ଏନ୍‌ପିଆରରେ ନାମ ନଥିଲେ ବି ନାଗରିକତା ବୈଧ ରହିବ : ଅମିତ୍‌ ଶାହା

Published: Dec 25, 2019, 9:28 am IST

ନୂଆଦିଲ୍ଲୀ, 25/12: ମୋଦି କ୍ୟାବିନେଟ୍‌ ଭାରତର ଜନଗଣନା 2021ର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟାର (ଏନ୍‌ପିଆର)ର ମଞ୍ଜୁରୀ ଦେଇଛନ୍ତି । ଏହାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହା କହିଛନ୍ତି ଯେ, ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର (ଏନ୍‌ପିଆର) ଓ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର (ଏନ୍‌ଆରସି) ମଧ୍ୟରେ କୌଣସି ସମ୍ପର୍କ ନାହିଁ । ଆହୁରି ମଧ୍ୟ କହିଛନ୍ତି ଯେ, ଏନ୍‌ପିଆର୍‌ରେ ନାମ ନଥିଲେ ମଧ୍ୟ କାହାର ବି ନାଗରିକତ୍ବ ଅବୈଧ ହେବ ନାହିଁ । ବା ନାଗରିକତା ଯିବ ନାହିଁ । ଏହାକୁ ନେଇ ବିରୋଧୀ ଭ୍ରମ ସୃଷ୍ଟି କରାଉଛନ୍ତି । ସେହିପରି ସଂଖ୍ୟାଲଘୁଙ୍କୁ ଏନ୍‌ପିଆରକୁ ନେଇ ଡରିବାର କୌଣସି ଆବଶ୍ୟକତା ନାହିଁ । ସେହିପରି ଅମିତ୍‌ ଶାହା ପୂରା ଭାରତ ବର୍ଷରେ ଏନ୍‌ଆରସିକୁ ନେଇ ଚାଲିଥିବା ତର୍କର କିଛି ଆବଶ୍ୟକତା ନାହିଁ । କାରଣ ଏହା ଉପରେ କୌଣସି ଚର୍ଚ୍ଚା ହୋଇନଥିବା କହିଛନ୍ତି ଗୃହନ୍ତ୍ରୀ । ପ୍ରଧାନମନ୍ତ୍ରୀ ଠିକ୍‌ କହିଛନ୍ତି, ଏନ୍‌ଆରସିକୁ ନେଇ ଏପର୍ଯ୍ୟନ୍ତ ମନ୍ତ୍ରିମଣ୍ଡଳ ବା ସଂସଦରେ କିଛି ଚର୍ଚ୍ଚା ହୋଇନାହିଁ  ବୋଲି କହିଛନ୍ତି ଅମିତ୍ ଶାହା । (ଏଜେନ୍ସି)

Related posts