୍ତରୀୟ ଯୁବା ଉତ୍ସବ ରେ 3-ଟିୟର ଫର୍ମାଟ୍ ରହିଛି। ଏହି ପ୍ରୋଗ୍ରାମର ପ୍ରଥମ ପର୍ଯ୍ୟାୟ 150 ଟି ଜିଲ୍ଲାରେ ଅନୁଷ୍ଠିତ ହେବ ଯାହାକି ଚଳିତ ଆର୍ଥିକ ବର୍ଷର 4 ମାର୍ଚ୍ଚ ଠାରୁ 31 ମାର୍ଚ୍ଚ 2023 ମଧ୍ୟରେ କରାଯିବ।

ଜିଲ୍ଲା ସ୍ତରର ବିଜେତାମାନେ ରାଜ୍ୟ ସ୍ତରୀୟ ଯୁବା ଉତ୍ସବରେ ଅଂଶଗ୍ରହଣ କରିବେ ଯାହାକି ଅଗଷ୍ଟରୁ ସେପ୍ଟେମ୍ବର 2023 ମଧ୍ୟରେ ରାଜ୍ୟ ରାଜଧାନୀରେ ଅନୁଷ୍ଠିତ ହେବାକୁ ଥିବା 2 ଦିନିଆ କାର୍ଯ୍ୟକ୍ରମ ହେବ। ସମସ୍ତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମର ବିଜେତାମାନେ ଅକ୍ଟୋବର 2023 ର 3ୟ / 4ର୍ଥ ସପ୍ତାହରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ଯୁବ ଉତ୍ସରେ ଅଂଶଗ୍ରହଣ କରିବେ।

ତିନୋଟି ସ୍ତରରେ ଯୁବ କଳାକାର, ଲେଖକ, ଫଟୋଗ୍ରାଫର, ଓରେଟରମାନେ ପ୍ରତିଦ୍ୱନ୍ଦ୍ୱିତା କରିବେ ଏବଂ ପାରମ୍ପାରିକ କଳାକାରମାନେ ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପ୍ରଦର୍ଶନ କରିବେ। ଯୁବ ଉତ୍ସବର ବିଷୟବସ୍ତୁ ପଞ୍ଚ ପ୍ରଣ ହେବ।

1- ବିକଶିତ ଭାରତର ଲକ୍ଷ୍ୟ,

2- ଦାସତ୍ୱ କିମ୍ବା ଔପନିବେଶିକ ମାନସିକତାର ଚିହ୍ନ ଦୂର କରିବା ,

3- ଆମର ଐତିହ୍ୟ ଏବଂ ସଂସ୍କୃତି ପାଇଁ ଗର୍ବ କରିବା

4- ଏକତା ଏବଂ ସାର୍ବଭୌମତ୍ବ

5- ନାଗରିକମାନଙ୍କ ମଧ୍ୟରେ କର୍ତ୍ତବ୍ୟର ଭାବନା

ଯୁବ ଅଂଶଗ୍ରହଣକାରୀମାନେ ଅମୃତ କାଳର ଏହି ଅବସରରେ 5 ଟି ରିଜଲ୍‌ଭସ (ପଞ୍ଚ ପ୍ରଣ) ଉପରେ ଗୁରୁତ୍ବ ପ୍ରଦାନ କରିବେ।   ଭାରତର ସ୍ବାଧୀନତାର 75 ତମ ବାର୍ଷିକୀ ପାଳନ ପାଇଁ ଭାରତ @ 2047 ପର୍ଯ୍ୟନ୍ତ ଏହି ମହାନ ଉତ୍ସବ ପାଇଁ ଯୁବ ଶକ୍ତି ସେ ଜନ ଭାଗିଦାରୀ ଏକ ପ୍ରମୁଖ ଉତ୍ସ ହେବ।

15 ରୁ 29 ବର୍ଷ ବୟସର ଯୁବକମାନେ ଜିଲ୍ଲା, ରାଜ୍ୟ ତଥା ଜାତୀୟ ସ୍ତରରେ କାର୍ଯ୍ୟକ୍ରମ/ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ଅଟନ୍ତି ଏବଂ ପ୍ରତ୍ୟେକ ପର୍ଯ୍ୟାୟରେ ବିଜେତାମାନେ ପରବର୍ତ୍ତୀ ସ୍ତରକୁ ଉତ୍ତିର୍ଣ୍ଣ ହେବେ।

Categories
ଖେଳ ଜାତୀୟ ଖବର ବିଶେଷ ଖବର

ପୁରୁଷ ହକି ବିଶ୍ବକପର ଉଦଘାଟନୀ ସମାରୋହରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂ ଠାକୁର

ଭୁବନେଶ୍ବର: ଦେଶରେ କ୍ରୀଡ଼ା ଓ ଖେଳର ପ୍ରୋତ୍ସାହନ ଲାଗି ଭାରତ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଏହା କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର। ସେ କହିଥିଲେ ଯେ ସହଯୋଗୀ ସଂଘୀୟ ବ୍ୟବସ୍ଥାର ଭାବନା ନେଇ ରାଜ୍ୟମାନେ ମଧ୍ୟ ଏ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି। କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଏଫଆଇଏଚ୍‌ ପୁରୁଷ ହକି ବିଶ୍ବକପର ଉଦଘାଟନୀ ସମାରୋହକୁ ଉଦଘାଟନ କରି କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ କ୍ରୀଡ଼ାପ୍ରେମୀ ହୋଇଥିବା ବେଳେ ତାଙ୍କ ନେତୃତ୍ବରେ ଭାରତ ସରକାର ଜାତୀୟ ହକି ଦଳକୁ ସବୁ ପ୍ରକାର ସହାୟତା ଯୋଗାଇ ଦେଇଛନ୍ତି। କୋଭିଡ-୧୯ ମହାମାରୀ ଭଳି କଷ୍ଟକର ସମୟରେ ହକି ଦଳକୁ ପ୍ରୋତ୍ସାହନ ଦିଆଯିବା ଫଳରେ ଭାରତୀୟ ହକି ଦଳ ଟୋକିଓ ଅଲିମ୍ପିକ୍ସରେ ସମ୍ମାନଜନକ ବ୍ରୋଞ୍ଜ ପଦକ ଜିତିଥିଲା।

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ହକି ଖେଳରେ ଭାରତର ଏକ ସମୃଦ୍ଧ ଇତିହାସ ରହିଛି। ସ୍ବାଧୀନତା ପୂର୍ବରୁ କିମ୍ବଦନ୍ତୀ ହକି ଖେଳାଳୀ ମେଜର ଧ୍ୟାନଚାନ୍ଦଙ୍କ ନେତୃତ୍ବରେ ଏବଂ ସ୍ବାଧୀନତା ପରେ ହକି କିମ୍ବଦନ୍ତୀ ବଲବୀର ସିଂ ସିନିୟରଙ୍କ ନେତୃତ୍ବରେ ଭାରତୀୟ ଦଳ ତିନି ଥର ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ଜିତିଥିଲା।

କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ହକି ବିଶ୍ବକପର ଭବ୍ୟ ଉଦଘାଟନୀ ସମାରୋହକୁ ପ୍ରଶଂସା କରିଥିଲେ। ଭାରତରେ ଲଗାତାର ଦୁଇ ଥର ଏଫଆଇଏଚ ପୁରୁଷ ହକି ବିଶ୍ବକପ ଆୟୋଜନ ପାଇଁ ସୁଯୋଗ ଦେଇଥିବାରୁ ଏଫଆଇଏଚ ସଭାପତି ତୟବ ଇକ୍ରାମଙ୍କୁ ଶ୍ରୀ ଠାକୁର ଧନ୍ୟବାଦ ଜଣାଇଥିଲେ। ଦେଶକୁ ଏକ ସୁନ୍ଦର ହକି ଷ୍ଟାଡିୟମ ଭେଟି ଦେଇଥିବାରୁ ସେ ମଧ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନୀ ସମାରୋହ ଅବସରରେ ଅତିଥିମାନଙ୍କୁ ସ୍ବାଗତ ଜଣାଇଥିଲେ। ହକି ବିଶ୍ବକପ ଆୟୋଜନ ପାଇଁ ଓଡ଼ିଶା ସରକାରଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତ ସରକାରଙ୍କୁ ସେ ଧନ୍ୟବାଦ ଜଣାଇଥିଲେ।

ଏଫଆଇଏଚ ସଭାପତି ତୟବ ଇକ୍ରାମ, ହକି ଇଣ୍ଡିଆ ସଭାପତି ଦିଲିପ ତିର୍କୀ, ଓଡ଼ିଶା କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସମେତ ଭାରତୀୟ ଦଳ ଏବଂ ବିଭିନ୍ନ ଅନ୍ତର୍ଜାତୀୟ ଦଳର ଖେଳାଳୀମାନେ ଏହି ଅବସରରେ ଉପସ୍ଥିତ ଥିଲେ।

ଏଥିପୂର୍ବରୁ ଆଜି ସକାଳେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଠାକୁର ଭୁବନେଶ୍ବର ଦୂରଦର୍ଶନ କେନ୍ଦ୍ର ଏବଂ ଭୁବନେଶ୍ବରସ୍ଥିତ ନେସନାଲ ଏକାଡେମୀ ଫର ବ୍ରଡକାଷ୍ଟିଂ ଏଣ୍ଡ ମଲ୍ଟିମିଡିଆ (ଏନଏବିଏମ) ପରିଦର୍ଶନ କରିଥିଲେ। ବିଭାଗୀୟ ଅଧିକାରୀଙ୍କ ସହିତ ସେ ଏହି ଦୁଇ ସଂସ୍ଥାର କାର୍ଯ୍ୟଧାରା ସମୀକ୍ଷା କରିଥିଲେ। ଦୂରଦର୍ଶନର ଦର୍ଶକ ସଂଖ୍ୟା ବଢ଼ାଇବା ପାଇଁ କାର୍ଯ୍ୟକ୍ରମର ମାନରେ ସୁଧାର ଆଣିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ଏହାଦ୍ବାରା ଦୂରଦର୍ଶନର ବଜାର ଅଂଶଧନ ବୃଦ୍ଧି ପାଇବ ବୋଲି ସେ କହିଥିଲେ।

ଉଭୟ ଦୂରଦର୍ଶନ ଏବଂ ନେସନାଲ ଏକାଡେମୀ ଫର ବ୍ରଡକାଷ୍ଟିଂ ଏଣ୍ଡ ମଲ୍ଟିମିଡିଆ ପରିସରରେ କେନ୍ଦ୍ର ମନ୍ତ୍ରୀ ବୃକ୍ଷରୋପଣ କରିଥିଲେ। ସନ୍ଧ୍ୟାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ କଟକ ଆକାଶବାଣୀ ପରିଦର୍ଶନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

୨୦୨୩ ମସିହା ନିମନ୍ତେ ଭାରତ ସରକାରଙ୍କ ସରକାରୀ କ୍ୟାଲେଣ୍ଡର କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର ଆଜି (୨୮.୧୨.୨୦୨୨) ୨୦୨୩ ମସିହା ନିମନ୍ତେ ଭାରତ ସରକାରଙ୍କ ସରକାରୀ କ୍ୟାଲେଣ୍ଡର ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇ ମନ୍ତ୍ରୀ କ୍ୟାଲେଣ୍ଡରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସର ଛବି ପ୍ରତିଫଳିତ ହୋଇଛି ବୋଲି କହିଥିଲେ। କ୍ୟାଲେଣ୍ଡରଟି ୧୨ଟି ଚିତ୍ରର ଏକ ଚିତାକର୍ଷକ ସଂଗ୍ରହ ତଥା ଏଥିରେ ‘ଅଭିବୃଦ୍ଧିମୁଖି ଭାରତ’ ବିଷୟବସ୍ତୁ ଥିବାରୁ ସେ ଏହାର ପ୍ରଶଂସା କରିଥିଲେ। ୧୨ମାସରେ ୧୨ କଥାବସ୍ତୁ ଜନ କଲ୍ୟାଣ ଦିଗରେ ସରକାରଙ୍କ ଅକ୍ଳାନ୍ତ ଉଦ୍ୟମର ପ୍ରତିଫଳନ ବୋଲି ସେ କହିଥିଲେ।

କ୍ୟାଲେଣ୍ଡରଟି କିପରି ଦୁଇବର୍ଷ ବ୍ୟବଧାନ ପରେ ଛପା ହୋଇଛି, ମନ୍ତ୍ରୀ ତାହାର ସ୍ମୃତିଚାରଣ କରିଥିଲେ। ଏହାକୁ ସରକାରଙ୍କ ସର୍ବୋତ୍ତମ ସୃଜନ ବୋଲି କହି ଶ୍ରୀ ଠାକୁର ଉଭୟ ଡିଜିଟାଲ ଓ ମୁଦ୍ରିତ ଢାଞ୍ଚାରେ ଉପଲବ୍ଧ ଏହି କ୍ୟାଲେଣ୍ଡର ସରକାରଙ୍କ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଓ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରସାରଣର ମାଧ୍ୟମ ହେବ ବୋଲି କହିଥିଲେ। ଦେଶର ସମସ୍ତ ପଞ୍ଚାୟତକୁ ଏହି କ୍ୟାଲେଣ୍ଡର ବଣ୍ଟାଯାଇ ତୃଣମୂଳ ସ୍ତରରେ ଏହା ବାର୍ତ୍ତା ପହଞ୍ଚାଇବାରେ ସହାୟକ ହେବ। ମନ୍ତ୍ରୀ ଆହୁରି କହିଥିଲେ ଯେ କ୍ୟାଲେଣ୍ଡରର ଏହି ସଂସ୍କରଣ ସରକାରଙ୍କ ସଫଳତା ଓ ଭବିଷ୍ୟତରେ ଅଙ୍ଗୀକାରବଦ୍ଧତା ସୂଚାଉଥିବାରୁ ଏହା ବିଷୟବସ୍ତୁ ନୟେ ବର୍ଷ, ନୟେ ସଂକଳ୍ପ ରଖାଯାଇଛି। ହିନ୍ଦି ଓ ଇଂରାଜୀ ସମେତ ଏହା ୧୩ଟି ଭାଷାରେ ଉପଲବ୍ଧ ଏବଂ ଦେଶର ସମସ୍ତ ସରକାରୀ କାର୍ଯ୍ୟାଳୟ, ପଞ୍ଚାଯତରାଜ ଅନୁଷ୍ଠାନ, ସ୍ୱାସ୍ଥ୍ୟକେନ୍ଦ୍ର, ନବୋଦୟ ଓ କେନ୍ଦ୍ରୀୟ ବିଦ୍ୟାଳୟ ଜିଲ୍ଲାର ଜିଲ୍ଲାପାଳ ଓ ବିଡିଓଙ୍କଠାରେ ଉପଲବ୍ଧ ହେବା ସହ ସରକାରୀ ଉଦ୍ୟୋଗ ଓ ସ୍ୱୟଂଶାସିତ ଅନୁଷ୍ଠାନଗୁଡିକ ଏହାକୁ କ୍ରୟ କରିପାରିବେ। ମୋଟ ଏଗାର ଲକ୍ଷ କ୍ୟାଲେଣ୍ଡର ଛାପା ହେଉଥିବାବେଳେ ପଂଚାୟତଗୁଡିକ ବାଣ୍ଟିବା ପାଇଁ ୨.୫ଲକ୍ଷ କପି ଉଦ୍ଦିଷ୍ଟ।

