Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହିଳାଙ୍କ ନେତୃତ୍ୱ ଦକ୍ଷତା ବୃଦ୍ଧି ପାଇଁ ‘ଓମେନ୍ ଲିଡ୍ ଇଣ୍ଡିଆ ଫେଲୋସିପ୍‌’ର ଶୁଭାରମ୍ଭ
ଆଜିର ଖବର

ମହିଳାଙ୍କ ନେତୃତ୍ୱ ଦକ୍ଷତା ବୃଦ୍ଧି ପାଇଁ ‘ଓମେନ୍ ଲିଡ୍ ଇଣ୍ଡିଆ ଫେଲୋସିପ୍‌’ର ଶୁଭାରମ୍ଭ

August 28, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସାମାଜିକ କ୍ଷେତ୍ରରେ ମହିଳା ନେତୃତ୍ୱକୁ ସମୃଦ୍ଧ କରିବା ଲକ୍ଷ୍ୟ ନେଇ ରିଲାଏନ୍ସ ଫାଉଣ୍ଡେସନ ଓ ଭାଇଟାଲ୍ ଭଏସେସ୍ ପକ୍ଷରୁ “ଓମେନ୍ ଲିଡ୍ ଇଣ୍ଡିଆ ଫେଲୋସିପ୍‌’ର ଶୁଭାରମ୍ଭ କରାଯାଇଛି। ଆଜିଠାରୁ ଆରମ୍ଭ ହୋଇଥିବା ଏହି ଦେଶବ୍ୟାପୀ ଅଭିଯାନ ହେଉଛି ଏକ ୧୦ ମାସିଆ ଫେଲୋସିପ୍ କାର୍ଯ୍ୟକ୍ରମ ଯାହା ସମାଜରେ ପରିବର୍ତନର ବାର୍ତାବହ ସାଜିଥିବା ମହିଳାମାନଙ୍କ ନେତୃତ୍ୱ ଦକ୍ଷତାକୁ ସୁଦୃଢ଼ କରିବ।

ବିଶେଷ କରି ଗ୍ରାମୀଣ ରୂପାନ୍ତରଣ, ଶିକ୍ଷା, କ୍ରୀଡ଼ାର ବିକାଶ, କଳା, ସଂସ୍କୃତି ଓ ଐତିହ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ଏହି ଫେଲୋସିପ୍ ପ୍ରଦାନ କରାଯିବ। ଏଥିପାଇଁ ସର୍ବଭାରତୀୟ ସ୍ତରରେ ଆବେଦନ ଆହ୍ୱାନ କରାଯାଇଛି। ଆବେଦନର ଶେଷ ତାରିଖ ହେଉଛି ୨୦୨୨ ଅକ୍ଟୋବର ୩ ତାରିଖ। ପରିବର୍ତନ ଆଣିବା ଲାଗି ଏକ କିମ୍ବା ଏକାଧିକ ସାମାଜିକ କ୍ଷେତ୍ରରେ ଅତିକମ୍‌ରେ ତିନି ବର୍ଷର କାର୍ଯ୍ୟ କରିବାର ଅଭିଜ୍ଞତା ଥିବା ମହିଳାମାନେ ଏହି ଫେଲୋସିପ୍ ପାଇଁ ଆବେଦନ କରିପାରିବେ। ସେମାନଙ୍କ ପୂର୍ବ ଅନୁଭୂତି ଅନୁସାରେ ସେମାନଙ୍କୁ ତିନିଟି ବିଷୟ ଯଥା ଅର୍ଥନୈତିକ ସଶକ୍ତୀକରଣ ଓ ଉଦ୍ୟମିତା, ସାମାଜିକ କ୍ଷେତ୍ରର ନେତୃତ୍ୱ ଓ ପରିବର୍ତ୍ତନର ବାର୍ତ୍ତାବହ (ଚେଂଜ୍‌ମେକର) ଭାବେ ମେଟରିଂ ସହାୟତା ପ୍ରଦାନ କରାଯିବ।

ଏହି ଫେଲୋସିପ୍‌ର ଉଦଘାଟନୀ ସଂସ୍କରଣରେ ନେତୃତ୍ୱ ନେଉଥିବା ୫୦ ଜଣ ମହିଳାଙ୍କ ସ୍ୱତନ୍ତ୍ର ନେତୃତ୍ୱ ଦକ୍ଷତା ଗଠନ ଓ କୌଶଳ ବିକାଶ କରାଯିବ। ଏହି ଅଭିଯାନରେ ଯେଉଁ ମହିଳାମାନଙ୍କୁ ଚୟନ କରାଯିବ ସେମାନେ ମେଂଟରିଂ ସହାୟତା ଓ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ଯୋଡ଼ି ହେବାର ସୁଯୋଗ ମଧ୍ୟ ପାଇବେ।

