ସିଏଏ ବିଭାଜନ ସୃଷ୍ଟିକାରୀ ଏବଂ ଏନ୍‌ପିଆର ହେଉଛି ଏନ୍‌ସିଆରର ଛାୟା : ସୋନିଆ

Published: Jan 12, 2020, 9:53 am IST

ନୂଆଦିଲ୍ଲୀ : ସିଏଏ ବିଭାଜନ ସୃଷ୍ଟିକାରୀ ଏବଂ ଏନପିଆର ସହିତ ଏନ୍‌ସିଆରର ଛାୟା ବୋଲି ସୋନିଆ ଗାନ୍ଧୀ ମତ ଦେଇଛନ୍ତି । ଶନିବାର ଦିନ କଂଗ୍ରେସ ଅନ୍ତରୀଣ ସଭାପତି ଏହି ମତ ଦେଇଛନ୍ତି । ସିଏଏକୁ ନେଇ କେନ୍ଦ୍ର ସରକାର ଧର୍ମ ନାମରେ ବିଭାଜନ ସୃଷ୍ଟି କରୁଛନ୍ତି ଏବଂ ଏନ୍‌ପିଆର ଛାୟାରେ ଏନ୍‌ସିଆର ଲାଗୁ କରିବାର ପ୍ରୟାସ କରୁଛନ୍ତି ବୋଲି ସୋନିଆ ପ୍ରକାଶ କରିଛନ୍ତି । ଶନିବାର କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ସୋନିଆ ଏହି ମତ ଦେଇଛନ୍ତି । ଦେଶର ଛାତ୍ର ସମାଜ ଏହି ନିୟମକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିବା ବେଳେ ସରକାର ପୋଲିସ୍‌ କ୍ଷମତାର ଦୁରୁପଯୋଗ କରି ଏହି ଆନ୍ଦୋଳନକୁ ଚପାଇଦେବାର ଉଦ୍ୟମ କରୁଛନ୍ତି । ଏକ ଉଚ୍ଚସ୍ତରୀୟ କମିଟି ଗଠାନ କରାଯାଇ ଏହି ନିୟମ ସମ୍ପର୍କରେ ପୁନର୍ବିଚାର କରାଯିବା ଉଚିତ୍‌ ବୋଲି ଏହି ବୈଠକରେ କୁହାଯାଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ । ସୋନିଆଙ୍କ ବ୍ୟତିତ କଂଗ୍ରେସ ନେତା ପି ଚିଦାମ୍ବରମ, ଆନନ୍ଦ ଶର୍ମା, ଏ କେ ଆଣ୍ଟୋନୀ, କେ ସି ଭେନୁଗୋପାଳ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ ଯୋଗ ଦେଇଥିଲେ ।(ଏଜେନ୍ସୀ)

Related posts