ଶ୍ରୀ ଠାକୁର ମଧ୍ୟ ମନ୍ତ୍ରଣାଳୟର ବିଭିନ୍ନ ବିଭାଗର ସଫଳତା ନେଇ ଦୃଢୋକ୍ତି ପ୍ରକାଶ କରିଥିଲେ। କେବଳ ଅବସ୍ଥିତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ୫୦ଟି ଟ୍ରାନ୍ସମିଟରକୁ ଛାଡି ପ୍ରସାର ଭାରତୀ ଏହାର ଆନାଲଗ ଟେରିଷ୍ଟିଆଲ ଟ୍ରାନ୍ସମିଟରଗୁଡିକୁ ବନ୍ଦ କରିଦେଇଛି। ଡିଡି ଫ୍ରି ଡିସ୍ ୨୦୨୨ ପ୍ରାରମ୍ଭରେ ୪୩ ନିୟୁତ ଘରେ ପହଞ୍ଚିଥିବାବେଳେ,ପ୍ରସାର ଭାରତୀ ଅଧୀନରେ ଅନ୍ୟାନ୍ୟ ଚ୍ୟାନେଲଗୁଡିକ ଦୁଇକୋଟିରୁ ଅଧିକ ଗ୍ରାହକଙ୍କ ନିକଟରେ ପହଞ୍ଚିଛି। ଚଳିତବର୍ଷ ଆଉ ୭୫ଟି ଗୋଷ୍ଠୀ ବେତାର କେନ୍ଦ୍ରକୁ ମିଶାଇ ଦେଶରେ ଏହି ସଂଖ୍ୟା ୩୯୭ରେ ପହଞ୍ଚିଛି ବୋଲି ସେ କହିଥିଲେ।

ସେ ଆହୁରି କହିଥିଲେ ଯେ କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋର ସ୍ୱୟଂକ୍ରିୟ ପଦ୍ଧତି ସମ୍ପୂର୍ଣ୍ଣ ହେଲେ ଖବରକାଗଜ ରେଜିଷ୍ଟ୍ରାର ପାଇଁ ମଧ୍ୟ ସେ ପ୍ରକ୍ରିୟା ଆରମ୍ଭ ହେବ। ସାମ୍ବାଦିକ କଲ୍ୟାଣ ଯୋଜନା ଅଧୀନରେ ମନ୍ତ୍ରଣାଳୟ ଗତ ପାଂଚବର୍ଷ ମଧ୍ୟରେ ୧୩. ୧୨ କୋଟି ଟଙ୍କା ୨୯୦ ଜଣ ସାମ୍ବାଦିକ ଓ ସାମ୍ବାଦିକ ପରିବାରକୁ ପ୍ରଦାନ କରିଥିବା ସେ ପ୍ରକାଶ କରିଥିଲେ।
କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋର ମହାନିର୍ଦ୍ଦେଶକ ମନୀଶ ଦେଶାଇ ସମବେତ ବ୍ୟକ୍ତିମାନଙ୍କୁ ଜଣାଇଥିଲେ ଯେ କ୍ୟାଲେଣ୍ଡର ବିଷୟବସ୍ତୁ “ନୟେ ବର୍ଷ ନୟେ ସଂକଳ୍ପ” ଭାରତ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓ ନୀତି ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଓ ନେତୃତ୍ୱକୁ ଭିତ୍ତିକରି ହୋଇଛି। କ୍ୟାଲେଣ୍ଡର ଦେଶସାରା ଅବସ୍ଥିତ କେନ୍ଦ୍ର୍ରୀୟ ସରକାରୀ କାର୍ଯ୍ୟାଳୟରେ ବଣ୍ଟା ହେବ। ଏଥିସହ ସିବିସିର ସମୂହ ମେଲିଂ ୟୁନିଟ୍ ମଧ୍ୟ ଭାରତୀୟ ଡାକ ସେବା ଭାଷାରେ କ୍ୟାଲେଣ୍ଡର ବାଣ୍ଟିବ ବୋଲି ଶ୍ରୀ ଦେଶାଇ କହିଥିଲେ।

କ୍ୟାଲେଣ୍ଡର ସମ୍ପର୍କରେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଓ ଚିନ୍ତାଧାରାକୁ ଭିତ୍ତିକରି କ୍ୟାଲେଣ୍ଡର-୨୦୨୩ ପ୍ରସ୍ତୁତ ହୋଇଛି। ପ୍ରତ୍ୟେକ ମାସ ଏକ ସଶକ୍ତ ଭାରତକୁ ପରିପୃଷ୍ଟ କରିବା ପାଇଁ ପ୍ରଶାସନିକ ନୀତି ଉପରେ ଆଲୋକପାତ କରିଛି।

ଜାନୁୟାରୀ-ଭାରତ ଅମୃତକାଳରେ ପ୍ରବେଶ କରୁଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜପଥକୁ କର୍ତ୍ତବ୍ୟପଥ ଭାବେ ସେପ୍ଟେମ୍ବର ୨୦୨୨ରେ ପୁର୍ନନାମିତ କରିଛନ୍ତି। ଏହା ଆମର ଉପନିବେଶ ମନୋବୃତ୍ତି ଉପରେ କୁଠାରଘାତ କରି ଆମ ନିଜ ଦେଶର ରାସ୍ତାରେ ଅଗ୍ରସର ହେବାର ପ୍ରତୀକ ଭାବେ ଦର୍ଶାଯାଇଛି।

ଫେବୃୟାରୀ-ଫେବୃୟାରୀ କିଷାନ କଲ୍ୟାଣ ବା ଚାଷୀ କଲ୍ୟାଣ କାର୍ଯ୍ୟକ୍ରମ ପ୍ରତି ଉତ୍ସର୍ଗୀକୃତ। ଚାଷୀମାନେ ଆମ ଦେଶର ଗର୍ବ ଓ ସରକାର ଏକମ ସମୃଦ୍ଧ ଭାରତ ଗଠନ ତଥା ସେମାନଙ୍କୁ ସଶକ୍ତ କରିବା ପାଇଁ ଅନେକ ନୀତି କାର୍ଯ୍ୟକାରୀ କରାଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯଥାର୍ଥରେ କହିଛନ୍ତି।

ମାର୍ଚ୍ଚ- ମାର୍ଚ୍ଚ ମାସ ହେଉଛି ଭାରତୀୟ ମହିଳା ବା ନାରୀଶକ୍ତି ଜାଗରଣ ପ୍ରତି ସମ୍ମାନ। ପ୍ରତ୍ୟେକ ଘରର ମହିଳାଙ୍କୁ ଧନ୍ୟବାଦ ଜଣାଇ ଏଇ ମାସରେ ଆମେ ମାର୍ଚ୍ଚ ୮ତାରିଖଦିନ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରୁଛୁ। ମହିଳାମାନେ କୌଣସି ବାଧାବିଘ୍ନ ଭ୍ରୂକ୍ଷେପ ନ କରି ନିଜ ପାଇଁ ଓ ଅନ୍ୟମାନଙ୍କ ନିମନ୍ତେ ଦୃଷ୍ଟାନ୍ତ ସାଜିଥାନ୍ତି। ଭାରତ ସରକାର ମହିଳାଙ୍କୁ ସମ୍ମାନ ଜଣାଇ ପ୍ରତିବର୍ଷ ଦକ୍ଷତା ଭିତ୍ତିରେ ନାରୀଶକ୍ତି ପୁରସ୍କାର ଦେଇଥାଏ।

ଏପ୍ରିଲ-ଶିକ୍ଷାଗତ ସଂସ୍କାର ସରକାରଙ୍କ କାର୍ଯ୍ୟକ୍ରମର ଏକ ବିଶେଷ ଅଙ୍ଗଜପାଲଟିଛି। ଏହି ଲକ୍ଷ୍ୟ ସାରାଂଶ ହେଉଛି ପ୍ରଧାନମନ୍ତ୍ରୀଙ୍କ ସ୍ଲୋଗାନ “ପଢେ ଭାରତ,ବଢେ ଭାରତ “ ଓ ଏପ୍ରିଲ କଥାବସ୍ତୁ ହେଉଛି ଶିକ୍ଷିତ ଭାରତ। ତୃଣମୂଳ ସ୍ତରୀୟ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚଶିକ୍ଷା କ୍ଷେଦ୍ରରେ ନୂତନ ଶିକ୍ଷା ନୀତିରେ ପରିବର୍ତ୍ତନ ଭାରତୀୟ ଶିକ୍ଷା ପଦ୍ଧତିରେ ବହୁଦିନରୁ ଆବଶ୍ୟକ ଥିଲା।

ମଇ- ମଇ ହେଉଛି କୌଶଳ ଭାରତ କାର୍ଯ୍ୟକ୍ରମ ନିମନ୍ତେ ଉତ୍ସର୍ଗୀକୃତ ମାସ। ଆନୁଷ୍ଠାନିକ ପଦ୍ଧତିରେ ଦେଶର ୩୦କୋଟି ଜନସାଧାରଣଙ୍କୁ ତାଲିମ ଦେବା ହେଉଛି ଜାତୀୟ କୌଶଳ ବିକାଶ ଅଭିଯାନର ଲକ୍ଷ୍ୟ । କୌଣସି ଯୁବକ ଯୁବତୀଙ୍କଠାରେ ଯେପରି ସେମାନଙ୍କ ସାମର୍ଥ୍ୟର ଅଭାବ ପରିଲକ୍ଷିତ ନ ହୁଏ, ତାହା କୌଶଳ ବିକାଶ ସୁନିଶ୍ଚିତ କରିବ।
ଜୁନ-ଜୁନ ୨୧ ତାରିଖ ଦିନ ଆନ୍ତର୍ଜାତିକ ଯୋଗ ଦିବସ ବିଶ୍ୱବ୍ୟାପୀ ପାଳିତ ହୁଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତରେ ସବିୁ ବୟସର ଜନସାଧାରଣଙ୍କୁ ଶାରୀରିକ ଦୃଷ୍ଟିରୁ ଦକ୍ଷ ରଖିବାକୁ ଫିଟ ଇଣ୍ଡିଆ ଅଭିଯାନ ଆରମ୍ଭ କରିଥିଲେ। ମାସର କଥା ବସ୍ତୁ ହେଉଛି, ‘ଫିଟ୍ ଇଣ୍ଡିଆ, ହିଟ୍ ଇଣ୍ଡିଆ’ ଫିଟନେସ ମନ୍ତ୍ର ଦେଶର ଘରେ ଘରେ ପହଂଚାଇବାକୁ ଉଦ୍ଦିଷ୍ଟ।
ଜୁଲାଇ- ପରିବେଶ ସ୍ୱାସ୍ଥ୍ୟ ବିନା ସ୍ୱାସ୍ଥ୍ୟ ଉପରେ ଆଲୋଚନା ଅସମ୍ପୂର୍ଣ୍ଣ। ପରିବେଶ ବନ୍ଧୁ ଭାବାପନ୍ନ ହେବାକୁ ଭାରତ ଏକ ସ୍ୱାସ୍ଥ୍ୟ ବିକଳ୍ପର ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ମିଶନ ଲାଇଫ ଜନସାଧାରଣଙ୍କୁ ହ୍ରାସ, ପୁନଃ ବ୍ୟବହାର ଓ ପୁନଃ ପ୍ରକ୍ରିୟାକରଣ ବ୍ୟବସ୍ଥା ଗ୍ରହଣ ପାଇଁ ଶିକ୍ଷା ଦିଏ।

ଅଗଷ୍ଟ-କେବଳ ଅଲିମ୍ପିକ୍ସ ବା ରାଜ୍ୟଗୋଷ୍ଠୀ କ୍ରୀଡା ନୁହଁ ବରଂ ଅନ୍ୟାନ୍ୟ ଆନ୍ତର୍ଜାତିକ ଦିବ୍ୟାଙ୍ଗ କ୍ରୀଡା କ୍ଷେତ୍ରରେ ମଧ୍ୟ ଭାରତୀୟମାନେ ସେମାନଙ୍କ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି। ଅଗଷ୍ଟ- ମାସରେ ବିଷୟବସ୍ତୁ ହେଉଛି ଖେଲୋ ଇଣ୍ଡିଆ “ଭାରତୀୟ କ୍ରୀଡାବିତ୍ଙ୍କୁ ତୃଣମୂଳ ସ୍ତରକରୁ ସମର୍ଥନ ଯୋଗାଇବା ତଥା ବିଶ୍ୱସ୍ତରୀୟ ଭିତ୍ତିଭୂମି ଓ ଭାରତକୁ ପୋଡିୟମ ଶୀର୍ଷକୁ ଦେବା ପାଇଁ ଉଦ୍ଦିଷ୍ଟ।

ସେପ୍ଟେମ୍ବର- “ବସୁଧୈବ କୁଟୁମ୍ବକମ୍” ବା ବିଶ୍ୱ ହେଉଛି ଗୋଟିଏ ପରିବାର ହେଉଛି ସେପ୍ଟେମ୍ବର ମାସର କଥାବସ୍ତୁ। ଭାରତରେ ଜି-୨୦ରେ ଅଧ୍ୟକ୍ଷତା ଯାହା “ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ ଉପରେ ପର୍ଯ୍ୟବସିତ ତାହା ପ୍ରାଚୀନ ଭାରତୀୟ ପରମ୍ପରାର ସ୍ୱାକ୍ଷର ବହନ କରିଥାଏ। ସ୍ୱାର୍ଥ ଓ ସମ୍ବେଦନା ସମସ୍ତଙ୍କୁ ଏକ ପ୍ରକାର ପ୍ରଭାବିତ କରିଥାଏ ଓ ଆମେ ସମସ୍ତେ ଜୀବନର ଗୁଣାତ୍ମକ ମାନ ଉନ୍ନତି କରିବା ଆବଶ୍ୟକ।

ଅକ୍ଟୋବର- ତାରା ନିକଟରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଥିବାବେଳେ ଆମେ ଦେଶର ଦୈନିକ ଆବଶ୍ୟକତାଗୁଡିକୁ ଅଣଦେଖା କରିବା ମଧ୍ୟ ଅନୁଚିତ। ସରକାର ଖାଦ୍ୟ ସୁରକ୍ଷା ଆଇନ ସୁନିଶ୍ଚିତ କରିଛନ୍ତି। ଅକ୍ଟୋବର ମାସରେ ବିଷୟବସ୍ତୁ ସେଥିପାଇଁ ହେଉଛି ଖାଦ୍ୟ ସୁରକ୍ଷା।
ନଭେମ୍ବର- ପ୍ରଧାନମନ୍ତ୍ରୀ ଦେଶକୁ ଆତ୍ମନିର୍ଭର କରିବା ଉତ୍ସାହକୁ ପ୍ରାଧାନ୍ୟ ଦେଇ ନଭେମ୍ବର ମାସର କଥାବସ୍ତୁ ହେଉଛି ଆତ୍ମ ନିର୍ଭର ଭାରତ। ସେପ୍ଟେମ୍ବର ୨, ୨୦୨୨ରେ ଆଇଏନଏସ୍ ବିକ୍ରାନ୍ତର ନୌସେନାରେ ସାମିଲ ଏହା ଦୃଷ୍ଟାନ୍ତ। କୋଚିନ ସିପାୟାର୍ଡରେ ଭାରତରେ ନିର୍ମିତ ହୋଇଥିବା ଏହା ପ୍ରଥମ ଏୟାର କ୍ରାଫ୍ଟ କ୍ୟାରିୟର। ଡିସେମ୍ବର-ଉତ୍ତର ପୂର୍ବାଞ୍ଚଳରେ ଲୁକ୍କାୟିତ ପ୍ରତିଭା ଓ ଜୀବନମାନ ସମୃଦ୍ଧ ପାଇଁ ପ୍ରଧାନମନ୍ତ୍ରୀ ଏହି ଉତ୍ତରପୂର୍ବାଞ୍ଚଳରେ ଆଠଟି ରାଜ୍ୟକୁ ଅଷ୍ଟଲକ୍ଷ୍ମୀଭାବେ ନାମିତ କରିଛନ୍ତି। ଏହା ଆଠଟି ରାଜ୍ୟରର ପ୍ରାକୃତିକ ବିଭବ, ବାଣିଜ୍ୟ ଓ ଭାରତୀୟ ସମୃଦ୍ଧିର ବିବିଧ ସଂସ୍କୃତିକୁ ଦର୍ଶାଉଛି।

