ମେ ୨୩ରେ ୟୁପିଏ କରିବ ଏନ୍‌ଡିଏ ବିରୋଧୀ ବୈଠକ, ନବୀନଙ୍କୁ ନିମନ୍ତ୍ରଣ ଦେଲେ ସୋନିଆ

Published: May 15, 2019, 6:20 pm IST

ଚଳିତ ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ପାଇଁ ଆଉ ହାତରେ ୪ଟି ଦିନ। ଆସନ୍ତା ୧୯ରେ ଦେଶର ୮ଟି ରାଜ୍ୟରେ ଅବଶିଷ୍ଟ ୫୯ଟି ଆସନ ପାଇଁ ମତଦାନ ହେବ। ଆସନ୍ତା ମେ ୨୩ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ୟୁପିଏ ସରକାର ଗଠନ କରିବ ବୋଲି ଦୃଢ ଆଶା ବାନ୍ଧିଛି। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଛନ୍ତି। ଏଥିପାଇଁ ସମସ୍ତ ୟୁପିଏ ସର୍ମଥିତ ଓ ଏନ୍‌ଡିଏ ବିରୋଧୀ ଦଳ ଗୁଡ଼ିଙ୍କୁ ନିମନ୍ତ୍ରଣ ଦେଇଛି କଂଗ୍ରେସ। ଫଳାଫଳ ଘୋଷଣା ଦିନ ବୈଠକ ହେବ। ଏହି ବୈଠକରେ ଯୋଗଦେବାକୁ ସମସ୍ତ ଦଳର ମୁଖ୍ୟକୁ ଚିଠି ଲେଖି ନିମନ୍ତ୍ରଣ କରିଛନ୍ତି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି।  ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଆଗାମୀ ବୈଠକରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଥିବା ସୂଚନା ମିଳିଛି। ଏ ନେଇ ବିଜେଡ଼ି ସଭାପତିଙ୍କ ସହିତ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ଟେଲିଫୋନ୍‌ ଯୋଗେ କଥା ହୋଇଛନ୍ତି। ସେ ଏହି ବୈଠକରେ ଯୋଗ ଦେବାକୁ ନବୀନଙ୍କୁ କହିଥିବା ସୂଚନା ମିଳିଛି।

Related posts