Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୈରାତ ଉତ୍ସ ନିଲାମ ଇସ୍ତାହାର ପ୍ରତ୍ୟାହାର ଦାବି: ବାଣପୁର ତହସିଲ କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ
ଆଜିର ଖବର

ସୈରାତ ଉତ୍ସ ନିଲାମ ଇସ୍ତାହାର ପ୍ରତ୍ୟାହାର ଦାବି: ବାଣପୁର ତହସିଲ କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ

September 6, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ଗ୍ରାମବାସୀ। ସୈରାତ ଉତ୍ସ ନିଲାମ ଇସ୍ତାହାର ପ୍ରତ୍ୟାହାର ଦାବିରେ କଲେ ଘେରାଉ।

ସୂଚନା ମୁତାବକ ଅଗଷ୍ଟ ତାରିଖ ୧୬ ତାରିଖରେ ବାଣପୁର ତହସିଲ ଅଧିନସ୍ଥ ନରେନ୍ଦ୍ରପୁର ମୌଜାର ଖାତା ନମ୍ବର ୩୩୯ ର ପ୍ଲଟ ୨୦୧ ଓ ୧୩୧, କୋଳଥଡିହ ମୌଜାର ଖାତା ନମ୍ବର ୧୫୧ ର ପ୍ଲଟ ୪୨୧, ଶୂଳିଆପଲ୍ଲି ମୌଜାର ଖାତା ନମ୍ବର ୧୬୫ ର ପ୍ଲଟ ୪୨୫ ଏବଂ ତୋରସିଂହ ମୌଜାର ଖାତା ନମ୍ବର ୨୩୨ ର ପ୍ଲଟ ୬୪୯/୭୫୨ ର ସମୁଦାୟ ୧୭୦ ଏକର ଅନାବାଦୀ ସ୍ଥାନରେ ଅବସ୍ଥିତ ଥିବା ମୁଗୁନି ଓ ଢ଼ୀମା ପଥରଯୁକ୍ତ ପର୍ବତ ଗୁଡିକୁ ଆସନ୍ତା ପାଞ୍ଚ ବର୍ଷ ପାଇଁ ଲିଜ ସୂତ୍ରରେ ନିଲାମ ଦେବା ନେଇ ଏକ ଇସ୍ତାହାର ପ୍ରକାଶ କରାଯାଇଥିଲା। ଏଥି ନିମନ୍ତେ ଆବେଦନକାରି ମାନେ ଅଗଷ୍ଟ ୧୬ ତାରିଖରୁ ସେପ୍ଟେମ୍ବର ୧୨ ତାରିଖ ଅପରାହ୍ନ ୫.୩୦ ଘଟିକା ପର୍ଯ୍ୟନ୍ତ ତହସିଲ କାର୍ଯ୍ୟାଳୟର ଟେଣ୍ଡର ବାକ୍ସରେ ଦରଖାସ୍ତ ପକାଇପାରିବେ। ତେବେ ଏହାକୁ ଘୋର ବିରୋଧ କରିଛନ୍ତି ସମ୍ପୃକ୍ତ ମୌଜାର ଗ୍ରାମବାସୀମାନେ।

https://thesamikhsya.com/odia/wp-content/uploads/2022/09/WhatsApp-Video-2022-09-06-at-5.33.20-PM.mp4