Categories
ଆଜିର ଖବର ଜାତୀୟ ଖବର

ଖେଲୋ ଇଣ୍ଡିଆ ଡାସବୋର୍ଡର ଶୁଭାରମ୍ଭ କଲେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର

ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ଆଜି ନୂଆଦିଲ୍ଲୀ ଠାରେ ଖେଲୋ ଇଣ୍ଡିଆର ନୂତନ ଡାସବୋର୍ଡର ଶୁଭାରମ୍ଭ କରିଛନ୍ତି। ଏହି ଡାସବୋର୍ଡ଼ରେ ଖେଲୋ ଇଣ୍ଡିଆ ଯୋଜନା ଏବଂ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ସହ ଜଡିତ ସମସ୍ତ ପରିସଂଖ୍ୟାନ ଓ ତଥ୍ୟ ରହିଛି। ଏହି ଅବସରରେ ଯୁବ ବ୍ୟାପାର ଏବଂ କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ ନିଶିଥ ପ୍ରାମାଣିକ ଏବଂ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ତଥା ସାଇ ର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ।

ଖେଲୋ ଇଣ୍ଡିଆ ଡ୍ୟାସବୋର୍ଡ ରିୟଲ-ଟାଇମରେ ଅପଡେଟ୍ ହେବ ଏବଂ ଏକ ସ୍ବତନ୍ତ୍ର  ୱାନ-ଷ୍ଟପ୍ ପ୍ଲାଟଫର୍ମ ହେବାକୁ ଲକ୍ଷ୍ୟ ରଖିଛି ଯାହା ମାଧ୍ୟମରେ ଦେଶର ପ୍ରତ୍ୟେକ ନାଗରିକ ଖେଲୋ ଇଣ୍ଡିଆ ସ୍କିମର ବିଭିନ୍ନ ସୁବିଧା ସମ୍ବନ୍ଧୀୟ ସମସ୍ତ ସୂଚନା ପାଇପାରିବେ।

ଡ୍ୟାସବୋର୍ଡ ବିଷୟରେ ଅନୁରାଗ ସିଂ ଠାକୁର ସୂଚନା ପ୍ରଦାନ କରି କହିଛନ୍ତି, “ଯଦି ଆପଣ ଭାରତ ସରକାର କରୁଥିବା କାର୍ଯ୍ୟକୁ ଦେଖନ୍ତି, ତେବେ ଆପଣ ଦେଖିବେ ଯେ ସୁବିଧା ଏବଂ ସ୍ୱଚ୍ଛତାକୁ ସର୍ବଦା ପ୍ରାଥମିକତା ଦିଆଯାଇଛି। ବ୍ୟବସାୟ କରିବା ସହଜ ହେଉଛି, ଜୀବନ ଯାପନର ସୁଗମତା ସହିତ ବିଭିନ୍ନ ପ୍ରକ୍ରିୟାର ଅନୁପାଳନ ମଧ୍ୟ ସରଳ ହୋଇଛି। ଏହି ଚିନ୍ତାଧାରାକୁ ଦୃଷ୍ଟିରେ ରଖି ଖେଲୋ ଇଣ୍ଡିଆ ଡ୍ୟାସବୋର୍ଡର ଶୁଭାରମ୍ଭ କରାଯାଇଛି। ଏହି ସ୍ବତନ୍ତ୍ର ପ୍ଲାଟଫର୍ମ, ପ୍ରତ୍ୟେକ ବ୍ୟକ୍ତିଙ୍କୁ ସାହାଯ୍ୟ କରିବ, ଜଣେ ସାଧାରଣ ମଣିଷ ହୁଅନ୍ତୁ କିମ୍ବା ଆଥଲେଟ୍, ଖେଲୋ ଇଣ୍ଡିଆ ସ୍କିମ୍ ସମ୍ବନ୍ଧରେ ଆବଶ୍ୟକ କରୁଥିବା ସମସ୍ତ ସୂଚନା ପାଇପାରିବେ ଏବଂ କୌଣସି ସୂଚନା ପାଇବା ପାଇଁ ସେମାନଙ୍କୁ ଏକାଧିକ ସ୍ଥାନ ପରିଦର୍ଶନ କରିବାକୁ ପଡିବ ନାହିଁ। ଏହି ଡ୍ୟାସବୋର୍ଡରେ ଜିଓଟ୍ୟାଗିଂ ସହିତ ଖେଳ ପଡିଆ ବିଷୟରେ ସୂଚନା ଉପଲବ୍ଧ ରହିଛି। ”

କେନ୍ଦ୍ର ମନ୍ତ୍ରୀଙ୍କ ବିବୃତ୍ତି ସହିତ ଶ୍ରୀ ପ୍ରାମାନିକ୍ କହିଛନ୍ତି ଯେ ଏହି ପ୍ଲାଟଫର୍ମ କେବଳ ଖେଲୋ ଇଣ୍ଡିଆ ଯୋଜନା ସମ୍ବନ୍ଧରେ ସୂଚନା ପାଇବାରେ ସାହାଯ୍ୟ କରିବ ନାହିଁ ବରଂ କ୍ରୀଡା ଭିତ୍ତିଭୂମି, ଫିଟ୍ ଇଣ୍ଡିଆ ଏବଂ ପ୍ଲେ ଫିଲ୍ଡ ବିକାଶର ଅଗ୍ରଗତି ସମ୍ବନ୍ଧରେ ସୂଚନା ପାଇବାରେ ମଧ୍ୟ ସାହାଯ୍ୟ କରିବ।

ଏହି ସ୍ବତନ୍ତ୍ର ପ୍ଲାଟଫର୍ମରେ ଖେଲୋ ଇଣ୍ଡିଆ ସେଣ୍ଟର୍ସ (କେଆଇସି), ଖେଲୋ ଇଣ୍ଡିଆ ଏକାଡେମୀଜ୍, ସାଇ ଟ୍ରେନିଂ ସେଣ୍ଟର୍ସ ଏବଂ ନ୍ୟାସନାଲ ସେଣ୍ଟର ଅଫ୍ ଏକ୍ସଲେନ୍ସ (ଏନସିଓଇ) ସମ୍ବନ୍ଧରେ ଏକ ଡାଟାବେସ୍ ରହିଛି ଯାହା ପରବର୍ତ୍ତୀ ସମୟରେ ଆଥଲେଟ ମାନଙ୍କୁ ନିକଟତମ କେନ୍ଦ୍ର ଖୋଜିବାରେ ସାହାଯ୍ୟ କରିବ ଯେଉଁଠାରେ ବିଭିନ୍ନ ବିଭାଗରେ କ୍ରୀଡା ତାଲିମ ଉପଲବ୍ଧ ରହିଛି। ଏକ ନିର୍ଦ୍ଦିଷ୍ଟ କ୍ରୀଡା ଅନୁସରଣ କରୁଥିବା କୌଣସି ଆଥଲେଟ୍ ସମଗ୍ର ଭାରତରେ ନିଜ ପସନ୍ଦର କେନ୍ଦ୍ର ଖୋଜିବାରେ ସାହାଯ୍ୟ କରିବାକୁ ଏହି କେନ୍ଦ୍ରଗୁଡ଼ିକ ଭାରତର ମାନଚିତ୍ରରେ ଜିଓଟ୍ୟାଗ୍ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଉତ୍ତର ପୂର୍ବାଞ୍ଚଳରେ ଆରମ୍ଭ ହୋଇଛି ଶାନ୍ତିର ଯୁଗ, ୬୦୦୦ ଆତଙ୍କବାଦୀ କରିଛନ୍ତି ଆତ୍ମସମର୍ପଣ: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତି ଯେ, ଭାରତ ସରକାର ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛନ୍ତି। ସରକାରଙ୍କ ଆତଙ୍କବାଦ ମୁକାବିଲା ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଠାକୁର ନିଜ ବାସଭବନରେ ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ସରକାର ଗୋଟିଏ ପଟେ ବେଆଇନ କାର୍ଯ୍ୟକଳାପ ନିଷେଧ ଆଇନ (ୟୁଏପିଏ)କୁ ସୁଦୃଢ଼ କରିବା ଲାଗି ଆଇନଗତ ଦିଗରେ କାର୍ଯ୍ୟ କରିଛନ୍ତି। ଅନ୍ୟପଟେ ଜାତୀୟ ଯାଞ୍ଚ ଏଜେନ୍ସି (ସଂଶୋଧନ) ଆଇନ ପ୍ରଚଳନ କରିବା ଜରିଆରେ ଜାତୀୟ ଯାଞ୍ଚ ଏଜେନ୍ସି (ଏନଆଇଏ)କୁ ଏକ ବାସ୍ତବ ସଂଘୀୟ ଢାଞ୍ଚା ପ୍ରଦାନ କରିଛନ୍ତି । ଏସବୁ ସାମୂହିକ ପ୍ରୟାସ ଆତଙ୍କବାଦର ଇକୋସିଷ୍ଟମକୁ ଦୁର୍ବଳ କରୁଛି ।

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଅନ୍ତର୍ଜାତୀୟ ମଞ୍ଚରେ ଭାରତ ସବୁବେଳେ ଆତଙ୍କବାଦ ବିରୋଧରେ ନିଜର ଚିନ୍ତା ବ୍ୟକ୍ତ କରି ଆସିଛି । ଅନ୍ତର୍ଜାତୀୟ ସମ୍ମିଳନୀ ଓ ବୈଠକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆତଙ୍କବାଦ ବିରୋଧରେ ବିଶ୍ବକୁ ଏକଜୁଟ ହେବା ପାଇଁ ଆହ୍ବାନ କରି ଆସିଛନ୍ତି । ନିକଟରେ ଭାରତରେ ଇଣ୍ଟରପୋଲର ୯୦ତମ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସାରା ବିଶ୍ବରୁ ୨୦୦୦ରୁ ଅଧିକ ବିଦେଶୀ ଅତିଥି ଯୋଗ ଦେଇଥିଲେ। ଏହି ଅବସରରେ ‘ଆତଙ୍କବାଦ ବିରୋଧରେ ବିଶ୍ବସ୍ତରୀୟ କାର୍ଯ୍ୟାନୁଷ୍ଠାନ’ ପାଇଁ ଘୋଷଣା କରାଯାଇଥିଲା ବୋଲି ଶ୍ରୀ ଠାକୁର କହିଥିଲେ ।

ସେ ଆହୁରି କହିଥିଲେ ଯେ, ସର୍ଜିକାଲ ଷ୍ଟ୍ରାଇକ୍‌ ଠାରୁ ଆରମ୍ଭ କରି ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ ପର୍ଯ୍ୟନ୍ତ ଆତଙ୍କବାଦ ବିରୋଧରେ ସରକାରଙ୍କ ଦୃଢ଼ ସଂକଳ୍ପ ବାରମ୍ବାର ପ୍ରକାଶିତ ହୋଇଛି । ସେନାବାହିନୀର କାର୍ଯ୍ୟାନୁଷ୍ଠାନ ଯୋଗୁ ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ୧୬୮% ହ୍ରାସ ପାଇଛି । ଅନୁରୂପ ଭାବେ ଆତଙ୍କବାଦକୁ ପାଣ୍ଠି ଯୋଗାଣ ମାମଲାରେ ୯୪% ଦଣ୍ଡବିଧାନ ହୋଇଛି ବୋଲି ଶ୍ରୀ ଠାକୁର କହିଥିଲେ ।

ଉତ୍ତରପୂର୍ବାଞ୍ଚଳରେ ଶାନ୍ତି ପ୍ରତିଷ୍ଠା ଲାଗି ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଠାକୁର କହିଥିଲେ ଯେ ୨୦୧୪ ପରଠାରୁ ଉତ୍ତର ପୂର୍ବ ଭାରତରେ ଶାନ୍ତିର ସୂର୍ଯ୍ୟୋଦୟ ହୋଇଛି। ଏହି କ୍ଷେତ୍ରରେ ହିଂସାତ୍ମକ ଘଟଣାରେ ୮୦% ହ୍ରାସ ଦେଖିବାକୁ ମିଳିଛି ଏବଂ ନାଗରିକଙ୍କ ମୃତ୍ୟୁ ସଂଖ୍ୟା ୮୯ ପ୍ରତିଶତ ହ୍ରାସ ପାଇଛି । ଏଥିସହିତ ୨୦୧୪ ପରଠାରୁ ଏବେ ସୁଦ୍ଧା ୬ ହଜାରରୁ ଅଧିକ ଆତଙ୍କବାଦୀ ଆତ୍ମସମର୍ପଣ କରି ସାରିଛନ୍ତି । ବାମପନ୍ଥୀ ଉଗ୍ରବାଦ ବିରୋଧରେ ସରକାରଙ୍କ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ କାରଣରୁ ଦେଶରେ ହିଂସା ଘଟଣାରେ ୨୬୫ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି ।

ସରକାର କେବଳ ସଶସ୍ତ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି, ବରଂ ଏହା ଠାରୁ ଊର୍ଦ୍ଧ୍ବକୁ ଯାଇ ଦୀର୍ଘସ୍ଥାୟୀ କ୍ଷେତ୍ରୀୟ ଶାନ୍ତି ପ୍ରତିଷ୍ଠା ଲାଗି କାର୍ଯ୍ୟ କରିଛନ୍ତି । ସରକାରଙ୍କ ଦ୍ବାରା ସ୍ବାକ୍ଷରିତ ହୋଇଥିବା ଶାନ୍ତି ରାଜିନାମା ଏହାର ଏକ ଉଦାହରଣ ବୋଲି ଶ୍ରୀ ଠାକୁର କହିଥିଲେ । ଏହି ଅବସରରେ ସେ କହିଥିଲେ ଯେ ମୋଦୀ ସରକାରଙ୍କ ସମୟରେ – ଜାନୁଆରୀ ୨୦୨୦ରେ ବୋଡୋ ଶାନ୍ତି ରାଜିନାମା, ଜାନୁଆରୀ ୨୦୨୦ରେ ବ୍ରୁ-ରିୟାଙ୍ଗ ଶାନ୍ତି ରାଜିନାମା, ଏନଏଲଏଫଟି-ତ୍ରିପୁରୀ ରାଜିନାମା ଅଗଷ୍ଟ ୨୦୧୯, କାର୍ବି ଅଙ୍ଗଲଙ୍ଗ ରାଜିନାମା ସେପ୍ଟେମ୍ବର ୨୦୨୧, ଆସାମ-ମେଘାଳୟ ଆନ୍ତଃରାଜ୍ୟ ସୀମା ରାଜିନାମା ମାର୍ଚ୍ଚ ୨୦୨୨ ଆଦି ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହୋଇଥିଲା।

