Categories
ଆଜିର ଖବର ଜାତୀୟ ଖବର

ଦେଶରେ ଏନଆରସି ଲାଗୁ କରିବାକୁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ (NRC) ଲାଗୁ କରିବାକୁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି। ସଂସଦରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ଜନସଂଖ୍ୟା ରେଜିଷ୍ଟର (NPR) କୁ ଅପଡେଟ୍ କରିବା କାର୍ଯ୍ୟ ଚାଲିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏନଆରସି ସମ୍ବନ୍ଧରେ ଦେଶବ୍ୟାପୀ ପ୍ରଦର୍ଶନ ପ୍ରଦର୍ଶନ କରାଯାଇଥିଲା।

ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକସଭାରେ ଏଭଳି ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଜନଗଣନା ୨୦୨୧ରେ ପଚରାଯାଇଥିବା ଏକ ପ୍ରଶ୍ନରେ ସେ କହିଛନ୍ତି ଯେ, ବର୍ତ୍ତମାନ ଜାତି ସଂଖ୍ୟା ପ୍ରକାଶ କରିବାକୁ କୌଣସି ପ୍ରସ୍ତାବ ନାହିଁ। ଆଗାମୀ ଜନଗଣନା ପ୍ରଥମ ଡିଜିଟାଲ ଜନଗଣନା ହେବ। ତଥ୍ୟ ସଂଗ୍ରହ ପାଇଁ ଏକ ମୋବାଇଲ୍ ଆପ୍ ଏବଂ ଜନଗଣନା ପୋର୍ଟାଲ୍ ପ୍ରସ୍ତୁତ କରାଯାଇଛି।

ଅନ୍ୟ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଗୃହମନ୍ତ୍ରୀ କହିଛନ୍ତି ଯେ, ଅଗଷ୍ଟ ୨୦୧୯ ପରଠାରୁ ଜାମ୍ମୁ କାଶ୍ମୀର ବାହାରେ କେବଳ ଦୁଇଜଣ ଲୋକ ସମ୍ପତ୍ତି କ୍ରୟ କରିଛନ୍ତି। ବର୍ତ୍ତମାନ ଜମ୍ମୁ କାଶ୍ମୀରରେ ଜମି କିଣିବାରେ ବାହାର ଲୋକ କିମ୍ବା ସରକାର କୌଣସି ପ୍ରକାରର କଠିନ ପ୍ରକ୍ରିୟାର ସମ୍ମୁଖୀନ ହେଉନାହାଁନ୍ତି।

ଅନ୍ୟପକ୍ଷରେ ଲୋକସଭାରେ ଓବିସି ସହ ଜଡିତ ସଂଶୋଧନ ବିଲକୁ କଂଗ୍ରେସ ସମର୍ଥନ କରିଛି। ଏଥି ସହିତ କଂଗ୍ରେସ କହିଛି ଯେ ସଂରକ୍ଷଣର ୫୦ ପ୍ରତିଶତ ସୀମା ହଟାଇବାକୁ କେନ୍ଦ୍ର ସରକାର ବିଚାର କରିବା ଉଚିତ। ଯାହା ଦ୍ଵାରା ମହାରାଷ୍ଟ୍ରର ମରାଠା ସମ୍ପ୍ରଦାୟ ଏବଂ ଅନ୍ୟାନ୍ୟ ରାଜ୍ୟର ଲୋକମାନେ ଏହାର ଲାଭ ପାଇପାରିବେ। କଂଗ୍ରେସ ନେତା ତାଙ୍କ ଦଳର ସରକାର ସମୟରେ ଓବିସି, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ କରାଯାଇଥିବା କାର୍ଯ୍ୟ ବିଷୟରେ ଉଲ୍ଲେଖ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଲକ୍‌ଡାଉନ୍‌ ପ୍ରଭାବ : 2021 ଜନଗଣନା ସ୍ଥଗିତ ରଖିଲେ ଯୋଗୀ ସରକାର

