Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସୋନିଆ ଗାନ୍ଧୀଙ୍କ ପୁସ୍ତକରେ ନାଁ ଉଲ୍ଲେଖକୁ ନେଇ କ୍ଷୁବ୍ଧ ଆନ୍ନା ହଜାରେ: ଦେଲେ କଡ଼ା ପ୍ରତିକ୍ରିୟା
ଜାତୀୟ ଖବର

ସୋନିଆ ଗାନ୍ଧୀଙ୍କ ପୁସ୍ତକରେ ନାଁ ଉଲ୍ଲେଖକୁ ନେଇ କ୍ଷୁବ୍ଧ ଆନ୍ନା ହଜାରେ: ଦେଲେ କଡ଼ା ପ୍ରତିକ୍ରିୟା

November 11, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୋନିଆ ଗାନ୍ଧୀଙ୍କ ବହିରେ ଆନ୍ନା ହଜାରେଙ୍କ ନାଁ ଉଲ୍ଲେଖ!: ପ୍ରତିକ୍ରିୟା ଦେଲେ ସାମାଜିକ କାର୍ଯ୍ୟକର୍ତ୍ତା
ସୋନିଆ ଗାନ୍ଧୀଙ୍କ ବହିରେ ଆନ୍ନା ହଜାରେଙ୍କ ନାଁ ଉଲ୍ଲେଖ!: ପ୍ରତିକ୍ରିୟା ଦେଲେ ସାମାଜିକ କାର୍ଯ୍ୟକର୍ତ୍ତା

ନୂଆଦିଲ୍ଲୀ: ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ ଏବେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ନୂଆ ପୁସ୍ତକକୁ ନେଇ ବଡ଼ ପ୍ରତିକ୍ରିୟା ଦେଇଛନ୍ତି।

ସୋନିଆ ଗାନ୍ଧୀଙ୍କ ପୁସ୍ତକ ‘Belonging: A Journey of Love’ ରେ ଆନ୍ନା ହଜାରେଙ୍କ ଆନ୍ଦୋଳନର ଉଲ୍ଲେଖ ଏବଂ ତାର ଆଲୋଚନା କରାଯାଇଛି। ଏହା ଉପରେ ଆନ୍ନା ହଜାରେ କହିଛନ୍ତି ଯେ, ମୋର କୌଣସି ରାଜନୈତିକ ଦଳ ସହ କୌଣସି ସମ୍ପର୍କ ନାହିଁ। ମୁଁ ନା କଂଗ୍ରେସ ବିଷୟରେ ଭାବେ, ନା ବିଜେପି ବିଷୟରେ। ମୋ ପାଇଁ କେବଳ ସମାଜ ଏବଂ ଦେଶର ହିତ ହିଁ ଗୁରୁତ୍ୱପୂର୍ଣ୍ଣ।

ଆନ୍ନା କଣ କହିଲେ?

ଆନ୍ନା ହଜାରେ କହିଛନ୍ତି ଯେ, ମୁଁ ମୋ ପୁରା ଜୀବନ ସମାଜ ଏବଂ ରାଷ୍ଟ୍ରର ସେବା ପାଇଁ ସମର୍ପିତ କରିଛି। ମୋ ଆନ୍ଦୋଳନ ଯୋଗୁଁ RSS ଏବଂ ବିଜେପି ସହ ଜଡ଼ିତ ଅନେକ ଲୋକ ନିଜ ଘରକୁ ଫେରି ଯାଇଥିଲେ। ସେ ଆହୁରି କହିଛନ୍ତି ଯେ, ଏତେ ସଂକୀର୍ଣ୍ଣ ଚିନ୍ତାଧାରା ରଖିବା ଠିକ୍ ନୁହେଁ। ଦେଶ ବିଷୟରେ ଭାବନ୍ତୁ ଯେ, ସେ କେଉଁ ଦିଗକୁ ଯାଉଛି ଏବଂ ଆମ ରାଷ୍ଟ୍ରର କଣ ଅବସ୍ଥା।

ଆନ୍ନା କହିଛନ୍ତି ଯେ, ରାଜନୈତିକ ଦଳମାନେ ମୋର ଆଲୋଚନା କରିବା ବଦଳରେ ଦେଶ ଏବଂ ସମାଜ ସାମ୍ନାରେ ଥିବା ସମସ୍ୟା ଉପରେ ଧ୍ୟାନ ଦେବା ଉଚିତ୍। ଦେଶରେ ଏବେ ମରୁଡ଼ି ପରିସ୍ଥିତି ଅଛି ଏବଂ ଏଭଳି ସମୟରେ ସମାଜ ହିତ ପାଇଁ କାମ କରିବା ଜରୁରୀ। ଲୋକଙ୍କ ପାଖରେ ସମ୍ବଳର ଅଭାବ ନାହିଁ, ତେଣୁ ସେମାନେ ଦେଶ ଏବଂ ସମାଜର ଆବଶ୍ୟକତା ପାଇଁ ଆଗେଇ ଆସିବା ଉଚିତ୍।

ନିଜ ପେନ୍ସନ୍ ବିଷୟରେ ସେ କହିଛନ୍ତି ଯେ, ମୋତେ ଯେଉଁ ପେନ୍ସନ୍ ମିଳୁଛି, ତାକୁ ବି ମୁଁ ମରୁଡ଼ି ପ୍ରଭାବିତ ଲୋକଙ୍କ ସାହାଯ୍ୟ ପାଇଁ ଖର୍ଚ୍ଚ କରିବାକୁ ଚାହୁଁଛି। ସମସ୍ତେ ଏମିତି ହିଁ ସମାଜ ଏବଂ ଦେଶ ବିଷୟରେ ଭାବିବା ଉଚିତ୍।

