Categories
ଆଜିର ଖବର ଜାତୀୟ ଖବର

23 ବିଦ୍ରୋହୀ ନେତାଙ୍କ ସହ ସୋନିଆଙ୍କ ରୁଦ୍ଧ ଦ୍ବାର ବୈଠକ : ଜାଣନ୍ତୁ କ’ଣ ହେଲା ଆଲୋଚନା

ନୂଆଦିଲ୍ଲୀ : ସୋନିଆ ଗାନ୍ଧୀ ଆଜି 23 ଜଣ ବିଦ୍ରୋହୀ ନେତାଙ୍କୁ ଭେଟିଛନ୍ତି । ଚାରି ମାସ ପୂର୍ବରୁ ଦଳର ସଭାପତି ପରିବର୍ତ୍ତନ ପାଇଁ ଏହି ନେତା ମାନେ ସୋନିଆଙ୍କୁ ଚିଠି ଲେଖିଥିଲେ । 23 ନେତାଙ୍କ ସହିତ ବୈଠକ ପରେ ଆଗାମୀ 10ଦିନ ମଧ୍ୟରେ ନୂତନ ସଭାପତି ଚୟନ କରାଯିବ ବୋଲି ସୋନିଆ ସୂଚନା ଦେଇଛନ୍ତି । ଏହ ବୈଠକରେ ସୋନିଆଙ୍କ ବ୍ୟତୀତ ରାହୁଲ୍‌ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଅଶୋକ ଗେହେଲଟ୍‌, ଆନନ୍ଦ ଶର୍ମା, ବିଏସ୍‌ହୁଡ୍ଡା, ଅମ୍ବିକା ସୋନି ଏବଂ ପି. ଚିଦାରମ୍ବର ପ୍ରମୁଖ ଉପସ୍ଥିତ ଥିଲେ ।

ଦଳର ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା ହେବା ସହିତ ବର୍ତ୍ତମାନ ପରସ୍ଥିତିରେ ଦଳ କିଭଳି ମୁକାବିଲା କରିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା ବୋଲି କଂଗ୍ରେସ ନେତା ପୃଥ୍ୱୀରାଜ ଚଭନ ପ୍ରକାଶ କରିଛନ୍ତି । ଆସନ୍ତା 10 ଦିନ ମଧ୍ୟରେ କଂଗ୍ରେସର ନୂତନ ସଭାପତି ଚୟନ କରାଯିବ ବୋଲି ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ, 99 ପ୍ରତିଶତ କଂଗ୍ରେସ କର୍ମୀ ରାହୁଲ ଗାନ୍ଧିଙ୍କୁ କଂଗ୍ରେସର ସଭାପତି ଭାବରେ ଦେଖିବାକୁ ଚାହୁଁଛନ୍ତି ବୋଲି ମୁଖପାତ୍ର ରଣଦୀପ ସୁର୍ଜେୱାଲା ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, 2021 ମସିହାରେ ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ ପୁଡୁଚେରୀ ବିଧାନସଭା ଅନୁଷ୍ଠିତ ହେବ । ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗିପଡିଲେଣି । କଂଗ୍ରେସ ମଧ୍ୟ ଏହି ସମସ୍ତ ନିର୍ବାଚନକୁ ଆଖି ଆଗରେ ରଖି  ନିଜ ଦଳର ସାଙ୍ଗଠନିକ ସ୍ଥିତି ଦୃଢ କରିବାରେ ତତ୍ପରତା ପ୍ରକାଶ କରିଛି ।

Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ଭାବେ ଦାୟିତ୍ୱ ତୁଲାଇବେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ମୁଖିଆ କିଏ ହେବ । ତାକୁ ନେଇ ଚାଲିଥିବା ଡ୍ରାମାରେ ଯବନିକା ପଡିଛି । ଆଜି ସିଡବ୍ଲ୍ୟୁସିର ସାତ ଘଣ୍ଟାର ମାରଥାନ୍‌ ବୈଠକ ଶେଷରେ ସୋନିଆ ଗାନ୍ଧି ହିଁ ଦଳର ଅନ୍ତରୀଣ ଅଧ୍ୟକ୍ଷା ଭାବେ ହିଁ କାର୍ଯ୍ୟ କରିବେ ବୋଲି ସୂଚନା ରହିଛି । ତେବେ ଆସନ୍ତା ଛଅ ମାସ ମଧ୍ୟରେ ନୂତନ ଅଧ୍ୟକ୍ଷ ଚୟନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ନୂତନ ଅଧ୍ୟକ୍ଷ ନିଯୁକ୍ତି ହେବା ଯାଏଁ ସୋନିଆ ଏହି ପଦବୀରେ ରହିବେ ।

ସୂଚନାଯୋଗ୍ୟ ଯେ, ଦଳର ଦୃଢ଼ ନେତୃତ୍ୱର ଆବଶ୍ୟକତା ରହିଥିବା ଦାବି କରି 23 ଜଣବରିଷ୍ଠ ନେତା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ। ଏହି ଚିଠି ପାଇଁ  ଆଜି କଂଗ୍ରେସର ଓ୍ବାର୍କିଂ କମିଟିରେ ଝଡ ସୃଷ୍ଟି ହୋଇଥିଲା । ସୋନିଆଙ୍କୁ ଚିଠି ଲେଖିଥିବା ନେତାମାନେ ବିଜେପି ସହ ମିଶିଥିବା ରାହୁଲ ଅଭିଯୋଗ କରିଥିଲେ । ଯାହାକୁ ନେଇ  କଂଗ୍ରେସର ଅନେକ ବରିଷ୍ଠ ନେତାମାନେ ମଧ୍ୟ ରାହୁଲଙ୍କ ଉପରେ ନିଜର ଅଭିମାନ ପ୍ରଦର୍ଶନ କରିଥିଲେ ।