ଲକ୍ଷ୍ନୌ : ଦେଶବ୍ୟାପୀ କରୋନା ପ୍ରଭାବରେ ଲକ୍‌ଡାଉନ୍‌ ରହିଥିବା ବେଳେ 2021ର ଜନଗଣନା ବା ଏନ୍‌ପିଆରକୁ ସ୍ଥଗିତ ରଖିଛନ୍ତି ଉତ୍ତର ପ୍ରଦେଶ ସରକାର । ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏନ୍‌ପିଆର ଉପରେ ରୋକ୍‌ ଲଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ବର୍ତ୍ତମାନ ଦେଶରେ କରୋନା ମହାମାରୀ ପ୍ରକୋପରେ ଅର୍ଥନୀତି ସମ୍ପୂର୍ଣ୍ଣ ଭୁଷୁଡି ପଡିଛି ତେଣୁ ବର୍ତ୍ତମାନର ସମୟରେ ଏନ୍‌ପିଆର ସମ୍ଭବ ନୁହେଁ ବୋଲି ମତଦେବା ସହିତ 2021 ପର୍ଯ୍ୟନ୍ତ ଏହାକୁ ସ୍ଥଗିତ ରଖିବାର ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର । ଉଲ୍ଲେଖଯୋଗ୍ୟ ଯେ, ଦେଶରେ ବର୍ତ୍ତମାନ ସୁଦ୍ଧା କରୋନାରେ 85940 ଜଣ ଆକ୍ରାନ୍ତ ହୋଇଥିବା ବେଳେ 2752 ଜଣଙ୍କର ପ୍ରାଣହାନି ଘଟିଛି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

କରୋନା ଆତଙ୍କ : ଏନ୍‌ପିଆରକୁ ସ୍ଥଗିତ ରଖିଲା ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ : ଦେଶରେ କରୋନାର ବର୍ଦ୍ଧିତ ପ୍ରଭାବ କାରଣରୁ ଏନ୍‌ପିଆର ଓ ଜନଗଣନାକୁ ସ୍ଥଗିତ ରଖିଛି ଗୃହ ମନ୍ତ୍ରାଳୟ । ବୁଧବାର ଗୃହ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ବୁଧବାର 34 ଜଣ ନୂତନ ସଂକ୍ରମିତଙ୍କ ସହିତ ଦେଶରେ ସମୁ ଦାୟ ସଂକ୍ରମିତଙ୍କ ସଂଖ୍ୟା 562ରେ ପହଞ୍ଚିବା ପରେ ଏନ୍‌ପିଆରକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଗୃହ ମନ୍ତ୍ରାଳୟ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ବିହାର ବିଧାନସଭାରେ ଏନ୍‌ଆର୍‌ସି ବିରୋଧୀ ବିଲ୍‌ ପାରିତ