ଏହି ଅବସରରେ ସଶସ୍ତ୍ର ସେନା ସ୍ବତନ୍ତ୍ର କ୍ଷମତା ଆଇନ ବିଷୟରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ପୂର୍ବରୁ ଏହି ଆଇନ ଉଚ୍ଛେଦ ନେଇ କେବଳ ଆଲୋଚନା ହେଉଥିଲା। କିନ୍ତୁ ବର୍ତ୍ତମାନର ସରକାର ଏଏଫଏସପିଏକୁ ଉତ୍ତର ପୂର୍ବାଞ୍ଚଳର ଅଧିକାଂଶ ଭାଗ ଏବଂ ତ୍ରିପୁରା ଓ ମେଘାଳୟରୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରି ନେଇଛନ୍ତି । ବର୍ତ୍ତମାନ ଅରୁଣାଚଳ ପ୍ରଦେଶରେ ଏହି ଆଇନ କେବଳ ୩ଟି ଜିଲ୍ଲାରେ ଲାଗୁ ହୋଇଛି । ଆସାମର ୬୦ ପ୍ରତିଶତ ଅଞ୍ଚଳ ଏଏଫଏସପିଏ ମୁକ୍ତ ହୋଇସାରିଛି । ୬ଟି ଜିଲ୍ଲା ଅଧୀନରେ ଆସୁଥିବା ୧୫ଟି ପୁଲିସ ଷ୍ଟେସନକୁ ଅଶାନ୍ତ କ୍ଷେତ୍ର ବର୍ଗରୁ ବାହାରକୁ ନିଆଯାଇସାରିଛି । ୭ଟି ଜିଲ୍ଲାର ୧୫ଟି ପୁଲିସ ଥାନା କ୍ଷେତ୍ରରୁ ବିବାଦୀୟ କ୍ଷେତ୍ର ବିଜ୍ଞପ୍ତି ପ୍ରତ୍ୟାହାର କରି ନିଆଯାଇଥିବା କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ ।

ଗତ ଆଠ ବର୍ଷ ମଧ୍ୟରେ ସରକାରଙ୍କ ଉଦ୍ଧାର କାର୍ଯ୍ୟ ବିଷୟରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ । ସେ କହିଥିଲେ ଯେ ବିପଦରେ ପଡ଼ିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ଲାଗି ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇ ଆସିଛନ୍ତି । ସାରା ବିଶ୍ବରେ ଭାରତ ଉଦ୍ଧାର କାର୍ଯ୍ୟ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଇଥିଲା। ଏ ସମ୍ପର୍କରେ ଶ୍ରୀ ଠାକୁର କହିଥିଲେ ଯେ, ଅପରେସନ ଗଙ୍ଗା ଅଧୀନରେ ଫେବୃଆରୀ-ମାର୍ଚ୍ଚ ୨୦୨୨ରେ ୨୨,୫୦୦ ନାଗରିକଙ୍କୁ ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଉଦ୍ଧାର କରାଯାଇଥିଲା। ଅପରେସନ ଦେବୀ ଶକ୍ତି ମାଧ୍ୟମରେ ଆଫଗାନିସ୍ତାନରେ ଫସିଥିବା ୬୭୦ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର କାର୍ଯ୍ୟର ସବୁଠୁ ବଡ଼ ସଫଳତା ହେଉଛି କୋଭିଡ ୧୯ ସଂକଟ ସମୟରେ ବନ୍ଦେ ଭାରତ ମିଶନ ଜରିଆରେ ୨୦୨୧-୨୨ରେ ୧.୮୩ କୋଟି ନାଗରିକଙ୍କୁ ଉଦ୍ଧାର କରି ଅଣାଯାଇଥିଲା। କୋଭିଡ ସଂକ୍ରମଣ ଆରମ୍ଭ ହୋଇଥିବା ଉହାନ ସହରରୁ ଭାରତ ୬୫୪ ଜଣଙ୍କୁ ଉଦ୍ଧାର କରିଥିଲା।

କେବଳ ଭାରତୀୟ ନୁହନ୍ତି, ବରଂ ବିଦେଶୀ ନାଗରିକଙ୍କୁ ମଧ୍ୟ ଭାରତ ସରକାର ସହାୟତା ଯୋଗାଇ ଦେଇଛନ୍ତି । ୨୦୧୬ରେ ଅପରେସନ ସଙ୍କଟମୋଚନ ଜରିଆରେ ଦକ୍ଷିଣ ସୁଦାନରୁ ୨ ଜଣ ନେପାଳୀ ନାଗରିକଙ୍କ ସମେତ ୧୫୫ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଅପରେସନ ମୈତ୍ରୀ ଜରିଆରେ ନେପାଳରୁ ୫ହଜାର ଭାରତୀୟ ଏବଂ ୧୭୦ ଜଣ ବିଦେଶୀ ନାଗରିକଙ୍କୁ ଉଦ୍ଧାର କରାଯାଇଥିଲା। ଅପରେସନ ରାହତ ଅଧୀନରେ ୟେମେନରୁ ୬,୧୭୦ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିଲା। ଏମାନଙ୍କ ମଧ୍ୟରେ ୧୯୬୨ ଜଣ ଭାରତୀୟ ନାଗରିକ ଥିଲେ ।

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଏସବୁ ପ୍ରୟାସ ବିଶ୍ବରେ ଭାରତ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଭାରତ ଏଭଳି ଏକ ରାଷ୍ଟ୍ର ଯାହା ସଙ୍କଟ ସମୟରେ ଅନ୍ୟ ଦେଶକୁ ସହାୟତା କରୁଛି ଏବଂ ଆତଙ୍କବାଦ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଅନ୍ୟପଟେ ପଡ଼ୋଶୀ ଦେଶ କେବଳ ଆତଙ୍କବାଦକୁ ଆଶ୍ରୟ ଦେବା ସହିତ ହିଂସାର ମୂଲ୍ୟବୋଧକୁ ପ୍ରସାରିତ କରୁଛି ।

Categories
Hockey Worldcup23 ଖେଳ ଜାତୀୟ ଖବର ବିଶେଷ ଖବର

ଭୁବନେଶ୍ୱର-ରାଉରକେଲାରେ ହକି ବିଶ୍ୱ କପ୍‌: ଟ୍ରଫି ଅନାବରଣ କଲେ କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ

ଭୁବନେଶ୍ବର: ‘ଏଫଆଇଏଚ ଓଡ଼ିଶା ପୁରୁଷ ହକି ବିଶ୍ୱକପ ୨୦୨୩ ଭୁବନେଶ୍ୱର-ରାଉରକେଲା’ର ଟ୍ରଫି ଆଜି ନୂଆଦିଲ୍ଲୀରେ ପହଞ୍ଚିଛି। ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ହକି ପ୍ରଶଂସକଙ୍କ ସମ୍ମୁଖରେ ବିଶ୍ୱକପ୍‌ ଟ୍ରଫିକୁ ଅନାବରଣ କରିଥିଲେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର। ଏହି ଅବସରରେ ୧୯୭୫ ବିଶ୍ୱକପ ବିଜେତା ହକି ଦଳର ସଦସ୍ୟ ଅଜିତ ପାଲ ସିଂ, ଅଶୋକ ଧ୍ୟାନଚାନ୍ଦ, ବ୍ରିଗେଡିୟର ଏଚଜେଏସ ଚିମନୀ, ପୂର୍ବତନ ଅଲିମ୍ପିୟାନ ହରବିନ୍ଦର ସିଂ, ପଦ୍ମଶ୍ରୀ ଜାଫର ଇକବାଲ, ବିନିତ କୁମାର (ଦିଲ୍ଲୀ ହକି ଉପସଭାପତି) ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଶ୍ରୀ ଠାକୁର କହିଥିଲେ ଯେ ଭାରତର ବିଭିନ୍ନ ସହରକୁ ବିଶ୍ୱକପ ହକିର ଟ୍ରଫି ନିଆଯିବା ଦ୍ବାରା ‘ଏଫଆଇଏଚ ଓଡ଼ିଶା ପୁରୁଷ ହକି ବିଶ୍ୱକପ ୨୦୨୩ ଭୁବନେଶ୍ୱର-ରାଉରକେଲା’ର ପ୍ରଚାରପ୍ରସାର ହୋଇପାରିବ। ବିଶ୍ୱକପ ଟ୍ରଫି ଓଡ଼ିଶା, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ପଞ୍ଜାବ ଆଦି ସହର ବୁଲିବା ପରେ ଏବେ ଦିଲ୍ଲୀରେ ଆସି ପହଞ୍ଚିଛି। କିମ୍ବଦନ୍ତୀ ହକି ଖେଳାଳୀ ଓ ପ୍ରଶଂସକମାନଙ୍କ ଉପସ୍ଥିତିରେ ବିଶ୍ୱକପ ଟ୍ରଫି ଅନାବରଣ କରାଯିବା ଫଳରେ ଏହି କ୍ରୀଡ଼ାର ପ୍ରଚାରପ୍ରସାରରେ ସହାୟକ ହୋଇପାରିବ। ଶ୍ରୀ ଠାକୁର କହିଥିଲେ, ଅଲିମ୍ପିକ୍ସ ପରେ ବିଶ୍ୱକପ ହକି ଆଉ ଏକ ବଡ଼ କ୍ରୀଡ଼ା ପ୍ରତିଯୋଗିତା, ଏଫଆଇଏଚ ଓଡ଼ିଶା ହକି ବିଶ୍ୱକପକୁ ପ୍ରୋତ୍ସାହନ ଦେବା ଦିଗରେ ଆମେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଉଛୁ।

ପୂର୍ବତନ ହକି ଖେଳାଳୀ ଅଶୋକ ଧ୍ୟାନ ଚାନ୍ଦ ବିଶ୍ୱକପ ଟ୍ରଫି ଟୁର୍‌ ପାଇଁ ହକି ଇଣ୍ଡିଆକୁ ପ୍ରଶଂସା କରିଥିଲେ। ଏହା ଆଗାମୀ ବିଶ୍ୱକପର ପ୍ରଚାରପ୍ରସାର ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ ଯେ ଜାନୁଆରୀ ୧୩, ୨୦୨୩ ଠାରୁ ‘ଏଫଆଇଏଚ ଓଡ଼ିଶା ପୁରୁଷ ହକି ବିଶ୍ୱକପ ୨୦୨୩ ଭୁବନେଶ୍ୱର-ରାଉରକେଲା’ ଆରମ୍ଭ ହେଉଛି। ୨୯ ଜାନୁଆରୀ ୨୦୨୩ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ବିଶ୍ୱକପ ଟ୍ରଫି ଦେଶର ୧୩ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶ ବୁଲିବା ପରେ ଡିସେମ୍ବର ୨୫ ତାରିଖରେ ଓଡ଼ିଶାରେ ପହଞ୍ଚିବ। ଗତ ଡିସେମ୍ବର ୫ ତାରିଖ ଠାରୁ ଦେଶବ୍ୟାପୀ ହକି ବିଶ୍ୱକପ ଟ୍ରଫି ଟୁର ଆରମ୍ଭ ହୋଇଥିଲା। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଥିଲେ। ପରେ ଏହି ଟ୍ରଫି ପଶ୍ଚିମବଙ୍ଗ, ମଣିପୁର, ଆସାମ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ନୂଆଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡ଼ୁ, କେରଳ, କର୍ଣ୍ଣାଟକ ଓ ଛତିଶଗଡ଼ ବୁଲୁଛି।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

ମେଗାଷ୍ଟାର ଚିରଞ୍ଜିବୀଙ୍କୁ ୫୩ତମ ଆଇଏଫଏଫଆଇ ଫିଲ୍ମ ପର୍ସନାଲିଟି ଅଫ୍‌ ଦି ଇୟର ପୁରସ୍କାର

ନୂଆଦିଲ୍ଲୀ: ଚିରଞ୍ଜିବୀ। ଆଜ୍ଞା ହଁ! ୨୦୨୨ ବର୍ଷ ପାଇଁ ୫୩ତମ ଆଇଏଫଏଫଆଇ ଇଣ୍ଡିଆନ୍ ଫିଲ୍ମ ପର୍ସନାଲିଟି ଅଫ୍ ଦି ଇୟର ପୁରସ୍କାର ଅଭିନେତା-ନିର୍ମାତା ମେଗାଷ୍ଟାର ଚିରଞ୍ଜିବୀ କୋନିଡେଲାଙ୍କୁ ସମ୍ମାନିତ କରାଯିବ। ଆଜି ଗୋଆରେ ଭାରତର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ, ଆଇଏଫଏଫଆଇ ର ୫୩ତମ ସଂସ୍କରଣର ଭବ୍ୟ ଉଦଘାଟନୀ ସମାରୋହରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଏହି ଘୋଷଣା କରିଛନ୍ତି।

ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଏକ ଗୌରବଜ୍ଜ୍ବଳ ଚଳଚ୍ଚିତ୍ର କ୍ୟାରିଅରରେ ଚିରଞ୍ଜିବୀ ତେଲୁଗୁ ଭାଷାରେ ୧୫୦ ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଏହା ସହିତ ହିନ୍ଦୀ, ତାମିଲ ଏବଂ କନ୍ନଡ ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଛନ୍ତି। ତାଙ୍କୁ ତେଲୁଗୁ ସିନେମାର ଅନ୍ୟତମ ସଫଳ ତଥା ପ୍ରଭାବଶାଳୀ ଅଭିନେତା ଭାବରେ ବିବେଚନା କରାଯାଏ।

ସେ ୧୯୮୨ରେ ଇଣ୍ଟିଲୋ ରାମାୟା ଭେଡିଲୋ କ୍ରିଷ୍ଣାୟା ରେ ନିଜର ପ୍ରଦର୍ଶନ ସହିତ ଦର୍ଶକଙ୍କ ହୃଦୟ ଜିଣିଥିଲେ । ଆକର୍ଷଣୀୟ ନୃତ୍ୟ ଏବଂ ଆକ୍ସନ ଦୃଶ୍ୟ ପାଇଁ ତାଙ୍କୁ ପ୍ରଶଂସା କରାଯାଇଥାଏ। ତାଙ୍କର ଚମତ୍କାର ଅଭିନୟ ତାଙ୍କୁ ମେଗାଷ୍ଟାରର ଉପାଧି ପ୍ରଦାନ କରିଛି।

ଭାରତୀୟ ସିନେମା ପ୍ରତି ତାଙ୍କର ଯୋଗଦାନ ପାଇଁ ୨୦୦୬ରେ ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା।

ଆଇଏଫଏଫଆଇର ଉଦଘାଟନୀ ସମାରୋହରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡା. ଏଲ୍. ମୁରୁଗନଙ୍କ ଉପସ୍ଥିତିରେ ଏହି ପୁରସ୍କାରର ଘୋଷଣା କରିଛନ୍ତି। ସିନେମା ପ୍ରତି ତାଙ୍କର ଅବଦାନ, ଲୋକପ୍ରିୟ ସଂସ୍କୃତି ଓ ସାମାଜିକ ଭାବରେ ଗୁରୁତ୍ବପୂର୍ଣ୍ଣ କଳାତ୍ମକ କାର୍ଯ୍ୟ ପାଇଁ ମେଗାଷ୍ଟାରଙ୍କୁ ଏହି ପୁରସ୍କାର ଦିଆଯାଉଛି।

ଭେଟେରାନ୍ ଅଭିନେତାଙ୍କୁ ଅଭିନନ୍ଦନ ଜଣାଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତି ଯେ ଚିରଞ୍ଜିବୀଙ୍କର ପ୍ରାୟ ଚାରି ଦଶନ୍ଧି ଧରି ଏକ ଚମତ୍କାର ଅଭିନୟ କ୍ୟାରିଅର୍ ରହିଛି, ଯେଉଁଥିରେ ସେ ୧୫୦ ରୁ ଅଧିକ ଚଳଚ୍ଚିତ୍ରରେ ଜଣେ ଅଭିନେତା  ଓ ନିର୍ମାତା ଭାବରେ କାର୍ଯ୍ୟ କରିଛନ୍ତି।  କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, “ତେଲୁଗୁ ସିନେମାରେ ତାଙ୍କର ଅତ୍ୟନ୍ତ ଲୋକପ୍ରିୟ, ତଥା ଅବିଶ୍ୱସନୀୟ ପ୍ରଦର୍ଶନ ହୃଦୟକୁ ଛୁଇଁ ଯାଇଥାଏ!”

