Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ବିଶ୍ବକପ୍‌ ରାଉଣ୍ଡ ଅପ୍‌ : କ୍ରମାଗତ ଦ୍ବିତୀୟ ଥର ପାଇଁ ଇଣ୍ଡିଜ୍‌ ବିଶ୍ବବିଜେତା
ଖେଳ

ବିଶ୍ବକପ୍‌ ରାଉଣ୍ଡ ଅପ୍‌ : କ୍ରମାଗତ ଦ୍ବିତୀୟ ଥର ପାଇଁ ଇଣ୍ଡିଜ୍‌ ବିଶ୍ବବିଜେତା

May 17, 2019No Comments3 Mins Read
Share Facebook Twitter LinkedIn Email WhatsApp Copy Link
2nd worldcup
2nd worldcup

ସରୋଜ ଜେନା

କ୍ରିକେଟ୍‌ ବିଶ୍ବକପ୍‌ର ଦ୍ବିତୀୟ ସଂସ୍କରଣ ୧୯୭୯ ମସିହାରେ ଖେଳା ଯାଇଥିଲା । ପ୍ରଥମ ସଂସ୍କରଣ ପରି କ୍ଲାଇବ୍‌ ଲଏଡ୍‌ଙ୍କ ନେତୃତ୍ବାଧୀନ ଓ୍ବେଷ୍ଟ ଇଣ୍ଡିଜ୍‌ ଆୟୋଜକ ଇଂଲଣ୍ଡକୁ ପରାସ୍ତ କରି ଟାଇଟଲ ବଜାୟ ରଖିଥିଲା । ୧୯୭୯ ଜୁନ ୯ରୁ ୨୩ ମଧ୍ୟରେ ଖେଳା ଯାଇଥିବା ଏହି ଟୁର୍ଣ୍ଣାମେଣ୍ଟଟି ରାଉଣ୍ଡ ରବିନ୍‌ ଲିଗ୍‌ ଏବଂ ନକ୍‌ ଆଉଟ ଫର୍ମାଟରେ ଖେଳା ଯାଇଥିଲା । ୮ ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିବା ବେଳେ ୧୫ଟି ମ୍ୟାଚ୍‌ ଖେଳାଯାଇଥିଲା । ୬ଟି ଟେଷ୍ଟ ଖେଳୁଥିବା ଦେଶ ସହିତ ଆଇସିସି ଟ୍ରଫି ବିଜେତା ଶ୍ରୀଲଙ୍କା ଏବଂ ଉପ ବିଜେତା କାନାଡା ଅନ୍ୟ ଦୁଇ ଦଳ ଭାବରେ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ ।