ପାଟନା : ବିହାରରେ ଏନ୍‌ଆରସି ଲାଗୁ ନକରିବା ପାଇଁ ଏକ ବିଧେୟକ ପାରିତ ହୋଇଯାଇଛି। ମଙ୍ଗଳବାର ବିହାର ବିଧାନସଭାରେ ଏହି ବିଲ୍‌ଟି ପାରିତ ହୋଇଛି। ଏହା ସହିତ ରାଷ୍ଟ୍ରୀୟ ନାଗରିକ ପଞ୍ଜୀକରଣ (ଏନ୍‌ପିଆର) ଲାଗୁ କରିବା ପାଇଁ ମଧ୍ୟ ଏକ ବିଧେୟକ ଲାଗୁ କରାଯାଇଛି। ଏହି ବିଧେୟକ ଅନୁଯାୟୀ ରାଜ୍ୟରେ ଏନ୍‌ପିଆର ଲାଗୁ କରାଯିବ ମାତ୍ର 2010ରେ ଲାଗୁ କରାଯାଇଥିବା ଜନଗଣନା ଭଳି ଏହାକୁ ଲାଗୁ କରାଯିବା ନେଇ ବିଧେୟକରେ ଉଲ୍ଲେଖ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ କେରଳ ଏବଂ ପଞ୍ଜାବ ବିଧାନସଭାରେ ମଧ୍ୟ ଏନ୍‌ଆରସି ବିରୋଧୀ ବିଲ୍‌ ପାରିତ ହୋଇଥିଲା। (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ଏନ୍‌ପିଆର ଉପରେ ରୋକ୍‌ ଯାଚିକାକୁ ଖାରଜ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ : ସିଏଏ ଏବଂ ଏନ୍‌ପିଆର ବିରୋଧରେ ଆଗତ ଯାଚିକାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାର ଶୁଣାଣି କରିବା ସହିତ ଏନ୍‌ପିଆର ଉପରେ ରୋକ୍‌ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏନ୍‌ପିଆର ଉପରେ ରୋକ୍‌ ଲଗାଇବାକୁ ସର୍ବୋଚ୍ଚ କୋର୍ଟ ମନା କରିଛନ୍ତି । ସରକାରଙ୍କ ପକ୍ଷରୁ ଏହା ଉପରେ କୌଣସି ଯୁକ୍ତି ନ ଶୁଣି କୋର୍ଟ ରୋକ୍‌ ଲଗାଇ ପାରିବେ ନାହିଁ ବୋଲି କୁହାଯାଇଛି । ବିଭିନ୍ନ ଛାତ୍ର ସଙ୍ଗଠନ, କଂଗ୍ରେସ ଏବଂ ଅନ୍ୟାନ୍ୟ ବିରୋଧୀ ରାଜନେତାଙ୍କ ପକ୍ଷରୁ ଆଗତ 140ଟି ଯାଚିକା ଉପରେ ବିଚାର କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର ଜାତୀୟ ଖବର

ଏନ୍‌ଆରସିର ଛଦ୍ମ ରୂପ ହେଉଛି ଏନ୍‌ପିଆର୍‌, ବିରୋଧ ପାଇଁ ସବୁ ଦଳ ଏକାଠି ହେବା ଜରୁରୀ : ପି. ଚିଦାମ୍ବରମ୍‌

କୋଲକାତା : ନାଗରିକତା ସଂଶୋଧନ ଆଇନ (ସିଏଏ), ଏନପିଆର ଓ ଏନ୍‌ଆରସିକୁ ନେଇ କଂଗ୍ରେସ ମୋଦି ସରକାରଙ୍କୁ ଆକ୍ରମଣ ଜାରି ରଖିଛି । ଆଜି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ପି. ଚିଦାମ୍ବରମ୍‌ ବିଜେପିକୁ ଟାର୍ଗେଟ୍‌ କରିଛନ୍ତି । ଚିଦମ୍ବରମ୍‌ କହିଛନ୍ତି ଯେ, ଏନ୍‌ଆରସିର ଛଦ୍ମ ରୂପ ହେଉଛି ଏନ୍‌ପିଆର । ଆଜି କୋଲକାତାଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସବୁ ବିରୋଧୀ ଦଳ ଏହାକୁ ନେଇ ଏକାସାଙ୍ଗରେ ବିରୋଧ କରିବାକୁ ଅପିଲ୍‌ କରିଛନ୍ତି ।

ଚିଦାମ୍ବରମ୍‌ କହିଛନ୍ତି ଯେ, ଆସାମରେ ଏନ୍‌ଆରସିର ଅସଫଳତା ପରେ ନରେନ୍ଦ୍ର ମୋଦି ସରକାର ତୁରନ୍ତ ଏହାର ଗିୟର ବଦଳାଇଛନ୍ତି । ଏବେ ଏନ୍‌ପିଆର ବିଷୟରେ କହୁଛନ୍ତି । ସିଏଏ, ଏନପିଆର ଓ ଏନ୍‌ଆରସିର ବିରୋଧ କରୁଥିବା ସମସ୍ତ ଦଳ ଏକାସହିତ ରହିବା ଉଚିତ୍‌ ।

