ଟେଲିଭିଜନରୁ ଖୋ ଖୋ ପ୍ରତିଯୋଗୀତା ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published: Aug 25, 2022, 7:20 am IST

ଭୁବନେଶ୍ବର: ବୁଧବାର ଦିନ ଓଡିଶା ଜଗରନେଟ୍ସ ର ଚେନ୍ନାଇ ସହିତ ଖୋ ଖୋ ମୁକାବିଲା ଥିଲା। ଓଡିଶା ମ୍ୟାଚକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘରେ ବସି ଟେଲିଭିଜନରେ ଦେଖୁଥିଲେ। ଯାହାର ଫଟୋ ପ୍ରକାଶ ପାଇଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ମୁଖ୍ୟମନ୍ତ୍ରୀଙ୍କ ଖେଳ ପ୍ରତି ରହିଛି ବଡ ଆଗ୍ରହ। କେବଳ ସେତିକି ନୁହେଁ ଓଡିଶା ଖେଳାଳିଙ୍କୁ ଉତ୍ସାହିତ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।

ପୁଣେର ମହାଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ଶିବାଜୀ ସ୍ପୋର୍ଟସ କଂପ୍ଲେକ୍ସରେ ଅଲଟିମେଟ ଖୋ ଖୋ ପ୍ରତିଯୋଗୀତା ଚାଲିଛି। ଏଥିରେ ଓଡିଶା ଜଗରନେଟ୍ସ ଭାଗ ନେଇଛି। ପୂର୍ବରୁ ଓଡିଶା ଚେନ୍ନାଇ ସହିତ ମୁକାବିଲା କରି ବିଜୟ ଲାଭ କରିଥିଲା। ହେଲେ ପରବର୍ତ୍ତି ମ୍ୟାଚରେ ଓଡିଶା ଗୁଜୁରାଟଠାରୁ ହାରିଯାଇଥିଲା। ଏହି ମ୍ୟାଚ ସେପ୍ଟେମ୍ବର ଚାରି ତାରିଖ ପର୍ଯ୍ୟନ୍ତ ଚାଲିବ।

Related posts