Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅଟା ରପ୍ତାନୀ ନୀତିରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ
ବିଶେଷ ଖବର

ଅଟା ରପ୍ତାନୀ ନୀତିରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ

August 25, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ରପ୍ତାନୀ ପ୍ରତିବନ୍ଧକ/ନିଷେଧାଦେଶରୁ ଗହମ କିମ୍ବା ମେସଲିନ୍ ଅଟାକୁ (ଏଚ୍ଏସ୍ କୋର୍ଡ ୧୧୦୧) ମୁକ୍ତ କରିବା ନୀତିରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

ପ୍ରଭାବ:

ଏହି ଅନୁମୋଦନ ଦ୍ୱାରା ଏବେ ଗହମ ଅଟାର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବା ନିମନ୍ତେ ଅନୁମତି ମିଳି ଯିବ, ଯାହା ଗହମରୁ ପ୍ରସ୍ତୁତ ଅଟାର ବୃଦ୍ଧି ପାଉଥିବା ମୂଲ୍ୟ ଉପରେ ଅଙ୍କୁଶ ଲଗାଇ ପାରିବ ଏବଂ ସମାଜର ସବୁଠାରୁ ଦୁର୍ବଳ ତଥା ଅସୁରକ୍ଷିତ ଶ୍ରେଣୀର ଖାଦ୍ୟ ନିରାପତାକୁ ସୁନିଶ୍ଚିତ କରିବ।

କାର୍ଯ୍ୟାନ୍ୱୟନ:

ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିଏଫ୍ଟି) ଏହାର ପ୍ରଭାବ ନିମନ୍ତେ ବିଜ୍ଞପ୍ତିି ଜାରି କରିବ।

ପୃଷ୍ଠଭୂମି:

ରୁଷିଆ ଏବଂ ୟୁକ୍ରେନ୍ ଦେଶ ହେଉଛନ୍ତି ଅଧିକ ଗହମ ରପ୍ତାନୀ କରୁଥିବା ଦେଶ, ଯେଉଁମାନେ କି ବିଶ୍ୱ ଗହମ ବ୍ୟବସାୟର ଏକ ଚତୁର୍ଥାଂଶ ଅଂଶଧନକୁ ନିଜ ଆୟତରେ ରଖିଥାନ୍ତି। ସେହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ଯୋଗୁଁ ବିଶ୍ୱ ସ୍ତରରେ ଗହମର ଯୋଗାଣ ଶୃଙ୍ଖଳାରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି, ଯାହା ଫଳରେ ଭାରତୀୟ ଗହମର ଚାହିଦା ବିଶ୍ୱ ସ୍ତରରେ ବୃଦ୍ଧି ପାଇଛି। ଯାହା ଫଳରେ, ଏବେ ଘରୋଇ ବଜାରରେ ଗହମର ମୂଲ୍ୟରେ ବୃଦ୍ଧି ଦେଖା ଯାଇଛି। ଦେଶର ୧.୪ ବିଲିୟନ୍ ଲୋକ ମାନଙ୍କର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ ମେ’ ୨୦୨୨ରେ ଗହମ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିଷ୍ପତି ନିଆ ଯାଇଥିଲା।

ଅବଶ୍ୟ, ଗହମ ରପ୍ତାନୀ ଉପରେ ପ୍ରତିବନ୍ଧକ କାରଣରୁ (ଯାହା ଘରୋଇ ବଜାରରେ ବୃଦ୍ଧି ପାଉଥିବା ମୂଲ୍ୟକୁ ନିୟନ୍ତ୍ରିତ କରିବା ଏବଂ ଦେଶରେ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ କରା ଯାଇଥିଲା) ବିଦେଶୀ ବଜାର ଗୁଡିକରେ ଗହମରୁ ପ୍ରସ୍ତୁତ ଅଟାର ଚାହିଦା ବୃଦ୍ଧି ପାଇଛି ଏବଂ ଏହା ଭାରତରୁ ରପ୍ତାନୀ ହେଉଛି। ୨୦୨୨ର ଏପ୍ରିଲ୍ – ଜୁଲାଇ ମଧ୍ୟରେ ୨୦୨୧ ତୁଳନାରେ ସମାନ ଅବଧିରେ ଏହି କ୍ଷେତ୍ରରେ ୨୦୦ ପ୍ରତିଶତର ଅଭିବୃଦ୍ଧି ଘଟିଛି।
ଅନ୍ତର୍ଜାତୀୟ ବଜାରରେ ଗହମ ଅଟାର ଚାହିଦା ବୃଦ୍ଧି କାରଣରୁ ଘରୋଇ ବଜାରରେ ଗହମ ଅଟାର ମୂଲ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି।

ଏହା ପୂର୍ବରୁ, ଗହମରୁ ପ୍ରସ୍ତୁତ ଅଟାର ରପ୍ତାନୀ ଉପରେ ପ୍ରତିବନ୍ଧକ ନଲଗାଇବା କିମ୍ବା ନିଷେଧାଦେଶ ଜାରି ନକରିବାର ନିୟମ ରହିଥିଲା। ତେଣୁ, ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ ଏବଂ ଦେଶରେ ଗହମ ଅଟାର ବୃଦ୍ଧି ପାଉଥିବା ମୂଲ୍ୟ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଗହମରୁ ପ୍ରସ୍ତୁତ ଅଟା ରପ୍ତାନୀ ଉପରେ ରହିଥିବା ପ୍ରତିବନ୍ଧକ/ ନିଷେଧାଦେଶକୁ ମୁକ୍ତ କରି ଏହି ନୀତିରେ ଆଂଶିକ ସଂଶୋଧନର ଆବଶ୍ୟକତା ଥିଲା।

ଅଟା କ୍ୟାବିନେଟ୍ ଅନୁମୋଦନ ସଂଶୋଧନ ପ୍ରସ୍ତାବ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିପର୍ଯ୍ୟୟ ପରିଚାଳନାରେ ମୌଳିକ ପରିବର୍ତ୍ତନ: ଅମିତ ଶାହ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

ପାରାଦୀପ ବନ୍ଦରରେ ମାଲବାହୀ ଜାହାଜ ‘ଏମ୍‌ଟି ୟୁନିଟି’ ଆରେଷ୍ଟ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

September 10, 2026
Latest News

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିପର୍ଯ୍ୟୟ ପରିଚାଳନାରେ ମୌଳିକ ପରିବର୍ତ୍ତନ: ଅମିତ ଶାହ

September 11, 2026

ଦଶମ ଥର ପାଇଁ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ: ସେମିଫାଇନାଲରେ ବାଂଲାଦେଶ ପରାସ୍ତ

September 11, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ପ୍ରିନ୍ସ ରହିମ୍ ଆଗା ଖାନ୍ ପଞ୍ଚମ

September 11, 2026

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.