ଆଜିର ଏହି ବୈଠକରେ ସୋନିଆ ଗାନ୍ଧି ଅଧ୍ୟକ୍ଷା ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ କଂଗ୍ରେସର ବରିଷ୍ଠ ନେତା ମନମୋହନ ସିଂ ଓ ଏକେ ଆଣ୍ଟୋନୀ ତାଙ୍କୁ ଅଧ୍ୟକ୍ଷା ପଦରେ ରହିବା ପାଇଁ ଅନୁରୋଧ କରିଥିଲେ । ଶେଷରେ ସର୍ବସମ୍ମତି କ୍ରମେ ସୋନିଆ ହିଁ ଦଳର ଅନ୍ତରୀଣ ଅଧ୍ୟକ୍ଷା ଭାବେ ରହିବାର ନିଷ୍ପତ୍ତି ନିଆଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

କଂଗ୍ରେସ ୱାର୍କିଂ କମିଟି ବୈଠକରେ ରାହୁଲଙ୍କ ସନ୍ଦେହକୁ ନେଇ ଝଡ଼

ନୂଆଦିଲ୍ଲୀ : ଆଜି ବସିଥିବା କଂଗ୍ରେସର କାର୍ଯ୍ୟକାରୀ କମିଟି ବୈଠକରେ ଚିଠିକୁ ନେଇ ଦଳରେ ଝଡ଼ ସୃଷ୍ଟି ହୋଇଛି। ଆଜିର ବୈଠକ‌ରେ ସୋନିଆଙ୍କୁ ଚିଠି ଲେଖିଥିବା ନେତାମାନେ ବିଜେପି ସହ ମିଶିଥିବା ରାହୁଲ ଅଭିଯୋଗ କରିଛନ୍ତି। ରାହୁଲଙ୍କ ଏଭଳି ମନ୍ତବ୍ୟରେ କଂଗ୍ରେସର ଅନେକ ବରିଷ୍ଠ ନେତା ଉତକ୍ଷିପ୍ତ ହୋଇଥିବା ଦେଖାଯାଇଛି।

କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ରାଗି ଯାଇ ଟ୍ବିଟ୍ କରିଛନ୍ତି। ସିବଲ ଟ୍ୱିଟ କରି ଲେଖିଛନ୍ତି ଯେ, ରାହୁଲ ରାହୁଲ ଗାନ୍ଧୀ କହୁଛନ୍ତି ଯେ ଆମେ ଭାରତୀୟ ଜନତା ପାର୍ଟି(ବିଜେପି) ସହ ମିଶିଛୁ। ରାଜସ୍ଥାନ ହାଇକୋର୍ଟରେ ଦଳକୁ ସଫଳତା ଦେଲୁ । ମଣିପୁରରେ ବିଜେପି ବିରୋଧୀରେ ଲଢି ଦଳକୁ ବଞ୍ଚାଇଲୁ । ଗତ 30 ବର୍ଷ ଧରି ବିଜେପି ପକ୍ଷରେ ଗୋଟିଏ ବି ବୟାନ ଦେଇନଥିବାର କହିଛନ୍ତି ସିବଲ୍‌ । ଏତେ ପରେ ବି ଆମ ଉପରେ ବିଜେପି ସହିତ ମିଶିଥିବାର ଅଭିଯୋଗ ଲଗାଯାଉଛି ।

ରାହୁଲଙ୍କ ଏପରି ମନ୍ତବ୍ୟରେ କେବଳ କପିଲ୍‌ ଶିବଲ୍‌ ନୁହଁନ୍ତି କଂଗ୍ରେସ ଦଳର ଅନ୍ୟତମ ବରିଷ୍ଠ ନେତା  ଗୁଲାମ ନବୀ ଆଜାଦ ମଧ୍ୟ ରାହୁଲଙ୍କ ଉପରେ ରାଗିଯାଇଛନ୍ତି। ସେ କହିଛନ୍ତି ଯେ, ଯଦି ସେ କୌଣସି ପ୍ରକାରେ ବିଜେପିରେ ମିଶିଥିବାର ଜଣାପଡେ ତେବେ ଦଳରୁ ତୁରନ୍ତ ଇସ୍ତଫା ଦେବେ।

ସୂଚନାଯୋଗ୍ୟ, ଗତକାଲି ସୋନିଆ ଗାନ୍ଧିଙ୍କୁ 23 ଜଣ ବରିଷ୍ଠ ନେତାମାନେ ଚିଠି ଲେଖିଥିଲେ । ଏହି ପତ୍ରରେ ତୃଣମୂଳ ସ୍ତରରେ କଂଗ୍ରେସରେ ଆମୂଳଚୁଳ ପରିବର୍ତ୍ତନ ପାଇଁ ଦାବି କରାଯାଇଥିଲା । ଅପରପକ୍ଷରେ ଆଜି ଅନୁଷ୍ଠିତ ହେଉଥିବା ଭର୍ଚୁଆଲ ବୈଠକରେ ସୋନିଆ ଗାନ୍ଧି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ପଦ ଛାଡିବାକୁ ଇଚ୍ଛା ପ୍ରକାଶ କରୁଥିବାବେଳେ କଂଗ୍ରେସର ବହୁ ନେତା ତଥା ମନମୋହନ ସିଂହ ଓ ଏ.କେ ଆଣ୍ଟୋନୀ ପଦରେ ରହିବାକୁ ଅନୁରୋଧ କରିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ପିଏମ୍‌ କେୟାର ବିରୋଧୀ ଟ୍ବିଟ୍‌ ପାଇଁ ସୋନିଆଙ୍କ ବିରୋଧରେ ଏଫ୍‌ଆଇଆର

