Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏକବିଂଶ ଶତାବ୍ଦୀର ଭାରତ ଯୁବବର୍ଗଙ୍କ ଉପରେ ଅତୁଟ ବିଶ୍ୱାସ ରଖି ଆଗକୁ ବଢ଼ୁଛି: ପ୍ରଧାନମନ୍ତ୍ରୀ
ବିଶେଷ ଖବର

ଏକବିଂଶ ଶତାବ୍ଦୀର ଭାରତ ଯୁବବର୍ଗଙ୍କ ଉପରେ ଅତୁଟ ବିଶ୍ୱାସ ରଖି ଆଗକୁ ବଢ଼ୁଛି: ପ୍ରଧାନମନ୍ତ୍ରୀ

August 26, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: ଏକବିଂଶ ଶତାବ୍ଦୀର ଭାରତ ଯୁବବର୍ଗଙ୍କ ଉପରେ ଅତୁଟ ବିଶ୍ୱାସ ରଖି ଆଗକୁ ବଢ଼ୁଛି। ଫଳସ୍ୱରୂପ ଇନୋଭେସନ ଇନଡେକ୍ସରେ ଭାରତର ରାଙ୍କ୍ ବୃଦ୍ଧି ପାଇଛି। ବିଗତ ୮ ବର୍ଷରେ ପେଟେଣ୍ଟ ସଂଖ୍ୟା ୭ ଗୁଣା ବୃଦ୍ଧି ପାଇଛି। ୟୁନିକର୍ଣ୍ଣର ଗଣନା ମଧ୍ୟ ୧୦୦ ଅତିକ୍ରମ କରିଛି ବୋଲି ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓ କନଫରେନ୍ସ ମାଧ୍ୟମରେ ସ୍ମାର୍ଟ ଇଣ୍ଡିଆ ହାକାଥାନ(ଏସଆଇଏଚ) ୨୦୨୨ର ଗ୍ରାଣ୍ଡ୍ ଫାଇନାଲକୁ ସମ୍ବୋଧିତ କରି କହିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ କେରଳ, ତାମିଲନାଡ଼ୁ, ଗୁଜୁରାଟ, ଉତ୍ତରପ୍ରଦେଶ ଓ ଅନ୍ୟ ରାଜ୍ୟର ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ପରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ୭ ରୁ ୮ ବର୍ଷ ମଧ୍ୟରେ ଅନେକ ବିପ୍ଳବ ବଳରେ ଦେଶ ଅଗ୍ରସର ହେଉଛି। ଭାରତରେ ଆଜି ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା, ଡ଼ିଜିଟାଲ, ପ୍ରଯୁକ୍ତିବିଦ୍ୟା ଏବଂ ପ୍ରତିଭାର ବିପ୍ଳବ ଜାରୀ ରହିଛି। ଦେଶରେ ନବସୃଜନ ପରମ୍ପରାକୁ ଆଗକୁ ବଢ଼ାଇବା ପାଇଁ ସାମାଜିକ ଓ ଆନୁଷ୍ଠାନିକ ସହଯୋଗ ଉପରେ ଗୁରୁତ୍ୱ ଦିଆଯାଉଛି।

ଏହି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ଅବସରରେ କହିଛନ୍ତି ଯେ ଦେଶ ଯେତେବେଳେ ସ୍ୱାଧୀନତାର ୭୫ ବର୍ଷ ପୂରଣ କରି ଅମୃତ କାଳରେ ପ୍ରବେଶ କରୁଅଛି, ସେହି ସମୟରେ ସ୍ମାର୍ଟ ଇଣ୍ଡିଆ ହାକାଥାନ ହେଉଛି ଅଭିନବ ଉପାୟରେ ଏକ ପ୍ରତିଯୋଗିତାମୂଳକ ହାକାଥନ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ ନବସୃଜନ ଦିଗରେ ନୂଆପିଢିଙ୍କ ଆତ୍ମବିଶ୍ୱାସକୁ ବଢାଇବ।