ନିଜ ଆସନ୍ତା ପୁସ୍ତକ ‘ଆନ୍ନା ହଜାରେ: ଗ୍ରାମ ଯୋଗୀ’ ବିଷୟରେ ସେ କହିଛନ୍ତି ଯେ, ଏହି ପୁସ୍ତକରେ ପିଲାଦିନରୁ ନେଇ ଏ ପର୍ଯ୍ୟନ୍ତ ତାଙ୍କ ଜୀବନ ଏବଂ ସମାଜ ପାଇଁ କରିଥିବା କାମର ଉଲ୍ଲେଖ ରହିବ। ସେ ଲୋକଙ୍କୁ ଏହି ବହି ପଢ଼ିବାକୁ ନିବେଦନ କରିଛନ୍ତି, ଯାହାଦ୍ୱାରା ସେମାନେ ଜୀବନ ବିଷୟରେ ଶିଖିପାରିବେ।’

ଅନ୍ୟମାନେ ତାଙ୍କ ବିଷୟରେ ଲେଖୁଥିବା କଥା ଉପରେ ଆନ୍ନା କହିଛନ୍ତି ଯେ, ଏଥିରୁ ମୋତେ କିଛି ଫରକ୍ ପଡ଼େନି। ଗଛ ଉଦାହରଣ ଦେଇ ସେ କହିଛନ୍ତି ଯେ, ଯେଉଁ ଗଛରେ ଫଳ ଧରେ, ଲୋକେ ସେହି ଗଛକୁ ହିଁ ପଥର ମାରନ୍ତି। ଆଲୋଚନାକୁ ଗୁରୁତ୍ଵ ନଦେଇ ବ୍ୟକ୍ତି ନିଜ କର୍ତ୍ତବ୍ୟ କରି ଚାଲିବା ଉଚିତ୍।

ଆନ୍ନା ପୁଣି ଥରେ ଦୋହରାଇଛନ୍ତି ଯେ, ତାଙ୍କ ଜୀବନ ସମାଜ ଏବଂ ଦେଶର ମଙ୍ଗଳ ପାଇଁ ସମର୍ପିତ ଥିଲା ଏବଂ ଆଗକୁ ବି ସେ ସେହି ଉଦ୍ଦେଶ୍ୟରେ ହିଁ କାମ କରି ଚାଲିବେ।

AnnaHazare AnnaHazareBook Belonging BJP Congress GramYogi NationalNews odianews politics soniagandhi
Share. Facebook Twitter LinkedIn Email WhatsApp Copy Link

Related Posts

ମର୍ଣ୍ଣିଂ ୱାକ୍ ବେଳେ ତଳେ ପଡ଼ିଗଲେ ଧନଖଡ଼!: AIIMS ରେ ଭର୍ତ୍ତି

November 11, 2026

ଜଳବାୟୁ ପରିବର୍ତ୍ତନ ମୁକାବିଲାରେ ବିଶ୍ୱସ୍ତରରେ ନେତୃତ୍ୱ ନେଇଛି ଭାରତ: ଡ. ମିଶ୍ର

November 11, 2026

ଗଞ୍ଜାମ ବନ୍ୟା ମନୁଷ୍ୟକୃତ ନୁହେଁ, ପ୍ରବଳ ବର୍ଷା ଯୋଗୁଁ ଫ୍ଲାସ୍ ଫ୍ଲଡ୍: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ

November 11, 2026

ଏବେ ଓସ୍କାର ଦୌଡ଼ରେ ‘ରାମାୟଣ’!: ରଣବୀର-ଯଶଙ୍କ ଫିଲ୍ମକୁ ମିଳିଲା ବଡ଼ ସଫଳତା

November 11, 2026
Latest News

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟରେ ଆବେଗିକ ଓ ମାନସିକ ସଶକ୍ତିକରଣ ସଚେତନତା କାର୍ଯ୍ୟକ୍ରମ

November 11, 2026

ସୋନିଆ ଗାନ୍ଧୀଙ୍କ ପୁସ୍ତକରେ ନାଁ ଉଲ୍ଲେଖକୁ ନେଇ କ୍ଷୁବ୍ଧ ଆନ୍ନା ହଜାରେ: ଦେଲେ କଡ଼ା ପ୍ରତିକ୍ରିୟା

November 11, 2026

ମର୍ଣ୍ଣିଂ ୱାକ୍ ବେଳେ ତଳେ ପଡ଼ିଗଲେ ଧନଖଡ଼!: AIIMS ରେ ଭର୍ତ୍ତି

November 11, 2026

ଜଳବାୟୁ ପରିବର୍ତ୍ତନ ମୁକାବିଲାରେ ବିଶ୍ୱସ୍ତରରେ ନେତୃତ୍ୱ ନେଇଛି ଭାରତ: ଡ. ମିଶ୍ର

November 11, 2026

ଆସନ୍ତା ୧୪ ପର୍ଯ୍ୟନ୍ତ ବଢ଼ିଲା ଯୁକ୍ତ ୨ ଫର୍ମପୂରଣ ଅବଧି

November 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.