Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ରାଜ୍ୟ ଖବର ସିନେମା

Video News: ଦମନ ଚଳଚିତ୍ରରୁ ଟ୍ୟାକ୍ସ ଛାଡ ପରେ ମୁଖ୍ୟମନ୍ତ୍ରୀଙ୍କୁ କଣ କହିଲେ ବାବୁସାନ

ଭୁବନେଶ୍ବର: ପ୍ରଥମ ଥର ପାଇଁ ଓଡିଆ ଚଳଚିତ୍ର ଜଗତରେ ଦମନ ଏକ ନୂଆ ଇତିହାସ କରିଛି। ଏହି ଚଳଚିତ୍ରଟି ଏକ ବାସ୍ତବ ବିଷୟ ଉପରେ ପର୍ଯ୍ୟବେସିତ। ଏହାର ଚିତ୍ରରୂପ ବେଶ ଆକର୍ଷଣୀୟ ହୋଇଥିବାରୁ ଦର୍ଶକମାନେ ବେଶ୍ ପସନ୍ଦ କରିଛନ୍ତି।

ସେଥିପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଚଳଚିତ୍ର ଉପରୁ ଟ୍ୟାକ୍ସ ଛାଡ କରିଛନ୍ତି। ଏହି ଘୋଷଣା ପରେ ଅଭିନେତା ବାବୁସାନ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି।

 

 

ସେ କହିଛନ୍ତି ଯେ, ଦମନ ଚଳଚିତ୍ରରୁ ରାଜ୍ୟ ସରକାର ଟ୍ୟାକ୍ସ ଛାଡ କରିଥିବାରୁ ଧନ୍ୟବାଦ। ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନେକ ଅନେକ ଧନ୍ୟବାଦ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ରାଜ୍ୟ ଖବର ସିନେମା

Breaking News: ‘ଦମନ’ ଚଳଚ୍ଚିତ୍ର ପ୍ରଦର୍ଶନ କୁ କରମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଓଡିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ନିର୍ମିତ ଚଳଚ୍ଚିତ୍ର ଦମନ ର ପ୍ରଦର୍ଶନ କୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ସମ୍ପୂର୍ଣ୍ଣ ଟିକସ ମୁକ୍ତ ଘୋଷଣା କରିଛନ୍ତି ।

ବାସ୍ତବ ଜୀବନରେ ମାଲକାନଗିରି ର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇ ବାରେ ଜଣେ ଯୁବ ଡାକ୍ତର ମାନବିକତାର ଯେଉଁ ନୂଆ ଉଦାହରଣ ସ୍ରୁଷ୍ଟି କରିଛନ୍ତି ତାହା ଏ ଚଳଚ୍ଚିତ୍ରର ବିଷୟ ବସ୍ତୁ।

ସ୍ୱାସ୍ଥ୍ୟ ବିଭାଗ ସମେତ ସବୁ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ସେବା ମନୋଭାବ କୁ ଆହୁରି ମଜବୁତ୍ କରିବା ଦିଗରେ ଏହା ପ୍ରଭାବିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

କୋଭିଡ ମହାମାରୀ ସମୟରେ ଯେଭଳି ରାଜ୍ଯ ସରକାରଙ୍କ ବିଭିନ୍ନ ବିଭାଗ ସମନ୍ଵୟ ରଖି ସେବା ଯୋଗାଇଲେ ସେଭଳି କାମକଲେ ଆମେ ଏକ ସୁସ୍ଥ ଓ ସଚେତନ ସାମାଜ ର ବିକାଶ କରି ପାରିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ବିଶ୍ବାସ ପ୍ରକଟ କରିଛନ୍ତି।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଓଡ଼ିଆ ସିନେପ୍ରେମୀଙ୍କ ପାଇଁ ଖୁସି ଖବର: ବାବୁଶାନଙ୍କ ‘ଦମନ୍’ ଆଣିବ ବୈପ୍ଳବିକ ଆନ୍ଦୋଳନ