ଏ ସମ୍ପର୍କରେ ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷା ନୀତା ଅମ୍ବାନି କହିଛନ୍ତି ଯେ, “କେବଳ ନିଜକୁ ନୁହେଁ ବରଂ ନିଜ ପରିବାର ଓ ସମାଜକୁ ସଶକ୍ତ କରିବା ଲାଗି ମହିଳାଙ୍କ ପାଖରେ ଥିବା ସାମଗ୍ରିକ ଓ ଅଭିନବ ଶକ୍ତି ଉପରେ ଆମର ବିଶ୍ୱାସ ରହିଛି। ଯେତେବେଳେ ମହିଳାମାନେ ପରସ୍ପର ସହ ମିଶି ଆଗକୁ ବଢ଼ିଥାନ୍ତି ସେମାନେ ଏକ ନେଟ୍‌ୱର୍କ ଓ ବ୍ୟବସ୍ଥା ଗଠନ କରନ୍ତି ଯାହା ସେମାନଙ୍କ ଚାରିପାଖରେ ଥିବା ଦୁନିଆର ରୂପାନ୍ତରଣରେ ସହାୟକ ହୋଇଥାଏ। ମହିଳାମାନଙ୍କ ଭିତରେ ନେତୃତ୍ୱକୁ ଆଗକୁ ବଢ଼ାଇବା ଓ ସେଥିପାଇଁ ସହାୟତା ପ୍ରଦାନ କରିବା ହେଉଛି ଆମର ଲକ୍ଷ୍ୟ। ରିଲାଏନ୍ସ ଫାଉଣ୍ଡେସନ ଓ ଭାଇଟାଲ୍ ଭଏସେସ୍‌ର ଓମେନ୍ ଲିଡ୍ ଇଣ୍ଡିଆ ଫେଲୋସିପ୍ ହେଉଛି ନେତୃତ୍ୱ ନେଉଥିବା ଆକାଂକ୍ଷୀ ମହିଳାମାନଙ୍କୁ ସମୃଦ୍ଧ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଯେଉଁମାନେ ଭାରତର ସାମାଜିକ ପରିବର୍ତନର ଅଗ୍ରଦୂତ ହୋଇରହିବେ।’’

ଭାଇଟାଲ୍ ଭଏସେସ୍‌ର ସହ ପ୍ରତିଷ୍ଠାତା, ସଭାପତି ଓ ସିଇଓ ମିସ୍ ଅଲାଇସି ନେଲ୍‌ସନ୍ କହିଛନ୍ତି ଯେ, “ପ୍ରତି ସମସ୍ୟା ସମାଧାନକାରୀଙ୍କୁ ସହାୟକ ନେଟ୍‌ୱର୍କ ଦରକାର ଏବଂ ଭାରତ ଓ ବାହାରେ ଲୋକମାନଙ୍କୁ ସଶକ୍ତ କରିବା ଲାଗି କାମ କରୁଥିବା ମହିଳା ଓ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ କାମରେ ଦୀର୍ଘମିଆଦୀ ନିବେଶ କରି ଆମେ ନେତୃତ୍ୱ ନେଉଥିବା ଏହି ମହିଳାମାନଙ୍କୁ ସେହି ସହଯୋଗୀ ନେଟୱର୍କ ପ୍ରଦାନ କରିବାକୁ ଚାହୁଛୁ। ଭାରତର ପରବର୍ତୀ ପିଢ଼ିର ନେତୃତ୍ୱ ନେଉଥିବା ମହିଳାଙ୍କ ପାଇଁ ଏହି ନିବେଶ କରିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ସହ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ଅତ୍ୟନ୍ତ ଉଲ୍ଲସିତ।’’
ଏ ବିଷୟରେ ଅଧିକ ଜାଣିବା ପାଇଁ ପରିଦର୍ଶନ କରନ୍ତୁ: https://www.vitalvoices.org/program/womenleadindiafellowship/

ରିଲାଏନ୍ସ ଫାଉଣ୍ଡେସନ
Share. Facebook Twitter LinkedIn Email WhatsApp Copy Link

Related Posts

ଇଗ୍ନୋରେ ନୁତନ ନାମ ଲେଖା ଓ ପୁନଃ ପଞ୍ଜିକରଣ ଅବଧି ଚଳିତ ମାସ ୧୬ ତାରିଖକୁ ବୃଦ୍ଧି

August 4, 2026

ଆଜି ଅଗଷ୍ଟ 4 ତାରିଖ ମଙ୍ଗଳବାରରେ ଏହି 7ଟି ରାଶିର ବ୍ୟକ୍ତି ହେବେ ମାଲେମାଲ୍

August 4, 2026

ଆସନ୍ତାକାଲି ଏନଡିଏର ‘ମଙ୍ଗଳ ମିଳନ’ ବୈଠକ; ସଂସଦ ରଣନୀତି ଓ ସରକାରୀ ଏଜେଣ୍ଡା ଉପରେ ହୋଇପାରେ ଆଲୋଚନା

August 3, 2026

କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026
Latest News

ଇଗ୍ନୋରେ ନୁତନ ନାମ ଲେଖା ଓ ପୁନଃ ପଞ୍ଜିକରଣ ଅବଧି ଚଳିତ ମାସ ୧୬ ତାରିଖକୁ ବୃଦ୍ଧି

August 4, 2026

ଆଜି ଅଗଷ୍ଟ 4 ତାରିଖ ମଙ୍ଗଳବାରରେ ଏହି 7ଟି ରାଶିର ବ୍ୟକ୍ତି ହେବେ ମାଲେମାଲ୍

August 4, 2026

ଆସନ୍ତାକାଲି ଏନଡିଏର ‘ମଙ୍ଗଳ ମିଳନ’ ବୈଠକ; ସଂସଦ ରଣନୀତି ଓ ସରକାରୀ ଏଜେଣ୍ଡା ଉପରେ ହୋଇପାରେ ଆଲୋଚନା

August 3, 2026

କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ବାଙ୍କିପୁର ସମେତ ଦୁଇ ଆସନରେ ପରାଜୟ ପରେ ଆସିଲା ବିଜେପିର ପ୍ରଥମ ପ୍ରତିକ୍ରିୟା

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.