ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଗୋଡାଇ ଗୋଡାଇ ବାଡେଇଲେ ଅଭିନେତା ବାବୁସାନଙ୍କ ପତ୍ନୀ

Published: Jul 23, 2022, 1:42 pm IST

ଭୁବନେଶ୍ବର: ଆଜି ସକାଳୁ ଭୁବନେଶ୍ବରର ସତ୍ୟନଗର ନିକଟରେ ଘଟିଯାଇଛି ଏକ ଭିନ୍ନ ପ୍ରକାରର ଦୃଶ୍ୟ। ଏହି ଦୃଶ୍ୟଟି ହେଉଛି ଅଭିନେତା ବାବୁସାନଙ୍କୁ ପତ୍ନୀ ତୃପ୍ତି, ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଦେଉଛନ୍ତି ଉତ୍ତମ ମଧ୍ୟମ। ଅର୍ଥାତ ତାଙ୍କ ଚୁଟି ଭିଡି ଛେଚୁଛନ୍ତି। ଏପରିକି ତାଙ୍କୁ ରାସ୍ତାରେ ଗୋଡାଇ ଗୋଡାଇ ମାଡ ମାରୁଥିବାର ଦେଖାଯାଇଛି। ଏହି ଘଟଣାକୁ ସ୍ଥାନୀୟ ଲୋକେ ବେଶ୍ ଉପଭୋଗ କରିବା ସହିତ ମୋବାଇଲରେ ଭିଡିଓ ରେକର୍ଡ କରିଛନ୍ତି।

ଘଟଣାରୁ ଜଣାପଡିଛି ଯେ, ବାବୁସାନ ତାଙ୍କର ଫରଚ୍ୟୁନର ଗାଡିରେ ପ୍ରକୃତି ମିଶ୍ରଙ୍କ ଧରି କୁଆଡେ ଯାଉଥିଲେ। ଏହି ଖବର ପାଇବା ପରେ ବାବୁସାନଙ୍କ ପତ୍ନୀ ତାଙ୍କୁ ଅନୁସରଣ କରି ସତ୍ୟନଗର ନିକଟରେ ଧରିଥିଲେ। ଗାଡି ଅଟକାଇ ସେ ବାବୁସାନଙ୍କ କଲର ଧରି ଗାଡିରୁ ଝିଙ୍କି ଦେଲେ।

ଏପରି ପରିସ୍ଥିତି ଦେଖି ବାବୁସାନ ଇତଃସ୍ତତ ହୋଇପଡିଲେ। ପ୍ରକୃତି ମଧ୍ୟ କଣ କରିବେ ବୋଲି କିଛି ଜାଣିପାରିଲେ ନାହିଁ। ଏହାପରେ ତୃପ୍ତି, ପ୍ରକୃତି ମିଶ୍ରଙ୍କୁ ଗାଡି ଭିତରେ ଉତ୍ତମମଧ୍ୟମ ଛେଚି ଚାଲିଲେ। ତାଙ୍କ ଟୁଟି ଭିଡାଭିଡି କଲେ। ଏ ସବୁ ଦୃଶ୍ୟ ଦେଖିବାକୁ ସେଠାରେ ଲୋକଙ୍କ ଭିଡ ଜମି ସାରିଥିଲା। ସମସ୍ତେ ବାବୁସାନ ଓ ପ୍ରକୃତି ମିଶ୍ରଙ୍କୁ ଚିହ୍ନି ଭିଡିଓ ଉତ୍ତୋଳନ କରିବାକୁ ଲାଗିଲେ।

ପ୍ରକୃତି ଏହି ପରିସ୍ଥିତିରୁ ମୁକୁଳିବା ପାଇଁ ସେ ସେହି ଗାଡିରୁ ଧାଇଁ ଧାଇଁ ପଳାଇଯିବାକୁ ଚେଷ୍ଠା କରୁଥିଲେ। ହେଲେ ତୃପ୍ତି ତାଙ୍କୁ ଗୋଡାଇ ଗୋଡାଇ ମାରିବାକୁ ଆରମ୍ଭ କରିଦେଲେ। ସ୍ଥାନୀୟ ଲୋକଙ୍କର କହିବା କଥା ଯେ ତୃପ୍ତି ବଡ ପାଟିରେ ପ୍ରକୃତିକୁ ମାଡ ମାରି ‘ମୋ ଘର କାହିଁକି ଭାଙ୍ଗୁଛୁ’ ବୋଲି କହୁଥାନ୍ତି। ତେବେ ଏ ନେଇ କେହି ଥାନାରେ ଅଭିଯୋଗ କରି ନାହାଁନ୍ତି।

Related posts