Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶାରେ ଭାରତ ଯୋଡ଼ୋ କାର୍ଯ୍ୟକ୍ରମ ପାଇଁ ପ୍ରଦେଶ କଂଗ୍ରେସ କଲା ପ୍ରସ୍ତୁତି ବୈଠକ
ଆଜିର ଖବର

ଓଡ଼ିଶାରେ ଭାରତ ଯୋଡ଼ୋ କାର୍ଯ୍ୟକ୍ରମ ପାଇଁ ପ୍ରଦେଶ କଂଗ୍ରେସ କଲା ପ୍ରସ୍ତୁତି ବୈଠକ

September 14, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶାରେ ଭାରତ ଯୋଡ଼ୋ କାର୍ଯ୍ୟକ୍ରମ ପାଇଁ ପ୍ରଦେଶ କଂଗ୍ରେସ କଲା ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ରାହୁଳ ଗାନ୍ଧୀଙ୍କ ନେତୃତ୍ବରେ ଚାଲିଥିବା ଭାରତ ଯୋଡ ଅଭିଯାନ ଓଡିଶାରେ ମଧ୍ୟ ଆରମ୍ଭ ହେବ। ଏହି ଅବସରରେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦଳର ସମସ୍ତ ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର ନେତୃବୃନ୍ଦଙ୍କ ବୈଠକରେ ରାହୁଲ ଗାନ୍ଧୀଙ୍କ ଏହି ପଦଯାତ୍ରାକୁ ସମର୍ଥନ ଜଣାଇବା ସହିତ ଓଡ଼ିଶାରେ ଏହି ଯାତ୍ରା ଆୟୋଜନ କରିବାପାଇଁ ଆଲୋଚନା ହୋଇଛି। ଭାରତ ଯୋଡ଼ୋର ପ୍ରସଙ୍ଗ ସହିତ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ନେଇ ଏହି ଯାତ୍ରା ଅନୁଷ୍ଠିତ ହେବ।

ଆସନ୍ତା ସେପ୍ଟେମ୍ବର ୧୮ ତାରିଖରେ ଭାରତ ଯୋଡ଼ୋ ଯାତ୍ରାର ଆବାହକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଦିଗବିଜୟ ସିଂ, ଏଆଇସିସିର ମୁଖପାତ୍ର ସାଂସଦ ଶ୍ରୀ ଜୟରାମ ରମେଶ, ଓଡ଼ିଶା ପ୍ରଭାରୀ ଡ ଏ ଚେଲ୍ଲା କୁମାର, ସହ ପ୍ରଭାରୀ ଶ୍ରୀ ରୁଦ୍ର ରାଜୁଙ୍କ ଉପସ୍ଥିତିରେ ଏହାର ଚୁଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବ।

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସମେତ ପିସିସି ଉପସଭାପତି ଶ୍ରୀ ଶିବାନନ୍ଦ ରାୟ, ଭାରତ ଯୋଡ଼ୋ ଯାତ୍ରାର ଓଡ଼ିଶା ସଂଯୋଜକ ଶ୍ରୀ ରବି ସେଠୀ, ଯୁଗ୍ମ ସଂଯୋଜକ ଶ୍ରୀ ନକୁଳ ନାୟକ, ସେବାଦଳ ଅଧ୍ୟକ୍ଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଟ୍ରେନିଂ ସେଲର ମୁଖ୍ୟ ଶୁଭେନ୍ଦୁ ମହାନ୍ତି, କିଶାନ କଂଗ୍ରେସର ସଭାପତି ଶ୍ରୀ ଅମିୟ ପଟ୍ଟନାୟକ, ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠନର ରାଜ୍ୟ ଅଧ୍ୟକ୍ଷ ଶ୍ରୀ ସୁଦର୍ଶନ ଦାସ, ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କା ଯୋଗଦେଇଥିଲେ।

ସେହିପରି ମହିଳା କଂଗ୍ରେସର ସଭାନେତ୍ରୀ ବନ୍ଦିତା ପରିଡ଼ା, ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ, ପିସିସି ଗଣମାଧ୍ୟମ ସଂଯୋଜକ ଶ୍ରୀ ଦୀପକ କୁମାର ମହାପାତ୍ର, ଅଣସଂଗଠିତ ଶ୍ରମିକ କଂଗ୍ରେସ ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତି, ମାନବାଧିକାର ବିଭାଗ ଅଧ୍ୟକ୍ଷ ନିଶିକାନ୍ତ ମିଶ୍ର, ସୋସିଆଲ ମିଡିଆର ଅଧ୍ୟକ୍ଷ ଶ୍ରୀ ଅଭିଷେକ ମହାନନ୍ଦ, ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ଶ୍ରୀ ବାଙ୍କନିଧି ବେହେରା, ଓବିସି ବିଭାଗର ଉପସଭାପତି ଶ୍ରୀ ବେଣୁଧର ପାତ୍ର, ମତ୍ସ୍ୟ ବିଭାଗ ଅଧ୍ୟକ୍ଷ ହଳଧର ସେଠୀ, ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷ ଜିଆଉଲ ହକ, ଭିନ୍ନକ୍ଷମ ବିଭାଗ ଅଧ୍ୟକ୍ଷ ଜିତେନ୍ଦ୍ର ବିଶ୍ୱାଳ, ବିସ୍ମୟ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଭାରତ ଯୋଡ ଭାରତ ଯୋଡୋ ଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

୧ କୋଟି ୩ ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମିଳିଲା ସୁଭଦ୍ରା ଟଙ୍କା: ପଞ୍ଚମ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

August 28, 2026

ଇସ୍ତଫା ଦେବେ ନ୍ୟାସନାଲ କନଫରେନ୍ସ ସାଂସଦ: ଦଳ ମଧ୍ୟ ଛାଡିବେ

August 28, 2026

ନେପାଳ ପାଇଁ ଆଉ ଏକ ବଡ଼ ବିପର୍ଯ୍ୟୟ!: ସତର୍କତା ଜାରି କଲା ଚୀନ୍ 

August 28, 2026

ଆଜିଠାରୁ ମହିଳା କ୍ରିକେଟ ଏସିଆ କପ୍: ଦେଖନ୍ତୁ ଭାରତର କାର୍ଯ୍ୟସୂଚୀ

August 28, 2026
Latest News

୧ କୋଟି ୩ ଲକ୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କୁ ମିଳିଲା ସୁଭଦ୍ରା ଟଙ୍କା: ପଞ୍ଚମ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

August 28, 2026

ଇସ୍ତଫା ଦେବେ ନ୍ୟାସନାଲ କନଫରେନ୍ସ ସାଂସଦ: ଦଳ ମଧ୍ୟ ଛାଡିବେ

August 28, 2026

ନେପାଳ ପାଇଁ ଆଉ ଏକ ବଡ଼ ବିପର୍ଯ୍ୟୟ!: ସତର୍କତା ଜାରି କଲା ଚୀନ୍ 

August 28, 2026

ଆଜିଠାରୁ ମହିଳା କ୍ରିକେଟ ଏସିଆ କପ୍: ଦେଖନ୍ତୁ ଭାରତର କାର୍ଯ୍ୟସୂଚୀ

August 28, 2026

ସଙ୍କଟକୁ ସାମ୍ନା କରି ହରମୁଜ୍ ରୁ ଆସୁଛି ଇରାକୀ ତେଲ: ପୂର୍ଣ୍ଣ ଶକ୍ତି ଲଗାଉଛି ବିପିସିଏଲ

August 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.