ନୂଆଦିଲ୍ଲୀ : ପିଏମ୍‌ କେୟାର ଫଣ୍ଡକୁ ନେଇ କଂଗ୍ରେସ ଦଳର ଟ୍ବିଟ୍‌ ବିରୋଧରେ କଂଗ୍ରେସ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । କର୍ଣ୍ଣାଟକର ଶିବାମୋଗ୍ଗାରେ ଏହି ଅଭିଯୋଗ ଦାଖଲ କରାଯାଇଛି । ପ୍ରବୀଣ କେଭି ନାମକ ଜନୈକ ଆଇନଜୀବୀ ସୋନିଆଙ୍କ ସମେତ ଅନ୍ୟାନ୍ୟ କଂଗ୍ରେସ ନେତାଙ୍କ ନାମରେ ଏହି ମାମଲାର ଦାୟର କରିଛନ୍ତି । ଅଭିଯୋଗ ଅନୁଯାୟୀ କଂଗ୍ରେସର ଏହି ଟ୍ବିଟ୍‌ ସାଧାରଣ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ ଥିଲା । ଆଇପିସିର ଧାରା 153 ଏବଂ 505 ଅନୁଯାୟୀ ଏହି ମାମଲା ଦାୟର କରାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ପ୍ରବାସୀଙ୍କ ରେଳଭଡାକୁ ନେଇ ରାଜନୀତି ବନ୍ଦ କରନ୍ତୁ ସୋନିଆ : ଶିବ ଗୋପାଳ

ନୂଆଦିଲ୍ଲୀ : ପ୍ରବାସୀ ଶ୍ରମିକ ମାନଙ୍କୁ ନେବା ପାଇଁ ଚାଲୁଥିବା ଶ୍ରମିକ ସ୍ପେସିଆଲ ଟ୍ରେନ୍‌ର ଭଡାକୁ ନେଇ ସୋନିଆ ରାଜନୀତି କରନ୍ତୁ ନାହିଁ ବୋଲି ରେଳବାଇ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ଶିବ ଗୋପାଳ ମିଶ୍ର କହିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ 115ଟି ଶ୍ରମିକ ସ୍ପେସିଆଲ ଟ୍ରେନ୍‌କୁ ମଞ୍ଜୁରୀ ଦିଆଯାଇଥିବା ବେଳେ ରେଳବାଇ କର୍ମୀଙ୍କ କଠିନ ପରିଶ୍ରମ କାରଣରୁ ଏହା ସଫଳ ହୋଇ ପାରୁଛି । ଏଭଳି ମହାମାରୀ ସମୟରେ ରେଳ ଚଳଚାଳ ଅସମ୍ଭବ ଲାଗୁଥିଲେ ମଧ୍ୟ ତାହା କରାଯାଉଛି । ତେଣୁ ଏଭଳି ସ୍ଥିତିରେ କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ଶସ୍ତା ରାଜନୀତି ବନ୍ଦ କରନ୍ତୁ ବୋଲି ମିଶ୍ର କହିଛନ୍ତି । ଯାତ୍ରୀଙ୍କ ଟିକେଟ ଖର୍ଚ୍ଚର 85 ପ୍ରତିଶତ କେନ୍ଦ୍ର ସରକାର ଏବଂ 15 ପ୍ରତିଶତ ରାଜ୍ୟ ସରକାର ବହନ କରୁଛନ୍ତି । ଏତଦ ବ୍ୟତିତ ଖାଦ୍ୟପେୟ, ସୁରକ୍ଷା ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ଖର୍ଚ୍ଚ ରେଳବାଇ ବହନ କରୁଛି ତେଣୁ କଂଗ୍ରେସର ଅନ୍ତରୀଣ ସଭାପତି ଶସ୍ତା ରାଜନୀତି କରିବା ବନ୍ଦ କରନ୍ତୁ ବୋଲି ମତ ଦେବା ସହିତ ସୋନିଆଙ୍କୁ ଚିଠି ଲେଖିଛନ୍ତି ଶିବ ଗୋପାଳ ମିଶ୍ର । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ଚାକିରି ହରାଇଛନ୍ତି 12 କୋଟି ଲୋକ : ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ : କଂଗ୍ରେସ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ଲକ୍‌ଡାଉନ୍‌କୁ ନେଇ ଗୁରୁବାର ସରକାରଙ୍କୁ ଆକ୍ରମଣ କରିଛନ୍ତି । ଲକ୍‌ଡାଉନ୍‌ର ପ୍ରଥମ ପର୍ଯ୍ୟାୟରେ ଦେଶରେ 12 କୋଟି ଲୋକ ନିଜ ଚାକିରି ହରାଇଛନ୍ତି । ମାର୍ଚ୍ଚ 25ରୁ ଏପ୍ରିଲ୍‌ 14 ମଧ୍ୟରେ ପ୍ରାୟ 12 କୋଟି ଲୋକ ନିଜର ଚାକିରି ହରାଇଥିବା ବେଳେ ଭବିଷ୍ୟତରେ ଏହି ସଂଖ୍ୟା ଆହୁରି ବଢିବାକୁ ଯାଉଛି । ଲକ୍‌ଡାଉନ୍‌ ଉଠିବା ପରେ ଦେଶ ଗଭୀର ଅର୍ଥନୈତିକ ସଙ୍କଟ ମଧ୍ୟକୁ ଚାଲିଯିବ । ଏହି ପରସ୍ଥିତିରୁ ଉଦ୍ଧାର ପାଇବା ପାଇଁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାନ ଗୁଡିକୁ ରିହାତି ପ୍ରଦାନ କରାଯିବା ସହିତ ପ୍ରତ୍ୟେକ ପରିବାରକୁ 7500 ଟଙ୍କାର ସହାୟତା ରାଶି ପଠାଇବା ପାଇଁ ଦାବି କରିଛନ୍ତି । ଚାଷୀ, ଦିନ ମଜୁରିଆ ଏବଂ ପ୍ରବାସୀ ଶ୍ରମିକ ମାନେ ଲକ୍‌ଡାଉନ୍‌ରେ ସର୍ବାଧିକ ପ୍ରଭାବିତ ତେଣୁ ସେମାନଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ ଘୋଷଣା କରାଯିବା ଉଚିତ୍‌ ବୋଲି ସୋନିଆ ମତ ଦେଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ସୋନିଆ ବିରୋଧୀ ମନ୍ତବ୍ୟ: ଅର୍ଣ୍ଣବ ଗୋସ୍ବାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ଗେହଲଟ