ଭୁବନେଶ୍ଵର: ଓଡ଼ିଆ ସିନେପ୍ରେମୀ ବିଶେଷକରି ବାବୁସାନଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। କିଛି ଦିନ ଅନ୍ତରରେ ବାବୁସାନ ପ୍ରଶଂସକଙ୍କୁ ଭେଟିଦେବାକୁ ଯାଉଛନ୍ତି ଦମଦାର ଚଳଚ୍ଚିତ୍ର ‘ଦମନ’। କରୋନା କାରଣରୁ ଗତ ଦୁଇ ବର୍ଷ ହେଲା ବଡ଼ ବଜେଟ୍‌ର ଓଡ଼ିଆ ସିନେମା ପ୍ରେକ୍ଷାଳୟକୁ ପ୍ରାୟ ଆସିନଥିଲା। ପରିସ୍ଥିତି ସୁଧୁରିବା ପରେ ବର୍ତ୍ତମାନ ପୁଣି ଚଳଚଞ୍ଚଳ ହୋଇଉଠିଛି ଓଡ଼ିଆ ସିନେଶିଳ୍ପ। ସେହି କ୍ରମରେ ରିଲିଜ୍ ପାଇଁ ସଜବାଜ ହେଉଛି ‘ଦମନ’। ଏ ଫିଲ୍ମରେ ବାବୁସାନଙ୍କ ସହ କଳାକାର ଭାବେ ଦେଖିବାକୁ ମିଳିବେ ଦୀପନ୍ବିତ ଦାସ ମହାପାତ୍ର। ଫିଲ୍ମର କାହାଣୀ ଓଡ଼ିଶାରେ ଘଟିଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ।

ଜଣେ ଯୁବ ଡାକ୍ତର ସିଦ୍ଧାର୍ଥଙ୍କ କର୍ତ୍ତବ୍ୟନିଷ୍ଠାର କାହାଣୀ ସ୍ଥାନିତ ହୋଇଛି ଫିଲ୍ମରେ। ଡାକ୍ତରୀ ପାଠ ଶେଷ କରିବା ପରେ ଏହି ଯୁବ ଡାକ୍ତରଙ୍କର ପୋଷ୍ଟିଙ୍ଗ୍ ହୁଏ ମାଲକାନଗିରି ଜିଲ୍ଲାର ଉପାନ୍ତ ଅଞ୍ଚଳରେ। ମୌଳିକ ସୁବିଧା ସୁଯୋଗର ଅଭାବ, ପୁଣି ନକ୍ସଲ ଉପଦ୍ରୁତ ଏହି ଅଞ୍ଚଳରେ ଯୁବ ଡାକ୍ତର ଜଣକ କିଭଳି ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ଓ ଏଥିପାଇଁ ତାଙ୍କୁ କ’ଣ ସବୁ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପଡ଼ୁଛି ତାହା ଦେଖିବାକୁ ମିଳିବ ‘ଦମନ’ ରେ। ବଡ଼ ବଜେଟର ଏହି ଫିଲ୍ମରେ ବାବୁସାନଙ୍କ ଭରପୂର ଆକ୍ସନ ଦେଖିବେ ସିନେପ୍ରେମୀ। ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କା ଏ ଫିଲ୍ମର କାହାଣୀ ଓ ଚିତ୍ରନାଟ୍ୟ ଲେଖିବା ସହିତ ନିର୍ଦ୍ଦେଶନା ଦେଇଛନ୍ତି।