ପ୍ରଧାନମନ୍ତ୍ରୀ ଦେଶକୁ ୫ ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥନୀତି କରିବା ପାଇଁ ଆହ୍ୱାନ କରିଛନ୍ତି। ଏହା ତେବେ ସମ୍ଭବ ହେବ ଯେବେ ଦେଶର ନୂଆପିଢି ଏହି ଚ୍ୟାଲେଞ୍ଜକୁ ସ୍ୱୀକାର କରିବ। ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ କର୍ତ୍ତବ୍ୟବୋଧର ଆହ୍ୱାନ ଦେଇଥିବା ବେଳେ ଆଜିର ଯୁବପିଢି ଦେଶକୁ ଆତ୍ମନିର୍ଭର କରିବା କର୍ତ୍ତବ୍ୟର ଦାୟିତ୍ୱ ନେଇଛନ୍ତି।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଦେଶର ନୂଆପିଢିଙ୍କ ମଧ୍ୟରେ ଉଦ୍ଭାବନ, ଉଦ୍ୟମିତା, ସମସ୍ୟା ଆଧାରରେ ସମାଧାନ କରିବା ଏବଂ ଅନୁସନ୍ଧାନର ଆଗ୍ରହକୁ ପ୍ରୋତ୍ସାହନ ଦେବା ଦିଗରେ ପ୍ରଧାନମନ୍ତ୍ରୀ ସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦେଶରେ ଗମ୍ଭୀର ସମସ୍ୟାର ସମାଧାନ ଖୋଜିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ବିଗତ ୫ ବର୍ଷ ଧରି ସ୍ମାର୍ଟ ଇଣ୍ଡିଆ ହାକାଥନ ଆୟୋଜନ ହୋଇଆସୁଛି। ଏ

ହି କାର୍ଯ୍ୟକ୍ରମର ପ୍ରଥମ ସଂସ୍କରଣରେ ପ୍ରାୟ ୭୫୦୦ ପଞ୍ଜିକୃତ ଟିମ ଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା ପଞ୍ଚମ ସଂସ୍କରଣରେ ପ୍ରାୟ ୨୯,୬୦୦ରେ ପହଞ୍ଚିଛି। ଚଳିତବର୍ଷ ପ୍ରଥମ ଥର ପାଇଁ ସ୍ମାର୍ଟ ଇଣ୍ଡିଆ ହାକାଥନରେ ସ୍କୁଲ ସେକ୍ସନ ଆରମ୍ଭ କରାଯାଇଛି। ଚଳିତ ବର୍ଷ ସ୍ମାର୍ଟ ଇଣ୍ଡିଆ ହାକାଥନର ଗ୍ରାଣ୍ଡ ଫାଇନାଲରେ ଭାଗ ନେବା ପାଇଁ ୧୫ ହଜାରରୁ ଅଧିକ ନୂଆପିଢି ଓ ଏବଂ ସେମାନଙ୍କ ମେଣ୍ଟର ୭୫ଟି ନୋଡ଼ାଲ କେନ୍ଦ୍ରରେ ପହଞ୍ଚିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଏହି ଫାଇନାଲରେ ୨୯୦୦ରୁ ଅଧିକ ସ୍କୁଲ ଏବଂ ୨୨୦୦ ଉଚ୍ଚ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ୫୩ କେନ୍ଦ୍ରୀୟ ମନ୍ତ୍ରଣାଳୟ ଦ୍ୱାରା ୪୭୬ଟି ବିଭିନ୍ନ ସମସ୍ୟାର ସମାଧାନ କରିବା କାମରେ ଲାଗିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ମତପ୍ରକାଶ କରିଛନ୍ତି।

ଏକବିଂଶ ଶତାବ୍ଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ: ଓଡ଼ିଶା, ବିହାର ଏବଂ ହରିୟାଣାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ ସଂଖ୍ୟା ଖେଳ

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026

କଟକ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ସଂଖ୍ୟା ବଢିବା ଆଶଙ୍କା

March 16, 2026
Latest News

ରାଜ୍ୟସଭା ନିର୍ବାଚନ: RJD ପାଇଁ ବଢିଲା ସମସ୍ୟା, ତିନି କଂଗ୍ରେସ ବିଧାୟକ ଗାଏବ

March 16, 2026

ବିହାରରେ କ୍ରସ୍ ଭୋଟିଂ କରିବେ ଚାରି ଏନଡିଏ ବିଧାୟକ?: ହଇଚଇ ସୃଷ୍ଟି କଲା ରାଜନୈତିକ ଦାବି 

March 16, 2026

ରାଜ୍ୟସଭା ନିର୍ବାଚନ: ଓଡ଼ିଶା, ବିହାର ଏବଂ ହରିୟାଣାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ ସଂଖ୍ୟା ଖେଳ

March 16, 2026

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.