ଏନ୍‌ପିଆରକୁ ନେଇ ଜେଡିୟୁ ଓ ବିଜେପି ମଧ୍ୟରେ ଫାଟ : ନୀତିଶକୁ ପତ୍ର ଲେଖିଲେ ପବନ ବର୍ମା

Published: Jan 5, 2020, 5:23 pm IST

ବିହାର, 5/1: ଏବେ ଏନପିଆରକୁ ନେଇ ବିଜେପି ଓ ସହଯୋଗୀ ଦଳ ଜେଡିୟୁ ମଧ୍ୟରେ ଭିନ୍ନ ମତ ପ୍ରକାଶ ପାଇଛି । ଏହାକୁ ନେଇ ଦୁଇ ଦଳ ଭାଗ ହେବାକୁ ଯାଉଛନ୍ତି ।  ଜେଡିୟୁ ମହାସଚିବ ପବନ ବର୍ମା  ଦଳର ଅଧ୍ୟକ୍ଷ ତଥା ବିହାରର ମୁଖ୍ୟମନ୍ତ୍ରୀ ନୀତିଶ୍‌ କୁମାରଙ୍କୁ ସିଏଏ-ଏନ୍‌ପିଆର ଯୋଜନାକୁ ସ୍ପଷ୍ଟ ରୂପେ ଖାରଜ କରିବାକୁ ଅନୁରୋଧ କରିଛନ୍ତି । ପବନ ବର୍ମା କହିଛନ୍ତି ଯେ, ଏହା ଭାରତକୁ ଭାଗ କରିବା ସହିତ ଅନାବଶ୍ୟକ ସାମାଜିକ ଅଶାନ୍ତି ସୃଷ୍ଟି କରୁଥିବା ଏକ ଏଜେଣ୍ଡା ।

ବିହାରର ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ସୁଶୀଲ୍‌ ମୋଦି ଏନ୍‌ଆରପିକୁ ନେଇ ‘ଏକତରଫା’ ଘୋଷଣାରେ ଆଶ୍ଚର୍ଯ୍ୟ ହୋଇ ନୀତିଶ୍‌ କୁମାରଙ୍କୁ ଏକ ଖୋଲା ପତ୍ର ଦେଇଛନ୍ତି ପବନ ବର୍ମା। ସୂଚନାଯୋଗ୍ୟ, ସୁଶୀଲ୍‌ ମୋଦି କହିଥିଲେ ଯେ, ବିହାରରେ ମଇ 15ରୁ 18 ଭିତରେ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍‌ଟାର କାର୍ଯ୍ୟ ଆରମ୍ଭ ହେବ । କିନ୍ତୁ ନୀତିଶ୍‌ କୁମାର ଏନ୍‌ପିଆର ବିରୋଧରେ ରହିଛନ୍ତି । ଏହି ନୂତନ ଆଇନକୁ ନେଇ ଦେଶରେ ଭିନ୍ନ ଭିନ୍ନ ଜାଗାରେ ବିରୋଧ ପ୍ରଦର୍ଶନ ଜାରି ରହିଥିବାବେଳେ ଜେଡେୟୁର ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋର ମଧ୍ୟ ଏହା ବିରୁଦ୍ଧରେ ସ୍ବର ଉଠାଇଛନ୍ତି । (ଏଜେନ୍ସି)

Related posts