ଭୁବନେଶ୍ବର: ଅଭିନେତା ବାବୁସାନ ଅସୁସ୍ଥ ହୋଇ ଭୁବନେଶ୍ବରର ସମ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଶରୀରରେ ଅକ୍ସିଜେନ ସ୍ତର ହ୍ରାସ ପାଇବାରୁ ସେ ଅସୁସ୍ଥ୍ୟ ହୋଇପଡିଲେ।ଫଳରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି।
କିଛିଦିନ ତଳେ ବାବୁସାନ ଏକ ଓଡିଆ ଚଳଚିତ୍ର ଦମନ ସୁଟିଂ କରିବା ପାଇଁ ଲଦାଖ ଯାଇଥିଲେ। ସେଠାରେ ସେ ଏକ ଦୃଶ୍ୟରେ ମୋଟରସାଇକେଲ ଧରି ଯିବାର ଥିଲା। ହେଲେ ସେଠାରେ ତାଙ୍କର ଶରୀର ଅସୁସ୍ଥ ହୋଇପଡିବାରୁ ନିକଟସ୍ଥ ହସପିଟାଲରେ ଚିକିତ୍ସା କରାଗଲା।
ସେଠାରେ ସୁସ୍ଥ୍ୟ ହେବା ପରେ ସେ ଭୁବନେଶ୍ବର ଫେରି ଆସିଥିଲେ। ହେଲେ ଭୁବନେଶ୍ବରରେ ମଧ୍ୟ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କ ହସପିଟାଲରେ ଭର୍ତ୍ତି କରାଯାଇଛି।