ଗ୍ରୁପ୍‌ ଏ ରେ ଇଂଲଣ୍ଡ, ପାକିସ୍ତାନ, ଅଷ୍ଟ୍ରଲିଆ ଏବଂ କାନାଡା ସ୍ଥାନ ପାଇଥିବା ବେଳେ ଗ୍ରୁପ୍‌ ବିରେ ଓ୍ବେଷ୍ଟ ଇଣ୍ଡିଜ୍‌, ନ୍ୟୁଜିଲ୍ୟାଣ୍ଡ, ଭାରତ ଏବଂ ଶ୍ରୀଲଙ୍କା ସ୍ଥାନ ପାଇଥିଲେ । ଲିଗ୍‌ରେ ଇଂଲଣ୍ଡ ନିଜର ସମସ୍ତ ମ୍ୟାଚ୍‌ ଜିତି ସେମିରେ ପ୍ରବେଶ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ , ପାକିସ୍ତାନ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ଦୁଇଟି ଲେଖାଏଁ ବିଜୟ ସହ ସେମିରେ ପ୍ରବେଶ କରିଥିଲେ । ଲିଗ୍‌ ପର୍ଯ୍ୟାୟରେ ବିଜୟ ସଂଖ୍ୟାରେ ଖାତା ଖୋଲି ପାରି ନଥିଲେ ଭାରତ ଏବଂ କାନାଡା । ଏସୀୟ ରାଷ୍ଟ୍ର ଶ୍ରୀଲଙ୍କା ଭାରତକୁ ପରାସ୍ତ କରି ବିଶ୍ବକପ୍‌ ଇତିହାସରେ ନିଜର ପ୍ରଥମ ବିଜୟ ହାସଲ କରିଥିଲା । ପ୍ରଥମ ସେମିଫାଇନାଲ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ୯ ରନ୍‌ରେ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଥିଲା ଇଂଲଣ୍ଡ । ମାଇକ୍‌ ବିଅର୍‌ଲି(୫୩), ଗ୍ରାହାମ ଗୁଚ୍‌(୭୧) ଏବଂ ଡେରେକ୍‌ ରାଣ୍ଡାଲଙ୍କ ୪୨ ରନ୍ ସହାୟତାରେ ନିର୍ଦ୍ଧାରିତ ଓଭରରେ ଦଳ ୮ ଓ୍ବିକେଟ ହରାଇ ୨୨୧ ରନ୍‌ ସଂଗ୍ରହ କରିଥିଲା । ଜବାବରେ ଜନ୍‌ ରାଇଟ୍‌ଙ୍କ ୬୯ ରନ୍‌ ସତ୍ତ୍ବେ ବିଜୟ ଲକ୍ଷ୍ୟରୁ ୯ ରନ୍‌ ଦୂରରେ ରହିଥିଲା ନ୍ୟୁଜିଲ୍ୟାଣ୍ଡ ଏବଂ ପ୍ରଥମ ଥର ଫାଇନାଲ୍‌ରେ ପ୍ରବେଶ କରିଥିଲା ଇଂଲଣ୍ଡ । ଦ୍ବିତୀୟ ସେମିରେ ପରସ୍ପରର ମୁକାବିଲା କରିଥିଲେ ଇଣ୍ଡିଜ୍‌ ଏବଂ ପାକିସ୍ତାନ । ପାକିସ୍ତାନକୁ ୪୩ ରନ୍‌ରେ ପରାସ୍ତ କରି ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରିଥିଲା ଲୟେଡ୍‌ଙ୍କ ଦଳ । ପ୍ରଥମେ ବ୍ୟାଟିଂ କରି ଡେସମଣ୍ଡ ହେନ୍ସ (୬୫) ଏବଂ ଗର୍ଡନ ଗ୍ରୀନିଜ୍‌ଙ୍କ ୭୩ ରନ୍‌ ବଳରେ ୬୦ ଓଭରରେ ୬ ଓ୍ବିକେଟ ହରାଇ ୨୯୩ ରନ୍‌ ସଂଗ୍ରହ କରିଥିଲା । ଜବାବରେ ପାକିସ୍ତାନ ଏକଦା ୧ ଓ୍ବିକେଟ୍‌ରେ ୧୬୬ ରନ୍‌ କରିଥିଲେ ମଧ୍ୟ ପରବର୍ତ୍ତୀ ୭୪ ରନ୍‌ରେ ୯ ଓ୍ବିକେଟ୍‌ ହରାଇ ପରାଜୟ ଭୋଗିଥିଲା । ଦଳ ପକ୍ଷରୁ ମାଜିଦ୍‌ ଖାନ୍‌ (୮୧) ଏବଂ ଜାହିର ଆବ୍ବାସ (୯୩) ଦ୍ବିତୀୟ ଓ୍ବିକେଟ୍‌ରେ ରେକର୍ଡ ୧୬୬ ରନ୍‌ର ଭାଗିଦାରୀ କରିଥିଲେ ମଧ୍ୟ ଅନ୍ୟ ବ୍ୟାଟ୍ସମ୍ୟାନ୍‌ଙ୍କ ବିଫଳତା ଯୋଗୁଁ ପାକିସ୍ତାନର ବିଶ୍ବକପ୍‌ ରାସ୍ତା ବନ୍ଦ ହୋଇଥିଲା ଏବଂ କ୍ରମାଗତ ଦ୍ବତୀୟ ଥର ଫାଇନାଲ୍‌ରେ ପହଞ୍ଚିଥିଲା ଇଣ୍ଡିଜ୍‌ ।