ପ୍ରଯୋଜନାରେ ଅଛନ୍ତି ଦୀପେନ୍ଦ୍ର ସାମଲ। ଜେପି ଓ୍ବାର୍ଡସ୍ମିଥ୍ ଓ ବାପୁ ଗୋସ୍ଵାମୀ ଏହାର ଗୀତ ଲେଖିଥିବା ବେଳେ ସଂଗୀତରେ ସଜାଇଛନ୍ତି ଗୌରବ ଆନନ୍ଦ ଓ ତାଙ୍କର ଟିମ୍। ବଡ଼ ଷ୍ଟାର, ରିଅଲ ଷ୍ଟୋରୀ କୁ ନେଇ ଆସନ୍ତା ୪ ନଭେମ୍ବର ରେ ମୁକ୍ତିଲାଭ କରିବାକୁ ଯାଉଥିବା ‘ଦମନ’ କୁ ଦର୍ଶକ ଆଗ୍ରହ ସହିତ ଅପେକ୍ଷା ରେ ଅଛନ୍ତି। ଯାହା ଫିଲ୍ମର କ୍ରିଏଟିଭ୍ ହେଡ୍ ତଥା ପ୍ରଚାର ପ୍ରସାର ଦାୟିତ୍ୱ ରେ ଅଛନ୍ତି ପ୍ରଣୟ ଜେଠୀ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଅଭିନେତା ବାବୁସାନ ଅସୁସ୍ଥ, ହସପିଟାଲରେ ଭର୍ତ୍ତି

ଭୁବନେଶ୍ବର: ଅଭିନେତା ବାବୁସାନ ଅସୁସ୍ଥ ହୋଇ ଭୁବନେଶ୍ବରର ସମ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଶରୀରରେ ଅକ୍ସିଜେନ ସ୍ତର ହ୍ରାସ ପାଇବାରୁ ସେ ଅସୁସ୍ଥ୍ୟ ହୋଇପଡିଲେ।ଫଳରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି।

କିଛିଦିନ ତଳେ ବାବୁସାନ ଏକ ଓଡିଆ ଚଳଚିତ୍ର ଦମନ ସୁଟିଂ କରିବା ପାଇଁ ଲଦାଖ ଯାଇଥିଲେ। ସେଠାରେ ସେ ଏକ ଦୃଶ୍ୟରେ ମୋଟରସାଇକେଲ ଧରି ଯିବାର ଥିଲା। ହେଲେ ସେଠାରେ ତାଙ୍କର ଶରୀର ଅସୁସ୍ଥ ହୋଇପଡିବାରୁ ନିକଟସ୍ଥ ହସପିଟାଲରେ ଚିକିତ୍ସା କରାଗଲା।

ସେଠାରେ ସୁସ୍ଥ୍ୟ ହେବା ପରେ ସେ ଭୁବନେଶ୍ବର ଫେରି ଆସିଥିଲେ। ହେଲେ ଭୁବନେଶ୍ବରରେ ମଧ୍ୟ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କ ହସପିଟାଲରେ ଭର୍ତ୍ତି କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଗଣମାଧ୍ୟମ ଦୂରେଇଯିବାକୁ ହାତ ଯୋଡି ପ୍ରାର୍ଥନା କଲେ ଅଭିନେତ୍ରୀ ଅପରାଜିତା, ଦେଲେ ଏହି ଭିଡିଓ ବାର୍ତ୍ତା

ଭୁବନେଶ୍ବର: ବର୍ତ୍ତମାନ ଓଡିଶା ଗଣମାଧ୍ୟମ ଯେପରି ବ୍ୟବହାର ପ୍ରଦର୍ଶନ କରୁଛି ତାହା ସୀମା ଟପିବାକୁ ବସିଲାଣି। ଯାହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ଘଟଣା। ଏହାକୁ ନେଇ ବାବୁସାନ ଘରେ ଯେପରି ଦିନରାତି ମିଡିଆ ଜଗି ବସିଛି ସେଥିରେ ତାଙ୍କ ପରିବାର ବର୍ତ୍ତମାନ ଚଳିବା କଷ୍ଟକର ହୋଇପଡିଛି।