ଆଜି ମଧ୍ୟାହ୍ନରେ ବାଣପୁର ତହସିଲ ଅନ୍ତର୍ଗତ କୋଳଥଡିହ, ତୋରସିଂହ, ନରେନ୍ଦ୍ରପୁର, ଓଡଗାଁ ଏବଂ ଆଙ୍କୁଲାପଦର ଗ୍ରାମର ଶତାଧିକ ଜନସାଧାରଣ ‘ଜଙ୍ଗଲ ସୁରକ୍ଷା ମଞ୍ଚ’ ର ଆହ୍ଵାନକ୍ରମେ ଏକାଠି ହୋଇ ଏକ ବିରାଟ ପଦଯାତ୍ରାରେ ବାଣପୁର ତହସିଲ କାର୍ଯ୍ୟାଳୟଠାରେ ପହଞ୍ଚିଥିଲେ। ଏହି ପଦଯାତ୍ରାରେ ଉପରିସ୍ଥ ପାଞ୍ଚ ଗୋଟି ଗ୍ରାମର ଶତାଧିକ ନାଗରିକମାନେ ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇ ରାସ୍ତାରେ ଯାଉଥିବାର ଦେଖାଯାଇଥିଲା। ଏବଂ ପରିଶେଷରେ ଉକ୍ତ ନିଲାମ ଇସ୍ତାହାରକୁ ପ୍ରତ୍ୟାହାର ଦାବିରେ ବାଣପୁର ଅତିରିକ୍ତ ତହସିଲଦାର ସାହୀନ ନାଜଙ୍କୁ ପୃଥକ ଭାବେ ପାଞ୍ଚ ଗୋଟି ଦାବିପତ୍ର ପ୍ରଦାନ କରିଥିଲେ।

ସେମାନଙ୍କ ଦାବି ଥିଲା ଯେ, ଉକ୍ତ ସବୁ ପର୍ବତ ଅଞ୍ଚଳରେ ଜଙ୍ଗଲ ବିଭାଗ ଓ ସିଡ଼ିଏ ପକ୍ଷରୁ ବନିକରଣ ଯୋଜନା ହାତକୁ ନିଯାଇଥିବାବେଳେ ଗ୍ରାମବାସୀ ମଧ୍ୟ ନିଜ ପ୍ରଚେଷ୍ଟାରେ ଜଙ୍ଗଲ ସୃଷ୍ଟି କରୁଛନ୍ତି। ସେହିପରି ଭାବେ କେତେକ ପର୍ବତ ପାଦଦେଶରେ ଜନବସତି ରହୁଥିବା ବେଳେ ନିଲାମ ପରବର୍ତ୍ତୀ ସମୟରେ ଡିନାମାଇଟ ବ୍ଲାଷ୍ଟ ଦୃଶ୍ୟ ଅତି ଭୟଙ୍କର ରୂପ ନେଇପାରେ। ଯାହାଫଳରେ ଧନଜୀବନ ହାନିର ଆଶଙ୍କା ରହୁଛି।

ସେହିପରି ଭାବେ ପର୍ବତ ପାଦଦେଶରେ ଏକାଧିକ ଜଳାଶୟ ଅଛି ଯାହାକି ନିଲାମ ଦେଲେ ନଷ୍ଟ ହୋଇଯିବ। ଗୃହପାଳିତ ପଶୁ ମାନେ ମଧ୍ୟ ପର୍ବତ ପାଦଦେଶରେ ବସବାସ କରୁଛନ୍ତି ଏବଂ କୃଷକ ବିଲ ଚାଷ କରୁଛନ୍ତି। ସେହିପରିଭାବେ ବର୍ଷା ବାତ୍ୟା ଆସିଲେ ପର୍ବତ ଗୁଡିକ ଢାଲ ପରି ଗ୍ରାମବାସୀଙ୍କୁ ସୁରକ୍ଷା ଦେଇଆସୁଛି, ଯାହାକି ନିଲାମ ଦେଲେ ଗ୍ରାମବାସୀ ଅସୁରକ୍ଷିତ ହୋଇଯିବେ। ପର୍ବତର ୫୦ ମିଟର ପରିଧି ମଧ୍ୟରେ ବହୁ ପ୍ରାଥମିକ ବିଦ୍ୟାଳୟ, ମିଶନ ଶକ୍ତି ଗୃହ, ଅଙ୍ଗନବାଡି କେନ୍ଦ୍ର ଆଦି ଅଛି ଯାହାକି ନିଲାମ ହେଲା ପରେ ନଷ୍ଟ ହୋଇଯିବ।