ଜୟପୁର: କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ବିରୋଧରେ ମନ୍ତବ୍ୟ କାରଣରୁ ଅର୍ଣ୍ଣବ ଗୋସ୍ବାମୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌। ରିପବ୍ଲିକ୍‌ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆଙ୍କୁ ପାଲଗଡ ଭିଡ ହିଂସା ପାଇଁ ସମାଲୋଚନା କରିଥିଲେ। କେବଳ ଖ୍ରୀଷ୍ଟ ଧର୍ମର ଲୋକଙ୍କ ପ୍ରତି ସୋନିଆଙ୍କ ସମ୍ବେଦନଶୀଳତା ରହିଛି ତେଣୁ ପାଲଗଡ ମାମଲାକୁ ନେଇ ସେ ନୀରବ ବୋଲି ଅର୍ଣ୍ଣବ ମତ ଦେଇଥିଲେ। ଏହି ଘଟଣାକୁ ନେଇ ଗେହଲଟ ଅର୍ଣ୍ଣବଙ୍କୁ ସମାଲୋଚନା କରିଛନ୍ତି। ଗୋସ୍ବାମୀ ସାମ୍ବାଦିକତାର ସର୍ବନିମ୍ନ ସ୍ତରକୁ ଖସି ଆସିଛନ୍ତି ତେଣୁ ଏଡିଟରସ୍‌ ଗିଲ୍ଡ ଗୋସ୍ବାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ଗେହଲଟ୍‌। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ମୋଦିଙ୍କୁ ପୂର୍ବରୁ ଦେଶକୁ ବାର୍ତ୍ତା ଦେଲେ ସୋନିଆ

ନୂଆଦିଲ୍ଲୀ : ମୋଦିଙ୍କ ପୂର୍ବରୁ ଦେଶବାସୀଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ଜାରି କଲେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି । କରୋନା ବିରୋଧରେ ଲଢ଼େଇ କରୁଥିବା ସମସ୍ତ କୋଭିଡ ଯୋଦ୍ଧାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ବିଶେଷ କରି ଡାକ୍ତର, ନର୍ସ, ସାନିଟେସନ କର୍ମଚାରୀ ଓ ପୁଲିସ୍‌ମାନଙ୍କୁ ଭିଡିଓ ଜାରି କରି ଶୁଭେଚ୍ଛା ଓ ସାଧୁବାଦ ଜଣାଇଛନ୍ତି। ଏଥିସହ ସେ ଲୋକଙ୍କୁ ଲକଡାଉନର ନିୟମ ଓ ସାମାଜିକ ଦୂରତାକୁ ପାଳନ କରିବାକୁ ନିବେଦନ କରିଛନ୍ତି। ଏହି ଭିଡିଓରେ ସୋନିଆ କରୋନା ବିରୁଦ୍ଧରେ ସାରା ଭାରତବାସୀ ସମେସ୍ତ ମିଳିମିଶି ଲଢେଇ କରୁଛନ୍ତି । କଂଗ୍ରେସ ମଧ୍ୟ ଆପଣଙ୍କ ସାଥୀରେ ରହିଛି ବୋଲି କହିଛନ୍ତି ସୋନିଆ। କରୋନା ଯୋଦ୍ଧାକୁ ସହଯୋଗ କରିବାକୁ ଅପିଲ୍‌ କରିଛନ୍ତି ସୋନିଆ । ସେହିପରି ସାରା ଦେଶବାସୀଙ୍କ କରୋନା ବିରୁଦ୍ଧରେ ଯେଉଁଭଳି ଭାବରେ ଧୈର୍ଯ୍ୟର ସହ ଲଢେଇ କରୁଛନ୍ତି, ସେଥିପାଇଁ ସମଗ୍ର ଭାରତବାସୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ସୋନିଆ ।

ସୂଚନାଯୋଗ୍ୟ, ଆଜି କରୋନା ମୁକାବିଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନ 10ଟା ସମୟରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ପୂର୍ବରୁ ଜାରି ହୋଇଥିବା 21 ଦିନିଆ ଲକ୍‌ଡାଉନ୍‌ର ଆଜି ହେଉଛି ଅନ୍ତିମ ଦିବସ । ତେବେ ମୋଦି ଲକ୍‌ଡାଉନ୍‌ର ଅବଧିକୁ ବୃଦ୍ଧି କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ପୂର୍ବତନ ରାଷ୍ଟ୍ରପତି, ପୂର୍ବତନ ପ୍ରଧାନମନ୍ତ୍ରୀ ଓ ରାଜନୈତିକ ଦଳମାନଙ୍କର ମୁଖିଆଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ : ଦେଶରେ କରୋନାର ବ୍ୟାପକ ପ୍ରସାର ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ପ୍ରତିଭା ପାଟିଲ୍‌ଙ୍କ ସହ କଥା ହୋଇଛନ୍ତି। ଏହାପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ର ମନେମାହନ ସିଂ ଓ ଏଚଡି ଦେବେଗୌଡାଙ୍କ ସହ ମଧ୍ୟ କରୋନା ସମ୍ପର୍କରେ ଆଲୋଚନା କରିଛନ୍ତି । ପୂର୍ବ ରାଷ୍ଟ୍ରପତି ଓ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ସମେତ ନରେନ୍ଦ୍ର ମୋଦି ଭିନ୍ନ ଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ସହ ମଧ୍ୟ ଏହା ବିଷୟରେ ଚର୍ଚ୍ଚା କରିଛନ୍ତି । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି, ମୁଲାୟମ ସିଂ, ଅଖିଳେଶ ଯାଦବ, ମମତା ବାନାର୍ଜୀ, କେ. ଚନ୍ଦ୍ରଶେଖର ରାଓ, ଷ୍ଟାଲିନ୍‌ ଓ ପ୍ରକାଶ ସିଂ ବାଦଲ୍‌ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି । ଦେଶରେ କରୋନା ମୁକାବିଲା ନେଇ ସରକାରଙ୍କ ପ୍ରସ୍ତୁତିକୁ ନେଇ ପ୍ରଧାନମନ୍ତ୍ରୀ ଚର୍ଚ୍ଚା କରିଛନ୍ତି ।