ନିକଟରେ ଦିଲ୍ଲୀଠାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ବିରୋଧୀ ଦଳଙ୍କ ବୈଠକ ଡାକିଥିଲେ । କିନ୍ତୁ ଏହି ବୈଠକରେ ମମତା ବାନାର୍ଜୀଙ୍କ ଦଳ ଟିଏମ୍‌ସି, ସମାଜବାଦୀ ଦଳ, ବିଏସ୍‌ପି ଓ ଡିଏମ୍‌କେ ଦୂରେଇ ରହିଥିଲେ । ଏହି ସମସ୍ତ ଦଳ ମଧ୍ୟ ଏନ୍‌ପିଆର, ଏନ୍‌ଆରସି ଓ ସିଏଏର ବିରୋଧ କରୁଛନ୍ତି ।

ଚିଦାମ୍ବରମ୍‌ କୋଲକତା ପାର୍କ ସର୍କସଠାରେ ସିଏଏ ବିରୋଧରେ ଚାଲିଥିବା ପ୍ରଦର୍ଶନରେ ସାମିଲ୍‌ ହୋଇଥିଲେ ।ସେଠାରେ  ଉପସ୍ଥତି ଥିବା ସମସ୍ତ ଲୋକଙ୍କୁ ତାଙ୍କ ଦଳ ସେମାନଙ୍କ ସହ ରହିଛନ୍ତି ବୋଲି ଆଶ୍ବସ୍ତ କରିଥିଲେ । ସେହିପରି ବିଶ୍ବବିଦ୍ୟାଳୟରରେ ହେଉଥିବା ଛାତ୍ର ପ୍ରଦର୍ଶନକୁ ନେଇ କହିଛନ୍ତି ଯେ,  ଛାତ୍ରମାନଙ୍କର ସାମ୍ବିଧାନିକ ପ୍ରଭୁତ ଓ ସାମ୍ବିଧାନିକ ନୈତିକତା ପାଇଁ ଲଢେଇ ଜାରି ରଖିଛନ୍ତି । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ସିଏଏ ବିଭାଜନ ସୃଷ୍ଟିକାରୀ ଏବଂ ଏନ୍‌ପିଆର ହେଉଛି ଏନ୍‌ସିଆରର ଛାୟା : ସୋନିଆ

ନୂଆଦିଲ୍ଲୀ : ସିଏଏ ବିଭାଜନ ସୃଷ୍ଟିକାରୀ ଏବଂ ଏନପିଆର ସହିତ ଏନ୍‌ସିଆରର ଛାୟା ବୋଲି ସୋନିଆ ଗାନ୍ଧୀ ମତ ଦେଇଛନ୍ତି । ଶନିବାର ଦିନ କଂଗ୍ରେସ ଅନ୍ତରୀଣ ସଭାପତି ଏହି ମତ ଦେଇଛନ୍ତି । ସିଏଏକୁ ନେଇ କେନ୍ଦ୍ର ସରକାର ଧର୍ମ ନାମରେ ବିଭାଜନ ସୃଷ୍ଟି କରୁଛନ୍ତି ଏବଂ ଏନ୍‌ପିଆର ଛାୟାରେ ଏନ୍‌ସିଆର ଲାଗୁ କରିବାର ପ୍ରୟାସ କରୁଛନ୍ତି ବୋଲି ସୋନିଆ ପ୍ରକାଶ କରିଛନ୍ତି । ଶନିବାର କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ସୋନିଆ ଏହି ମତ ଦେଇଛନ୍ତି । ଦେଶର ଛାତ୍ର ସମାଜ ଏହି ନିୟମକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିବା ବେଳେ ସରକାର ପୋଲିସ୍‌ କ୍ଷମତାର ଦୁରୁପଯୋଗ କରି ଏହି ଆନ୍ଦୋଳନକୁ ଚପାଇଦେବାର ଉଦ୍ୟମ କରୁଛନ୍ତି । ଏକ ଉଚ୍ଚସ୍ତରୀୟ କମିଟି ଗଠାନ କରାଯାଇ ଏହି ନିୟମ ସମ୍ପର୍କରେ ପୁନର୍ବିଚାର କରାଯିବା ଉଚିତ୍‌ ବୋଲି ଏହି ବୈଠକରେ କୁହାଯାଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ । ସୋନିଆଙ୍କ ବ୍ୟତିତ କଂଗ୍ରେସ ନେତା ପି ଚିଦାମ୍ବରମ, ଆନନ୍ଦ ଶର୍ମା, ଏ କେ ଆଣ୍ଟୋନୀ, କେ ସି ଭେନୁଗୋପାଳ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ ଯୋଗ ଦେଇଥିଲେ ।(ଏଜେନ୍ସୀ)

