Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

ସାମ୍ବାଦିକ ଅର୍ଣ୍ଣବଙ୍କ ଉପରେ ଚଳଚିତ୍ର କରିବେ ରାମ ଗୋପାଲ ବର୍ମା, ନାଁ ଅଛି ‘ଅର୍ଣ୍ଣବ-ଦ ପ୍ରଷ୍ଟିଚ୍ୟୁଟ୍ ଅଫ ନ୍ୟୁଜ’

ମୁମ୍ବାଇ, ପ୍ରଖ୍ୟତ ଚଳଚିତ୍ର ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଏକ ନୂଆ ଚଳଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି। ଯାହାର ନାମ ରଖାଯାଇଛି , “ଅର୍ଣ୍ଣବ-ଦ ପ୍ରଷ୍ଟିଚ୍ୟୁଟ ଅଫ ନ୍ୟୁଜ”। ଏ ନେଇ ରାମ ଗୋପାଳ ତାଙ୍କ ଟୁଇଟରରେ ସିରିଜ ପୋଷ୍ଟିଂ କରିଛନ୍ତି। ମୁଖ୍ୟତଃ ରିପରବ୍ଲିକ ଟିଭିର ଏଡିଟର ଇନ ଚିଫ ଅର୍ଣ୍ଣବ ଗୋସ୍ବାମୀଙ୍କ ବିରୋଧରେ ହେବ ଏହି ଚଳଚିତ୍ର। ଅର୍ଣ୍ଣବ ନିକଟରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡକୁ ତିବ୍ର ସମାଲୋଚନା କରିଛନ୍ତି।

ବଲିଉଡ ସବୁଠାରୁ ଖରାପ ଶିଳ୍ପ ବୋଲି ଅର୍ଣ୍ଣବ ତାଙ୍କ ଡିବେଟ ସୋ ରେ କହିଛନ୍ତି। ବଲିଉଡରେ ଝିଅମାନଙ୍କୁ ଅତ୍ୟାଚାର କରାଯାଏ ବୋଲି ସେ ବାରମ୍ବାର କହୁଛନ୍ତି। ଏହାକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି ରାମ ଗୋପାଳ ବର୍ମା। ତେବେ ଅର୍ଣ୍ଣବ ଗୋସ୍ବାମୀ ପ୍ରକୃତରେ କଣ ତାହାର ମୁଖା ଏହି ଚଳଚିତ୍ର ମାଧ୍ୟମରେ ଖୋଲାଯିବ ବୋଲି ବର୍ମା କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଅର୍ଣ୍ଣବଙ୍କୁ ଆକ୍ରମଣ ମାମଲାରେ 2 ଗିରଫ

ମୁମ୍ବାଇ : ରିପବ୍ଲିକ୍‌ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ଉପରକୁ ଆକ୍ରମଣ ମାମଲାରେ ପୋଲିସ୍‌ ଦୁଇ ଜଣଙ୍କୁ ଗିରଫ କରିଛି । ସୋମବାର ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଉଭୟଙ୍କୁ ଜାମିନ ପ୍ରଦାନ କରାଯାଇଛି । ଏହା ସହିତ ଅର୍ଣ୍ଣବଙ୍କ ସୋନିଆ ବିରୋଧୀ ମାମଲାର ତଦନ୍ତ ପାଇଁ ଅର୍ଣ୍ଣବଙ୍କୁ ଜେରା କରିଛି ମୁମ୍ବାଇ ପୋଲିସ୍‌ । ଦୁଇ ଆକ୍ରମଣକାରୀଙ୍କୁ ଭୋଇଓ୍ବାଡା କୋର୍ଟରୁ ଜାମିନ ପ୍ରଦାନ କରାଯାଇଥିବା ବେଳେ ଅର୍ଣ୍ଣବ ଏନ୍‌ଏମ୍ ଯୋଶୀ ମାର୍ଗ ପୋଲିସ୍‌ ଥାନାରେ ପଚରା ଊଚୁରା ପାଇଁ ହାଜର ହୋଇଥିଲେ । ପୂର୍ବରୁ ଅର୍ଣ୍ଣବଙ୍କୁ ଦୁଇଥର ନୋଟିସ୍‌ ଦିଆଯିବା ପରେ ଅର୍ଣ୍ଣବ ଆଜି ପୋଲିସ୍‌ ସମ୍ମୁଖରେ ହାଜର ହୋଇଥିଲେ । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

ସୋନିଆ ବିରୋଧୀ ମନ୍ତବ୍ୟ: ଅର୍ଣ୍ଣବ ଗୋସ୍ବାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ଗେହଲଟ

ଜୟପୁର: କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କ ବିରୋଧରେ ମନ୍ତବ୍ୟ କାରଣରୁ ଅର୍ଣ୍ଣବ ଗୋସ୍ବାମୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌। ରିପବ୍ଲିକ୍‌ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆଙ୍କୁ ପାଲଗଡ ଭିଡ ହିଂସା ପାଇଁ ସମାଲୋଚନା କରିଥିଲେ। କେବଳ ଖ୍ରୀଷ୍ଟ ଧର୍ମର ଲୋକଙ୍କ ପ୍ରତି ସୋନିଆଙ୍କ ସମ୍ବେଦନଶୀଳତା ରହିଛି ତେଣୁ ପାଲଗଡ ମାମଲାକୁ ନେଇ ସେ ନୀରବ ବୋଲି ଅର୍ଣ୍ଣବ ମତ ଦେଇଥିଲେ। ଏହି ଘଟଣାକୁ ନେଇ ଗେହଲଟ ଅର୍ଣ୍ଣବଙ୍କୁ ସମାଲୋଚନା କରିଛନ୍ତି। ଗୋସ୍ବାମୀ ସାମ୍ବାଦିକତାର ସର୍ବନିମ୍ନ ସ୍ତରକୁ ଖସି ଆସିଛନ୍ତି ତେଣୁ ଏଡିଟରସ୍‌ ଗିଲ୍ଡ ଗୋସ୍ବାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ଗେହଲଟ୍‌। (ଏଜେନ୍ସି)