ଏପରି ପରିସ୍ଥିରେ ବାବୁସାନଙ୍କ ମାଆ ତଥା ଅଭିନେତ୍ରୀ ଅପରାଜିତା ମହାନ୍ତି ଶେଷର ହାତ ଯୋଡି ମିଡିଆକୁ ଦୂରେଇ ଯିବା ପାଇଁ କହିଛନ୍ତି। ସେ ଏକ ଭିଡିଓ ବାର୍ତ୍ତା ଜାରୀ କରି କହିଛନ୍ତି ଯେ, ଆପଣମାନେ ଯେତେଦିନ ଧରି ନ୍ୟୁଜ କରିବା କଥା କଲେ। ବର୍ତ୍ତମାନ ଉତ୍ତମ ମହାନ୍ତିଙ୍କ ଦେହ ଭଲ ନାହିଁ। ମୋର ବଡ ଭିଣୋଇଙ୍କ ଦେହ ଭଲ ନାହିଁ। କେତେବେଳେ ଆମ୍ବୁଲାନସ ଦରକାର ପଡିବ।

ହେଲେ ମିଡିଆ ବନ୍ଧୁମାନେ ଆମ ଘର ଆଗରେ ଯେପରି ଭିଡ କରୁଛନ୍ତି ତାହା ଆମକୁ ଚଳିବାରେ କଷ୍ଟଦାୟକ ହେଉଛି। ଏପରିକି ସ୍ଥାନୀୟ ଲୋକେ ଚଳପ୍ରଚଳରେ ମଧ୍ୟ ବାଧା ସୃଷ୍ଟି ହେଉଛି।

ବର୍ତ୍ତମାନ ଛଅ ସାତ ଦିନ ହୋଇଗଲାଣି। ବର୍ତ୍ତମାନ ଆମକୁ ଏକୁଟିଆ ଛାଡି ଦିଅନ୍ତୁ। ଆପଣମାନଙ୍କ ପାଇଁ ଆମେ ନ କବାଟ, ନା ଝରକା ଖୋଲିପାରୁଛୁ। ଏକ କାନ୍ଦକାନ୍ଦ ପରିସ୍ଥିତିରେ ଅପରାଜିତା ବାରମ୍ବାର ହାତ ଯୋଡି ଅନୁରୋଧ କରିଛନ୍ତି ଯେ, ଦୟାକରି ଆମକୁ ଏକାକୀ ରହିବାକୁ ଦିଅନ୍ତୁ।

Categories
ଆଜିର ଖବର ମନୋରଂଜନ ରାଜ୍ୟ ଖବର ସିନେମା

ବାବୁସାନଙ୍କ ଘଟଣା ନେଇ ପ୍ରକୃତି ମିଶ୍ରଙ୍କୁ ପୋଲିସର ପଚରାଉଚୁରା ଆରମ୍ଭ

ଭୁବନେଶ୍ବର: ବାବୁସାନଙ୍କ ପତ୍ନୀ ତୃପ୍ତି ଏବଂ ପ୍ରକୃତି ମିଶ୍ରଙ୍କ ଝଗଡାର ତଦନ୍ତ ଆରମ୍ଭ ହୋଇଛି। ଆଜି ଖାରବେଳ ନଗର ପୋଲିସ ପ୍ରକୃତି ମିଶ୍ରଙ୍କ ଘରକୁ ଯାଇ ପଚରାଉଚୁରା ଆରମ୍ଭ କରିଛନ୍ତି। ଖାରବେଳନଗରର ଜଣେ ମହିଳା ପୋଲିସ ଅଫିସର ପ୍ରାୟ ଘଣ୍ଟାଏ ଧରି ଏହି ତଦନ୍ତ କରିଥିବାର ଜଣାପଡିଛି। ପ୍ରକୃତି ତାଙ୍କ ବାପାମାଙ୍କ ସହିତ ଚେନ୍ନାଇରେ ଥିଲେ। ସେମାନେ ଭୁବନେଶ୍ବର ଫେରିବା ପରେ ଏହି ତଦନ୍ତ ଆରମ୍ଭ ହୋଇଛି।