Categories
ଆଜିର ଖବର

ଏନ୍‌ପିଆରକୁ ନେଇ ଜେଡିୟୁ ଓ ବିଜେପି ମଧ୍ୟରେ ଫାଟ : ନୀତିଶକୁ ପତ୍ର ଲେଖିଲେ ପବନ ବର୍ମା

ବିହାର, 5/1: ଏବେ ଏନପିଆରକୁ ନେଇ ବିଜେପି ଓ ସହଯୋଗୀ ଦଳ ଜେଡିୟୁ ମଧ୍ୟରେ ଭିନ୍ନ ମତ ପ୍ରକାଶ ପାଇଛି । ଏହାକୁ ନେଇ ଦୁଇ ଦଳ ଭାଗ ହେବାକୁ ଯାଉଛନ୍ତି ।  ଜେଡିୟୁ ମହାସଚିବ ପବନ ବର୍ମା  ଦଳର ଅଧ୍ୟକ୍ଷ ତଥା ବିହାରର ମୁଖ୍ୟମନ୍ତ୍ରୀ ନୀତିଶ୍‌ କୁମାରଙ୍କୁ ସିଏଏ-ଏନ୍‌ପିଆର ଯୋଜନାକୁ ସ୍ପଷ୍ଟ ରୂପେ ଖାରଜ କରିବାକୁ ଅନୁରୋଧ କରିଛନ୍ତି । ପବନ ବର୍ମା କହିଛନ୍ତି ଯେ, ଏହା ଭାରତକୁ ଭାଗ କରିବା ସହିତ ଅନାବଶ୍ୟକ ସାମାଜିକ ଅଶାନ୍ତି ସୃଷ୍ଟି କରୁଥିବା ଏକ ଏଜେଣ୍ଡା ।

ବିହାରର ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସୁଶୀଲ୍‌ ମୋଦି ଏନ୍‌ଆରପିକୁ ନେଇ ‘ଏକତରଫା’ ଘୋଷଣାରେ ଆଶ୍ଚର୍ଯ୍ୟ ହୋଇ ନୀତିଶ୍‌ କୁମାରଙ୍କୁ ଏକ ଖୋଲା ପତ୍ର ଦେଇଛନ୍ତି ପବନ ବର୍ମା। ସୂଚନାଯୋଗ୍ୟ, ସୁଶୀଲ୍‌ ମୋଦି କହିଥିଲେ ଯେ, ବିହାରରେ ମଇ 15ରୁ 18 ଭିତରେ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍‌ଟାର କାର୍ଯ୍ୟ ଆରମ୍ଭ ହେବ । କିନ୍ତୁ ନୀତିଶ୍‌ କୁମାର ଏନ୍‌ପିଆର ବିରୋଧରେ ରହିଛନ୍ତି । ଏହି ନୂତନ ଆଇନକୁ ନେଇ ଦେଶରେ ଭିନ୍ନ ଭିନ୍ନ ଜାଗାରେ ବିରୋଧ ପ୍ରଦର୍ଶନ ଜାରି ରହିଥିବାବେଳେ ଜେଡେୟୁର ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋର ମଧ୍ୟ ଏହା ବିରୁଦ୍ଧରେ ସ୍ବର ଉଠାଇଛନ୍ତି । (ଏଜେନ୍ସି)