ପୂର୍ବରୁ ଏହି ପୁରସ୍କାରରେ ୱାହିଦା ରହମାନ, ରଜନୀକାନ୍ତ, ଇଲେୟାରାଜା, ଏସ୍ ପି ବାଲଶୁବ୍ରମନିୟମ, ଅମିତାଭ ବଚ୍ଚନ, ସଲିମ୍ ଖାନ୍, ବିଶ୍ୱଜିତ୍ ଚାଟାର୍ଜୀ, ହେମା ମାଳିନୀ ଏବଂ ପ୍ରସୁନ୍ ଯୋଶୀଙ୍କ ଭଳି ମହାନ କଳାକାରଙ୍କୁ  ସମ୍ମାନିତ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

୧୩ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ କରିବା ଲାଗି ଯୁବପିଢ଼ିଙ୍କୁ ଆହ୍ୱାନ

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ୧୩ରୁ ୧୫ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ନିଜ ଘରେ ଜାତୀୟ ପତାକା ତ୍ରିରଙ୍ଗା ଉତ୍ତୋଳନ କରିବା ଲାଗି ଯୁବପିଢ଼ିଙ୍କୁ ଆହ୍ୱାନ କରିଛନ୍ତି। ସେ କହିଥିଲେ ଯେ, ଆଜି ‘‘ଅଗଷ୍ଟ କ୍ରାନ୍ତି’’ ଦିବସ ପାଳନ କରାଯାଉଛି। ଏହି ଅବସରରେ ଆମର ଯୁବପିଢ଼ି ସେମାନଙ୍କର ନିଜ ନିଜ କ୍ଷେତ୍ରରେ ସମର୍ପଣ ଏବଂ କଠିନ ପରିଶ୍ରମ ବଳରେ ତ୍ରିରଙ୍ଗାର ସମ୍ମାନକୁ ବିଶ୍ୱର ସର୍ବୋଚ୍ଚ ସ୍ତରରେ ପହଞ୍ଚାଇବା ଲାଗି ଶପଥ ନେବା ଉଚିତ୍‌। ଅନୁରାଗ ଠାକୁର କହିଥିଲେ ଯେ ଆମ ଜାତୀୟ ପତାକା କେବଳ ଖଣ୍ଡେ କପଡ଼ା ନୁହେଁ ବରଂ ଏହି ତ୍ରିରଙ୍ଗାର ଶକ୍ତି ୧୩୦ କୋଟି ଭାରତୀୟଙ୍କୁ ଏକଜୁଟ କରି ରଖିଛି। ସେ ଆହୁରି କହିଥିଲେ ଯେ ଦେଶକୁ ଏକତ୍ରିତ କରି ରଖିବା ଏବଂ ଭାରତକୁ ଆଗେଇ ନେବା ସହ ଅଧିକ ସୁଦୃଢ଼ କରିବା ଲାଗି ଯୁବପିଢ଼ିମାନେ ଶପଥ ନେବା ଉଚିତ୍‌। ନେହରୁ ଯୁବ କେନ୍ଦ୍ର, ଏନଏସଏସ ସ୍ୱେଚ୍ଛାସେବୀ ଏବଂ ବିଭିନ୍ନ ଯୁବ ମଣ୍ଡଳକୁ ନେଇ ଶିମଲା ଠାରେ ଆୟୋଜିତ ଏକ ଯୁବସମ୍ମିଳନୀରେ ଶ୍ରୀ ଠାକୁର ଉଦବୋଧନ ଦେଇଥିଲେ। ହିମାଚଳ ପ୍ରଦେଶ ଶିମଲାସ୍ଥିତ ନେହରୁ ଯୁବ କେନ୍ଦ୍ର ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଯୁବକମାନଙ୍କ ସହିତ ଆଲୋଚନା କରିବା ସମୟରେ କେନ୍ଦ୍ର ମନ୍ତ୍ରୀ ଭାରତ ଦର୍ଶନ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବପିଢ଼ିଙ୍କ ମଧ୍ୟରେ ଦେଶାତ୍ମବୋଧ ଏବଂ ଜାତୀୟ ଅଖଣ୍ଡତା ଭାବନା ଜାଗ୍ରତ କରିବା ନିମନ୍ତେ ଆହ୍ୱାନ  କରିଥିଲେ। ସେ କହିଥିଲେ ଯେ ପ୍ରତ୍ୟେକ ଯୁବକଯୁବତୀ ସେମାନଙ୍କର ନିଜ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଦେଶର ଅନ୍ୟ ସ୍ଥାନ ଭ୍ରମଣ କରିବା ଉଚିତ୍‌। ଏହା ସେମାନଙ୍କ ମଧ୍ୟରେ ଜାତୀୟତା ଏବଂ ଦେଶାତ୍ମବୋଧ ଭାବନା ଜାଗ୍ରତ କରିବ। ଏହା ଦ୍ୱାରା ସେମାନେ ଦାୟିତ୍ୱସମ୍ପନ୍ନ ନାଗରିକ ହୋଇପାରିବେ। ସେ ମଧ୍ୟ ‘‘ଏକ ଭାରତ ଶ୍ରେଷ୍ଠ ଭାରତ’’ କାର୍ଯ୍ୟକ୍ରମର ଭୂମିକା ବିଷୟରେ ଉଲ୍ଲେଖ କରିଥିଲେ। ଏହି କାର୍ଯ୍ୟକ୍ରମ ଭାଷା, ସଂସ୍କୃତି ଏବଂ ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ବ୍ୟଞ୍ଜନ ମଧ୍ୟରେ ରହିଥିବା ବାଧା ଦୂର କରିବା ସହିତ ଭିନ୍ନ ଭିନ୍ନ ରାଜ୍ୟର ଯୁବକମାନଙ୍କୁ ପରସ୍ପରର ନିକଟତର କରିପାରିଛି। କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ରାଷ୍ଟ୍ରର ଏକତା ଏବଂ ଅଖଣ୍ଡତା ଦିଗରେ ଏହା କାର୍ଯ୍ୟ କରିବା ସହିତ ଦେଶର ଗୌରବ ବଢ଼ାଇବାରେ ସହାୟକ ହେବ।

କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀଙ୍କ ସହ ଖୋଲା ଆଲୋଚନା କରି ଅନୁରାଗ ଠାକୁର ଦେଶର ବିଭିନ୍ନ ସମସ୍ୟା ଓ ପ୍ରସଙ୍ଗ ଉପରେ ଯୁବପିଢ଼ିଙ୍କ ମତ ଜାଣିବାକୁ ଚାହିଁଥିଲେ। ସେ ନାରୀ ସଶକ୍ତିକରଣ, ଏକ ଭାରତ ଶ୍ରେଷ୍ଠ ଭାରତ, କୌଶଳ ବିକାଶ, କ୍ରୀଡ଼ାର ଭୂମିକା, ଫିଟ୍‌ ଇଣ୍ଡିଆ ଆନ୍ଦୋଳନ ଏବଂ ନେହରୁ ଯୁବ କେନ୍ଦ୍ର, ଏନଏସଏସ ସ୍ୱେଚ୍ଛାସେବୀ ଏବଂ ବିଭିନ୍ନ ଯୁବ ମଣ୍ଡଳ ମାଧ୍ୟମରେ ଯୁବପିଢ଼ିଙ୍କୁ କ୍ୟାରିଅର ପରାମର୍ଶ ଆଦି ପ୍ରସଙ୍ଗରେ ସେ ଆଲୋଚନା କରିଥିଲେ। ସେ ଆଶା କରିଥିଲେ ଯେ ଭବିଷ୍ୟତରେ ମଧ୍ୟ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଯାହାଫଳରେ ଦେଶର ଯୁବକମାନେ ସରକାରଙ୍କ ଯୋଜନା ବିଷୟରେ ଜାଣିପାରିବେ ଏବଂ ସରକାରଙ୍କୁ ବିଭିନ୍ନ ପ୍ରସ୍ତାବ ଦେଇପାରିବେ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଠାକୁର ହର ଘର ଜଲ ଯୋଜନା, ଉଜାଲା, ସ୍ୱଚ୍ଛତା ଅଭିଯାନ, ଉଜ୍ଜ୍ୱଳା ଯୋଜନା ଏବଂ ଡିଜିଟାଲ ଇଣ୍ଡିଆ ଭଳି କେନ୍ଦ୍ର ସରକାରଙ୍କ କେତେକ ଯୋଜନାର ଉପଲବ୍ଧି ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଫିଟ ଇଣ୍ଡିଆ ଆନ୍ଦୋଳନକୁ ପ୍ରୋତ୍ସାହିତ କରିବା ଲାଗି ନିଜ ସଂସଦୀୟ କ୍ଷେତ୍ରରେ ସେ ୨୫୦ ଜିମ୍‌ ପ୍ରତିଷ୍ଠା କରିଛନ୍ତି।

ଗଣମାଧ୍ୟମର କେତେକ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ପ୍ରତ୍ୟେକ କ୍ଷେତ୍ରରେ ପ୍ରଗତି ହାସଲ କରିଛି। ସେ କହିଥିଲେ ଯେ କ୍ରୀଡ଼ା କ୍ଷେତ୍ରରେ ଆମର ସଫଳତା ବହୁଗୁଣିତ ହୋଇଛି। ନିକଟରେ ସମାପନ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ୬୧ଟି ପଦକ ହାସଲ କରିବା ସହିତ ପ୍ରତିଯୋଗିତାରେ ଚତୁର୍ଥ ସ୍ଥାନରେ ରହିଛି।

Categories
ଆଜିର ଖବର ଖେଳ ଜାତୀୟ ଖବର

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ ପାଇଁ ଭାରତର ପ୍ରସ୍ତୁତି ସମୀକ୍ଷା କଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂ ଠାକୁର

ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଭାରତର ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଗୁରୁବାର ଦିନ ମିଶନ ଅଲିମ୍ପିକ୍ସ ସେଲ (ଏମଓସି)ର ବୈଠକରେ ସେ ଏହି ସମୀକ୍ଷା କରିଥିଲେ। ଆସନ୍ତା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୨୧୫ ଜଣ ଭାରତୀୟ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିବେ।

ଏମଓସି ବୈଠକରେ ପୂର୍ବତନ ଲଙ୍ଗ ଜମ୍ପର ଅଞ୍ଜୁ ବବି ଜର୍ଜ, ପୂର୍ବତନ ହକି ଖେଳାଳୀ ବୀରେନ ରସକିନା, ପୂର୍ବତନ ଟେବୁଲ ଟେନିସ ଖେଳାଳୀ ମୋନାଲିସା ବରୁଆ, ପୂର୍ବତନ କୁସ୍ତିଯୋଦ୍ଧା ଯୋଗେଶ୍ବର ଦତ୍ତ, ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳୀ ତୃପ୍ତି ମୁରଗୁଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରସ୍ତୁତି ସମୀକ୍ଷା କରିବା ସମୟରେ ଶ୍ରୀ ଠାକୁର କହିଥିଲେ ଯେ, ‘‘କ୍ରୀଡ଼ାବିତମାନଙ୍କର ପ୍ରସ୍ତୁତି ଖୁବ୍‌ ଭଲ ଭାବେ ଜାରି ରହିଛି। ଅଲିମ୍ପିକ୍ସ ପରେ ପ୍ରଶିକ୍ଷଣ ଏବଂ ପ୍ରତିଯୋଗିତାର ସ୍ତର ବୃଦ୍ଧି ପାଇବା ଖୁସିର ବିଷୟ ଏବଂ ଅଲିମ୍ପିକ୍ସ ଓ ପାରାଅଲିମ୍ପିକ୍ସର ସଫଳତାକୁ ଆମେ ବଜାୟ ରଖିପାରିବା ବୋଲି ଆଶା କରାଯାଉଛି।

ସମୀକ୍ଷା ସମୟରେ, ଭାରତର ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ଟୋକିଓ ଅଲିମ୍ପିକ୍ସ ୨୦୨୦ ପରେ କ୍ରୀଡ଼ାବିତମାନଙ୍କୁ ଜାତୀୟ ଶିବିରରେ ପ୍ରଶିକ୍ଷଣ ସମେତ ସମ୍ପୂର୍ଣ୍ଣ ପ୍ରଶିକ୍ଷଣ ଦିଆଯାଉଛି ଏବଂ ସେମାନଙ୍କୁ ଏକାଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଏବଂ ପ୍ରଶିକ୍ଷଣର ସୁଯୋଗ ମିଳୁଛି। ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଯେଉଁ ବିଭାଗରେ ପ୍ରତିଯୋଗିତା କରିବ ସେସବୁ କ୍ରୀଡ଼ା ବିଭାଗରେ ଅଭିଜ୍ଞତା ହାସଲ କରିବା ପାଇଁ ସରକାର ୧୧୧ଟି କ୍ରୀଡ଼ା ଗସ୍ତର ବ୍ୟବସ୍ଥା କରିସାରିଛନ୍ତି।

ଜାତୀୟ କ୍ରୀଡ଼ା ସଂଗଠନଗୁଡ଼ିକ ମଧ୍ୟ ଜାତୀୟ ପ୍ରଶିକ୍ଷଣ ଶିବିର ଆୟୋଜନ କରିବା ଦିଗରେ କାର୍ଯ୍ୟ କରୁଛନ୍ତି।

ଅଲିମ୍ପିକ୍ସ ପରେ ବହୁ ଶୀର୍ଷ କ୍ରୀଡ଼ାବିତମାନେ ସେମାନଙ୍କର ପ୍ରଶିକ୍ଷଣ ଯୋଜନା ଅନୁଯାୟୀ, ସରକାରୀ ଖର୍ଚ୍ଚରେ ବିଦେଶରେ ପ୍ରଶିକ୍ଷଣ ନେଇଛନ୍ତି। ଅଲିମ୍ପିକ୍ସ କ୍ରୀଡ଼ା ପରେ ପ୍ରଶିକ୍ଷଣ ନେବା ଲାଗି ଜାଭେଲିନ ଫିଙ୍ଗାଳୀ ନୀରଜ ଚୋପ୍ରା ଆମେରିକାର ଚୁଲା ଭିସ୍ତା, ତୁର୍କୀର ଆଣ୍ଟାଲ୍ୟା ଏବଂ ଫିନଲାଣ୍ଡ ଗସ୍ତ କରିସାରିଛନ୍ତି। ସେହିପରି ଭାରୋତ୍ତୋଳକାରୀ ମୀରା ବାଇ ଚାନୁ ଆମେରିକାର ସେଣ୍ଟ ଲୁଇସ ଗସ୍ତ କରି ବିଶେଷଜ୍ଞ ପ୍ରଶିକ୍ଷକ ଡକ୍ଟର ଆରୋନ ହୋର୍ସିଗଙ୍କ ଠାରୁ ପ୍ରଶିକ୍ଷଣ ନେଇଛନ୍ତି। ଷ୍ଟିପଲଚେଜର ଅବିନାଶ ସାବଲେ ଏପ୍ରିଲ ୨୦୨୨ରେ ଆମେରିକାର କଲରାଡୋ ସ୍ପ୍ରିଙ୍ଗ ଗସ୍ତ କରି ପ୍ରଶିକ୍ଷକ ସ୍କଟ୍ ସିମୋନ୍ସଙ୍କ ଠାରୁ ପ୍ରଶିକ୍ଷଣ ନେଇଛନ୍ତି। ସାଇକେଲ ଚାଳନା ଦଳ ତିନି ମାସ ପାଇଁ ସ୍ଲୋଭେନିଆ ଓ ପର୍ତ୍ତୁଗାଲରେ ପ୍ରଶିକ୍ଷଣ ନେଇଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ ପୂର୍ବରୁ ଟେବୁଲ ଟେନିସ ଏବଂ ବକ୍ସିଂ ଖେଳାଳୀଙ୍କ ଅଭିଜ୍ଞତା ଅର୍ଜନ ପାଇଁ ପର୍ତ୍ତୁଗାଲ ଏବଂ ଆୟାର୍ଲାଣ୍ଡ ଗସ୍ତର ବ୍ୟବସ୍ଥା କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର

ଶ୍ରୁତି ବାଧିତ ଅଲିମ୍ପିକ ଦଳକୁ ପ୍ରଧାନମନ୍ତ୍ରୀ ନିଜ ବାସଭବନରେ କଲେ ଆପ୍ୟାୟିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ନିକଟରେ ଶ୍ରୁତିବାଧିତ ଅଲିମ୍ପିକ୍ସରେ ଅଂଶଗ୍ରହଣ କରି ଫେରିଥିବା ଭାରତୀୟ ଦଳକୁ ନିଜ  ବାସଭବନରେ ଆପ୍ୟାୟିତ କରିବା ସହ ସେମାନଙ୍କ ସହ କଥାବାର୍ତ୍ତା କରିଛନ୍ତି। ଆଜି ପର୍ଯ୍ୟନ୍ତ ସବୁଠାରୁ  ଉତ୍କୃଷ୍ଟ ପ୍ରଦର୍ଶନ କରି ଭାରତୀୟ ଦଳ ଆଠଟି ସ୍ୱର୍ଣ୍ଣ  ସମେତ ୧୬ଟି  ପଦକ ବ୍ରାଜିଲରେ ଅନୁଷ୍ଠିତ ଶ୍ରୁତିବାଧିତ ଅଲିମ୍ପିକ୍ସରେ ହାସଲ କରିଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଓ ନିଶୀଥ ପରମାଣିକ ମଧ୍ୟ ଉପସ୍ଥିତ ଥିଲେ।

ଦଳର ବରିଷ୍ଠ ସଦସ୍ୟ ରୋହିତ ଭାକରଙ୍କ ସହ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିପକ୍ଷ ଖେଳାଳୀଙ୍କ ଦକ୍ଷତା ଆକଳନ କିପରି କରି ଆହ୍ୱାନର ମୁକାବିଲା ବିଷୟ ପଚାରିଥିଲେ। ରୋହିତ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଖେଳର ପୃଷ୍ଠଭୂମି ଓ ଖେଳର ଶୀର୍ଷସ୍ତରରେ ଦୀର୍ଘକାଳ ଧରି ରଖିବା ପାଇଁ ପାଇଥିବା ଉତ୍ସାହ ସମ୍ପର୍କରେ କହିଥିଲେ।

ପ୍ରଧାନମନ୍ତ୍ରୀ ଏହି ପ୍ରତିଭାବାନ ବ୍ୟାଡମିଣ୍ଟନ ଖେଳାଳିଙ୍କୁ ଜଣେ ବ୍ୟକ୍ତି ଓ ଖେଳାଳୀଭାବେ ସେ ନିଜେ ଏକ ଉତ୍ସାହ ବୋଲି କହିଥିଲେ। ସେ ତାଙ୍କ ଅଧ୍ୟବସାୟ ଓ ସମସ୍ତ ବାଧାବିଘ୍ନର ସାମ୍ନା କରିଥିବାରୁ ଶୁଭକାମନା ଜଣାଇଥିଲେ। ବୟସ ବୃଦ୍ଧି ସହ ଖେଳାଳୀଙ୍କ ଦକ୍ଷତା ଓ ନିରବଚ୍ଛିନ୍ନ ଉତ୍ସାହ ଲକ୍ଷ୍ୟ କରିଥିଲେ। “ବିଜୟ ସମ୍ବର୍ଦ୍ଧନାରେ ବିଶ୍ରାମ” ନ ନେଇ ତଥା ନିଜ ଦକ୍ଷତାକୁ ନେଇ ସନ୍ତୁଷ୍ଟ ନ ହେବା ଏକ ଖେଳାଳୀଙ୍କର ମୁଖ୍ୟ ଗୁଣ। ଜଣେ ଖେଳାଳୀ ସବୁବେଳ ଉଚ୍ଚାଭିଳାଷୀ ହୋଇ ନିଜର ସୁଦୂର ଲକ୍ଷ୍ୟ ହାସଲ ପାଇଁ ଚେଷ୍ଟିତ ହୋଇଥାଏ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

କୁସ୍ତି ଯୋଦ୍ଧା ବିରେନ୍ଦ୍ର ସିଂ କୁସ୍ତି ତାଙ୍କ ପାରିବାରିକ ପରମ୍ପରା ମଧ୍ୟରେ ରହିଛି ବୋଲି କହିଥିଲେ। ଶ୍ରୁତିବାଧିତ ଶ୍ରେଣୀରେ ରହି ମଧ୍ୟ ସେ ପ୍ରତିଯୋଗିତା ନିମନ୍ତେ ସୁଯୋଗ ପାଇଥିବାରୁ ସନ୍ତୋଷବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୁତିବାଧିତ ଅଲିମ୍ପିକ୍ସରେ ବିରେନ୍ଦ୍ର ୨୦୦୫ ମସିହା ଠାରୁ ନିରବଚ୍ଛିନ୍ନଭାବେ ପଦକ ବିଜୟୀ ହେଉଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ଭଲ କରିବା ମନୋବଳର ପ୍ରଶଂସା କରିଥିଲେ।

ପ୍ରଧାନମନ୍ତ୍ରୀ ତାଙ୍କୁ ଜଣେ ପୁରୁଣା ଖେଳାଳୀ ତଥା କ୍ରୀଡାର ଟିକିନିଖି ଅନୁସନ୍ଧିତ୍ସୁ ଭାବେ ଧନ୍ୟବାଦ ଜଣାଇଥିଲେ। “ତୁମର ଇଚ୍ଛାଶକ୍ତି ସମସ୍ତଙ୍କୁ ଉତ୍ସାହିତ କରିବ। ତୁମର ନିରବଚ୍ଛିନ୍ନ ଗୁଣ ଯୋଗୁଁ ଯୁବକ ଯୁବତୀଙ୍କଠାରୁ କ୍ରୀଡାବିତ୍ ପର୍ଯ୍ୟନ୍ତ ଉଭୟ ପ୍ରଭାବିତ ହେବେ । ଶୀର୍ଷରେ ପହଞ୍ଚିବା କଷ୍ଟକର ଓ ତା’ଠାରୁ ବଳି କଷ୍ଟକର ହେଲା ସେହି ସ୍ଥାନ ବଜାୟ ରଖି ଆହୁରି ଉନ୍ନତି କରିବା ପାଇଁ ଚେଷ୍ଟା କରିବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ବନ୍ଧୁକ ଚାଳନାକାରୀ ଧନୁଷ ମଧ୍ୟ ତାଙ୍କର ନିରଚ୍ଛିନ୍ନ ଉତ୍କର୍ଷ ନିମନ୍ତେ ପାରିବାରିକ ସମର୍ଥନକୁ ଶ୍ରେୟ ଦେଇଥିଲେ। ତାଙ୍କୁ ଯୋଗ ଓ ଧ୍ୟାନ କିପରି ସହାୟକ ହୋଇଛି ତାହା ମଧ୍ୟ କହିଥିଲେ। ସେ ତାଙ୍କ ମା’ଙ୍କୁ ପଥପ୍ରଦର୍ଶକ ବିବେଚନା କରନ୍ତି ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ମା’ ଓ ପରିବାରର ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। ତୃଣମୂଳସ୍ତରରେ ଖେଲୋ ଇଣ୍ଡିଆ କ୍ରୀଡାବିତ ମାନଙ୍କ ନିମନ୍ତେ ସହାୟକ ହେଉଥିବାରୁ ସେ ଖୁସି ବ୍ୟକ୍ତି କରିଥିଲେ।

ବନ୍ଧୁକ ଚାଳନାକାରୀ ପ୍ରିୟେଶା ଦେଶମୁଖ ତାଙ୍କ  ଏହି ଯାତ୍ରାରେ  ପରିବାର ଓ ପ୍ରଶିକ୍ଷକ ଅଞ୍ଜଳି ଭାବଗତଙ୍କ ସହାୟତା ବିଷୟରେ କହିଥିଲେ।  ପ୍ରିୟେଶା ଦେଶମୁଖଙ୍କ ସଫଳତା ପଛରେ ଅଞ୍ଜଳି ଭାବଗତଙ୍କ ଭୂମିକା ନିମନ୍ତେ ପ୍ରଧାନମନ୍ତ୍ରୀ ତାଙ୍କୁ ପ୍ରଶଂସା କରିଥିଲେ।   ପ୍ରଧାନମନ୍ତ୍ରୀ ପୁନେକର ପ୍ରିୟେଶଙ୍କ ନିର୍ଭୁଲ ହିନ୍ଦୀର ପ୍ରଶଂସା କରିଥିଲେ।

ଟେନିସ ଖେଳାଳୀ ଜାଫ୍ରିନ ଶେଖ ମଧ୍ୟ ତାଙ୍କ ମାତା-ପିତାଙ୍କ ସମର୍ଥନ ବିଷୟରେ କହିଥିଲେ। ଜାଫ୍ରିନ ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହୋଇଥିବାରୁ ତାଙ୍କ ଖୁସି ଜାହିର କରିଥିଲେ। ପ୍ରଧାନମନ୍ତ୍ରୀ ନିଜର ସାମର୍ଥ୍ୟ ଓ ପରାକ୍ରମ ଯୋଗୁଁ ଦେଶର ଅନ୍ୟ ଝିଅ ତଥା ଯୁବତୀମାନଙ୍କ ନିମନ୍ତେ ପଥପ୍ରଦର୍ଶକ ହେବେ ବୋଲି କହିଥିଲେ। “ତୁମେ ପ୍ରମାଣ କରିଛି ଯେ ଯଦି ଭାରତରେ ଝିଅମାନେ ଯେକୌଣସି ଲକ୍ଷ୍ୟ ପ୍ରତି ନିଜର  ନଜର ରଖିବେ, ତେବେ ସେମାନଙ୍କୁ କୌଣସି ଘାତ ପ୍ରତିଘାତ ମଧ୍ୟ ରୋକିପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନଙ୍କ ସଫଳତା ଖୁବ୍ ମହାନ ଓ ସେମାନଙ୍କ ଏଥିପ୍ରତି ଅନୁରାଗ ଭବିଷ୍ୟତରେ ଆହୁରି ଗୌରବମୟ ସମ୍ଭାବନାର ସୂଚନା ଦେଉଛି। “ ଏହି ଅନୁରାଗ ଓ ଉତ୍ସାହ ବଳବତ୍ତର ରଖ। ଏହା ଆମ ଦେଶର ଅଭିବୃଦ୍ଧି ଓ ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରିବାର ଦ୍ୱାରା ଉନ୍ମୁକ୍ତ କରିବ” ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଜଣେ ଦିବ୍ୟାଙ୍ଗ ଆନ୍ତର୍ଜାତିକ କ୍ରୀଡା ମଂଚରେ ଉତ୍କର୍ଷ ପ୍ରତିପାଦନ କରେ, ତା’ର ସଫଳତା କ୍ରୀଡାଙ୍ଗନା ଛଡା ଅନେକ ଅନେକ ଦୂରରେ ପ୍ରତିଧ୍ୱନିତ ହୋଇଥାଏ। ଏହା ଦେଶର ସଂସ୍କୃତିକୁ ପ୍ରଦର୍ଶିତ କରିବା ସହ ସମ୍ବେଦନଶୀତାଳକୁ ମଧ୍ୟ ଦର୍ଶାଇଥାଏ। ସେଥିପାଇଁ “ଆପଣମାନଙ୍କ ଅବଦାନ ଯୋଗୁଁ ସୃଷ୍ଟି ହେଉଥିବା ସକରାରତ୍ମକ ଛବି, ଅନ୍ୟାନ୍ୟ କ୍ରୀଡାବିତ୍‌ଙ୍କ ତୁଳନାରେ ଯଥେଷ୍ଟ ଅଧିକ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

କଥାବାର୍ତ୍ତା ପରେ ପ୍ରଧାନମନ୍ତ୍ରୀ ଟ୍ୱିଟ୍ ଜରିଆରେ କହିଛନ୍ତି ଯେ“ଯେଉଁ ବିଜେତା ଗଣ ଶ୍ରୁତିବାଧିତ ଅଲିମ୍ପିକ୍ସରେ ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ସେମାନଙ୍କ ସହ କଥାବାର୍ତ୍ତାକୁ ମୁଁ କେବେ ବି ଭୂଲିପାଇବି ନାହିଁ। କ୍ରୀଡାବିତ୍‌ମାନେ ସେମାନଙ୍କ ଅଭିଜ୍ଞତା ବଖାଣିଛନ୍ତି ଓ ମୁଁ ସେମାନଙ୍କ ଉତ୍ସାହ ଓ ସଂକଳ୍ପ ଅନୁଭବ କରିଛି। ସମସ୍ତଙ୍କୁ ମୋର ଶୁଭେଚ୍ଛା। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ “ଆମର ବିଜେତାମାନଙ୍କ ଯୋଗୁଁ ଏଥରର ଶ୍ରୁତିବାଧିତ ଅଲିମ୍ପିକ୍‌ସ ଦେଶ ପାଇଁ  ସର୍ବୋତ୍ତମ  ହୋଇପାରିଛି।”

Categories
ଜାତୀୟ ଖବର ବିଶେଷ ଖବର

ଉଦଘାଟିତ ହେଲା ୫୨ତମ ଆଇଏଫ୍ଏଫ୍ଆଇ ଭାରତୀୟ ପାନୋରାମା

ପାନଜି/ ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଆନ୍ତର୍ଜାତୀୟ ଚଳଚିତ୍ର ଉତ୍ସବ ଭାରତ ପାନୋରାମାକୁ ଉଦଘାଟନ କରିଛନ୍ତି। ଚଳିତବର୍ଷ ଭାରତୀୟ ପାନୋରାମା ୨୦୨୧ରେ ୨୪ଟି ପୂର୍ଣ୍ଣାଙ୍ଗ ଓ ୨୦ଟି ଅଣପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ସମ୍ପର୍କରେ ଦର୍ଶକଙ୍କୁ ସୂଚନା ଦିଆଯାଇଥିଲା । ହିମାଚଳ ପ୍ରଦେଶ ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର କେନ୍ଦ୍ରମନ୍ତ୍ରୀଙ୍କ ସହ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ସେମଖୋର ଓ ଅଣପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ଭେଦ-ଦିବ୍ୟଦ୍ରଷ୍ଟାର ନିର୍ମାତା, ଅଭିନେତା ଓ ସହାୟକ ଷ୍ଟାଫଙ୍କୁ ଅଂଶଗ୍ରହଣ ପାଇଁ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧତ କରିଥିଲେ।

ଚଳଚ୍ଚିତ୍ର ନିର୍ମାଣକାରୀଙ୍କୁ ଅଭିନନ୍ଦନ ଜଣାଇ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ “ ଦେଶର ଅତ୍ୟନ୍ତ ଦୁର୍ଗମ ସ୍ଥାନରୁ ଆପଣମାନେ ବହୁ କଷ୍ଟ ସ୍ୱୀକାର କରି ଚଳଚ୍ଚିତ୍ର କାହାଣୀ ସଂଗ୍ରହ ପାଇଁ ଉଦ୍ୟମ କରିଛନ୍ତି । ବିଷୟବସ୍ତୁ ହେଉଛି ରାଜା ଓ ଆପଣମାନେ ଯଦି ସଠିକ୍ ବିଷୟବସ୍ତୁ ବାଛିଛନ୍ତି ତେବେ ତାହା କେବଳ ଜାତୀୟ ନୁହଁ, ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚିବ । ଆମ ମଧ୍ୟରେ ମେଧା ରହିଛି ଓ ଆପଣମାନଙ୍କ ସାହାଯ୍ୟରେ ଆମେ ଆଇଏଫ୍ଏଫ୍ଆଇକୁ ଏକ ନୂତନ ଶିଖରରେ ପହଞ୍ଚାଇବ ପାରିବା।

