ବାବୁସାନଙ୍କ ଘଟଣା ନେଇ ପ୍ରକୃତି ମିଶ୍ରଙ୍କୁ ପୋଲିସର ପଚରାଉଚୁରା ଆରମ୍ଭ

Published: Jul 26, 2022, 3:58 pm IST

ଭୁବନେଶ୍ବର: ବାବୁସାନଙ୍କ ପତ୍ନୀ ତୃପ୍ତି ଏବଂ ପ୍ରକୃତି ମିଶ୍ରଙ୍କ ଝଗଡାର ତଦନ୍ତ ଆରମ୍ଭ ହୋଇଛି। ଆଜି ଖାରବେଳ ନଗର ପୋଲିସ ପ୍ରକୃତି ମିଶ୍ରଙ୍କ ଘରକୁ ଯାଇ ପଚରାଉଚୁରା ଆରମ୍ଭ କରିଛନ୍ତି। ଖାରବେଳନଗରର ଜଣେ ମହିଳା ପୋଲିସ ଅଫିସର ପ୍ରାୟ ଘଣ୍ଟାଏ ଧରି ଏହି ତଦନ୍ତ କରିଥିବାର ଜଣାପଡିଛି। ପ୍ରକୃତି ତାଙ୍କ ବାପାମାଙ୍କ ସହିତ ଚେନ୍ନାଇରେ ଥିଲେ। ସେମାନେ ଭୁବନେଶ୍ବର ଫେରିବା ପରେ ଏହି ତଦନ୍ତ ଆରମ୍ଭ ହୋଇଛି।

ଗତ ଶନିବାର ଦିନ ପ୍ରକୃତି ମିଶ୍ର ଏବଂ ବାବୁସାନ ଗୋଟିଏ ଗାଡି ଭିତରେ ଥିବା ବେଳେ ତାଙ୍କ ପତ୍ନୀ ତୃପ୍ତି ଧରିଥିଲେ। ଘଟଣାସ୍ଥଳରେ ତୃପ୍ତି ପ୍ରକୃତିଙ୍କୁ ମାଡ ମାରିଥିବାର ଥାନାରେ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ତୃପ୍ତି ତାଙ୍କ ଶାଶୁ ଅଭିନେତ୍ରୀ ଅପରାଜିତା ମଧ୍ୟ ଅନୁରୂପ ଏତଲା ଥାନାରେ ଦେଇଛନ୍ତି। ଏହି ଘଟଣାର ପୋଲସି ଅନୁସନ୍ଧାନ କରୁଛି।

Related posts