Categories
ଆଜିର ଖବର

ଏନ୍‌ପିଆରରେ ନାମ ନଥିଲେ ବି ନାଗରିକତା ବୈଧ ରହିବ : ଅମିତ୍‌ ଶାହା

ନୂଆଦିଲ୍ଲୀ, 25/12: ମୋଦି କ୍ୟାବିନେଟ୍‌ ଭାରତର ଜନଗଣନା 2021ର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟାର (ଏନ୍‌ପିଆର)ର ମଞ୍ଜୁରୀ ଦେଇଛନ୍ତି । ଏହାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି ଯେ, ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର (ଏନ୍‌ପିଆର) ଓ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର (ଏନ୍‌ଆରସି) ମଧ୍ୟରେ କୌଣସି ସମ୍ପର୍କ ନାହିଁ । ଆହୁରି ମଧ୍ୟ କହିଛନ୍ତି ଯେ, ଏନ୍‌ପିଆର୍‌ରେ ନାମ ନଥିଲେ ମଧ୍ୟ କାହାର ବି ନାଗରିକତ୍ବ ଅବୈଧ ହେବ ନାହିଁ । ବା ନାଗରିକତା ଯିବ ନାହିଁ । ଏହାକୁ ନେଇ ବିରୋଧୀ ଭ୍ରମ ସୃଷ୍ଟି କରାଉଛନ୍ତି । ସେହିପରି ସଂଖ୍ୟାଲଘୁଙ୍କୁ ଏନ୍‌ପିଆରକୁ ନେଇ ଡରିବାର କୌଣସି ଆବଶ୍ୟକତା ନାହିଁ । ସେହିପରି ଅମିତ୍‌ ଶାହା ପୂରା ଭାରତ ବର୍ଷରେ ଏନ୍‌ଆରସିକୁ ନେଇ ଚାଲିଥିବା ତର୍କର କିଛି ଆବଶ୍ୟକତା ନାହିଁ । କାରଣ ଏହା ଉପରେ କୌଣସି ଚର୍ଚ୍ଚା ହୋଇନଥିବା କହିଛନ୍ତି ଗୃହନ୍ତ୍ରୀ । ପ୍ରଧାନମନ୍ତ୍ରୀ ଠିକ୍‌ କହିଛନ୍ତି, ଏନ୍‌ଆରସିକୁ ନେଇ ଏପର୍ଯ୍ୟନ୍ତ ମନ୍ତ୍ରିମଣ୍ଡଳ ବା ସଂସଦରେ କିଛି ଚର୍ଚ୍ଚା ହୋଇନାହିଁ  ବୋଲି କହିଛନ୍ତି ଅମିତ୍ ଶାହା । (ଏଜେନ୍ସି)

Categories
ଆଜିର ଖବର

ମୋଦି ସରକାରଙ୍କ କ୍ୟାବିନେଟ୍‌ ବୈଠକ : ଏନ୍‌ପିଆରକୁ ମଞ୍ଜୁରୀ

ନୂଆଦିଲ୍ଲୀ,24/12 : ନୂଆଦିଲ୍ଲୀରେ ମୋଦି ସରକାରଙ୍କ ପକ୍ଷରୁ ଏକ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି । ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏନ୍‌ପିଆରକୁ ମଞ୍ଜୁରୀ ମିଳିଛି । ଦେଶରେ ସିଏଏ ଏବଂ ଏନ୍‌ଆରସିକୁ ନେଇ ବିରୋଧ ଏବଂ ଆନ୍ଦୋଳନ ଲାଗି ରହିଥିବା ବେଳେ ଏହା ମଧ୍ୟରେ ସରକାର ଏନ୍‌ପିଆରକୁ ମଞ୍ଜୁରୀ ଦେଇଛନ୍ତି । ମଙ୍ଗଳବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଜନଗଣନା(ଏନ୍‌ପିଆର) ନିମନ୍ତେ ସରକାର 8700 କୋଟିର ବଜେଟ୍‌ ନିର୍ଦ୍ଧାରଣ କରାଯାଇଛି । ମୋଦିଙ୍କ ବ୍ୟତିତ ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ବୈଠକରେ ଉପସ୍ଥିତ ଥିଲେ । (ଏଜେନ୍ସୀ)