ଗତ ଶନିବାର ଦିନ ପ୍ରକୃତି ମିଶ୍ର ଏବଂ ବାବୁସାନ ଗୋଟିଏ ଗାଡି ଭିତରେ ଥିବା ବେଳେ ତାଙ୍କ ପତ୍ନୀ ତୃପ୍ତି ଧରିଥିଲେ। ଘଟଣାସ୍ଥଳରେ ତୃପ୍ତି ପ୍ରକୃତିଙ୍କୁ ମାଡ ମାରିଥିବାର ଥାନାରେ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ତୃପ୍ତି ତାଙ୍କ ଶାଶୁ ଅଭିନେତ୍ରୀ ଅପରାଜିତା ମଧ୍ୟ ଅନୁରୂପ ଏତଲା ଥାନାରେ ଦେଇଛନ୍ତି। ଏହି ଘଟଣାର ପୋଲସି ଅନୁସନ୍ଧାନ କରୁଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଥାନାରେ ଅଭିଯୋଗ କଲେ ପ୍ରକୃତି ମିଶ୍ରଙ୍କ ବାପାମା

ଭୁବନେଶ୍ବର: ଆଜି ସକାଳେ ପ୍ରକୃତି, ବାବୁସାନ ଏବଂ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଦୃଶ୍ୟ ପରେ ପ୍ରକୃତିଙ୍କ ବାପାମା ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ସେମାନେ ଖାରବେଳ ନଗର ଥାନାରେ ଝିଅର ସାମାଜିକ ପ୍ରତିଷ୍ଠା ନଷ୍ଠ ହେଲା ବୋଲି ଅଭିଯୋଗ କରିଛନ୍ତି। ତାଙ୍କ ବାପା ତଥା ଓଡିଶାର ବିଶିଷ୍ଠ ସଂଗୀତ ନିର୍ଦ୍ଦେଶର ମନ୍ନଥ ମିଶ୍ର କହିଛନ୍ତି ଯେ, ପ୍ରକୃତିକୁ ମାନସିକ ତଥା ଶାରୀରିକ ନିର୍ଯ୍ୟାତନା ଦିଆଯାଇଛି।

ଉଭୟ ପ୍ରକୃତି ଏବଂ ବାବୁସାନ ଚଳଚିତ୍ରରେ କାମ କରନ୍ତି। ସେହି ହିସାବରେ ସେମାନେ ଉଭୟ ଭଲ ବନ୍ଧୁ। ହେଲେ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ବାବୁସାନଙ୍କ ପତ୍ନୀ। ସେ ଯେପରି ପ୍ରକୃତି ଉପରେ ଆକ୍ରମଣ କଲେ ତାହା ଠିକ୍ ନୁହେଁ। ସେ ଆମକୁ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଇଛନ୍ତି। ସେଥିପାଇଁ ଏହାର ଏକ ବିଧିବଧ ତଦନ୍ତ ହେବା ଆବଶ୍ୟକ ବୋଲି ମନ୍ନଥ କହିଛନ୍ତି। ଏ ନେଇ ଖାରବେଳ ନଗର ପୋଲିସ ଏକ ମାମଲା ଋଜୁ କରିଛି।

Categories
ବିଶେଷ ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଗୋଡାଇ ଗୋଡାଇ ବାଡେଇଲେ ଅଭିନେତା ବାବୁସାନଙ୍କ ପତ୍ନୀ