ପୂର୍ବରୁ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ କଥା ମଧ୍ୟ ହୋଇଥିଲେ ।  କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ବୈଠକ କରୁଛନ୍ତି। କରୋନା ମୁକାବିଲା ପାଇଁ ଦେଶରେ 21 ଦିନିଆ ଲକ୍‌ ଡାଉନ୍‌ର ଘୋଷଣା କରିଥିବାବେଳେ ଆଜି ରାତ୍ରି 9ଟା ସମୟରେ 9 ମିନିଟ୍‌ ପାଇଁ ଘରର ଆଲୁଅ ବନ୍ଦ ରଖି ଦୀପ, ମହମବତୀ, ଟର୍ଚ୍ଚ ଲାଇଟ୍‌ କିମ୍ବା ମୋବାଇଲ୍‌ର ଫ୍ଲାଶ୍‌ ଲାଇଟ୍‌ ଜାଳିବାକୁ କହିଛନ୍ତି । ତେବେ ଏହି ଦୀପ ଜାଳିବା ସମୟରେ ସାମାଜିକ ଦୂରତ୍ବକୁ ଧ୍ୟାନରେ ରଖିବାକୁ କହିଛନ୍ତି । ନିଜ ଘରର ଦ୍ବାର ମୁହଁ କିମ୍ବା ବାଲ୍‌କୋନି ସମ୍ମୁଖରେ ଦୀପ, ମହମବତୀ କିମ୍ବା ଟର୍ଚ୍ଚ ଜାଳି ଦେଶର ଏଭଳି ଘଡିସନ୍ଧି ମୁହୂର୍ତ୍ତରେ  ସାରା ଦେଶବାସୀ ଏକାଠି ହୋଇ କରୋନା ବିରୋଧରେ ଲଢିବାକୁ ଚେଷ୍ଟା ଜାରି ରଖିବାର ପ୍ରମାଣ ଦେବାକୁ କହିଛନ୍ତି ମୋଦି। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଦିଲ୍ଲୀରେ ହିଂସାକାଣ୍ଡ : ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ : ସିଏଏ ବିରୋଧୀ ଆନ୍ଦୋଳନକୁ ନେଇ ଦିଲ୍ଲୀରେ ହିଂସା ଘଟିଥିବା ବେଳେ ବିରୋଧୀ କଂଗ୍ରେସ ପକ୍ଷରୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରାଯାଇଛି । ବୁଧବାର କଂଗ୍ରେସ ସଭାପତି ସୋନିଆ ଗାନ୍ଧି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ସହିତ ଏକ ପ୍ରେସ୍‌ ମିଟ୍‌ କରି ଏହି ଦାବି ଉପସ୍ଥାପନ କରିଥିଲେ । ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡରେ ବର୍ତ୍ତମାନ ସୁଦ୍ଧା 19 ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କଂଗ୍ରେସ ପକ୍ଷରୁ ଦାୟୀ କରାଯାଇଛି । ଶାହାଙ୍କ ଦାୟିତ୍ବ ହୀନତା କାରଣରୁ ରାଜଧାନୀ ଦିଲ୍ଲୀରେ ଏହି ସଂଘର୍ଷ ଘଟିଛି ତେଣୁ ଶାହା ନିଜ ପଦରୁ ଇସ୍ତଫା ପ୍ରଦାନ କରିବା ଉଚିତ୍‌ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ସିଏଏ ବିଭାଜନ ସୃଷ୍ଟିକାରୀ ଏବଂ ଏନ୍‌ପିଆର ହେଉଛି ଏନ୍‌ସିଆରର ଛାୟା : ସୋନିଆ

ନୂଆଦିଲ୍ଲୀ : ସିଏଏ ବିଭାଜନ ସୃଷ୍ଟିକାରୀ ଏବଂ ଏନପିଆର ସହିତ ଏନ୍‌ସିଆରର ଛାୟା ବୋଲି ସୋନିଆ ଗାନ୍ଧୀ ମତ ଦେଇଛନ୍ତି । ଶନିବାର ଦିନ କଂଗ୍ରେସ ଅନ୍ତରୀଣ ସଭାପତି ଏହି ମତ ଦେଇଛନ୍ତି । ସିଏଏକୁ ନେଇ କେନ୍ଦ୍ର ସରକାର ଧର୍ମ ନାମରେ ବିଭାଜନ ସୃଷ୍ଟି କରୁଛନ୍ତି ଏବଂ ଏନ୍‌ପିଆର ଛାୟାରେ ଏନ୍‌ସିଆର ଲାଗୁ କରିବାର ପ୍ରୟାସ କରୁଛନ୍ତି ବୋଲି ସୋନିଆ ପ୍ରକାଶ କରିଛନ୍ତି । ଶନିବାର କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ସୋନିଆ ଏହି ମତ ଦେଇଛନ୍ତି । ଦେଶର ଛାତ୍ର ସମାଜ ଏହି ନିୟମକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିବା ବେଳେ ସରକାର ପୋଲିସ୍‌ କ୍ଷମତାର ଦୁରୁପଯୋଗ କରି ଏହି ଆନ୍ଦୋଳନକୁ ଚପାଇଦେବାର ଉଦ୍ୟମ କରୁଛନ୍ତି । ଏକ ଉଚ୍ଚସ୍ତରୀୟ କମିଟି ଗଠାନ କରାଯାଇ ଏହି ନିୟମ ସମ୍ପର୍କରେ ପୁନର୍ବିଚାର କରାଯିବା ଉଚିତ୍‌ ବୋଲି ଏହି ବୈଠକରେ କୁହାଯାଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ । ସୋନିଆଙ୍କ ବ୍ୟତିତ କଂଗ୍ରେସ ନେତା ପି ଚିଦାମ୍ବରମ, ଆନନ୍ଦ ଶର୍ମା, ଏ କେ ଆଣ୍ଟୋନୀ, କେ ସି ଭେନୁଗୋପାଳ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ ଯୋଗ ଦେଇଥିଲେ ।(ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ଆଜି ଶପଥ ଗ୍ରହଣ କରିବେ ହେମନ୍ତ ସୋରେନ୍‌: ଯୋଗ ଦେବେ 6 ରାଜ୍ୟର ମୁଖ୍ୟମନ୍ତ୍ରୀ

