ଘୋଷଣା ହେଲା ଏଏସଓ ପରୀକ୍ଷା ପାଇଁ ସାନି ବିଜ୍ଞପ୍ତି, ଜାଣନ୍ତୁ କେବେ କେତେବେଳେ

Published: Aug 20, 2022, 6:02 pm IST

ଭୁବନେଶ୍ବର: ବନ୍ୟା ପାଇଁ ବାତିଲ ହୋଇଥିଲା ଆସିଷ୍ଟାଣ୍ଡ ସେକସନ ଅଫିସର ବା ଏଏସଓ ପରୀକ୍ଷା । ହେଲେ ଆଜି ଓଡିଶା ପବ୍ଲିକ ସର୍ଭିସ କମିସନର ସାନି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସେହି ଅନୁସାରେ ଏହି ପରୀକ୍ଷା ଆସନ୍ତା ୨୭ ତାରିଖରେ ହେବ। ପୂର୍ବରୁ ଏହି ପରୀକ୍ଷା ୨୧ ତାରିଖ ହେବ ବୋଲି ନିର୍ଦ୍ଧାରିତ ହୋଇଥିଲା।

ନୂଆ ବିଜ୍ଞପ୍ତି ଅନୁସାରେ ଏହି ପରୀକ୍ଷା ୨୭ ତାରିଖ ଦିନ ତିନୋଟି ସିଟିଂରେ ପରକ୍ଷା କରାଯିବ। ପ୍ରଥମ ସିଟିଂ ସକାଳ ୯ଟାରୁ ୧୦ଟା ୩୦ ମିନଟ, ଦ୍ବିତୀୟ ସିଟିଂ ଦିନ ୧୧ ଟା ୩୦ ରୁ ୧.୦୦ ପର୍ଯ୍ୟନ୍ତ ହେବ। ସେହିପରି ତୃତୀୟ ସିଟିଂ ୨ଟା ୩୦ ରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ୩୦ ପର୍ଯ୍ୟନ୍ତ ଚାଲିବ।

Related posts