୨୩ ଜୁନ୍‌ରେ ଲର୍ଡସ୍‌ରେ ଇଂଲଣ୍ଡ ଏବଂ ଇଣ୍ଡିଜ୍‌ ମଧ୍ୟରେ ଖେଳାଯାଇଥିବା ଫାଇନାଲ୍‌ରେ ୯୨ ରନ୍‌ରେ ବିଜୟୀ ହୋଇ କ୍ରମାଗତ ଦ୍ବିତୀୟ ଟାଇଟଲ ହାସଲ କରିଥିଲା । ଟସ୍‌ ଜିତି ଇଂଲଣ୍ଡ ପ୍ରଥମେ କ୍ଷେତ୍ର ରକ୍ଷଣର ନିଷ୍ପତ୍ତି ନେଇଥିଲା । ଇଣ୍ଡିଜ୍‌ ୯୯/୪ ଥିବା ବେଳେ ଭିଭିଆନ୍‌ ରିଚାର୍ଡସ୍‌ (୧୩୮) ଏବଂ କଲିସ୍‌ କିଙ୍ଗ (୮୬)ଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ବଳରେ ଦଳ ୨୮୬/୯ ସଂଗ୍ରହ କରିଥିଲା । ଜବାବରେ ଦୁଇ ଇଂଲିଶ ଓପ୍‌ନର ମାଇକ୍‌ ବିଅର୍‌ଲି(୬୪) ଏବଂ ଜିଓଫ୍‌ ବୟକଟ୍‌(୫୭) ପ୍ରଥମ ଓ୍ବିକେଟ୍‌ରେ ୩୮ ଓଭରରେ ମାତ୍ର ୧୨୯ ରନ୍‌ ଯୋଡିଥିଲେ । ଦଳୀୟ ସ୍କୋର  ୧୮୩/୨ରେ ଗ୍ରାହାମ ଗୁଚ୍‌ ୩୨ରନ୍‌ କରି ଆଉଟ୍‌ ହେବା ପରେ ଦଳ ୧୯୪ରେ ଅଲ୍‌ଆଉଟ୍‌ ହୋଇ ଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟଟି ବିଶ୍ବକପର ପ୍ରଥମ ସଂସ୍କରଣ ପରି ହାଇ ସ୍କୋରିଂ ହୋଇନଥିଲା । ଗର୍ଡନ୍‌ ଗ୍ରିନିଜ୍‌ ୪ଟି ମ୍ୟାଚ୍‌ରୁ ସର୍ବାଧିକ ୨୫୩ ରନ୍‌ ସଂଗ୍ରହ କରିଥିଲେ । ବୋଲରଙ୍କ ମଧ୍ୟରେ ଇଂଲଣ୍ଡର ମାଇକ୍‌ ହେଣ୍ଡ୍ରିକ୍‌ ୫ଟି ମ୍ୟାଚ୍‌ରୁ ସର୍ବାଧିକ ୧୦ଟି ଓ୍ବିକେଟ୍‌ ବନେଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026

ରାଜ୍ୟସଭା ନିର୍ବାଚନ: ଅଧିକ ଶକ୍ତିଶାଳୀ ହେଲା ଏନଡିଏ, ଜାଣନ୍ତୁ ଇଣ୍ଡି ମେଣ୍ଟର ସ୍ଥିତି

March 17, 2026
Latest News

ଆଜି ହେଉଛି ମାର୍ଚ୍ଚ ୧୮ ତାରିଖ ବୁଧବାର: ଏହି ରାଶିର ବ୍ୟକ୍ତିମାନଙ୍କୁ ମିଳିବ ଭଲ ଖବର

March 18, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.