ଅନୁରୂପ ଭାବେ ପର୍ବତ ପାଦଦେଶରେ ଗ୍ରାମର ଶିଶୁମାନେ ଖେଳକୁଦ କରିବା ସହ ଯୁବକ ମାନେ ସେନାବାହିନୀରେ ଭର୍ତ୍ତି ହେବା ପାଇଁ କସରତ କରିଥାନ୍ତି। ଏହିପରି ନାନା ଗୁରୁତ୍ୱପୂର୍ଣ୍ଣ ଜିନିଷକୁ ଦୃଷ୍ଟିରେ ରଖି ଯଥାଶୀଘ୍ର ନିଲାମ ଇସ୍ତାହାର ପ୍ରତ୍ୟାହାରକୁ ନେଇ ଗ୍ରାମବାସୀ ମାନେ ଅତିରିକ୍ତ ତହସିଲଦାରଙ୍କୁ ଦାବିପତ୍ର ଦେବାସହ ତାହାର ନକଲ ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ, ସାଂସଦ, ବିଧାୟକ, ଜିଲ୍ଲାପାଳ, ବିଡ଼ିଓ, ବ୍ଲକ ଅଧ୍ୟକ୍ଷ ଆଦିଙ୍କୁ ପଠାଇଛନ୍ତି।

ତେବେ ଏ ନେଇ ଅତିରିକ୍ତ ତହସିଲଦାରଙ୍କୁ ପଚାରିବାରୁ ସେ ଯଥାଶୀଘ୍ର ଉକ୍ତ ଦାବିପତ୍ରଗୁଡିକୁ ସରକାରଙ୍କ ନିକଟକୁ ପଠାଇବେ ବୋଲି କହିଛନ୍ତି।

ତହସିଲ କାର୍ଯ୍ୟାଳୟ ଘେରାଉ ନିଲାମ ଇସ୍ତାହାର ପ୍ରତ୍ୟାହାର ବାଣପୁର ଶତାଧିକ ଗ୍ରାମବାସୀ ସୈରାତ ଉତ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

‘ସି ଲିଡ୍ସ-୨: ନେତୃତ୍ବ ନେଉଥିବା ମହିଳାଙ୍କ କର୍ମଶାଳା’କୁ ଉଦଘାଟନ କଲେ କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ

August 7, 2025

ଜାତୀୟ ହସ୍ତତନ୍ତ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

August 7, 2025

ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଲକ୍ଷ ଲକ୍ଷ ଏସଏସଜି ମହିଳା ସଦସ୍ୟଙ୍କ ସହ ଆଲୋଚନା କଲେ କେନ୍ଦ୍ର ମନ୍ତ୍ରୀ

August 7, 2025

ଏମ୍.ଏସ୍. ସ୍ୱାମୀନାଥନ୍‌ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମିଳନୀରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

August 7, 2025
Latest News

‘ସି ଲିଡ୍ସ-୨: ନେତୃତ୍ବ ନେଉଥିବା ମହିଳାଙ୍କ କର୍ମଶାଳା’କୁ ଉଦଘାଟନ କଲେ କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ

August 7, 2025

ଜାତୀୟ ହସ୍ତତନ୍ତ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

August 7, 2025

ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଲକ୍ଷ ଲକ୍ଷ ଏସଏସଜି ମହିଳା ସଦସ୍ୟଙ୍କ ସହ ଆଲୋଚନା କଲେ କେନ୍ଦ୍ର ମନ୍ତ୍ରୀ

August 7, 2025

ଏମ୍.ଏସ୍. ସ୍ୱାମୀନାଥନ୍‌ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମିଳନୀରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ

August 7, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ରେଡ୍ ରନ୍ (୩.୦) ମାରାଥନ

August 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.