ଭୁବନେଶ୍ବର: ଆଜି ସକାଳୁ ଭୁବନେଶ୍ବରର ସତ୍ୟନଗର ନିକଟରେ ଘଟିଯାଇଛି ଏକ ଭିନ୍ନ ପ୍ରକାରର ଦୃଶ୍ୟ। ଏହି ଦୃଶ୍ୟଟି ହେଉଛି ଅଭିନେତା ବାବୁସାନଙ୍କୁ ପତ୍ନୀ ତୃପ୍ତି, ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଦେଉଛନ୍ତି ଉତ୍ତମ ମଧ୍ୟମ। ଅର୍ଥାତ ତାଙ୍କ ଚୁଟି ଭିଡି ଛେଚୁଛନ୍ତି। ଏପରିକି ତାଙ୍କୁ ରାସ୍ତାରେ ଗୋଡାଇ ଗୋଡାଇ ମାଡ ମାରୁଥିବାର ଦେଖାଯାଇଛି। ଏହି ଘଟଣାକୁ ସ୍ଥାନୀୟ ଲୋକେ ବେଶ୍ ଉପଭୋଗ କରିବା ସହିତ ମୋବାଇଲରେ ଭିଡିଓ ରେକର୍ଡ କରିଛନ୍ତି।

ଘଟଣାରୁ ଜଣାପଡିଛି ଯେ, ବାବୁସାନ ତାଙ୍କର ଫରଚ୍ୟୁନର ଗାଡିରେ ପ୍ରକୃତି ମିଶ୍ରଙ୍କ ଧରି କୁଆଡେ ଯାଉଥିଲେ। ଏହି ଖବର ପାଇବା ପରେ ବାବୁସାନଙ୍କ ପତ୍ନୀ ତାଙ୍କୁ ଅନୁସରଣ କରି ସତ୍ୟନଗର ନିକଟରେ ଧରିଥିଲେ। ଗାଡି ଅଟକାଇ ସେ ବାବୁସାନଙ୍କ କଲର ଧରି ଗାଡିରୁ ଝିଙ୍କି ଦେଲେ।

ଏପରି ପରିସ୍ଥିତି ଦେଖି ବାବୁସାନ ଇତଃସ୍ତତ ହୋଇପଡିଲେ। ପ୍ରକୃତି ମଧ୍ୟ କଣ କରିବେ ବୋଲି କିଛି ଜାଣିପାରିଲେ ନାହିଁ। ଏହାପରେ ତୃପ୍ତି, ପ୍ରକୃତି ମିଶ୍ରଙ୍କୁ ଗାଡି ଭିତରେ ଉତ୍ତମମଧ୍ୟମ ଛେଚି ଚାଲିଲେ। ତାଙ୍କ ଟୁଟି ଭିଡାଭିଡି କଲେ। ଏ ସବୁ ଦୃଶ୍ୟ ଦେଖିବାକୁ ସେଠାରେ ଲୋକଙ୍କ ଭିଡ ଜମି ସାରିଥିଲା। ସମସ୍ତେ ବାବୁସାନ ଓ ପ୍ରକୃତି ମିଶ୍ରଙ୍କୁ ଚିହ୍ନି ଭିଡିଓ ଉତ୍ତୋଳନ କରିବାକୁ ଲାଗିଲେ।

ପ୍ରକୃତି ଏହି ପରିସ୍ଥିତିରୁ ମୁକୁଳିବା ପାଇଁ ସେ ସେହି ଗାଡିରୁ ଧାଇଁ ଧାଇଁ ପଳାଇଯିବାକୁ ଚେଷ୍ଠା କରୁଥିଲେ। ହେଲେ ତୃପ୍ତି ତାଙ୍କୁ ଗୋଡାଇ ଗୋଡାଇ ମାରିବାକୁ ଆରମ୍ଭ କରିଦେଲେ। ସ୍ଥାନୀୟ ଲୋକଙ୍କର କହିବା କଥା ଯେ ତୃପ୍ତି ବଡ ପାଟିରେ ପ୍ରକୃତିକୁ ମାଡ ମାରି ‘ମୋ ଘର କାହିଁକି ଭାଙ୍ଗୁଛୁ’ ବୋଲି କହୁଥାନ୍ତି। ତେବେ ଏ ନେଇ କେହି ଥାନାରେ ଅଭିଯୋଗ କରି ନାହାଁନ୍ତି।