ସୋନିଆ ବିରୋଧୀ ମନ୍ତବ୍ୟ: ଅର୍ଣ୍ଣବ ଗୋସ୍ବାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ଗେହଲଟ

Published: Apr 22, 2020, 5:40 pm IST

ଜୟପୁର: କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ବିରୋଧରେ ମନ୍ତବ୍ୟ କାରଣରୁ ଅର୍ଣ୍ଣବ ଗୋସ୍ବାମୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌। ରିପବ୍ଲିକ୍‌ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆଙ୍କୁ ପାଲଗଡ ଭିଡ ହିଂସା ପାଇଁ ସମାଲୋଚନା କରିଥିଲେ। କେବଳ ଖ୍ରୀଷ୍ଟ ଧର୍ମର ଲୋକଙ୍କ ପ୍ରତି ସୋନିଆଙ୍କ ସମ୍ବେଦନଶୀଳତା ରହିଛି ତେଣୁ ପାଲଗଡ ମାମଲାକୁ ନେଇ ସେ ନୀରବ ବୋଲି ଅର୍ଣ୍ଣବ ମତ ଦେଇଥିଲେ। ଏହି ଘଟଣାକୁ ନେଇ ଗେହଲଟ ଅର୍ଣ୍ଣବଙ୍କୁ ସମାଲୋଚନା କରିଛନ୍ତି। ଗୋସ୍ବାମୀ ସାମ୍ବାଦିକତାର ସର୍ବନିମ୍ନ ସ୍ତରକୁ ଖସି ଆସିଛନ୍ତି ତେଣୁ ଏଡିଟରସ୍‌ ଗିଲ୍ଡ ଗୋସ୍ବାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ଗେହଲଟ୍‌। (ଏଜେନ୍ସି)

Related posts