ରାଞ୍ଚି, 29/12: ଝାରଖଣ୍ଡରେ କଂଗ୍ରେସ-ଜେଏମ୍‌ଏମ୍‌-ଆରଜେଡି ମେଣ୍ଟ ସରକାର ଗଠନ କରିବାକୁ ଯାଉଛି। ଆଜି ଜେଏମ୍‌ଏମ୍‌ ନେତା ହେମନ୍ତ ସୋରେନ୍‌ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଦିନ 2ଟାରେ ମୋରବଡି ଗ୍ରାଉଣ୍ଡରେ ହେମନ୍ତଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଝାରଖଣ୍ଡର 11 ତମ ମୁଖ୍ୟମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଶପଥ ଗ୍ରହଣ କାର୍ଯ୍ୟକ୍ରମକୁ ସଙ୍କଳ୍ପ ଦିବସ ନାମରେ ନାମିତ କରାଯାଇଥିବା ବେଳେ 6 ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ଯାଉଛନ୍ତି। କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, ପି ଚିଦାମ୍ବରମ୍‌, ଏନ୍‌ସିପି ନେତା ଶରଦ ପଓ୍ବାର, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଏବଂ ଆରଜେଡି ନେତା ତେଜସ୍ବୀ ଯାଦବ ପ୍ରମୁଖ ଯୋଗ ଦେବେ ବୋଲି ଜଣାପଡିଛି।

ସେହିପରି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବା 6 ଜଣ ମୁଖ୍ୟମନ୍ତ୍ରୀ ହେଉଛନ୍ତି ମମତା ବାନାର୍ଜୀ, ଅରବିନ୍ଦ କେଜ୍ରିଓ୍ବାଲ, ଉଦ୍ଧବ ଠାକ୍‌ରେ, ଅଶୋକ ଗେହଲଟ, କମଲ ନାଥ ଏବଂ ଭୂପେଶ ବାଘେଲ। ଅନ୍ୟ ମାନଙ୍କ ମଧ୍ୟରେ ଏଚ୍‌ଡି କୁମାରସ୍ବାମୀ, ହରିଶ ରାଓ୍ବତ, ଚନ୍ଦ୍ରବାବୁ ନାଇଡୁ, କେ କାନିମୋଝି, କେସି ଭେନୁଗୋପାଳ, ଅହମ୍ମଦ ପଟେଲ ଏବଂ ଶରଦ ଯାଦବ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡିଛି।  (ଏଜେନ୍ସୀ)

Categories
ଆଜିର ଖବର

ଛାତ୍ର ଆନ୍ଦୋଳନକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସୋନିଆ : ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,17/12 : ଛାତ୍ର ଆନ୍ଦୋଳନକୁ ନେଇ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଭିଯୋଗ କରିଛନ୍ତି । ନିଜର ରାଜନୈତିକ ଫାଇଦା ପାଇଁ ସୋନିଆ ଏପରି ନାଟକ କରୁଛନ୍ତି ବୋଲି ସୀତାରମଣ କହିଛନ୍ତି । ନାଗରିକତ୍ବ ସଂଶୋଧନ ଆଇନକୁ ନେଇ ଦେଶରେ ଛାତ୍ର ଆନ୍ଦୋଳନ ଚାଲିଥିବା ବେଳେ ସୋନିଆ ରାଜନୈତିକ ଫାଇଦା ପାଇଁ ଏହି ଆନ୍ଦୋଳନକୁ ବଢାଇବାର ଚେଷ୍ଟା କରୁଛନ୍ତି । ଏହି ଆଇନକୁ ବିରୋଧ କରୁଥିବା କଂଗ୍ରେସ ନେତା ମନେ ରଖିବା ଉଚିତ୍‌ ଏହି ବିଲ୍‌କୁ ସଂସଦର ଉଭୟ ଗୃହରେ ପାରିତ କରାଯାଇଛି ।(ଏଜେନ୍ସୀ)

Categories
ଆଜିର ଖବର

କଂଗ୍ରେସ ସଂସଦୀୟ ଦଳ ବୈଠକ : ମୋଦି-ଶାହାଙ୍କୁ ସୋନିଆଙ୍କ ସମାଲୋଚନା

ନୂଆଦିଲ୍ଲୀ,28/11 : କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୂର୍ବତନ ସଭାପତି ରାହୁଲ ଗାନ୍ଧୀ, ଏକେ ଅଣ୍ଟୋନୀ ଏବଂ ଗୁଲାମ ନବୀ ଆଜାଦ ପ୍ରମୁଖ ଯୋଗ ଦେଇଥିଲେ । ଜମ୍ମୁ କାଶ୍ମୀରରେ ଧାରା 370 ଉଚ୍ଛେଦ ଏବଂ ମହାରାଷ୍ଟ୍ର ସରକାର ଗଠନକୁ ନେଇ ହୋଇଥିବା ସମସ୍ୟା ପାଇଁ କେନ୍ଦ୍ରୀୟ ନେତୃତ୍ବକୁ ଦାୟୀ କରିଥିଲେ । ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ଲାଗି ରହିଥିବା ଅଚଳାବସ୍ଥା ପାଇଁ ମୋଦି-ଶାହାଙ୍କ ନେତୃତ୍ବକୁ ଦାୟୀ କରିଥିଲେ ସୋନିଆ । ମହାରାଷ୍ଟ୍ରରେ ମଧ୍ୟ ସମାନ ଭାବରେ କେନ୍ଦ୍ରୀୟ ନେତୃତ୍ବ କ୍ଷମତାର ଅପ ବ୍ୟବହାର କରିଛନ୍ତି ବୋଲି ସୋନିଆ ଅଭିଯୋଗ କରିଥିଲେ ।