ଗୋଆ ବେଳାଭୂମିକୁ ଆଇଏଫ୍ଏଫ୍ଆକୁ ଆଣିପାରିଥିବା ସ୍ୱର୍ଗତ ମନୋହର ପାରିକରଙ୍କୁ ମଧ୍ୟ ସେ ମନେ ପକାଇଥିଲେ । ସେ ଆହୁରି କହିଥିଲେ ଯେ “ ଆଗରୁ ଆମେ ଦେଖିଥିଲୁ ଯେ କେବଳ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ ଚଳଚ୍ଚିତ୍ର ମହୋତ୍ସବରେ ସମ୍ମାନୀତ କରାଯାଉଛି । କିନ୍ତୁ ଆଜି ଆମେ ବୈଷୟିକ କାର‌୍ୟ୍ୟରେ ନିଯୁକ୍ତ ବ୍ୟକ୍ତି, ପ୍ରଚ୍ଛଦ ପଟରେ ରହି ଯେଉଁମାନେ ଚଳଚ୍ଚିତ୍ର ସମ୍ପୂର୍ଣ୍ଣ କରିବାରେ ସହାୟକ ହୁଅନ୍ତି ସେମାନଙ୍କୁ ମଧ୍ୟ ସମ୍ମାନୀତ କରୁଛୁ।” ସେ ମଧ୍ୟ ଆନ୍ତର୍ଜାତୀୟ ନିର୍ମାତାମାନଙ୍କୁ ଭାରତ ଆସି ଚଳଚ୍ଚିତ୍ର ନିର୍ମାଣ କରିବାକୁ ଅନୁରୋଧ କରିଥିଲେ ।

ଏହି ଅବସରରେ ସମବେତ ବ୍ୟକ୍ତିଙ୍କୁ ଉଦ୍ବୋଧନ ଦେଇ ହିମାଚଳ ପ୍ରଦେଶ ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର କହିଥିଲେ ଯେ “ମୁଁ ଜଣେ ଚଳଚ୍ଚିତ୍ର ସମାଲୋଚକ ବା ଚଳଚ୍ଚିତ୍ରରେ ଏକାନ୍ତ ଭକ୍ତ ନୁହଁ, ମାତ୍ର ସବୁବେଳେ ମୁଁ ଭାରତୀୟ ପାନୋରାମା ଆମ ସମାଜରେ ଚଳଚ୍ଚିତ୍ର ପ୍ରଭାବ କିପରି ପ୍ରତିଫଳିତ ହୁଏ ତାହା ଦେଖିଥାଏ । ମୁଁ ଗର୍ବର ସହ ଏତିକି କହିପାରେ ଯେ ଭାରତୀୟ ଚଳଚ୍ଚିତ୍ର ଅତି ସୁନ୍ଦର ଭାବେ ଆମ ସମାଜର ଆକାଂକ୍ଷା, ଆବଶ୍ୟକତା ଓ ସଂଘର୍ଷକୁ ଚିତ୍ରଣ କରିଥାଏ ।

ପ୍ରଦର୍ଶିତ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ଶ୍ରେଣୀରେ ଭାରତୀୟ ପାନୋରାମା ଅନୁଭାଗରେ ପ୍ରଦର୍ଶିତ ହୋଇଥିବା ଚଳଚ୍ଚିତ୍ର ସେମଖୋର ଡିମ୍ଶା ଭାଷାର ପ୍ରଥମ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରକୁ ସ୍ୱୀକୃତି ଦେଇ ସମ୍ମାନୀତ କରିଥିବାରୁ ଏହାର ନିର୍ଦ୍ଦେଶିକା ଆମି ବରୁଆ ଓୠୠଓ କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ଆସାମର ଡିମ୍ଶା ଗୋଷ୍ଠୀର ଲୋକଙ୍କ ସଂଘର୍ଷର କାହାଣୀ ଏଥିରେ ପ୍ରତିଫଳିତ ବୋଲି ସେ କହିଛନ୍ତି ।

ଅଣ ପୂର୍ଣ୍ଣାଙ୍ଗ ଶ୍ରେଣୀରେ ଉଦ୍ଘାଟନୀ ଚଳଚ୍ଚିତ୍ର ଭେଦ-(ଦିବ୍ୟଦ୍ରଷ୍ଟ୍ରା)ର ନିର୍ଦ୍ଦେଶକ ରାଜୀବ ପ୍ରକାଶ କହିଛନ୍ତି ଯେ ଚଳଚ୍ଚିତ୍ର ନିର୍ମାଣରେ ମୋ ବାପାଙ୍କ ନମନିୟତା ଓ ସଂଘର୍ଷର କାହାଣୀ ଦର୍ଶାଯାଇଛି । ଚଳଚ୍ଚିତ ଇତିହାସରେ ଏଥିରେ କରାଯାଇଥିବା ପ୍ରୟାସ ଗଭୀର ଛାପ ପକାଇବ ।

ପୂର୍ଣ୍ଣାଙ୍ଗ ଓ ଅଣପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ଜୁରୀମାନଙ୍କୁ ମଧ୍ୟ ଏହି ଅବସରରେ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଭାରତୀୟ ପାନୋରାମା ଆଇଏଫ୍ଏଫ୍ଆଇକୁ ଅଧୀନରେ ଏକ ଫ୍ଲାଗସିପ୍ ଅଂଶ ଯାହା ଜରିଆରେ ଚଳଚ୍ଚିତ୍ରକଳା ପାଇଁ ସାମ୍ପ୍ରତିକ ଚଳଚ୍ଚିତ୍ରଗୁଡିକୁ ବଛାଯାଇଥାଏ । ଭାରତୀୟ ସମୃଦ୍ଧ ସଂସ୍କୃତି, ସିନେମାକଳା ଓ ଭାରତୀୟ ସିନେମାକୁ ପ୍ରୋତ୍ସାହନ ପାଇଁ ୧୯୭୮ ମସିହାରେ ଆଇଏଫ୍ଏଫ୍ଆଇକୁ ଅଧୀନରେ ଏହାକୁ ପ୍ରବର୍ତ୍ତନ କରାଯାଇଥିଲା ।

Categories
ଜାତୀୟ ଖବର ବିଶେଷ ଖବର

ଅନ୍ତର୍ଜାତୀୟ ଯୁବ ଦିବସ ଅବସରରେ ୨୨ ଜଣଙ୍କୁ ଜାତୀୟ ଯୁବ ପୁରସ୍କାର ପ୍ରଦାନ କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ, କେନ୍ଦ୍ର ଯୁବ ଯୁବ ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଜାତୀୟ ଯୁବ ପୁରସ୍କାର ୨୦୧୭-୧୮ ଏବଂ ୨୦୧୮-୧୯ ପ୍ରଦାନ କରିଛନ୍ତି । ଅନ୍ତର୍ଜାତୀୟ ଯୁବ ଦିବସ ୨୦୨୧ କୁ ସ୍ମରଣ କରି, କୃଷି-ଉଦ୍ୟୋଗ ଚ୍ୟାଲେଞ୍ଜ ଏସ୍‍.ଓ.ଏଲ୍‍.ଭି.ଇ.ଡି ୨୦୨୧ (ସାମାଜିକ ଉଦ୍ଦେଶ୍ୟ-ଭିତ୍ତିକ ସ୍ୱେଚ୍ଛାସେବୀ ଉଦ୍ୟୋଗ ବିକାଶ) ର ଦଶ ଜଣ ଯୁବ ବିଜେତା ଉଦ୍ୟୋଗୀ ଦଳ ମଧ୍ୟ ଶ୍ରୀ ଅନୁରାଗ ଠାକୁରଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ । ଯୁବ ବ୍ୟାପାର ବିଭାଗର ସଚିବ, ଶ୍ରମତୀ ଉଷା ଶର୍ମା; ଜାତିସଂଘର ଆବାସିକ ସଂଯୋଜକ, ଶ୍ରୀମତୀ ଡେଇର୍ଡେବୋୟେଡ ଏବଂ ଯୁବ ବ୍ୟାପାର ବିଭାଗର ଯୁଗ୍ମ ସଚିବ ଶ୍ରୀ ଅସୀତ ସିଂହ ଏବଂ ଅନ୍ୟମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ପୁରସ୍କାର ବିତରଣ ଉତ୍ସବରେ ଶ୍ରୀ ଅନୁରାଗ ଠାକୁର କହିଛନ୍ତି, ଆଜି ମିଳିତ ଜାତିସଂଘ (ୟୁଏନ୍‍) ଦ୍ୱାରା ଘୋଷିତ ଆନ୍ତର୍ଜାତୀୟ ଯୁବ ଦିବସର ବାର୍ଷିକ ଉତ୍ସବ ପାଳନ କରାଯାଉଛି । ଆନ୍ତର୍ଜାତୀୟ ଯୁବ ଦିବସ କେବଳ କ୍ୟାଲେଣ୍ଡରରେ ଗୋଟିଏ ଦିନ ନୁହେଁ । ଭାରତର ଯୁବକମାନେ ଭାରତର ଭବିଷ୍ୟତ ହେବାବେଳେ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଭାରତର ବର୍ତ୍ତମାନ ।  ବର୍ତ୍ତମାନ ଯୁଗରେ ସେମାନେ ନୂଚନା ଚିନ୍ତାଧାରା ଏବଂ ନବସୃଜନର ଡ୍ରାଇଭର ଅଟନ୍ତି – ଏଆଇ – ଆତ୍ମନିର୍ଭର ଇନୋଭେସନ’ ।

ଶ୍ରୀ ଅନୁରାଗ ଠାକୁର ଆହୁରି କହିଛନ୍ତି, ଚଳିତ ବର୍ଷ ଆନ୍ତର୍ଜାତୀୟ ଯୁବ ଦିବସର ବିଷୟବସ୍ତୁ ଖାଦ୍ୟ ବ୍ୟବସ୍ଥାରେ ପରିବର୍ତ୍ତନ ଉପରେ ଧ୍ୟାନ ଦେଇଥାଏ; ଏହି ପରିବର୍ତ୍ତନ ପାଇଁ ଯୁବକ ମାନଙ୍କ ଯୋଗଦାନ ଏକ ପ୍ରମୁଖ ବିଷୟ । ଯୁବକମାନଙ୍କ ନେତୃତ୍ୱରେ କୃଷି-ଜ୍ଞାନକୌଶଳ ଉଦ୍ଭାବନ ଏହି କ୍ଷେତ୍ରରେ ନୂତନ ଉଦୀୟମାନ ଧାରା ଚଳାଉଛି । ଯୁବକମାନଙ୍କ ଅର୍ଥପୂର୍ଣ୍ଣ ଅଂଶଗ୍ରହଣ ବିନା ଏଭଳି ବିଶ୍ୱସ୍ତରୀୟ ପ୍ରୟାସର ସଫଳତା ହାସଲ ହେବ ନାହିଁ । ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଆମର ଯୁବ ନାଗରିକଙ୍କ ପାଇଁ ବୃତ୍ତିଗତ ଶିକ୍ଷା, ଦକ୍ଷତା, ଷ୍ଟାର୍ଟଅପ୍ ପାଣ୍ଠି ଉପରେ ବିଭିନ୍ନ ପଦକ୍ଷେପକୁ ପ୍ରାଥମିକତା ଦେଇଛନ୍ତି । ଆମେ ଭାରତର ଯୁବକମାନଙ୍କୁ ବିଶ୍ୱର ସବୁଠାରୁ ଅଧିକ ଦକ୍ଷ କରିବା ପାଇଁ ଲକ୍ଷ୍ୟ ରଖିଛୁ । ମୁଁ ସମସ୍ତ ଜାତୀୟ ଯୁବ ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଉଛି । ପୁରସ୍କାର ପ୍ରଦାନରେ ଆମର ଉଦ୍ଦେଶ୍ୟ ହେଉଛି ଯୁବକମାନଙ୍କୁ ଉତ୍କର୍ଷତା ହାସଲ କରିବା ପାଇଁ ଉତ୍ସାହିତ କରିବା ।

ଏହି ଅବସରରେ ଭାଷଣ ଦେଇ ଶ୍ରୀମତୀ ଡେଇର୍ଡେବୋୟେଡ କହିଛନ୍ତି ଯେ ବିଶ୍ୱ ସହିତ ଭାରତର ଅନେକ ଭାଗିଦାର ଅଛି, ଏଠାରେ ବହୁ ସଂଖ୍ୟାରେ ଯୁବଗୋଷ୍ଠି ଅଛନ୍ତି । ପରିବର୍ତ୍ତନକୁ ପ୍ରଭାବିତ କରିବାର ଶକ୍ତି ଯୁବକମାନଙ୍କର ଅଛି, ଦେଶର ଅଗ୍ରଗତି ପାଇଁ ସେମାନଙ୍କର ନୂତନ ଏବଂ ଅଭିନବ ଚିନ୍ତାଧାରା ଅଛି । ନିରନ୍ତର ବିକାଶରେ ସମଗ୍ର ବିଶ୍ୱରେ ଯୁବକମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ।

ଯୁବ ବ୍ୟାପାର ବିଭାଗର ସଚିବ ଶ୍ରୀମତୀ ଉଷା ଶର୍ମା କହିଛନ୍ତି ଯେ ଭାରତର ଯୁବକ ଶକ୍ତି ପରିବର୍ତ୍ତନର ର୍ନିମାତା, ଅଭିନବ, ଯୁବ ଉଦ୍ୟୋଗୀ ତଥା ସମ୍ପ୍ରଦାୟର ସ୍ୱାର୍ଥ ରକ୍ଷା କରୁଥିବା ନିସ୍ୱାର୍ଥପର ସ୍ୱେ୍ୱଚ୍ଛାସେବୀ ଭାବରେ ବହୁମୁଖୀ ଭୂମିକା ଗ୍ରହଣ କରୁଛନ୍ତି ।

ବ୍ୟକ୍ତିଗତ ଏବଂ ସଂଗଠନ ବର୍ଗରେ ମୋଟ ୨୨ ଟି ଜାତୀୟ ଯୁବ ପୁରସ୍କାର ପ୍ରଦାନ କରାଯାଇଥିଲା । ଏନ୍‍ୱାଇଏ ୨୦୧୭-୧୮ ପାଇଁ ମୋଟ ୧୪ ପୁରସ୍କାର ପ୍ରଦାନ କରାଯାଇଥିଲା, ଯେଉଁଥିରେ ବ୍ୟକ୍ତିଗତ ବର୍ଗରେ ୧୦ ପୁରସ୍କାର ଏବଂ ସଂଗଠନ ବର୍ଗରେ ୪ ପୁରସ୍କାର ଅନ୍ତର୍ଭୁକ୍ତ । ଏନ୍‍ୱାଇଏ ୨୦୧୮-୧୯ ପାଇଁ ମୋଟ ୮ ପୁରସ୍କାର ପ୍ରଦାନ କରାଯାଇଥିଲା ଯେଉଁଥିରେ ବ୍ୟକ୍ତିଗତ ବର୍ଗରେ ୭ ପୁରସ୍କାର ଏବଂ ସଂଗଠନ ବର୍ଗରେ ୧ ପୁରସ୍କାର ଅନ୍ତର୍ଭୁକ୍ତ । ଏହି ପୁରସ୍କାରରେ ପଦକ, ସାର୍ଟିଫିକେଟ୍ ଏବଂ ବ୍ୟକ୍ତିଗତ ଭାବେ ନଗଦ ପୁରସ୍କାର ଏକ ଲକ୍ଷ ଟଙ୍କା ଏବଂ ସଂଗଠନକୁ ନଗଦ ଆକାରରେ ଯଥାକ୍ରମେ ତିନି ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ୨୦୧୭-୧୮ବର୍ଷ ପାଇଁ ବ୍ୟକ୍ତିଗତ ବର୍ଗରେ ଓଡିଶାର ଅନୀଲ ପ୍ରଧାନ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ ।

ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ, ଯୁବ ବ୍ୟାପାର ବିଭାଗ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ବିକାଶ ତଥା ସମାଜ ସେବାର ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ ଯଥା ମାନବିକ ଅଧିକାର ପ୍ରୋତ୍ସାହନ, ସକ୍ରିୟ ନାଗରିକତା, ଗୋଷ୍ଠି ସେବା ଇତ୍ୟାଦି ଅବଦାନ ପାଇଁ ବ୍ୟକ୍ତିବିଶେଷ (୧୫-୨୯ ବର୍ଷ ବୟସ) ଏବଂ ସଂଗଠନକୁ ଜାତୀୟ ଯୁବ ପୁରସ୍କାର (ଏନ୍‍ୱାଇଏ) ପ୍ରଦାନ କରିଥାଏ ।

ପୁରସ୍କାରର ଉଦ୍ଦେଶ୍ୟ ହେଉଛି ଯୁବକମାନଙ୍କୁ ଜାତୀୟ ବିକାଶ ତଥା ସାମାଜିକ ସେବା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବା ପାଇଁ ଉତ୍ସାହିତ କରିବା, ଯୁବକମାନଙ୍କୁ ସମାଜ ପ୍ରତି ଥିବା ଦାୟିତ୍ୱ ଭାବନା ବଢାଇବାକୁ ଉତ୍ସାହିତ କରିବା ଏବଂ ଏହିପରି ଉତ୍ତମ ନାଗରିକ ଭାବରେ ନିଜର ବ୍ୟକ୍ତିଗତ ସାମର୍ଥ୍ୟକୁ ଉନ୍ନତ କରିବା ଏବଂ ସାମାଜିକ ସେବା ସମେତ ଜାତୀୟ ବିକାଶ ପାଇଁ ଯୁବକମାନଙ୍କ ସହିତ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ଦ୍ୱାରା କରାଯାଇଥିବା ଉଲ୍ଲେଖନୀୟ କାର୍ଯ୍ୟକୁ ସ୍ୱୀକୃତି ଦେବା ।

ଏସ୍‍.ଓ.ଏଲ୍‍.ଭି.ଇ.ଡି ଚ୍ୟାଲେଞ୍ଜ ପୁରସ୍କାର ନାମ ଗୁଡିକ ଏହା ଅଧିନରେ :

ମିଳିତ ଜାତିସଂଘର ସ୍ୱେଚ୍ଛାସେବୀ ତଥା ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ ସହଯୋଗରେ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଭାରତର ଗ୍ରାମାଞ୍ଚଳ, ସହରତଳି ଅଞ୍ଚଳ ତଥା ସହରାଞ୍ଚଳ ଯୁବକମାନଙ୍କ ପାଇଁ ଡିସେମ୍ବର ୨୦୨୦ ରେ ଏସ୍‍.ଓ.ଏଲ୍‍.ଭି.ଇ.ଡି ଚ୍ୟାଲେଞ୍ଜ ଆରମ୍ଭ କରିଛି, ଯେଉଁଥିରେ ଅଭିନବ ପ୍ରତିଭାଙ୍କୁ ଚିହ୍ନଟ ଓ ବିକଶିତ କରିବା, ଯୁବ-ନେତୃତ୍ୱାଧୀନ ଉଦ୍ୟୋଗୀ ସମାଧାନ ଚିହ୍ନଟ ଏବଂ ପୋଷଣ ପାଇଁ  କୃଷି-ଖାଦ୍ୟ ଶୃଙ୍ଖଳାରେ ଯୁବ ଉଦ୍ୟୋଗୀଙ୍କ ଦ୍ୱାରା ସମସ୍ୟାର ସମାଧାନ କରିବା ।  ସମଗ୍ର ଭାରତରୁ ୮୫୦ ରୁ ଅଧିକ ଯୁବକ ଆବେଦନ କରିଥିଲେ ଏବଂ ଅନେକ ପର୍ଯ୍ୟାୟର ପ୍ରତିଯୋଗିତା ଏବଂ ତାଲିମ ପରେ ଜାମ୍ମୁ କାଶ୍ମୀର, ବିହାର, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ, କର୍ଣ୍ଣାଟକ, ଗୁଜୁରାଟ ସମେତ ୧୦ ଜଣ ବିଜେତା ବାହାରିଥିଲେ ।

Categories
ଅନ୍ତରାଷ୍ଟ୍ରୀୟ ଖେଳ ଜାତୀୟ ଖବର ବିଶେଷ ଖବର

ଭାରତ ଫେରିବା ପରେ ଅଲିମ୍ପିକ ପଦକ ବିଜୟିନୀ ପି.ଭି. ସିନ୍ଧୁଙ୍କୁ ଭବ୍ୟ ସ୍ଵାଗତ

ନୂଆଦିଲ୍ଲୀ, ପ୍ରଥମ ଭାରତୀୟ ମହିଳା ଭାବେ ଲଗାତାର ଦୁଇଟି ଅଲିମ୍ପିକ୍ସ କ୍ରୀଡ଼ାରେ ପଦକ ଜିତି ଇତିହାସ ରଚିଥିବା ତାରକା ବ୍ୟାଡମିଣ୍ଟନ ଖେଳାଳୀ ପି. ଭି. ସିନ୍ଧୁ ସ୍ଵଦେଶ ଫେରିବା ପରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ଟୋକିଓ ୨୦୨୦ ଅଲିମ୍ପିକ୍ସରେ ପ୍ରତିପକ୍ଷ ଖେଳାଳୀ ହି ବିଂ ଜିଆଓଙ୍କୁ ସିଧାସଳଖ ଗେମରେ ପରାସ୍ତ କରି ସେ ବ୍ରୋଞ୍ଜ ପଦକ ହାସଲ କରିଥିଲେ।

ସିନ୍ଧୁ ଓ ତାଙ୍କ କୋଚ ପାର୍କ ତାଏ ସ୍ୟାଙ୍ଗଙ୍କୁ ଏକ ଭବ୍ୟ ସମାରୋହରେ ସମ୍ବର୍ଦ୍ଧନା ଜଣାଇବା ଅବସରରେ ଶ୍ରୀ ଠାକୁରଙ୍କ ସହିତ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ, କେନ୍ଦ୍ର ସଂସ୍କୃତି, ପଯ୍ୟଟନ ଏବଂ ଉତ୍ତର-ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଜି କିଷନ ରେଡ୍ଡୀ ଏବଂ ଯୁବବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିଷିଥ ପରମାଣିକ, କ୍ରୀଡ଼ା ସଚିବ ଶ୍ରୀ ରବି ମିତ୍ତଲ ଏବଂ କ୍ରୀଡ଼ା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସିନ୍ଧୁଙ୍କ ମାତାପିତା ପି ବିଜୟା ଏବଂ ପିଭି ରମନା ହାଇଦ୍ରାବାଦରୁ ଏହି କାର‌୍ୟ୍ୟକ୍ରମ ପାଇଁ ବିଶେଷ ଭାବେ ଯାତ୍ରା କରିଥିଲେ। ସାଂସଦ ଶ୍ରୀ ଶ୍ୟାମବାବୁ ରାଓ, ବନ୍ଦି ସଞ୍ଜୟ କୁମାର, ଅରବିନ୍ଦ ଧର୍ମପୁରୀ ଏବଂ ଟିଜି ଭେଙ୍କଟେଶ ମଧ୍ୟ ଏହି କାର‌୍ୟ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ଶ୍ରୀ ଠାକୁର କହିଥିଲେ, “ପିଭି ସିନ୍ଧୁ ଭାରତର ପରିଚୟ ଓ ପ୍ରେରଣା ଏବଂ ଦେଶ ପାଇଁ ଖେଳିବାକୁ ସ୍ଵପ୍ନ ଦେଖୁଥିବା ପ୍ରତ୍ୟେକ ଭାରତୀୟଙ୍କୁ ସେ ଅନୁପ୍ରାଣିତ କରିଛନ୍ତି । ପିଭି ସିନ୍ଧୁ ଭାରତର ମହାନ ଅଲିମ୍ପିଆନମାନଙ୍କ ମଧ୍ୟରୁ ଅନ୍ୟତମ । ସେ କହିଥିଲେ ଯେ ଟୋକିଓ ଅଲିମ୍ପିକ୍ସ ପାଇଁ ଗସ୍ତ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ସିନ୍ଧୁ ପଦକ ଜିତିବା ପରେ ପ୍ରଥମ ବ୍ୟକ୍ତି ଭାବେ ପ୍ରଧାନମନ୍ତ୍ରୀ ତାଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଥିଲେ। ସିନ୍ଧୁ ତାଙ୍କର ପ୍ରଦର୍ଶନ ଦ୍ବାରା ୧୩୦ କୋଟି ଭାରତୀୟଙ୍କୁ ଗୌରବାନ୍ବିତ କରିଛନ୍ତି।

କାର୍ଯ୍ୟକ୍ରମରେ ଅତ୍ୟନ୍ତ ଉଲ୍ଲସିତ ଦେଖାଯାଉଥିବା ସିନ୍ଧୁ କହିଥିଲେ ଯେ ସେ ସେମିଫାଇନାଲରେ ବିଜୟୀ ହୋଇପାରି ନ ଥିବାରୁ ଦୁଃଖିତ, ତେବେ ଲଗାତାର ଦୁଇଟି ଅଲିମ୍ପିକ୍ସରେ ପଦକ ଜିତିଥିବାରୁ ଆନନ୍ଦିତ। କାର‌୍ୟ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଥିଲେ ଯେ ସିନ୍ଧୁ ଜଣେ ମହାନ କ୍ରୀଡ଼ା ତାରକା ଏବଂ ସେ ବାରମ୍ବାର ଏହାକୁ ପ୍ରମାଣିତ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ରେଡ୍ଡୀ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ପରମାଣିକ ମଧ୍ୟ ସିନ୍ଧୁଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସୂଚନାଯୋଗ୍ୟ ଯେ ଅଲିମ୍ପିକ୍ସ ପାଇଁ ସିନ୍ଧୁଙ୍କୁ ପ୍ରସ୍ତୁତ କରିବା ଲାଗି ଭାରତ ସରକାର ପାଖାପାଖି ୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ତାଙ୍କୁ ୫୨ଟି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବା ଏବଂ ତାଙ୍କ ପାଇଁ ହାଇଦ୍ରାବାଦରେ ପ୍ରଶିକ୍ଷଣ କାର‌୍ୟ୍ୟକ୍ରମର ଆୟୋଜନ କରିବା ଲାଗି ସୁବିଧା ଯୋଗାଇ ଦିଆଯାଇଥିଲା। ତେଲଙ୍ଗାନା ସରକାରଙ୍କ ସହ ମିଶି ତାଙ୍କ ପାଇଁ ଅଲିମ୍ପିକ୍ସ ଗେମ ପୂର୍ବରୁ ଗୋଚ୍ଛିବୋଲି ଷ୍ଟାଡିୟମରେ ପ୍ରଶିକ୍ଷଣ ବ୍ୟବସ୍ଥା କରାଯାଇଥିଲା।

ମହିଳା ଭାରୋତ୍ତୋଳକ ମୀରାବାଇ ଚାନୁ ୪୯ କିଗ୍ରା ବର୍ଗରେ ରୋପ୍ୟ ପଦକ ହାସଲ କରିବା ପରେ ଦ୍ବିତୀୟ ଭାରତୀୟ ଖେଳାଳୀ ଭାବେ ସିନ୍ଧୁ ଟୋକିଓ ଅଲିମ୍ପିକ୍ସରେ ପଦକ ହାସଲ କରିଛନ୍ତି। ସେହିପରି ଭାରତ ପାଇଁ ପଦକ ସମ୍ଭାବନା ସୃଷ୍ଟି କରିଥିବା ବକ୍ସର ଲୋଭଲିନା ବୋର୍ଗୋହେନ ୬୯ କିଗ୍ରା ବର୍ଗର ସେମି ଫାଇନାଲରେ ତୁର୍କୀର ବୁସେନାଜ ସୁର୍ମେନେଲିଙ୍କୁ ବୁଧବାର ଦିନ ଭେଟିବେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ଷ୍ଟାଣ୍ଡଅପ୍ ଇଣ୍ଡିଆ ଯୋଜନାରେ ୧ଲକ୍ଷ ୧୦ହଜାର ୧୯ଜଣ ନେଲେଣି ବ୍ୟାଙ୍କରୁ ଋଣ

ନୂଆଦିଲ୍ଲୀ: ଦେଶରେ ଷ୍ଟାଣ୍ଡଅପ ଯୋଜନା ପ୍ରଚଳନ ହେବା ଦିନଠାରୁ ୨୦୨୧ ମସିହା ଜାନୁୟାରୀ ୩୧ତାରିଖ ସୁଦ୍ଧା ୧,୧୦,୦୧୯ଜଣ ବିଭିନ୍ନ ତାଲିକାଭୁକ୍ତ ବ୍ୟାଙ୍କରୁ ଏହି ଯୋଜନାରେ ଋଣ ପାଇସାରିଲେଣି। ଏହି ଯୋଜନାରେ ହିତାଧିକାରୀମାନେ ୧୦ଲକ୍ଷରୁ ୧କୋଟି ପର୍ଯ୍ୟନ୍ତ ଟଙ୍କା ବ୍ୟବସାୟ ଆରମ୍ଭ କିମ୍ବା ବ୍ୟବସାୟର ସମ୍ପ୍ରସାରଣ ପାଇଁ ବ୍ୟଙ୍କରୁ ଋଣ ପାଇପାରିବେ।

କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁର ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଆଜି ରାଜ୍ୟସଭାକୁ ଏହା ଜଣାଇଛନ୍ତି। ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀଠାକୁର ଆହୁରି ମଧ୍ୟ ଜଣାଇଛନ୍ତି ଯେ ୨୦୧୬ ମସିହାର ଏପ୍ରିଲ ୧୬ତାରିଖ ଦିନ ଷ୍ଟାଣ୍ଡଅପ ଇଣ୍ଡିଆ ଯୋଜନା କାର୍ଯ୍ୟକାରୀ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ଯୋଜନାର ଅବଧିକୁ ୨୦୨୫ ମସିହା ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ଏହି ଯୋଜନାରେ ୧୦ଲକ୍ଷରୁ ୧କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟର ସମ୍ପ୍ରସାରଣ କିମ୍ବା ନୂଆ ବ୍ୟବସାୟ ପାଇଁ ବ୍ୟାଙ୍କଗୁଡିକ ଋଣ ଦେଇଥାଆନ୍ତି।

ସବୁଜ ଉଦ୍ୟୋଗ କ୍ଷେତ୍ର ଅନ୍ତର୍ଗତ ବିଭିନ୍ନ ନିର୍ମାଣ କ୍ଷେତ୍ର ଏବଂ ବ୍ୟବସାୟ ପାଇଁ ପ୍ରତ୍ୟେକ ତାଲିକାଭୁକ୍ତ ବାଣିଜ୍ୟିକ ବ୍ୟାଙ୍କର ପ୍ରତ୍ୟେକ ଶାଖା ଅନ୍ୟୂନ ଜଣେ ତଫସିଲଭୁକ୍ତ ଜାତିର, ଜଣେ ତଫସିଲଭୁକ୍ତ ଉପଜାତିର ଏବଂ ଜଣେ ମହିଳା ଉଦ୍ୟୋଗୀଙ୍କୁ ୧୦ଲକ୍ଷରୁ ୧କୋଟି ଟଙ୍କା ମଧ୍ୟରେ ଋଣ ଦେବେ।