Categories
ଆଜିର ଖବର

ମେ ୨୩ରେ ୟୁପିଏ କରିବ ଏନ୍‌ଡିଏ ବିରୋଧୀ ବୈଠକ, ନବୀନଙ୍କୁ ନିମନ୍ତ୍ରଣ ଦେଲେ ସୋନିଆ

ଚଳିତ ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ପାଇଁ ଆଉ ହାତରେ ୪ଟି ଦିନ। ଆସନ୍ତା ୧୯ରେ ଦେଶର ୮ଟି ରାଜ୍ୟରେ ଅବଶିଷ୍ଟ ୫୯ଟି ଆସନ ପାଇଁ ମତଦାନ ହେବ। ଆସନ୍ତା ମେ ୨୩ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ୟୁପିଏ ସରକାର ଗଠନ କରିବ ବୋଲି ଦୃଢ ଆଶା ବାନ୍ଧିଛି। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଛନ୍ତି। ଏଥିପାଇଁ ସମସ୍ତ ୟୁପିଏ ସର୍ମଥିତ ଓ ଏନ୍‌ଡିଏ ବିରୋଧୀ ଦଳ ଗୁଡ଼ିଙ୍କୁ ନିମନ୍ତ୍ରଣ ଦେଇଛି କଂଗ୍ରେସ। ଫଳାଫଳ ଘୋଷଣା ଦିନ ବୈଠକ ହେବ। ଏହି ବୈଠକରେ ଯୋଗଦେବାକୁ ସମସ୍ତ ଦଳର ମୁଖ୍ୟକୁ ଚିଠି ଲେଖି ନିମନ୍ତ୍ରଣ କରିଛନ୍ତି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି।  ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଆଗାମୀ ବୈଠକରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଥିବା ସୂଚନା ମିଳିଛି। ଏ ନେଇ ବିଜେଡ଼ି ସଭାପତିଙ୍କ ସହିତ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ଟେଲିଫୋନ୍‌ ଯୋଗେ କଥା ହୋଇଛନ୍ତି। ସେ ଏହି ବୈଠକରେ ଯୋଗ ଦେବାକୁ ନବୀନଙ୍କୁ କହିଥିବା ସୂଚନା ମିଳିଛି।

Categories
ଆଜିର ଖବର

ମୋଦିଙ୍କୁ ସୋନିଆଙ୍କ ଚେତାବନୀ : ୨୦୦୪ ନିର୍ବାଚନକୁ ମୋଦି ଭୁଲିବା ଉଚିତ୍‌ ନୁହେଁ

ଲଗାତାର ପଞ୍ଚମଥର ପାଇଁ ଆଜି ରାୟବରେଲିରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ଏହି ନାମାଙ୍କନ ପତ୍ର ଦାଖଲ ସମୟରେ ରାହୁଲ୍‌ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ରର୍ବଟ ଭଦ୍ରା ଓ ତାଙ୍କ ନାତି ନାତୁଣୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏକ ବିରାଟ ରୋଡ ଶୋ’ର କରି ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ସୋନିଆ। ଏହାପୂର୍ବରୁ ଏକ ଯଜ୍ଞର ଆୟୋଜନ କରାଯାଇଥିଲା। ଏହି ଅବସରରେ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚେତାବନୀ ଦେଇ କହିଛନ୍ତି, ୨୦୦୪ ନିର୍ବାଚନକୁ ମୋଦି ଭୁଲିବା ଉଚିତ୍‌ ନୁହେଁ। ସେ ସମୟରେ ଅଟଳ ବିହାରୀ ବାଜପେୟୀ ଜଣେ ଅପରାଜୟ ନେତା ଥିଲେ କିନ୍ତୁ କଂଗ୍ରେସ ସମସ୍ତ ଆକଳନକୁ ଭୁଲ ପ୍ରମାଣିତ କରି ଜିତିଥିଲା। ତେଣୁ ମୋଦି ଅତୀତକୁ ପାଶୋରିବା ଉଚିତ୍‌ ନୁହେଁ। ୫ ବର୍ଷରେ ମୋଦି ସରକାର ଲୋକଙ୍କ ପାଇଁ କିଛି କରିନାହାନ୍ତି, ସମସ୍ତ ପ୍ରତିଶ୍ରୁତି ଏବେବି ଅସମ୍ପୂର୍ଣ୍ଣ। କଂଗ୍ରେସର ଗଡ଼ ଥିବା ରାଇବରେଲି ଲୋକସଭା ଆସନରୁ ସୋନିଆ ୪ଥର ଏମ୍‌ପି ରହିସାରିଛନ୍ତି।

Categories
ଆଜିର ଖବର

ରାଏବରେଲୀରୁ ସୋନିଆଙ୍କ ପ୍ରାର୍ଥୀପତ୍ର ଦାଖଲ

ୟୁପିଏ ମୁଖ୍ୟ ସୋନିଆ ଗାନ୍ଧୀ ରାଏବରେଲୀ ସାମ୍ବିଧାନିକ କ୍ଷେତ୍ରରୁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ପୂର୍ବରୁ ସୋନିଆ ଏକ ରୋଡ ଶୋ ଜରିଆରେ ଶକ୍ତି ପ୍ରଦର୍ଶନ କରିଥିଲେ। ରୋଡ ଶୋ ପୂର୍ବରୁ ରାଏବରେଲୀରେ ରହିଥିବା କଂଗ୍ରେସର କେନ୍ଦ୍ରୀୟ ଅଫିସରେ ପୂଜାର୍ଚ୍ଚନା କରିଥିଲେ ସୋନିଆ। ନାମାଙ୍କନ ଦାଖଲ ପାଇଁ ସୋନିଆଙ୍କ ସହିତ ପୁତ୍ର ତଥା କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ, ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ରବର୍ଟ ଭଦ୍ରା ପ୍ରମୁଖ ରହିଥିଲେ। କଂଗ୍ରେସର ଗଡ ଭାବରେ ପରିଚିତ ଏହି ନିର୍ବାଚନୀ କ୍ଷେତ୍ରରେ ଆସନ୍ତା ମେ ୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ଦୀନେଶ ପ୍ରତାପ ସିଂ ସୋନିଆଙ୍କ ବିପକ୍ଷରେ ନିର୍ବାଚନରେ ଅବତୀର୍ଣ୍ଣ ହେବେ। ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ଏଠାରେ ନିଜର ପ୍ରାର୍ଥୀ ଦେଇନଥିବା ବେଳେ ଶ୍ରୀମତି ଗାନ୍ଧୀ ଏହି ଆସନରୁ ଲଗାତାର ଭାବେ ୪ ଥର ବିଜୟୀ ହୋଇଛନ୍ତି।

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଡାଉନଲୋଡ ପରେ ଟିପରେ ସ୍କ୍ରିନକୁ ତଳୁ ଉପରକୁ ଘଷି ପଢିଚାଲନ୍ତୁ ଖବର ପରେ ଖବର )

Categories
ଆଜିର ଖବର

୧୦ରେ ରାହୁଲ ଏବଂ ୧୧ରେ ସୋନିଆଙ୍କ ପ୍ରାର୍ଥୀପତ୍ର ଦାଖଲ

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଆସନ୍ତା ଏପ୍ରିଲ୍‌ ୧୦ ତାରିଖରେ ଆମେଥିରୁ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ସେହିପରି ୧୧ ତାରିଖରେ ୟୁପିଏ ମୁଖ୍ୟ ସୋନିଆ ଗାନ୍ଧୀ ରାଏ ବରେଲୀରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ଉଭୟଙ୍କ ନାମାଙ୍କନ ଦାଖଲ ସମୟରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉପସ୍ଥିତ ରହିବେ ବୋଲି ଜଣାପଡିଛି। ଉତ୍ତର ପ୍ରଦେଶ ଲୋକସଭା ନିର୍ବାଚନ ପାଇଁ ଏପ୍ରିଲ୍‌ ୧୦ରୁ ଚତୁର୍ଥ ପର୍ଯ୍ୟାୟ ନାମାଙ୍କନ ଦାଖଲର ପ୍ରଥମ ଦିନ ହୋଇଥିବା ବେଳେ ରାହୁଲ ଗାନ୍ଧୀ ସେହିଦିନ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡିଛି। ଏପ୍ରିଲ୍‌ ୧୧ ତାରିଖରେ ରାଏବରେଲୀରୁ ନିଜର ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଉଥିବା ବେଳେ ବିଜେପି ପକ୍ଷରୁ ପୂର୍ବତନ କଂଗ୍ରେସ ନେତା ଦୀନେଶ ପ୍ରତାପ ସିଂଙ୍କୁ ଟିକଟ ଦିଆଯାଇଛି। ଆମେଥିରୁ ରାହୁଲ ୨୦୧୪ ନିର୍ବାଚନରେ ସ୍ମୃତି ଇରାନୀଙ୍କୁ ୧ ଲକ୍ଷ ଭୋଟରେ ପରାସ୍ତ କରିଥିବା ବେଳେ ରାଏବରେଲୀରୁ ସୋନିଆ ଅଜୟ ଅଗ୍ରଓ୍ବାଲଙ୍କୁ ୪ ଲକ୍ଷରୁ ଅଧିକ ଭୋଟରେ ପରାସ୍ତ କରିଥିଲେ।

Categories
ଆଜିର ଖବର

ମୋଦି ପୀଡ଼ିତ କାର୍ଡ ଖେଳୁଛନ୍ତି : ସୋନିଆ ଗାନ୍ଧି

୨୦୧୪ ନିର୍ବାଚନ ପରଠାରୁ ରାଜନୀତଠାରୁ ଦୂରରେ ରହୁଥିବା ପୂର୍ବତନ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଚଳିତ ନିର୍ବାଚନ ନ ଲଢିବାକୁ  ନେଇ ଚର୍ଚ୍ଚା ଲାଗି ରହିଥିଲା। ଶୁଣିବାକୁ ମିଳିଥିଲା ଯେ, ଚଳିତ ଥର ସୋନିଆଙ୍କ ରୟବରେଲୀ ଆସନରୁ ତାଙ୍କ ପୁତ୍ରୀ ପ୍ରିୟଙ୍କା ନିର୍ବାଚନ ଲଢିବେ। କିନ୍ତୁ ସମସ୍ତ କଳ୍ପନା ଜଳ୍ପନାକୁ ପଛ କରି ସୋନିଆ ଗାନ୍ଧି ଚଳିତ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ତେବେ ନିର୍ବାଚନ ଲଢିବା ପୂର୍ବରୁ ଆଜି ଅହମଦାବାଦଠାରେ ଅନୁଷ୍ଠିତ ଥିବା କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ସୋନିଆ ଗାନ୍ଧି। ସେ କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୀଡ଼ିତ କାର୍ଡ ଖେଳୁଛନ୍ତି।  ମୋଦି ନିଜକୁ ପୀଡ଼ିତ କହୁଥିବାବେଳେ ସାଧାରଣ ଜନତା ଏଠି ପୀଡ଼ିତ ହୋଇଛନ୍ତି। ଦେଶବାସୀ ମୋଦିଙ୍କ ଖରାପ ରାଜନୀତିର କୁପରିଣାମ ଭୋଗିବାକୁ ବାଧ୍ୟ ହେଉଛନ୍ତି।” ଦେଶର ସ୍ୱାର୍ଥ ତଥା ଜାତୀୟ ସୁରକ୍ଷାକୁ ନେଇ ମୋଦି ରାଜନୀତି କରୁଥିବାରୁ ସୋନିଆ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେହିପରି ଏହି ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ନିଯୁକ୍ତି, କୃଷି ଓ ଦର ନିୟନ୍ତ୍ରଣକୁ ନେଇ ଏନଡିଏକୁ ସମାଲୋଚନା କରିଥିଲେ। ବୈଠକ ଆରମ୍ଭ ହେବା ପୂର୍ବରୁ ପୁଲୱାମା ସହିଦଙ୍କ ପାଇଁ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା।